ମାଥିଉଲିଖିତ ସୁସମାଚାର 26 : 1 (IRVOR)
{ଯୀଶୁଙ୍କ ବିରୁଦ୍ଧରେ ଚକ୍ରାନ୍ତ} [PS] ଯୀଶୁ ଏହି ସମସ୍ତ କଥା ଶେଷ କରି ଆପଣା ଶିଷ୍ୟମାନଙ୍କୁ କହିଲେ,
ମାଥିଉଲିଖିତ ସୁସମାଚାର 26 : 2 (IRVOR)
ଦୁଇ ଦିନ ପରେ ଯେ ନିସ୍ତାର ପର୍ବ ହେବ, ଏହା ତୁମ୍ଭେମାନେ ଜାଣ, ପୁଣି, ମନୁଷ୍ୟପୁତ୍ର କ୍ରୁଶରେ ହତ ହେବା ନିମନ୍ତେ ସମର୍ପିତ ହେବେ ।
ମାଥିଉଲିଖିତ ସୁସମାଚାର 26 : 3 (IRVOR)
ସେହି ସମୟରେ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗ କୟାଫା ନାମକ ମହାଯାଜକଙ୍କ ପ୍ରାଙ୍ଗଣରେ ଏକତ୍ର ହେଲେ,
ମାଥିଉଲିଖିତ ସୁସମାଚାର 26 : 4 (IRVOR)
ଆଉ ଯୀଶୁଙ୍କୁ ଛଳରେ ଧରି ବଧ କରିବା ନିମନ୍ତେ ମନ୍ତ୍ରଣା କଲେ;
ମାଥିଉଲିଖିତ ସୁସମାଚାର 26 : 5 (IRVOR)
କିନ୍ତୁ ସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବ । [PE][PS]
ମାଥିଉଲିଖିତ ସୁସମାଚାର 26 : 6 (IRVOR)
{ବେଥନୀୟାରେ ଯୀଶୁଙ୍କ ଅଭିଷେକ} (ମାର୍କ 14:3-9; ଯୋହନ 12:1-8) [PS] ଯୀଶୁ ବେଥନୀୟାରେ କୁଷ୍ଠୀ ଶିମୋନଙ୍କ ଗୃହରେ ଥିବା ସମୟରେ,
ମାଥିଉଲିଖିତ ସୁସମାଚାର 26 : 7 (IRVOR)
ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ସୁଗନ୍ଧି ତୈଳ ନେଇ ତାହାଙ୍କ ନିକଟକୁ ଆସିଲେ ଏବଂ ସେ ଭୋଜନରେ ବସିଥିବା ସମୟରେ ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ ।
ମାଥିଉଲିଖିତ ସୁସମାଚାର 26 : 8 (IRVOR)
କିନ୍ତୁ ତାହା ଦେଖି ଶିଷ୍ୟମାନେ ବିରକ୍ତ ହୋଇ କହିଲେ, ଏତେ ଅପବ୍ୟୟ କାହିଁକି ?
ମାଥିଉଲିଖିତ ସୁସମାଚାର 26 : 9 (IRVOR)
ଏହା ତ ଅନେକ ଟଙ୍କାରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାନ୍ତା ।
ମାଥିଉଲିଖିତ ସୁସମାଚାର 26 : 10 (IRVOR)
ଯୀଶୁ ତାହା ଜାଣି ସେମାନଙ୍କୁ କହିଲେ, କାହିଁକି ସ୍ତ୍ରୀଲୋକଟିକୁ କଷ୍ଟ ଦେଉଅଛ ? ସେ ତ ମୋ ପ୍ରତି ଉତ୍ତମ କର୍ମ କରିଅଛି ।
ମାଥିଉଲିଖିତ ସୁସମାଚାର 26 : 11 (IRVOR)
ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ପାଖରେ ଅଛନ୍ତି, ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ପାଖରେ ନ ଥିବି ।
ମାଥିଉଲିଖିତ ସୁସମାଚାର 26 : 12 (IRVOR)
ଆଉ, ସେ ମୋର ସମାଧି-କ୍ରିୟାସ୍ୱରୂପେ ମୋହର ଶରୀରରେ ଏହି ତୈଳ ଢାଳିଦେଇଅଛି ।
ମାଥିଉଲିଖିତ ସୁସମାଚାର 26 : 13 (IRVOR)
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ଏହି ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ । (ମାର୍କ 14:10,11; ଲୂକ 22:3-6) [PE][PS]
ମାଥିଉଲିଖିତ ସୁସମାଚାର 26 : 14 (IRVOR)
{ଯୀଶୁଙ୍କୁ ଧରାଇ ଦେବା ପାଇଁ ଯିହୂଦାର ସମ୍ମତି} [PS] ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଈଷ୍କାରିୟୋଥ ଯିହୂଦା ନାମକ ପ୍ରଧାନ ଯାଜକମାନଙ୍କ ପାଖକୁ ଯାଇ କହିଲା,
ମାଥିଉଲିଖିତ ସୁସମାଚାର 26 : 15 (IRVOR)
ମୋତେ କ'ଣ ଦେବେ କୁହନ୍ତୁ, ମୁଁ ତାହାଙ୍କୁ ଧରାଇଦେବି । ସେଥିରେ ସେମାନେ ତାହାକୁ ତିରିଶିଗୋଟି ରୌପ୍ୟମୁଦ୍ରା ତୌଲି କରିଦେଲେ ।
ମାଥିଉଲିଖିତ ସୁସମାଚାର 26 : 16 (IRVOR)
ଆଉ ସେହି ସମୟଠାରୁ ସେ ତାହାଙ୍କୁ ଧରାଇ ଦେବା ନିମନ୍ତେ ସୁଯୋଗ ଖୋଜିବାକୁ ଲାଗିଲା । (ମାର୍କ 14:12-21; ଲୂକ 22:7-13,21-23; ଯୋହନ 13:21-30) [PE][PS]
ମାଥିଉଲିଖିତ ସୁସମାଚାର 26 : 17 (IRVOR)
{ଶିଷ୍ୟଙ୍କ ସହ ଭୋଜ ପାଳନ} [PS] ପରେ ଖମୀରଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ପାଇଁ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି ?
ମାଥିଉଲିଖିତ ସୁସମାଚାର 26 : 18 (IRVOR)
ଯୀଶୁ କହିଲେ, ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଅଛନ୍ତି, ମୋହର କାଳ ସନ୍ନିକଟ, ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି ।
ମାଥିଉଲିଖିତ ସୁସମାଚାର 26 : 19 (IRVOR)
ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ ।
ମାଥିଉଲିଖିତ ସୁସମାଚାର 26 : 20 (IRVOR)
ପରେ ସନ୍ଧ୍ୟା ହୁଅନ୍ତେ, ସେ ଦ୍ୱାଦଶ ଶିଷ୍ୟମାନଙ୍କ ସହିତ ଭୋଜନରେ ବସିଲେ ।
ମାଥିଉଲିଖିତ ସୁସମାଚାର 26 : 21 (IRVOR)
ସେମାନେ ଭୋଜନ କରୁଥିବା ସମୟରେ ସେ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ ।
ମାଥିଉଲିଖିତ ସୁସମାଚାର 26 : 22 (IRVOR)
ସେଥିରେ ସେମାନେ ଅତ୍ୟନ୍ତ ଦୁଃଖିତ ହୋଇ ପ୍ରତ୍ୟେକେ ତାହାଙ୍କୁ ପଚାରିବାକୁ ଲାଗିଲେ, ପ୍ରଭୁ, ସେ କ'ଣ ମୁଁ ?
ମାଥିଉଲିଖିତ ସୁସମାଚାର 26 : 23 (IRVOR)
ସେ ଉତ୍ତର ଦେଲେ, ଯେ ମୋ ସହିତ ପାତ୍ରରେ ହାତ ବୁଡ଼ାଇଲା, ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ ।
ମାଥିଉଲିଖିତ ସୁସମାଚାର 26 : 24 (IRVOR)
ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖା ଅଛି, ସେହିପରି ସେ ପ୍ରୟାଣ କରୁଅଛନ୍ତି ସତ୍ୟ; କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର; ସେହି ଲୋକର ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା ।
ମାଥିଉଲିଖିତ ସୁସମାଚାର 26 : 25 (IRVOR)
ଏଥିରେ ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ଉତ୍ତର ଦେଲା, ହେ ଗୁରୁ, ସେ କ'ଣ ମୁଁ ? ସେ ତାହାକୁ କହିଲେ, ତୁମ୍ଭେ କହିଅଛ । [PE][PS]
ମାଥିଉଲିଖିତ ସୁସମାଚାର 26 : 26 (IRVOR)
{ପ୍ରଭୁଭୋଜ ବିଧି ସ୍ଥାପନ} (ମାର୍କ 14:22-26; ଲୂକ 22:14-20; କରିନ୍ଥୀୟ 11:23-25) [PS] ଆଉ, ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ନେଇ ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ, ଭୋଜନ କର, ଏହା ମୋହର ଶରୀର ।
ମାଥିଉଲିଖିତ ସୁସମାଚାର 26 : 27 (IRVOR)
ପୁଣି, ସେ ପାନପାତ୍ର ନେଇ ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ,
ମାଥିଉଲିଖିତ ସୁସମାଚାର 26 : 28 (IRVOR)
ଏଥିରୁ ସମସ୍ତେ ପାନ କର, କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ପାଇଁ ପାପ କ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ ।
ମାଥିଉଲିଖିତ ସୁସମାଚାର 26 : 29 (IRVOR)
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ଦିନ ମୁଁ ଆପଣା ପିତାଙ୍କ ରାଜ୍ୟରେ ତୁମ୍ଭମାନଙ୍କ ସହିତ ନୂଆ କରି ଦ୍ରାକ୍ଷାଫଳର ରସ ପାନ କରିବି, ସେହି ଦିନ ପର୍ଯ୍ୟନ୍ତ ଆଜିଠାରୁ ଏହା କେବେ ହେଁ ପାନ କରିବି ନାହିଁ ।
ମାଥିଉଲିଖିତ ସୁସମାଚାର 26 : 30 (IRVOR)
ପୁଣି, ସେମାନେ ସ୍ତବଗାନ କଲା ପରେ ଜୀତପର୍ବତକୁ ବାହାରିଗଲେ । [PE][PS]
ମାଥିଉଲିଖିତ ସୁସମାଚାର 26 : 31 (IRVOR)
{ପିତରଙ୍କ ଅସ୍ୱୀକାରର ପୂର୍ବ ସୂଚନା} (ମାର୍କ 14:27-31; ଲୂକ 22:31-34; ଯୋହନ 13:36-38) [PS] ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, ଏହି ରାତ୍ରିରେ ତୁମ୍ଭେମାନେ ସମସ୍ତେ ମୋଠାରେ ବିଘ୍ନ ପାଇବ, କାରଣ ଲେଖା ଅଛି, ଆମ୍ଭେ ମେଷପାଳକକୁ ପ୍ରହାର କରିବା, ଆଉ ପଲର ମେଷଗୁଡ଼ିକ ଛିନ୍ନଭିନ୍ନ ହୋଇଯିବେ ।
ମାଥିଉଲିଖିତ ସୁସମାଚାର 26 : 32 (IRVOR)
ମାତ୍ର ମୁଁ ଉଠିବା ପରେ ତୁମ୍ଭମାନଙ୍କ ଆଗେ ଆଗେ ଗାଲିଲୀକୁ ଯିବି ।
ମାଥିଉଲିଖିତ ସୁସମାଚାର 26 : 33 (IRVOR)
କିନ୍ତୁ ପିତର ତାହାଙ୍କୁ ଉତ୍ତର ଦେଲେ, ଯଦ୍ୟପି ସମସ୍ତେ ଆପଣଙ୍କଠାରେ ବିଘ୍ନ ପାଇବେ, ତଥାପି ମୁଁ କେବେ ହେଁ ପାଇବି ନାହିଁ ।
ମାଥିଉଲିଖିତ ସୁସମାଚାର 26 : 34 (IRVOR)
ଯୀଶୁ ତାହାଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଏହି ରାତିରେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ ।
ମାଥିଉଲିଖିତ ସୁସମାଚାର 26 : 35 (IRVOR)
ପିତର ତାହାଙ୍କୁ କହିଲେ, ଯଦ୍ୟପି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ । ସମସ୍ତ ଶିଷ୍ୟ ମଧ୍ୟ ସେହି ପ୍ରକାରେ କହିଲେ । ଗେଥ୍‌ଶିମାନୀରେ ଯୀଶୁଙ୍କ ପ୍ରାର୍ଥନା (ମାର୍କ 14:32-42; ଲୂକ 22:39-46) [PE][PS]
ମାଥିଉଲିଖିତ ସୁସମାଚାର 26 : 36 (IRVOR)
ଏହାପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଗେଥ‌୍‌ଶିମାନୀ ନାମକ ଗୋଟିଏ ସ୍ଥାନକୁ ଯାଇ ସେମାନଙ୍କୁ କହିଲେ, ମୁଁ ସେଠାକୁ ଯାଇ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସିଥାଅ ।
ମାଥିଉଲିଖିତ ସୁସମାଚାର 26 : 37 (IRVOR)
ଆଉ, ସେ ପିତର ଓ ଜେବଦୀଙ୍କ ଦୁଇ ପୁତ୍ରଙ୍କୁ ସାଙ୍ଗରେ ନେଇ ଶୋକାକୁଳ ଓ ବ୍ୟଥିତ ହେବାକୁ ଲାଗିଲେ ।
ମାଥିଉଲିଖିତ ସୁସମାଚାର 26 : 38 (IRVOR)
ସେତେବେଳେ ସେ ସେମାନଙ୍କୁ କହିଲେ, ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟନ୍ତ ଶୋକାକୁଳ ହେଉଅଛି, ତୁମ୍ଭେମାନେ ଏଠାରେ ରହି ମୋ ସାଙ୍ଗରେ ଜାଗିଥାଅ ।
ମାଥିଉଲିଖିତ ସୁସମାଚାର 26 : 39 (IRVOR)
ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଉବୁଡ଼ ହୋଇ ପ୍ରାର୍ଥନା କରୁ କରୁ କହିଲେ, ହେ ମୋହର ପିତା, ଯଦି ହୋଇପାରେ, ତେବେ ଏହି ପାନପାତ୍ର ମୋ'ଠାରୁ ଦୂର ହେଉ; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ।
ମାଥିଉଲିଖିତ ସୁସମାଚାର 26 : 40 (IRVOR)
ଆଉ, ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, ତୁମ୍ଭେମାନେ କି ମୋ ସାଙ୍ଗରେ ଅଳ୍ପ ସମୟ ହେଲେ ଜାଗି ପାରିଲ ନାହିଁ ?
ମାଥିଉଲିଖିତ ସୁସମାଚାର 26 : 41 (IRVOR)
ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗି ରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ ।
ମାଥିଉଲିଖିତ ସୁସମାଚାର 26 : 42 (IRVOR)
ପୁଣି, ଥରେ ସେ ଦ୍ୱିତୀୟ ଥର ଯାଇ ପ୍ରାର୍ଥନା କରି କହିଲେ, ହେ ମୋହର ପିତା, ପାନ ନ କଲେ ଏହି ପାତ୍ର ଯଦି ମୋଠାରୁ ଦୂର ହୋଇ ନ ପାରେ, ତେବେ ତୁମ୍ଭର ଇଚ୍ଛା ସଫଳ ହେଉ ।
ମାଥିଉଲିଖିତ ସୁସମାଚାର 26 : 43 (IRVOR)
ପୁଣି, ସେ ଆସି ପୁଣି, ଥରେ ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କର ଆଖି ମାଡ଼ିପଡ଼ୁଥିଲା ।
ମାଥିଉଲିଖିତ ସୁସମାଚାର 26 : 44 (IRVOR)
ସେଥିରେ ସେ ସେମାନଙ୍କୁ ପରିତ୍ୟାଗ କରି ପୁଣି, ଥରେ ଯାଇ ଆଉ ଥରେ ସେହି କଥା କହି ତୃତୀୟ ଥର ପ୍ରାର୍ଥନା କଲେ ।
ମାଥିଉଲିଖିତ ସୁସମାଚାର 26 : 45 (IRVOR)
ପରେ ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, ଅଳ୍ପ ସମୟ ଶୋଇ କରି ବିଶ୍ରାମ କର, ଦେଖ, ସେହି ସମୟ ସନ୍ନିକଟ ହେଲାଣି, ପୁଣି, ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି ।
ମାଥିଉଲିଖିତ ସୁସମାଚାର 26 : 46 (IRVOR)
ଉଠ, ଆମ୍ଭେମାନେ ଯିବା, ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ । [PE][PS]
ମାଥିଉଲିଖିତ ସୁସମାଚାର 26 : 47 (IRVOR)
{ଯୀଶୁ ଶତ୍ରୁ ହସ୍ତରେ ସମର୍ପିତ} (ମାର୍କ 14:43-50; ଲୂକ 22:47-53; ଯୋହନ 18:3-12) [PS] ସେ କଥା କହୁଥିବା ସମୟରେ, ଦେଖ, ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗଙ୍କଠାରୁ ପ୍ରେରିତ ବହୁସଂଖ୍ୟକ ଲୋକ ଖଡ଼୍ଗ ଓ ଯଷ୍ଟି ଧରି ଆସିଲେ ।
ମାଥିଉଲିଖିତ ସୁସମାଚାର 26 : 48 (IRVOR)
ଆଉ, ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ବନ କରିବି, ସେ ସେହି, ତାହାଙ୍କୁ ଧରିବ ।
ମାଥିଉଲିଖିତ ସୁସମାଚାର 26 : 49 (IRVOR)
ଆଉ, ସେ ସେହିକ୍ଷଣି ଯୀଶୁଙ୍କ ନିକଟକୁ ଆସି, ହେ ଗୁରୁ, ନମସ୍କାର, ଏହା କହି ତାହାଙ୍କୁ ବହୁତ ଚୁମ୍ବନ କଲା ।
ମାଥିଉଲିଖିତ ସୁସମାଚାର 26 : 50 (IRVOR)
କିନ୍ତୁ ଯୀଶୁ ତାହାକୁ କହିଲେ, ହେ ବନ୍ଧୁ, ଯାହା କରିବା ନିମନ୍ତେ ଆସିଅଛ, ତାହା କର । ସେଥିରେ ସେମାନେ ପାଖକୁ ଆସି ଯୀଶୁଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ ।
ମାଥିଉଲିଖିତ ସୁସମାଚାର 26 : 51 (IRVOR)
ଆଉ ଦେଖ, ଯୀଶୁଙ୍କ ସାଙ୍ଗରେ ଥିବା ଲୋକଙ୍କ ମଧ୍ୟରୁ ଜଣେ ହାତ ବଢ଼ାଇ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କର ଦାସକୁ ଆଘାତ କରି ତାହାର କାନ କାଟିପକାଇଲେ ।
ମାଥିଉଲିଖିତ ସୁସମାଚାର 26 : 52 (IRVOR)
ସେଥିରେ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭର ଖଡ଼୍ଗ ପୁଣି, ଥରେ ଆପଣା ସ୍ଥାନରେ ରଖ, କାରଣ ଯେଉଁମାନେ ଖଡ୍ଗ ଧାରଣ କରନ୍ତି, ସେ ସମସ୍ତେ ଖଡ଼୍ଗ ଦ୍ୱାରା ବିନଷ୍ଟ ହେବେ ।
ମାଥିଉଲିଖିତ ସୁସମାଚାର 26 : 53 (IRVOR)
ଅଥବା ତୁମ୍ଭେ କ'ଣ ମନେ କରୁଅଛ ଯେ, ମୁଁ ମୋହର ପିତାଙ୍କୁ ବିନତି କରି ପାରେ ନାହିଁ ଓ ସେ ଏହିକ୍ଷଣି ମୋ ନିମନ୍ତେ ଦ୍ୱାଦଶ ବାହିନୀ ଅପେକ୍ଷା ଅଧିକ ଦୂତଙ୍କୁ ପଠାଇଦେବେ ନାହିଁ ?
ମାଥିଉଲିଖିତ ସୁସମାଚାର 26 : 54 (IRVOR)
ତେବେ ଏହି ପ୍ରକାରେ ଅବଶ୍ୟ ଘଟିବ ବୋଲି ଧର୍ମଶାସ୍ତ୍ରର ବାକ୍ୟ କି ପ୍ରକାର ସଫଳ ହେବ ?
ମାଥିଉଲିଖିତ ସୁସମାଚାର 26 : 55 (IRVOR)
ସେହି ସମୟରେ ଯୀଶୁ ଲୋକସମୂହକୁ କହିଲେ, ଡକଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ନେଇ ତୁମ୍ଭେମାନେ କ'ଣ ମୋତେ ଧରିବାକୁ ଆସିଲ ? ମୁଁ ପ୍ରତିଦିନ ମନ୍ଦିରରେ ବସି ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ;
ମାଥିଉଲିଖିତ ସୁସମାଚାର 26 : 56 (IRVOR)
ମାତ୍ର ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ସେଥିନିମନ୍ତେ ଏସମସ୍ତ ଘଟିଅଛି। ସେତେବେଳେ ଶିଷ୍ୟମାନେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ । (ମାର୍କ 14:53-65; ଲୂକ 22:54,55,63-71; ଯୋହନ 18:13,14,19-24) [PE][PS]
ମାଥିଉଲିଖିତ ସୁସମାଚାର 26 : 57 (IRVOR)
{ମହାସଭାରେ ଯୀଶୁଙ୍କ ବିଚାର} [PS] ପରେ ଯେଉଁମାନେ ଯୀଶୁଙ୍କୁ ଧରିଥିଲେ, ସେମାନେ ତାହାଙ୍କୁ କୟାଫା ମହାଯାଜକଙ୍କ ନିକଟକୁ ନେଇଗଲେ; ସେହି ସ୍ଥାନରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଏକତ୍ର ହୋଇଥିଲେ ।
ମାଥିଉଲିଖିତ ସୁସମାଚାର 26 : 58 (IRVOR)
କିନ୍ତୁ ପିତର ଦୂରରେ ରହି ମହାଯାଜକଙ୍କ ପ୍ରାଙ୍ଗଣ ପର୍ଯ୍ୟନ୍ତ ତାହାଙ୍କ ପଛେ ପଛେ ଗଲେ, ଆଉ ଶେଷରେ କ'ଣ ଘଟିବ, ତାହା ଦେଖିବା ନିମନ୍ତେ ସେ ଭିତରକୁ ଯାଇ ପଦାତିକମାନଙ୍କ ସହିତ ବସି ରହିଲେ ।
ମାଥିଉଲିଖିତ ସୁସମାଚାର 26 : 59 (IRVOR)
ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଖୋଜିବାକୁ ଲାଗିଲେ,
ମାଥିଉଲିଖିତ ସୁସମାଚାର 26 : 60 (IRVOR)
ଆଉ ଅନେକ ମିଥ୍ୟା ସାକ୍ଷୀ ବାହାରିଲେ ସୁଦ୍ଧା ସେମାନେ କିଛି ପାଇଲେ ନାହିଁ । ଶେଷରେ ଦୁଇ ଜଣ ବାହାରି କହିଲେ,
ମାଥିଉଲିଖିତ ସୁସମାଚାର 26 : 61 (IRVOR)
ଏହି ଲୋକଟା କହିଥିଲା, ମୁଁ ଈଶ୍ୱରଙ୍କ ମନ୍ଦିରକୁ ଭାଙ୍ଗି ତାହା ତିନି ଦିନ ମଧ୍ୟରେ ତୋଳି ଦେଇ ପାରେ ।
ମାଥିଉଲିଖିତ ସୁସମାଚାର 26 : 62 (IRVOR)
ସେଥିରେ ମହାଯାଜକ ଉଠି ତାହାଙ୍କୁ କହିଲେ, ତୁମ୍ଭେ କିଛି ଉତ୍ତର ଦେଉ ନାହଁ ? ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ଏହା କ'ଣ ?
ମାଥିଉଲିଖିତ ସୁସମାଚାର 26 : 63 (IRVOR)
କିନ୍ତୁ ଯୀଶୁ ମୌନ ହୋଇ ରହିଲେ । ସେଥିରେ ମହାଯାଜକ ତାହାଙ୍କୁ କହିଲେ, ଆମ୍ଭେ ତୁମ୍ଭକୁ ଜୀବନ୍ତ ଈଶ୍ୱରଙ୍କ ନାମରେ ଶପଥ ଦେଉଅଛୁ, ଆମ୍ଭମାନଙ୍କୁ କୁହ, ତୁମ୍ଭେ କି ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ?
ମାଥିଉଲିଖିତ ସୁସମାଚାର 26 : 64 (IRVOR)
ଯୀଶୁ ତାହାଙ୍କୁ କହିଲେ, ଆପଣ କହିଅଛନ୍ତି; ଆହୁରି ମୁଁ ଆପଣମାନଙ୍କୁ କହୁଅଛି, ଅଦ୍ୟାବଧି ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ ।
ମାଥିଉଲିଖିତ ସୁସମାଚାର 26 : 65 (IRVOR)
ସେଥିରେ ମହାଯାଜକ ଆପଣା ବସ୍ତ୍ର ଚିରି କହିଲେ, ଏ ଈଶ୍ୱର ନିନ୍ଦା କଲା, ସାକ୍ଷୀରେ ଆମ୍ଭମାନଙ୍କର ଆଉ କ'ଣ ଆବଶ୍ୟକ ? ଦେଖନ୍ତୁ, ଆପଣମାନେ ଏବେ ହେଁ ଈଶ୍ୱର ନିନ୍ଦା ଶୁଣିଲେ,
ମାଥିଉଲିଖିତ ସୁସମାଚାର 26 : 66 (IRVOR)
ଆପଣମାନଙ୍କର ମତ କ'ଣ ? ଏଥିରେ ସେମାନେ ଉତ୍ତର ଦେଲେ, ସେ ପ୍ରାଣଦଣ୍ଡର ଯୋଗ୍ୟ ।
ମାଥିଉଲିଖିତ ସୁସମାଚାର 26 : 67 (IRVOR)
ସେତେବେଳେ ସେମାନେ ତାହାଙ୍କ ମୁହଁରେ ଛେପ ପକାଇ ତାହାଙ୍କୁ ବିଧା ମାରିଲେ; ଆଉ କେହି କେହି ତାହାଙ୍କୁ ଚାପୁଡ଼ା ମାରି କହିଲେ,
ମାଥିଉଲିଖିତ ସୁସମାଚାର 26 : 68 (IRVOR)
ରେ ଖ୍ରୀଷ୍ଟ, ତୁ ପରା ଭାବବାଦୀ, ଆମ୍ଭମାନଙ୍କୁ କହ ତ, କିଏ ତୋତେ ମାଇଲା ? (ମାର୍କ 14:66-72; ଲୂକ 22:56-62; ଯୋହନ 18:15-18,25-27) [PE][PS]
ମାଥିଉଲିଖିତ ସୁସମାଚାର 26 : 69 (IRVOR)
{ପିତରଙ୍କ ଯୀଶୁଙ୍କୁ ଅସ୍ୱୀକାର} [PS] ଇତିମଧ୍ୟରେ ପିତର ବାହାରେ ପ୍ରାଙ୍ଗଣରେ ବସିଥିଲେ, ଆଉ ଜଣେ ଦାସୀ ତାହାଙ୍କ ପାଖକୁ ଆସି କହିଲା, ତୁମ୍ଭେ ମଧ୍ୟ ଗାଲିଲୀୟ ଯୀଶୁଙ୍କ ସାଙ୍ଗରେ ଥିଲ ।
ମାଥିଉଲିଖିତ ସୁସମାଚାର 26 : 70 (IRVOR)
କିନ୍ତୁ ସେ ସମସ୍ତଙ୍କ ଆଗରେ ଅସ୍ୱୀକାର କରି କହିଲେ, ତୁମ୍ଭେ କ'ଣ କହୁଛ, ମୁଁ ଜାଣେ ନାହିଁ ।
ମାଥିଉଲିଖିତ ସୁସମାଚାର 26 : 71 (IRVOR)
ପୁଣି, ସେ ଦାଣ୍ଡଦ୍ୱାରକୁ ବାହାରି ଯାଆନ୍ତେ ଆଉ ଜଣେ ଦାସୀ ତାହାଙ୍କୁ ଦେଖି ସେହି ସ୍ଥାନର ଲୋକମାନଙ୍କୁ କହିଲା, ଏ ନାଜରିତୀୟ ଯୀଶୁ ସାଙ୍ଗରେ ଥିଲା ।
ମାଥିଉଲିଖିତ ସୁସମାଚାର 26 : 72 (IRVOR)
ପୁଣି, ସେ ରାଣ ପକାଇ ଆଉ ଥରେ ଅସ୍ୱୀକାର କରି କହିଲେ, ମୁଁ ସେ ଲୋକକୁ ଜାଣେ ନାହିଁ ।
ମାଥିଉଲିଖିତ ସୁସମାଚାର 26 : 73 (IRVOR)
ଅଳ୍ପ କ୍ଷଣ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ତୁମ୍ଭେ ମଧ୍ୟ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମ୍ଭ କଥାରୁ ତ ଜଣାପଡ଼ୁଅଛି ।
ମାଥିଉଲିଖିତ ସୁସମାଚାର 26 : 74 (IRVOR)
ସେଥିରେ ସେ ଅଭିଶାପ ଦେଇ ରାଣ ପକାଇ କହିବାକୁ ଲାଗିଲେ, ମୁଁ ସେ ଲୋକକୁ ଜାଣେ ନାହିଁ ।
ମାଥିଉଲିଖିତ ସୁସମାଚାର 26 : 75 (IRVOR)
ସେହିକ୍ଷଣି କୁକୁଡ଼ା ଡାକିଲା । ଏଥିରେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ, ଏହି ଯେଉଁ କଥା ଯୀଶୁ କହିଥିଲେ, ତାହା ପିତରଙ୍କ ମନରେ ପଡ଼ିଲା, ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ । [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75

BG:

Opacity:

Color:


Size:


Font: