ମୀଖା 7 : 1 (IRVOR)
ପରିତ୍ରାଣର ପରମେଶ୍ୱରଙ୍କ ପ୍ରତୀକ୍ଷା ହାୟ, ମୁଁ ସନ୍ତାପର ପାତ୍ର ! କାରଣ ଗ୍ରୀଷ୍ମକାଳୀନ ଫଳ ତୋଳିଲା ଉତ୍ତାରେ ଦ୍ରାକ୍ଷାଫଳ ସଂଗ୍ରହ କରିବାର ଯେପରି, ମୁଁ ସେହିପରି ହୋଇଅଛି; ଭୋଜନର ପାଇଁ ଗୋଟିଏ ଦ୍ରାକ୍ଷାପେଣ୍ଡା ନାହିଁ; ମୋର ପ୍ରାଣ ଆଦ୍ୟପକ୍ୱ ଡିମ୍ୱିରି ଫଳ ଲାଳସା କରେ।
ମୀଖା 7 : 2 (IRVOR)
ଧାର୍ମିକ ଲୋକ ପୃଥିବୀରୁ ଉଚ୍ଛିନ୍ନ ହୋଇଅଛି ଓ ମନୁଷ୍ୟମାନଙ୍କ ମଧ୍ୟରେ ସରଳ ଲୋକ କେହି ନାହିଁ; ସେମାନେ ସମସ୍ତେ ରକ୍ତପାତ କରିବାକୁ ଛକି ବସନ୍ତି; ପ୍ରତ୍ୟେକ ଲୋକ ଆପଣା ଆପଣା ଭ୍ରାତାକୁ ଜାଲରେ ଧରିବାକୁ ଚେଷ୍ଟା କରଇ।
ମୀଖା 7 : 3 (IRVOR)
ଯାହା ମନ୍ଦ, ତାହା ଯତ୍ନପୂର୍ବକ କରିବା ପାଇଁ ତହିଁ ଉପରେ ସେମାନଙ୍କର ହସ୍ତ ଅଛି; ଅଧିପତି ଚାହେଁ ଓ ବିଚାରକର୍ତ୍ତା ପୁରସ୍କାର ପାଇଁ ପ୍ରସ୍ତୁତ ଆଉ, ବଡ଼ ଲୋକ ଆପଣା ପ୍ରାଣର ହିଂସାଭାବ ମୁଖରେ ବ୍ୟକ୍ତ କରେ; ଏହିରୂପେ ସେମାନେ ବସ୍ତ୍ର ତୁଲ୍ୟ ତାହା ଏକତ୍ର ବୁଣନ୍ତି।
ମୀଖା 7 : 4 (IRVOR)
ସେମାନଙ୍କ ମଧ୍ୟରେ ସବୁଠାରୁ ଉତ୍ତମ ଲୋକ କାନକୋଳି ବୃକ୍ଷ ତୁଲ୍ୟ; ସବୁଠାରୁ ସରଳ ଲୋକ କଣ୍ଟାବାଡ଼ ଅପେକ୍ଷା ମନ୍ଦ; ତୁମ୍ଭ ପ୍ରହରୀଗଣର ଦିନ ଓ ତୁମ୍ଭର ଦଣ୍ଡ ଉପସ୍ଥିତ; ଏବେ ସେମାନଙ୍କର ବ୍ୟାକୁଳତା ଜନ୍ମିବ।
ମୀଖା 7 : 5 (IRVOR)
ତୁମ୍ଭେମାନେ ମିତ୍ରଠାରେ ବିଶ୍ୱାସ କର ନାହିଁ ଓ ପଥର ପ୍ରଦର୍ଶକଠାରେ ବିଶ୍ୱାସ କର ନାହିଁ; ତୁମ୍ଭ ବକ୍ଷଃସ୍ଥଳରେ ଶୟନକାରିଣୀଠାରୁ ଆପଣା ମୁଖର ଦ୍ୱାର ରକ୍ଷା କର।
ମୀଖା 7 : 6 (IRVOR)
କାରଣ ପୁତ୍ର ପିତାକୁ ଅମାନ୍ୟ କରେ, କନ୍ୟା ଆପଣା ମାତାର ବିରୁଦ୍ଧରେ, ପୁତ୍ରବଧୂ ଆପଣା ଶାଶୁର ବିରୁଦ୍ଧରେ ଉଠେ; ଆପଣା ପରିବାରର ଲୋକେ ମନୁଷ୍ୟର ଶତ୍ରୁ ହୁଅନ୍ତି।
ମୀଖା 7 : 7 (IRVOR)
ମାତ୍ର ମୁଁ ସଦାପ୍ରଭୁଙ୍କ ପ୍ରତି ଦୃଷ୍ଟି ରଖିବି; ମୋ’ ପରିତ୍ରାଣର ପରମେଶ୍ୱରଙ୍କ ପାଇଁ ମୁଁ ଅପେକ୍ଷା କରିବି; ମୋ’ ପରମେଶ୍ୱର ମୋର କଥା ଶୁଣିବେ।
ମୀଖା 7 : 8 (IRVOR)
ହେ ମୋର ଶତ୍ରୁ, ମୋର ପ୍ରତିକୂଳରେ ଆନନ୍ଦ କର ନାହିଁ; ମୁଁ ପଡ଼ିଲେ ଉଠିବି; ମୁଁ ଅନ୍ଧକାରରେ ବସିଲେ ସଦାପ୍ରଭୁ ମୋର ଦୀପ୍ତିସ୍ୱରୂପ ହେବେ।
ମୀଖା 7 : 9 (IRVOR)
ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି, ଏଥିପାଇଁ ଯେପର୍ଯ୍ୟନ୍ତ ସେ ମୋ’ ବିବାଦର ସପକ୍ଷବାଦୀ ହୋଇ ମୋର ବିଚାର ନିଷ୍ପତ୍ତି ନ କରନ୍ତି, ସେପର୍ଯ୍ୟନ୍ତ ମୁଁ ତାହାଙ୍କ କ୍ରୋଧରୂପ ଭାର ବହନ କରିବି; ସେ ମୋତେ ବାହାର କରି ଆଲୁଅକୁ ଆଣିବେ ଓ ମୁଁ ତାହାଙ୍କର ଧାର୍ମିକତା ଦେଖିବି।
ମୀଖା 7 : 10 (IRVOR)
ସେତେବେଳେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର କାହାନ୍ତି ବୋଲି ଯେ ମୋତେ କହିଥିଲା, ମୋର ସେହି ଶତ୍ରୁ ତାହା ଦେଖିବ ଓ ଲଜ୍ଜା ତାହାକୁ ଆଚ୍ଛନ୍ନ କରିବ; ମୋର ଚକ୍ଷୁ ତାହାକୁ ଦେଖିବ; ଏବେ ସେ ପଥର କାଦୁଅ ପରି ଦଳିତ ହେବ।
ମୀଖା 7 : 11 (IRVOR)
ତୁମ୍ଭ ବେଢ଼ାର ନିର୍ମାଣ ଦିନ ଉପସ୍ଥିତ ! ସେହି ଦିନ ବିଧାନ ଦୂରକୁ ଅନ୍ତରିତ ହେବ।
ମୀଖା 7 : 12 (IRVOR)
ସେଦିନ ତୁମ୍ଭ ନିକଟକୁ ଲୋକମାନେ ଆସିବେ, ଅଶୂରରୁ ଓ ମିସରର ନଗରସମୂହରୁ ଓ ମିସରଠାରୁ ନଦୀ ପର୍ଯ୍ୟନ୍ତ ଓ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ଯାବତୀୟ ପର୍ବତରୁ ଆସିବେ।
ମୀଖା 7 : 13 (IRVOR)
ତଥାପି ନିବାସୀଗଣର ସକାଶୁ ସେମାନଙ୍କ କ୍ରିୟାର ଫଳ ସ୍ୱରୂପେ ଦେଶ ଧ୍ୱଂସସ୍ଥାନ ହେବ।
ମୀଖା 7 : 14 (IRVOR)
ତୁମ୍ଭେ ଆପଣା ପାଞ୍ଚଣ ନେଇ ଆପଣା ଲୋକମାନଙ୍କୁ, ଅର୍ଥାତ୍, ଏକାକୀ ବାସକାରୀ ଆପଣା ପୈତୃକାଧିକାର ସ୍ୱରୂପ ପଲକୁ, କର୍ମିଲର ମଧ୍ୟସ୍ଥିତ ଅରଣ୍ୟରେ ଚରାଅ; ସେମାନେ ପୂର୍ବ କାଳର ନ୍ୟାୟ ବାଶନରେ ଓ ଗିଲୀୟଦରେ ଚରନ୍ତୁ।
ମୀଖା 7 : 15 (IRVOR)
ମିସର ଦେଶରୁ ତୁମ୍ଭର ବାହାର ହୋଇ ଆସିବା ଦିନର ନ୍ୟାୟ ଆମ୍ଭେ ତାହାକୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖାଇବା।
ମୀଖା 7 : 16 (IRVOR)
ଗୋଷ୍ଠୀୟ ବର୍ଗ ତାହା ଦେଖି ଆପଣାମାନଙ୍କର ସମସ୍ତ ପରାକ୍ରମ ବିଷୟରେ ଲଜ୍ଜିତ ହେବେ; ସେମାନେ ଆପଣା ଆପଣା ମୁଖରେ ହସ୍ତ ଦେବେ, ସେମାନଙ୍କର କର୍ଣ୍ଣ ବଧିର ହେବ।
ମୀଖା 7 : 17 (IRVOR)
ସେମାନେ ସର୍ପ ପରି ଧୂଳି ଚାଟିବେ; ସେମାନେ କମ୍ପି କମ୍ପି ଭୂମିସ୍ଥ ଉରୋଗାମୀ ଜନ୍ତୁଗଣର ନ୍ୟାୟ ଆପଣା ଆପଣା ଗୋପନୀୟ ସ୍ଥାନରୁ ବାହାର ହୋଇ ଆସିବେ; ସେମାନେ ଭୟଯୁକ୍ତ ହୋଇ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟକୁ ଆସିବେ ଓ ତୁମ୍ଭ ସକାଶୁ ଭୀତ ହେବେ।
ମୀଖା 7 : 18 (IRVOR)
ପରମେଶ୍ୱରଙ୍କ ପ୍ରେମ ଓ କରୁଣା ତୁମ୍ଭ ତୁଲ୍ୟ ପରମେଶ୍ୱର କିଏ ? ତୁମ୍ଭେ ଅଧର୍ମ କ୍ଷମା କରିଥାଅ ଓ ଆପଣା ଅଧିକାରର ଅବଶିଷ୍ଟାଂଶ ଲୋକଙ୍କର ଆଜ୍ଞା-ଲଙ୍ଘନର ପ୍ରତି ଉପେକ୍ଷା କରିଥାଅ; ସେ ଚିରକାଳ ଆପଣା କ୍ରୋଧ ରଖନ୍ତି ନାହିଁ, କାରଣ ସେ ଦୟାରେ ସନ୍ତୁଷ୍ଟ ଥାଆନ୍ତି।
ମୀଖା 7 : 19 (IRVOR)
ସେ ପୁନର୍ବାର ଫେରି ଆମ୍ଭମାନଙ୍କ ପ୍ରତି କୃପା କରିବେ; ସେ ଆମ୍ଭମାନଙ୍କର ଅଧର୍ମସକଳ ପଦ ତଳେ ଦଳିବେ; ଆଉ, ତୁମ୍ଭେ ସେମାନଙ୍କର ଯାବତୀୟ ପାପ ସମୁଦ୍ରର ଆଗାଧ ଜଳରେ ନିକ୍ଷେପ କରିବ।
ମୀଖା 7 : 20 (IRVOR)
ତୁମ୍ଭେ ପୂର୍ବକାଳଠାରୁ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପ୍ରତି ଯାହା ଶପଥ କରିଅଛ, ଯାକୁବ ପ୍ରତି ସେହି ସତ୍ୟ ଓ ଅବ୍ରହାମ ପ୍ରତି ସେହି ଦୟା ପାଳନ କରିବ।
❮
❯
1
2
3
4
5
6
7
8
9
10
11
12
13
14
15
16
17
18
19
20