ମାଥିଉଲିଖିତ ସୁସମାଚାର 13 : 1 (IRVOR)
{ବୁଣାଳୀର ଦୃଷ୍ଟାନ୍ତ} (ମାର୍କ 4:1-9; ଲୂକ 8:4-8) [PS] ସେହି ଦିନ ଯୀଶୁ ଘରୁ ବାହାରିଯାଇ ସମୁଦ୍ରକୂଳରେ ବସିଲେ ।
ମାଥିଉଲିଖିତ ସୁସମାଚାର 13 : 2 (IRVOR)
ସେଥିରେ ତାହାଙ୍କ ପାଖରେ ବହୁସଂଖ୍ୟକ ଲୋକ ଏକତ୍ର ହେବାରୁ ସେ ଯାଇ ଗୋଟିଏ ନୌକାରେ ବସିଲେ, ପୁଣି, ଲୋକସମୂହ କୂଳରେ ଠିଆ ହୋଇ ରହିଲେ । [PE][PS]
ମାଥିଉଲିଖିତ ସୁସମାଚାର 13 : 3 (IRVOR)
ଆଉ, ସେ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଅନେକ କଥା କହିଲେ ଦେଖ ଜଣେ ବୁଣାଳୀ ବୁଣିବାକୁ ବାହାରିଗଲା ।
ମାଥିଉଲିଖିତ ସୁସମାଚାର 13 : 4 (IRVOR)
ସେ ବୁଣୁ ବୁଣୁ କେତେକ ବିହନ ବାଟ ପାଖରେ ପଡ଼ିଲା ପୁଣି, ଚଢ଼େଇମାନେ ଆସି ସେଗୁଡ଼ିକ ଖାଇଗଲେ ।
ମାଥିଉଲିଖିତ ସୁସମାଚାର 13 : 5 (IRVOR)
ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂଇଁରେ ପଡ଼ିଲା ଏବଂ ବେଶୀ ମାଟି ନ ଥିବାରୁ ଶୀଘ୍ର ଗଜା ହେଲା,
ମାଥିଉଲିଖିତ ସୁସମାଚାର 13 : 6 (IRVOR)
କିନ୍ତୁ ସୂର୍ଯ୍ୟ ଉଠନ୍ତେ ଜଳିପୋଡ଼ିଗଲା ଓ ଚେର ନ ଥିବାରୁ ଶୁଖିଗଲା । [PE][PS]
ମାଥିଉଲିଖିତ ସୁସମାଚାର 13 : 7 (IRVOR)
ଆଉ କେତେକ କଣ୍ଟାଗଛଗୁଡ଼ାକ ମଝିରେ ପଡ଼ିଲା ପୁଣି, କଣ୍ଟାଗଛଗୁଡ଼ାକ ଉଠି ବାଡ଼ହୋଇ ସେଗୁଡ଼ିକୁ ଚାପି ପକାଇଲା ।
ମାଥିଉଲିଖିତ ସୁସମାଚାର 13 : 8 (IRVOR)
ମାତ୍ର ଅନ୍ୟ କେତେକ ଭଲ ଭୂଇଁ ପଡ଼ିଲା ଓ ଫଳ ଫଳିଲା, କେତେକ ଶହେ ଗୁଣ କେତେକ ଷାଠିଏ ଗୁଣ କେତେକ ତିରିଶି ଗୁଣ ।
ମାଥିଉଲିଖିତ ସୁସମାଚାର 13 : 9 (IRVOR)
ଯାହାର କାନ ଅଛି ସେ ଶୁଣୁ । (ମାର୍କ 4:10-12; ଲୂକ 8:9,10) [PE][PS]
ମାଥିଉଲିଖିତ ସୁସମାଚାର 13 : 10 (IRVOR)
{ଦୃଷ୍ଟାନ୍ତର ଉଦ୍ଦେଶ୍ୟ} [PS] ଏହାପରେ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି ପଚାରିଲେ, ଆପଣ କାହିଁକି ସେମାନଙ୍କୁ ଦୃଷ୍ଟାନ୍ତ ଦ୍ୱାରା କଥା କହୁଅଛନ୍ତି ?
ମାଥିଉଲିଖିତ ସୁସମାଚାର 13 : 11 (IRVOR)
ସେ ଉତ୍ତର ଦେଲେ, କାରଣ ସ୍ୱର୍ଗରାଜ୍ୟର ନିଗୂଢ଼ ତତ୍ତ୍ୱସମୂହ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେମାନଙ୍କୁ ଦିଆଯାଇ ନାହିଁ ।
ମାଥିଉଲିଖିତ ସୁସମାଚାର 13 : 12 (IRVOR)
ଯେଣୁ ଯାହାର ଅଛି, ତାହାକୁ ଦିଆଯିବ, ଆଉ ତାହାର ପ୍ରଚୁର ହେବ; କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ । [PE][PS]
ମାଥିଉଲିଖିତ ସୁସମାଚାର 13 : 13 (IRVOR)
ସେମାନେ ଦେଖୁ ଦେଖୁ ଦେଖନ୍ତି ନାହିଁ ଓ ଶୁଣୁ ଶୁଣୁ ଶୁଣନ୍ତି ନାହିଁ କି ବୁଝନ୍ତି ନାହିଁ; ଏଣୁ ମୁଁ ସେମାନଙ୍କୁ ଦୃଷ୍ଟାନ୍ତ ଦ୍ୱାରା କଥା କହୁଅଛି ।
ମାଥିଉଲିଖିତ ସୁସମାଚାର 13 : 14 (IRVOR)
ଆଉ ଯିଶାଇୟଙ୍କର ଏହି ଭାବବାଣୀ ସେମାନଙ୍କ ସମ୍ବନ୍ଧରେ ସଫଳ ହେଉଅଛି, ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ, ପୁଣି, ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ; [QBR]
ମାଥିଉଲିଖିତ ସୁସମାଚାର 13 : 15 (IRVOR)
କାରଣ ଏହି ଲୋକଙ୍କର ହୃଦୟ ଜଡ଼ ହେଲା, ସେମାନେ କାନରେ କଷ୍ଟରେ ଶୁଣିଲେ ଓ ଆପଣା ଆପଣା ଆଖି ବୁଜିଲେ, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ କାନରେ ଶୁଣିବେ ନାହିଁ, ଆଉ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରି ଆସିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ । [PE][PS]
ମାଥିଉଲିଖିତ ସୁସମାଚାର 13 : 16 (IRVOR)
କିନ୍ତୁ ଧନ୍ୟ ତୁମ୍ଭମାନଙ୍କର ଚକ୍ଷୁ, ଯେଣୁ ତାହା ଦେଖେ; ଧନ୍ୟ ତୁମ୍ଭମାନଙ୍କ କର୍ଣ୍ଣ, ଯେଣୁ ତାହା ଶୁଣେ ।
ମାଥିଉଲିଖିତ ସୁସମାଚାର 13 : 17 (IRVOR)
କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଯାହା ଯାହା ଦେଖୁଅଛ, ସେହି ସବୁ ଅନେକ ଭାବବାଦୀ ଓ ଧାର୍ମିକ ଲୋକ ଦେଖିବାକୁ ଇଚ୍ଛା କଲେ, କିନ୍ତୁ ଦେଖିଲେ ନାହିଁ; ପୁଣି, ତୁମ୍ଭେମାନେ ଯାହା ଶୁଣୁଅଛ, ସେହି ସବୁ ସେମାନେ ଶୁଣିବାକୁ ଇଚ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ । [PE][PS]
ମାଥିଉଲିଖିତ ସୁସମାଚାର 13 : 18 (IRVOR)
{ବୁଣାଳୀ ଦୃଷ୍ଟାନ୍ତର ତାତ୍ପର୍ଯ୍ୟ} (ମାର୍କ 4:13-20; ଲୂକ 8:11-15) [PS] ତେବେ ତୁମ୍ଭେମାନେ ବୀଜ ବୁଣାଳୀର ଦୃଷ୍ଟାନ୍ତ ଶୁଣ ।
ମାଥିଉଲିଖିତ ସୁସମାଚାର 13 : 19 (IRVOR)
ଯେ କେହି ରାଜ୍ୟର ବାକ୍ୟ ଶୁଣି ନ ବୁଝେ, ପାପାତ୍ମା ଆସି ତାହାର ହୃଦୟରେ ଯାହା ବୁଣାଯାଇଥିଲା, ତାହା ହରଣ କରିନିଏ, ସେ ଜଣକ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ । [PE][PS]
ମାଥିଉଲିଖିତ ସୁସମାଚାର 13 : 20 (IRVOR)
ଯେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରେ, କିନ୍ତୁ ତାହାଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ହୋଇ ରୁହେ,
ମାଥିଉଲିଖିତ ସୁସମାଚାର 13 : 21 (IRVOR)
ପରେ ବାକ୍ୟ ସକାଶେ କ୍ଲେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଏ, ସେହି ଜଣକ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ । [PE][PS]
ମାଥିଉଲିଖିତ ସୁସମାଚାର 13 : 22 (IRVOR)
ଯେ ବାକ୍ୟ ଶୁଣେ, ପୁଣି, ସାଂସାରିକ ଚିନ୍ତା ଓ ଧନର ମାୟା ବାକ୍ୟକୁ ଚାପିପକାଏ, ଆଉ ସେ ଫଳହୀନ ହୁଏ, ସେହି ଜଣକ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ ।
ମାଥିଉଲିଖିତ ସୁସମାଚାର 13 : 23 (IRVOR)
କିନ୍ତୁ ଯେ ବାକ୍ୟ ଶୁଣି ବୁଝେ ଓ ପ୍ରକୃତରେ ଫଳ ଫଳେ, କେହି ଶହେ ଗୁଣ, କେହି ଷାଠିଏ ଗୁଣ, କେହି ତିରିଶିି ଗୁଣ, ସେହି ଜଣକ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ । [PS]
ମାଥିଉଲିଖିତ ସୁସମାଚାର 13 : 24 (IRVOR)
{ବାଳୁଙ୍ଗାର ଦୃଷ୍ଟାନ୍ତ} [PS] ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, ସ୍ୱର୍ଗରାଜ୍ୟ ଆପଣା କ୍ଷେତରେ ଭଲ ବିହନ ବୁଣାଯାଇଥିବା ଜଣେ ବ୍ୟକ୍ତିଙ୍କ ସଦୃଶ;
ମାଥିଉଲିଖିତ ସୁସମାଚାର 13 : 25 (IRVOR)
ମାତ୍ର ଲୋକେ ନିଦ୍ରା ଯାଇଥିବା ସମୟରେ ତାହାଙ୍କ ଶତ୍ରୁ ଆସି ସେହି ଗହମ ମଧ୍ୟରେ ବାଳୁଙ୍ଗା ବୁଣିଦେଇ ଚାଲିଗଲେ ।
ମାଥିଉଲିଖିତ ସୁସମାଚାର 13 : 26 (IRVOR)
ଯେତେବେଳେ ପତ୍ର ବାହାରି ଫଳ ଫଳିବାକୁ ଲାଗିଲା,ସେତେବେଳେ ବାଳୁଙ୍ଗା ମଧ୍ୟ ଦେଖାଗଲା । [PE][PS]
ମାଥିଉଲିଖିତ ସୁସମାଚାର 13 : 27 (IRVOR)
ସେଥିରେ ଘରମାଲିକଙ୍କ ଦାସମାନେ ତାହାଙ୍କ ପାଖକୁ ଆସି କହିଲେ, ସାଆନ୍ତେ, ଆପଣ କ'ଣ ନିଜ କ୍ଷେତରେ ଭଲ ବିହନ ବୁଣି ନ ଥିଲେ ? ତେବେ ବାଳୁଙ୍ଗାଗୁଡ଼ିକ କେଉଁଠାରୁ ହେଲା ?
ମାଥିଉଲିଖିତ ସୁସମାଚାର 13 : 28 (IRVOR)
ସେ ସେମାନଙ୍କୁ କହିଲେ, ଜଣେ ଶତ୍ରୁ ଏହା କରିଅଛି । ପୁଣି, ଦାସମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ଯାଇ ସେଗୁଡ଼ାକ ଉପାଡ଼ି ଏକାଠି କରୁ, ଏହା କ'ଣ ଆପଣଙ୍କର ଇଚ୍ଛା ? [PE][PS]
ମାଥିଉଲିଖିତ ସୁସମାଚାର 13 : 29 (IRVOR)
କିନ୍ତୁ ସେ କହିଲେ, ନା, କାଳେ ତୁମ୍ଭେମାନେ ବାଳୁଙ୍ଗା ଏକାଠି କରୁ କରୁ ସେଗୁଡ଼ାକ ସାଙ୍ଗରେ ଗହମ ଉପାଡ଼ି ପକାଇବ ।
ମାଥିଉଲିଖିତ ସୁସମାଚାର 13 : 30 (IRVOR)
ଶସ୍ୟ ନ କାଟିବା ଯାଏ ଦୁହିଁକି ଏକାଠି ବଢ଼ିବାକୁ ଚାଡ଼ିଦିଅ, ଆଉ ଶସ୍ୟ କାଟିବା ସମୟରେ ମୁଁ କଟାଳିମାନଙ୍କୁ କହିବି, ପୋଡ଼ିବା ପାଇଁ ଆଗେ ବାଳୁଙ୍ଗା ଏକାଠି କରି ବିଡ଼ା ବାନ୍ଧ, କିନ୍ତୁ ଗହମ ମୋ ଅମାରରେ ସଂଗ୍ରହ କରି ରଖ । (ମାର୍କ 4:30-32; ଲୂକ 13:18,19) [PE][PS]
ମାଥିଉଲିଖିତ ସୁସମାଚାର 13 : 31 (IRVOR)
{ସୋରିଷ ଦାନାର ଦୃଷ୍ଟାନ୍ତ} [PS] ସେ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, ସ୍ୱର୍ଗରାଜ୍ୟ ଏପ୍ରକାର ଗୋଟିଏ ସୋରିଷ ଦାନା ପରି, ଯାହା ନେଇ ଜଣେ ଲୋକ ଆପଣା କ୍ଷେତ୍ରରେ ବୁଣିଲା ।
ମାଥିଉଲିଖିତ ସୁସମାଚାର 13 : 32 (IRVOR)
ତାହା ତ ସବୁ ବୀଜଠାରୁ କ୍ଷୁଦ୍ର, ମାତ୍ର ତାହା ବଢ଼ିଲେ ସବୁ ଶାଗଠାରୁ ବଡ଼ ହୋଇ ଏପରି ଗଛ ହୁଏ ଯେ, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କରନ୍ତି । (ଲୂକ 13:20,21) [PE][PS]
ମାଥିଉଲିଖିତ ସୁସମାଚାର 13 : 33 (IRVOR)
{ଖମୀର ଦୃଷ୍ଟାନ୍ତ} [PS] ସେ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ, ସ୍ୱର୍ଗରାଜ୍ୟ ଖମୀର ସଦୃଶ; ଜଣେ ସ୍ତ୍ରୀ ତାହା ନେଇ ମହଣେ ମଇଦା ମଧ୍ୟରେ ଘୋଡ଼େଇ ରଖିଲା ଆଉ ସେ ଶେଷରେ ସମସ୍ତ ଖମୀରମୟ ହେଲା । (ମାର୍କ 4:33,34) [PE][PS]
ମାଥିଉଲିଖିତ ସୁସମାଚାର 13 : 34 (IRVOR)
{ଦୃଷ୍ଟାନ୍ତ ଓ ଭାବବାଣୀ} [PS] ଏହି ସମସ୍ତ କଥା ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ଲୋକସମୂହକୁ କହିଲେ, ଆଉ ଦୃଷ୍ଟାନ୍ତ ବିନା ସେ ସେମାନଙ୍କୁ କିଛି କହୁ ନ ଥିଲେ,
ମାଥିଉଲିଖିତ ସୁସମାଚାର 13 : 35 (IRVOR)
ଯେପରି ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ଆମ୍ଭେ ଆପଣା ମୁଖ ଫିଟାଇ ଦୃଷ୍ଟାନ୍ତ ଦ୍ୱାରା କଥା କହିବା, ଜଗତ ସୃଷ୍ଟି ଦିନରୁ ଗୁପ୍ତ ବିଷୟସବୁ ବ୍ୟକ୍ତ କରିବା । [PS]
ମାଥିଉଲିଖିତ ସୁସମାଚାର 13 : 36 (IRVOR)
{ବାଳୁଙ୍ଗା ଦୃଷ୍ଟାନ୍ତର ତାତ୍ପର୍ଯ୍ୟ} [PS] ପରେ ସେ ଲୋକମାନଙ୍କୁ ପରିତ୍ୟାଗ କରି ଗୃହରେ ପ୍ରବେଶ କଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି କହିଲେ, କ୍ଷେତର ବାଳୁଙ୍ଗାର ଦୃଷ୍ଟାନ୍ତ ସ୍ପଷ୍ଟରୂପେ ବୁଝାଇ ଦିଅନ୍ତୁ ।
ମାଥିଉଲିଖିତ ସୁସମାଚାର 13 : 37 (IRVOR)
ସେ ଉତ୍ତର ଦେଲେ, ଉତ୍ତମ ବିହନ ଯେ ବୁଣନ୍ତି ସେ ମନୁଷ୍ୟପୁତ୍ର;
ମାଥିଉଲିଖିତ ସୁସମାଚାର 13 : 38 (IRVOR)
କ୍ଷେତ ଜଗତ; ଭଲ ବିହନ ରାଜ୍ୟର ସନ୍ତାନମାନେ; ବାଳୁଙ୍ଗା ପାପାତ୍ମାର ସନ୍ତାନମାନେ;
ମାଥିଉଲିଖିତ ସୁସମାଚାର 13 : 39 (IRVOR)
ଯେଉଁ ଶତ୍ରୁ ତାହା ବୁଣିଲା, ସେ ଶୟତାନ; ଶସ୍ୟ କାଟିବା ସମୟ ଯୁଗାନ୍ତ, ପୁଣି, କଟାଳିସବୁ ଦୂତମାନେ । [PE][PS]
ମାଥିଉଲିଖିତ ସୁସମାଚାର 13 : 40 (IRVOR)
ଅତଏବ, ବାଳୁଙ୍ଗା ଯେପରି ଏକାଠି କରାଯାଇ ନିଆଁରେ ପୋଡ଼ାଯାଏ ଯୁଗାନ୍ତ ସମୟରେ ସେପରି ଘଟିବ ।
ମାଥିଉଲିଖିତ ସୁସମାଚାର 13 : 41 (IRVOR)
ମନୁଷ୍ୟପୁତ୍ର ଆପଣା ଦୂତମାନଙ୍କୁ ପଠାଇବେ, ଆଉ ସେମାନେ ତାହାଙ୍କ ରାଜ୍ୟରୁ ସମସ୍ତ ବିଘ୍ନଜନକ ବିଷୟ ଓ ଅଧର୍ମାଚାରୀମାନଙ୍କୁ ସଂଗ୍ରହ କରିବେ,
ମାଥିଉଲିଖିତ ସୁସମାଚାର 13 : 42 (IRVOR)
ପୁଣି, ସେମାନଙ୍କୁ ଅଗ୍ନିକୁଣ୍ଡରେ ଫୋପାଡ଼ି ଦେବେ, ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ ।
ମାଥିଉଲିଖିତ ସୁସମାଚାର 13 : 43 (IRVOR)
ସେତେବେଳେ ଧାର୍ମିକମାନେ ସେମାନଙ୍କ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜୋମୟ ଦେଖାଯିବେ । ଯାହାର କାନ ଅଛି, ସେ ଶୁଣୁ । [PS]
ମାଥିଉଲିଖିତ ସୁସମାଚାର 13 : 44 (IRVOR)
{ପୋତା ଧନର ଦୃଷ୍ଟାନ୍ତ} [PS] ସ୍ୱର୍ଗରାଜ୍ୟ କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶ । ଜଣେ ଲୋକ ତାହା ଦେଖି ଗୋପନ କରି ରଖିଲା ଓ ଆନନ୍ଦରେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି କ୍ଷେତ୍ରକୁ କ୍ରୟ କଲା । [PS]
ମାଥିଉଲିଖିତ ସୁସମାଚାର 13 : 45 (IRVOR)
{ବହୁମୂଲ୍ୟ ମୁକ୍ତାର ଦୃଷ୍ଟାନ୍ତ} [PS] ପୁନଶ୍ଚ, ସ୍ୱର୍ଗରାଜ୍ୟ ଉତ୍ତମ ଉତ୍ତମ ମୁକ୍ତା ଅନ୍ୱେଷଣ କରୁଥିବା ଜଣେ ବଣିକ ଭଳି ।
ମାଥିଉଲିଖିତ ସୁସମାଚାର 13 : 46 (IRVOR)
ଗୋଟିଏ ବହୁମୂଲ୍ୟ ମୁକ୍ତା ଦେଖି ସେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲା । [PS]
ମାଥିଉଲିଖିତ ସୁସମାଚାର 13 : 47 (IRVOR)
{ମାଛଧରା ଜାଲର ଦୃଷ୍ଟାନ୍ତ} [PS] ପୁନଶ୍ଚ, ସ୍ୱର୍ଗରାଜ୍ୟ ସମୁଦ୍ରରେ ନିକ୍ଷିପ୍ତ ସର୍ବ ପ୍ରକାର ମତ୍ସ୍ୟ ସଂଗ୍ରହକାରୀ ଗୋଟିଏ ଟଣା ଜାଲ ସଦୃଶ ।
ମାଥିଉଲିଖିତ ସୁସମାଚାର 13 : 48 (IRVOR)
ତାହା ପୂର୍ଣ୍ଣ ହୁଅନ୍ତେ ଲୋକେ କୂଳକୁ ଟାଣି ଆଣିଲେ ପୁଣି, ବସି ଭଲଯାକ ଖାଳୋଇରେ ଏକାଠି କରି ରଖିଲେ କିନ୍ତୁ ମନ୍ଦ ଗୁଡ଼ାକ ଫୋପାଡ଼ିଦେଲେ । [PE][PS]
ମାଥିଉଲିଖିତ ସୁସମାଚାର 13 : 49 (IRVOR)
ଯୁଗାନ୍ତ ସମୟରେ ସେହିପରି ଘଟିବ; ଦୂତମାନେ ବାହାରି ଆସି ଧାର୍ମିକମାନଙ୍କ ମଧ୍ୟରୁ ଦୁଷ୍ଟମାନଙ୍କୁ ପୃଥକ୍ କରିବେ,
ମାଥିଉଲିଖିତ ସୁସମାଚାର 13 : 50 (IRVOR)
ପୁଣି, ସେମାନଙ୍କୁ ଅଗ୍ନିକୁଣ୍ଡରେ ପକାଇଦେବେ; ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ । [PS]
ମାଥିଉଲିଖିତ ସୁସମାଚାର 13 : 51 (IRVOR)
{ପୁରାତନ ଓ ନୂତନ ଶିକ୍ଷା} [PS] ତୁମ୍ଭେମାନେ କ'ଣ ଏହି ସବୁ କଥା ବୁଝିଲ ସେମାନେ ତାହାଙ୍କୁ କହିଲେ ହଁ ।
ମାଥିଉଲିଖିତ ସୁସମାଚାର 13 : 52 (IRVOR)
ସେଥିରେ ସେ ସେମାନଙ୍କୁ କହିଲେ, ତେବେ ଯେଉଁ ଗୃହକର୍ତ୍ତା ଆପଣା ଭଣ୍ଡାରରୁ ନୂଆ ଓ ପୁରୁଣା ପଦାର୍ଥ ବାହାର କରେ, ସ୍ୱର୍ଗରାଜ୍ୟର ଶିଷ୍ୟ ହୋଇଥିବା ପ୍ରତ୍ୟେକ ଶାସ୍ତ୍ରୀ ତାହାରି ସଦୃଶ । [PE][PS]
ମାଥିଉଲିଖିତ ସୁସମାଚାର 13 : 53 (IRVOR)
{ନାଜରିତରେ ଯୀଶୁ ଉପେକ୍ଷିତ} (ମାର୍କ 6:1-6; ଲୂକ 4:16-30) [PS] ଯୀଶୁ ଏହି ସମସ୍ତ ଦୃଷ୍ଟାନ୍ତ ସମାପ୍ତ କଲା ପରେ ସେହି ସ୍ଥାନରୁ ଚାଲିଗଲେ । [PE][PS]
ମାଥିଉଲିଖିତ ସୁସମାଚାର 13 : 54 (IRVOR)
ଆଉ, ସେ ନିଜ ପୈତୃକ ନଗରକୁ ଆସି ଲୋକମାନଙ୍କୁ ସେମାନଙ୍କ ସମାଜଗୃହରେ ଏପରି ଶିକ୍ଷା ଦେଲେ ଯେ, ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ଏ ଲୋକର ଏପରି ବୁଦ୍ଧି ଓ ଶକ୍ତିର କାର୍ଯ୍ୟ କେଉଁଠାରୁ ହେଲା ?
ମାଥିଉଲିଖିତ ସୁସମାଚାର 13 : 55 (IRVOR)
ଏ କି ସେହି ବଢ଼େଇର ପୁଅ ନୁହେଁ ? ଏହାର ମାଁ ନାମ କ'ଣ ମରିୟମ ନୁହେଁ ? ପୁଣି, ଏହାର ଭାଇମାନଙ୍କ ନାଁ କ'ଣ ଯାକୁବ, ଯୋଷେଫ, ଶିମୋନ ଓ ଯିହୂଦା ନୁହେଁ ?
ମାଥିଉଲିଖିତ ସୁସମାଚାର 13 : 56 (IRVOR)
ଆଉ, ଏହାର ଭଉଣୀମାନେ କ'ଣ ସମସ୍ତେ ଆମ୍ଭମାନଙ୍କ ସାଙ୍ଗରେ ନାହାଁନ୍ତି ? ତେବେ ସେ ଏହି ସବୁ କେଉଁଠୁ ପାଇଲା ? [PE][PS]
ମାଥିଉଲିଖିତ ସୁସମାଚାର 13 : 57 (IRVOR)
ଆଉ, ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ । କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ଭାବବାଦୀ ନିଜ ପୈତୃକ ନଗର ଓ ସ୍ୱପରିବାର ବିନା ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ ।
ମାଥିଉଲିଖିତ ସୁସମାଚାର 13 : 58 (IRVOR)
ଆଉ, ସେ ସେମାନଙ୍କର ଅବିଶ୍ୱାସ ହେତୁ ସେଠାରେ ଅନେକ ମହତର କାର୍ଯ୍ୟ କଲେ ନାହିଁ । [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58

BG:

Opacity:

Color:


Size:


Font: