ମାଥିଉଲିଖିତ ସୁସମାଚାର 20 : 1 (IRVOR)
ଦ୍ରାକ୍ଷାକ୍ଷେତ୍ରର ମୂଲିଆ କାରଣ ସ୍ୱର୍ଗରାଜ୍ୟ ଏପରି ଜଣେ ଗୃହକର୍ତ୍ତାଙ୍କ ସଦୃଶ, ଯେ ସକାଳ ହେବାମାତ୍ର ଆପଣା ଦ୍ରାକ୍ଷାକ୍ଷେତ୍ରରେ ମୂଲିଆ ଲଗାଇବାକୁ ବାହାରିଗଲେ ।
ମାଥିଉଲିଖିତ ସୁସମାଚାର 20 : 2 (IRVOR)
ଆଉ ସେ ମୂଲିଆମାନଙ୍କ ସହିତ ଦିନକୁ ଏକ ଦିନର ମୂଲ ପାଇଁ ଚୁକ୍ତି କରି ସେମାନଙ୍କୁ ଆପଣା ଦ୍ରାକ୍ଷାକ୍ଷେତ୍ରକୁ ପଠାଇଲେ ।
ମାଥିଉଲିଖିତ ସୁସମାଚାର 20 : 3 (IRVOR)
ପୁଣି, ପ୍ରାୟ ନଅଟା ସମୟରେ ବାହାରିଯାଇ ବଜାରରେ ଅନ୍ୟମାନଙ୍କୁ ନିଷ୍କର୍ମା ହୋଇ ଠିଆ ହୋଇଥିବା ଦେଖି ସେମାନଙ୍କୁ ମଧ୍ୟ କହିଲେ,
ମାଥିଉଲିଖିତ ସୁସମାଚାର 20 : 4 (IRVOR)
ତୁମ୍ଭେମାନେ ସୁଦ୍ଧା ଦ୍ରାକ୍ଷାକ୍ଷେତ୍ରକୁ ଯାଅ, ପୁଣି, ଯାହା ଠିକ୍, ତାହା ତୁମ୍ଭମାନଙ୍କୁ ଦେବି; ଆଉ ସେମାନେ ଗଲେ ।
ମାଥିଉଲିଖିତ ସୁସମାଚାର 20 : 5 (IRVOR)
ପୁଣି, ଥରେ ସେ ପ୍ରାୟ ବାରଟା ଓ ତିନିଟା ସମୟରେ ବାହାରିଯାଇ ସେହି ପ୍ରକାର କଲେ ।
ମାଥିଉଲିଖିତ ସୁସମାଚାର 20 : 6 (IRVOR)
ପୁଣି, ପ୍ରାୟ ପାଞ୍ଚଟା ସମୟରେ ସେ ବାହାରିଯାଇ ଆଉ କେତେକ ଜଣଙ୍କୁ ଠିଆ ହୋଇଥିବା ଦେଖି ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ଏଠାରେ ଦିନଯାକ ଖାଲିରେ ଠିଆ ହୋଇଅଛ ?
ମାଥିଉଲିଖିତ ସୁସମାଚାର 20 : 7 (IRVOR)
ସେମାନେ ତାହାଙ୍କୁ କହିଲେ, କାରଣ କେହି ଆମ୍ଭମାନଙ୍କୁ ମୂଲ ଲଗାଇ ନାହାଁନ୍ତି । ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମଧ୍ୟ ଦ୍ରାକ୍ଷାକ୍ଷେତ୍ରକୁ ଯାଅ ।
ମାଥିଉଲିଖିତ ସୁସମାଚାର 20 : 8 (IRVOR)
ପରେ ସନ୍ଧ୍ୟା ହୁଅନ୍ତେ ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ଆପଣା ବେବର୍ତ୍ତାଙ୍କୁ କହିଲେ, ମୂଲିଆମାନଙ୍କୁ ଡାକି ଶେଷ ଲୋକମାନଙ୍କଠାରୁ ଆରମ୍ଭ କରି ପ୍ରଥମ ଲୋକମାନଙ୍କ ପର୍ଯ୍ୟନ୍ତ ମୂଲ ଦିଅ ।
ମାଥିଉଲିଖିତ ସୁସମାଚାର 20 : 9 (IRVOR)
ସେଥିରେ ଯେଉଁମାନେ ପ୍ରାୟ ପାଞ୍ଚଟା ସମୟରେ ମୂଲ ଲଗାଯାଇଥିଲେ, ସେମାନେ ଆସି ଏକ ଦିନର ମୂଲ ଲେଖାଏଁ ପାଇଲେ ।
ମାଥିଉଲିଖିତ ସୁସମାଚାର 20 : 10 (IRVOR)
ପୁଣି, ପ୍ରଥମେ ଲଗାଯାଇଥିବା ମୂଲିଆମାନେ ଆସି ଅଧିକ ପାଇବେ ବୋଲି ମନେ କଲେ; ମାତ୍ର ସେମାନେ ମଧ୍ୟ ଏକ ଦିନର ମୂଲ ଲେଖାଏଁ ପାଇଲେ ।
ମାଥିଉଲିଖିତ ସୁସମାଚାର 20 : 11 (IRVOR)
କିନ୍ତୁ ତାହା ପାଇ ସେମାନେ ଘରର ଅଧିକାରୀଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ,
ମାଥିଉଲିଖିତ ସୁସମାଚାର 20 : 12 (IRVOR)
ଏହି ଶେଷର ଲୋକମାନେ ଘଣ୍ଟାଏମାତ୍ର କାମ କଲେ, ଆଉ ଆମ୍ଭେମାନେ ଦିନଯାକ ଖଟି ଖଟି ଖରାରେ ଜଳିପୋଡ଼ିଗଲେ ସୁଦ୍ଧା ତୁମ୍ଭେ ସେମାନଙ୍କୁ ଆମ୍ଭମାନଙ୍କ ସମାନ କଲ ।
ମାଥିଉଲିଖିତ ସୁସମାଚାର 20 : 13 (IRVOR)
କିନ୍ତୁ ସେ ସେମାନଙ୍କ ମଧ୍ୟରୁ ଜଣକୁ ଉତ୍ତର ଦେଲେ, ଭାଇ, ତୋ ପ୍ରତି ମୁଁ ଅନ୍ୟାୟ କରୁ ନାହିଁ; ତୁ କଅଣ ମୋ ସାଙ୍ଗରେ ଏକ ଦିନର ମୂଲ ପାଇଁ ଚୁକ୍ତି କରି ନ ଥିଲୁ ?
ମାଥିଉଲିଖିତ ସୁସମାଚାର 20 : 14 (IRVOR)
ତୋର ଯାହା, ତାହା ନେଇ ଚାଲିଯା, କିନ୍ତୁ ଏହି ଶେଷ ଲୋକକୁ ସୁଦ୍ଧା ତୋ ପରି ଦେବା ପାଇଁ ମୋହର ଇଚ୍ଛା ।
ମାଥିଉଲିଖିତ ସୁସମାଚାର 20 : 15 (IRVOR)
ନିଜ ସମ୍ପତ୍ତିକୁ ନିଜ ଇଚ୍ଛାନୁସାରେ ବ୍ୟବହାର କରିବାକୁ କଅଣ ମୋର ଅଧିକାର ନାହିଁ ? ନା ମୁଁ ଦାନଶୀଳ ହେବାରୁ ତୁ ଈର୍ଷାଦୃଷ୍ଟି କରୁଅଛୁ ?
ମାଥିଉଲିଖିତ ସୁସମାଚାର 20 : 16 (IRVOR)
ସେହିପରି ଶେଷରେ ଥିବା ଲୋକେ ପ୍ରଥମେ ହେବେ ଓ ପ୍ରଥମରେ ଥିବା ଲୋକେ ଶେଷରେ ପଡ଼ିବେ ।
ମାଥିଉଲିଖିତ ସୁସମାଚାର 20 : 17 (IRVOR)
ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ତୃତୀୟ ଥର ସୂଚନା
(ମାର୍କ 10:32-34; ଲୂକ 18:31-34)
ଯୀଶୁ ଯିରୂଶାଲମକୁ ଯାତ୍ରା କରିବା ନିମନ୍ତେ ଉଦ୍ୟତ ହେଉଥିବା ସମୟରେ ଦ୍ୱାଦଶଙ୍କୁ ପୃଥକ୍ କରି ପଥ ମଧ୍ୟରେ ସେମାନଙ୍କୁ କହିଲେ,
ମାଥିଉଲିଖିତ ସୁସମାଚାର 20 : 18 (IRVOR)
ଦେଖ, ଆମ୍ଭେମାନେ ଯିରୂଶାଲମକୁ ଯାତ୍ରା କରୁଅଛୁ, ଆଉ ମନୁଷ୍ୟପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରେ ସମର୍ପିତ ହେବେ,
ମାଥିଉଲିଖିତ ସୁସମାଚାର 20 : 19 (IRVOR)
ପୁଣି, ସେମାନେ ତାହାଙ୍କୁ ପ୍ରାଣ ଦଣ୍ଡାଜ୍ଞା ଦେଇ ପରିହାସ, କୋରଡ଼ା ପ୍ରହାର ଓ କ୍ରୁଶରେ ବଧ କରିବା ନିମନ୍ତେ ଅଣଯିହୂଦୀମାନଙ୍କ ହସ୍ତରେ ସମର୍ପଣ କରିବେ, ଆଉ ତୃତୀୟ ଦିବସରେ ସେ ଉଠିବେ ।
ମାଥିଉଲିଖିତ ସୁସମାଚାର 20 : 20 (IRVOR)
ଜଣେ ମାଆର ଅନୁରୋଧ
(ମାର୍କ 10:35-45)
ସେତେବେଳେ ଜେବଦୀଙ୍କ ପୁତ୍ରମାନଙ୍କ ମାତା ଆପଣା ପୁତ୍ରମାନଙ୍କୁ ସାଙ୍ଗରେ ନେଇ ତାହାଙ୍କ ଛାମୁକୁ ଆସି ପ୍ରଣାମ କରି ତାହାଙ୍କଠାରୁ କିଛି ମାଗିଲେ ।
ମାଥିଉଲିଖିତ ସୁସମାଚାର 20 : 21 (IRVOR)
ସେଥିରେ ସେ ତାହାଙ୍କୁ ପଚାରିଲେ, ତୁମ୍ଭେ କ'ଣ ଇଚ୍ଛା କରୁଅଛ ? ସେ ତାହାଙ୍କୁ କହିଲେ, ଆପଣଙ୍କ ରାଜ୍ୟରେ ଯେପରି ମୋହର ଏହି ଦୁଇ ପୁତ୍ରଙ୍କ ମଧ୍ୟରୁ ଜଣେ ଆପଣଙ୍କ ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଜଣେ ବାମ ପାର୍ଶ୍ୱରେ ବସନ୍ତି, ଏହା ଆଜ୍ଞା କରନ୍ତୁ ।
ମାଥିଉଲିଖିତ ସୁସମାଚାର 20 : 22 (IRVOR)
କିନ୍ତୁ ଯୀଶୁ ଉତ୍ତର ଦେଲେ, ତୁମ୍ଭେମାନେ କ'ଣ ମାଗୁଅଛ, ତାହା ଜାଣୁ ନାହଁ । ମୁଁ ଯେଉଁ ପାତ୍ରରେ ପାନ କରିବାକୁ ଯାଉଅଛି, ସେଥିରେ କି ତୁମ୍ଭେମାନେ ପାନ କରି ପାର ?
ମାଥିଉଲିଖିତ ସୁସମାଚାର 20 : 23 (IRVOR)
ସେମାନେ ତାହାଙ୍କୁ କହିଲେ, ପାରୁ । ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମୋହର ପାତ୍ରରେ ପାନ କରିବ ସତ, କିନ୍ତୁ ମୋହର ଦକ୍ଷିଣ ଓ ବାମ ପାର୍ଶ୍ୱରେ ବସିବାକୁ ଦେବା ମୋହର ଅଧିକାରର ବିଷୟ ନୁହେଁ, ବରଂ ଯେଉଁମାନଙ୍କ ନିମନ୍ତେ ମୋହର ପିତାଙ୍କ ଦ୍ୱାରା ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ ।
ମାଥିଉଲିଖିତ ସୁସମାଚାର 20 : 24 (IRVOR)
ଅନ୍ୟ ଦଶ ଜଣ ଶିଷ୍ୟ ଏହା ଶୁଣି ସେହି ଦୁଇ ଭାଇଙ୍କ ଉପରେ ବିରକ୍ତ ହେଲେ ।
ମାଥିଉଲିଖିତ ସୁସମାଚାର 20 : 25 (IRVOR)
କିନ୍ତୁ ଯୀଶୁ ସେମାନଙ୍କୁ ପାଖକୁ ଡାକି କହିଲେ, ଅଣଯିହୂଦୀମାନଙ୍କ ଶାସନକର୍ତ୍ତାମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି ଓ ମହାନ ବ୍ୟକ୍ତିମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ଏହା ତୁମ୍ଭେମାନେ ଜାଣ ।
ମାଥିଉଲିଖିତ ସୁସମାଚାର 20 : 26 (IRVOR)
ତୁମ୍ଭମାନଙ୍କ ମଧ୍ୟରେ ସେପ୍ରକାର ନୁହେଁ, କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ,
ମାଥିଉଲିଖିତ ସୁସମାଚାର 20 : 27 (IRVOR)
ଆଉ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ଦାସ ହେଉ,
ମାଥିଉଲିଖିତ ସୁସମାଚାର 20 : 28 (IRVOR)
ଯେପରି ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାଁନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ପାଇଁ ମୁକ୍ତିର ମୂଲ୍ୟ ସ୍ୱରୂପେ ପ୍ରାଣ ଦେବାକୁ ଆସିଅଛନ୍ତି ।
ମାଥିଉଲିଖିତ ସୁସମାଚାର 20 : 29 (IRVOR)
ଦୁଇ ଜଣ ଅନ୍ଧଙ୍କୁ ଦୃଷ୍ଟି ଦାନ
(ମାର୍କ 10:46-52; ଲୂକ 18:35-43)
ସେମାନେ ଯିରୀହୋରୁ ବାହାରିବା ସମୟରେ ବହୁସଂଖ୍ୟକ ଲୋକ ତାହାଙ୍କର ପଛେ ପଛେ ଗଲେ ।
ମାଥିଉଲିଖିତ ସୁସମାଚାର 20 : 30 (IRVOR)
ଆଉ ଦେଖ, ପଥ ପାର୍ଶ୍ୱରେ ଦୁଇ ଜଣ ଅନ୍ଧ ଯୀଶୁ ସେହି ପଥ ଦେଇ ଯାଉଅଛନ୍ତି ବୋଲି ଶୁଣି ଉଚ୍ଚ ସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ ।
ମାଥିଉଲିଖିତ ସୁସମାଚାର 20 : 31 (IRVOR)
ମାତ୍ର ଲୋକସମୂହ ସେମାନଙ୍କୁ ତୁନି ହେବା ପାଇଁ ଧମକ ଦେଲେ, କିନ୍ତୁ ସେମାନେ ଆହୁରି ଉଚ୍ଚ ସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ ।
ମାଥିଉଲିଖିତ ସୁସମାଚାର 20 : 32 (IRVOR)
ସେଥିରେ ଯୀଶୁ ଠିଆ ହୋଇ ସେମାନଙ୍କୁ ଡାକି ପଚାରିଲେ, ମୁଁ ତୁମ୍ଭମାନଙ୍କ ପାଇଁ କ'ଣ କରିବି ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ ?
ମାଥିଉଲିଖିତ ସୁସମାଚାର 20 : 33 (IRVOR)
ସେମାନେ ତାହାଙ୍କୁ କହିଲେ, ହେ ପ୍ରଭୁ, ଯେପରି ଆମ୍ଭମାନଙ୍କର ଆଖି ଫିଟିଯାଏ ।
ମାଥିଉଲିଖିତ ସୁସମାଚାର 20 : 34 (IRVOR)
ଆଉ ଯୀଶୁ ଦୟାରେ ବିଗଳିତ ହୋଇ ସେମାନଙ୍କର ଚକ୍ଷୁ ସ୍ପର୍ଶ କଲେ ଓ ସେହିକ୍ଷଣି ସେମାନେ ଦେଖି ପାରିଲେ ଓ ଯୀଶୁଙ୍କ ପଛେ ପଛେ ଚାଲିବାକୁ ଲାଗିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34