ମାର୍କଲିଖିତ ସୁସମାଚାର 2 : 1 (IRVOR)
ପକ୍ଷାଘାତୀର ସୁସ୍ଥତା
(ମାଥିଉ 9:1-8; ଲୂକ 5:17-26)
କେତେକ ଦିନ ଉତ୍ତାରେ ଯୀଶୁ ପୁନର୍ବାର କଫର୍ନାହୁମରେ ପ୍ରବେଶ କରନ୍ତେ ସେ ଗୃହରେ ଅଛନ୍ତି ବୋଲି ଜନରବ ହେଲା ।
ମାର୍କଲିଖିତ ସୁସମାଚାର 2 : 2 (IRVOR)
ସେଥିରେ ଏତେ ଲୋକ ଏକତ୍ର ହେଲେ ଯେ, ଦ୍ୱାର ପାଖରେ ସୁଦ୍ଧା ଆଉ ସ୍ଥାନ ରହିଲା ନାହିଁ, ପୁଣି, ସେ ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କରିବାକୁ ଲାଗିଲେ ।
ମାର୍କଲିଖିତ ସୁସମାଚାର 2 : 3 (IRVOR)
ଇତିମଧ୍ୟରେ ଲୋକେ ଜଣେ ପକ୍ଷାଘାତ ରୋଗୀକି ଚାରି ଜଣଙ୍କ ଦ୍ୱାରା ବୁହାଇ ତାହାଙ୍କ ନିକଟକୁ ଘେନି ଆସିଲେ,
ମାର୍କଲିଖିତ ସୁସମାଚାର 2 : 4 (IRVOR)
କିନ୍ତୁ ଭିଡ଼ ହେତୁ ତାହାଙ୍କ ପାଖକୁ ଆଣି ନ ପାରିବାରୁ, ସେ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନର ଛାତ ଖୋଳି କାଢ଼ିପକାଇଲେ, ଆଉ ତାହା ଭାଙ୍ଗି, ଯେଉଁ ଖଟିଆରେ ପକ୍ଷାଘାତ ରୋଗୀଟି ଶୋଇଥିଲା, ତାହା ଓହ୍ଲାଇଦେଲେ ।
ମାର୍କଲିଖିତ ସୁସମାଚାର 2 : 5 (IRVOR)
ଯୀଶୁ ସେମାନଙ୍କର ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକି କହିଲେ, "ବତ୍ସ, ତୁମ୍ଭର ପାପସବୁ କ୍ଷମା କରାଗଲା ।"
ମାର୍କଲିଖିତ ସୁସମାଚାର 2 : 6 (IRVOR)
କିନ୍ତୁ ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେକ ସେ ସ୍ଥାନରେ ବସି ଆପଣା ଆପଣା ମନରେ ଏହା ତର୍କବିତର୍କ କରୁଥିଲେ,
ମାର୍କଲିଖିତ ସୁସମାଚାର 2 : 7 (IRVOR)
ଏ ଲୋକ କାହିଁକି ଏପରି କହୁଅଛି ? ସେ ଈଶ୍ୱର ନିନ୍ଦା କରୁଅଛି; କେବେଳ ଜଣଙ୍କ ବିନା, ଅର୍ଥାତ୍ ଈଶ୍ୱରଙ୍କ ବିନା ଆଉ କିଏ ପାପ କ୍ଷମା କରି ପାରେ ?
ମାର୍କଲିଖିତ ସୁସମାଚାର 2 : 8 (IRVOR)
ସେମାନେ ଯେ ମନେ ମନେ ଏପରି ତର୍କବିତର୍କ କରୁଅଛନ୍ତି, ତାହା ଯୀଶୁ ନିଜ ଆତ୍ମାରେ ସେହିକ୍ଷଣି ଜ୍ଞାତ ହୋଇ ସେମାନଙ୍କୁ କହିଲେ, ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି ଏହି ସମସ୍ତ ତର୍କବିତର୍କ କରୁଅଛ ?
ମାର୍କଲିଖିତ ସୁସମାଚାର 2 : 9 (IRVOR)
କ'ଣ ସହଜ ? ପକ୍ଷାଘାତ ରୋଗୀକି ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, କିଅବା, ଉଠ, ତୁମ୍ଭର ଖଟିଆ ଘେନି ଚାଲ ବୋଲି କହିବା ?
ମାର୍କଲିଖିତ ସୁସମାଚାର 2 : 10 (IRVOR)
କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର-ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ,
ମାର୍କଲିଖିତ ସୁସମାଚାର 2 : 11 (IRVOR)
ମୁଁ ତୁମ୍ଭକୁ କହୁଅଛି, ଉଠ; ନିଜ ଖଟିଆ ଘେନି ଆପଣା ଘରକୁ ଚାଲିଯାଅ ।
ମାର୍କଲିଖିତ ସୁସମାଚାର 2 : 12 (IRVOR)
ସେଥିରେ ସେ ଉଠି ତତ୍‌କ୍ଷଣାତ୍ ଖଟିଆ ଘେନି ସମସ୍ତଙ୍କ ସାକ୍ଷାତରେ ବାହାରିଗଲା; ତହିଁରେ ସମସ୍ତେ ଆଚମ୍ବିତ ହୋଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ କହିଲେ, ଆମ୍ଭେମାନେ ଏପରି କେବେ ହେଁ ଦେଖି ନ ଥିଲୁ ।
ମାର୍କଲିଖିତ ସୁସମାଚାର 2 : 13 (IRVOR)
ଲେବୀଙ୍କୁ ଆହ୍ୱାନ
(ମାଥିଉ 9:9-13; ଲୂକ 5:27-32)
ଯୀଶୁ ପୁନର୍ବାର ସମୁଦ୍ରକୂଳକୁ ବାହାରିଗଲେ, ଆଉ ଲୋକସମୂହ ତାହାଙ୍କ ନିକଟକୁ ଆସନ୍ତେ ସେ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ ।
ମାର୍କଲିଖିତ ସୁସମାଚାର 2 : 14 (IRVOR)
ପୁଣି, ସେ ଯାଉ ଯାଉ ଆଲଫିଙ୍କ ପୁତ୍ର ଲେବୀଙ୍କି କର ଆଦାୟ ସ୍ଥାନରେ ବସିଥିବା ଦେଖି ତାହାଙ୍କୁ କହିଲେ, ମୋହର ଅନୁଗମନ କର । ସେଥିରେ ସେ ଉଠି ତାହାଙ୍କର ଅନୁଗମନ କଲେ ।
ମାର୍କଲିଖିତ ସୁସମାଚାର 2 : 15 (IRVOR)
ଆଉ ଯୀଶୁ ତାଙ୍କ ଗୃହରେ ଭୋଜନ କରିବାକୁ ବସିବା ସମୟରେ ଅନେକ କରଗ୍ରାହୀ ଏବଂ ପାପୀ, ତାହାଙ୍କ ଓ ତାହାଙ୍କର ଶିଷ୍ୟମାନଙ୍କ ସାଙ୍ଗରେ ବସିଲେ; କାରଣ ସେମାନେ ଅନେକ ଥିଲେ ପୁଣି, ତାହାଙ୍କର ଅନୁଗମନ କରୁଥିଲେ ।
ମାର୍କଲିଖିତ ସୁସମାଚାର 2 : 16 (IRVOR)
ସେ ପାପୀ ଓ କରଗ୍ରାହୀମାନଙ୍କ ସହିତ ଭୋଜନ କରୁଅଛନ୍ତି, ଏହା ଦେଖି ଫାରୂଶୀଦଳର ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, ଏ କଅଣ ? ସେ କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଭୋଜନ କରନ୍ତି !
ମାର୍କଲିଖିତ ସୁସମାଚାର 2 : 17 (IRVOR)
ଯୀଶୁ ତାହା ଶୁଣି ସେମାନଙ୍କୁ କହିଲେ, ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ପ୍ରୟୋଜନ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଅଛି; ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, କିନ୍ତୁ ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି ।
ମାର୍କଲିଖିତ ସୁସମାଚାର 2 : 18 (IRVOR)
ଉପବାସ ପ୍ରସଙ୍ଗ
(ମାଥିଉ 9:14-17; ଲୂକ 5:33-39)
ଯୋହନଙ୍କର ଶିଷ୍ୟମାନେ ଓ ଫାରୂଶୀମାନେ ଉପବାସ କରୁଥିଲେ। ସେଥିରେ ସେମାନେ ଆସି ତାହାଙ୍କୁ କହିଲେ, ଯୋହନଙ୍କ ଶିଷ୍ୟମାନେ ଓ ଫାରୂଶୀମାନଙ୍କର ଶିଷ୍ୟମାନେ ଉପବାସ କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି ?
ମାର୍କଲିଖିତ ସୁସମାଚାର 2 : 19 (IRVOR)
ଯୀଶୁ ସେମାନଙ୍କୁ କହିଲେ, "ବରଯାତ୍ରୀମାନଙ୍କ ସହିତ ବର ଥିବା ସମୟରେ ସେମାନେ କି ଉପବାସ କରି ପାରନ୍ତି ? ବର ଯେପର୍ଯ୍ୟନ୍ତ ସେମାନଙ୍କ ସହିତ ଥାଆନ୍ତି, ସେପର୍ଯ୍ୟନ୍ତ ସେମାନେ ଉପବାସ କରି ପାରନ୍ତି ନାହିଁ ।"
ମାର୍କଲିଖିତ ସୁସମାଚାର 2 : 20 (IRVOR)
କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ଆଉ ସେତେବେଳେ ସେହି ଦିନ ସେମାନେ ଉପବାସ କରିବେ ।
ମାର୍କଲିଖିତ ସୁସମାଚାର 2 : 21 (IRVOR)
କେହି ନୂଆ ଲୁଗାର ତାଳି ପୁରୁଣା ଲୁଗାରେ ପକାଏ ନାହିଁ; ପକାଇଲେ ନୂଆ ତାଳି ପୁରୁଣା ଲୁଗାରୁ ବେଶି ଛିଣ୍ଡାଇନିଏ ଏବଂ ଆହୁରି ଅଧିକ ଚିରା ହୁଏ ।
ମାର୍କଲିଖିତ ସୁସମାଚାର 2 : 22 (IRVOR)
ଆଉ କେହି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ଫାରେ ରଖେ ନାହିଁ; ରଖିଲେ ତାହା କୁମ୍ଫା ଫଟାଇଦିଏ, ପୁଣି, ଦ୍ରାକ୍ଷାରସ ଓ କୁମ୍ଫା ଉଭୟ ନଷ୍ଟ ହୁଏ । କିନ୍ତୁ ନୂଆ ଦ୍ରାକ୍ଷାରସ ନୂଆ କୁମ୍ଫାରେ ରଖିବା ଉଚିତ ।
ମାର୍କଲିଖିତ ସୁସମାଚାର 2 : 23 (IRVOR)
ବିଶ୍ରାମବାରର ପ୍ରଭୁ
(ମାଥିଉ 12:1-8; ଲୂକ 6:1-5)
ଥରେ ଯୀଶୁ ବିଶ୍ରାମବାରରେ ଶସ୍ୟକ୍ଷେତ୍ର ଦେଇ ଯାଉଥିଲେ, ଆଉ ତାହାଙ୍କ ଶିଷ୍ୟମାନେ ଯାଉ ଯାଉ ଶସ୍ୟର ଶିଁଷା ଛିଣ୍ଡାଇବାକୁ ଲାଗିଲେ ।
ମାର୍କଲିଖିତ ସୁସମାଚାର 2 : 24 (IRVOR)
ଏଥିରେ ଫାରୂଶୀମାନେ ତାହାଙ୍କୁ କହିଲେ, "ଦେଖ, ବିଶ୍ରାମବାରରେ ଯାହା କରିବା ବିଧିସଙ୍ଗତ ନୁହେଁ,
ମାର୍କଲିଖିତ ସୁସମାଚାର 2 : 25 (IRVOR)
ଏମାନେ କାହିଁକି ତାହା କରୁଅଛନ୍ତି ?" ସେ ସେମାନଙ୍କୁ କହିଲେ, "ଦାଉଦଙ୍କର ଅଭାବ ସମୟରେ ଯେତେବେଳେ ସେ ଓ ତାଙ୍କ ସଙ୍ଗୀମାନେ କ୍ଷୁଧିତ ହୋଇଥିଲେ, ସେତେବେଳେ ସେ କ'ଣ କରିଥିଲେ, ତାହା କି ତୁମ୍ଭେମାନେ କେବେ ହେଁ ପାଠ କରି ନାହଁ ?
ମାର୍କଲିଖିତ ସୁସମାଚାର 2 : 26 (IRVOR)
ଅବିୟାଥର ମହାଯାଜକଙ୍କ ସମୟରେ ସେ କିପରି ଈଶ୍ୱରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି ବିନା ଆଉ କାହାରି ଭୋଜନ କରିବା ବିଧିସଙ୍ଗତ ନୁହେଁ, ତାହା ଭୋଜନ କରିଥିଲେ, ପୁଣି, ଆପଣା ସଙ୍ଗୀମମାନଙ୍କୁ ମଧ୍ୟ ଦେଇଥିଲେ ।"
ମାର୍କଲିଖିତ ସୁସମାଚାର 2 : 27 (IRVOR)
ଆଉ ସେ ସେମାନଙ୍କୁ କହିଲେ, ବିଶ୍ରାମବାର ମନୁଷ୍ୟ ନିମନ୍ତେ ହୋଇଅଛି, ମନୁଷ୍ୟ ବିଶ୍ରାମବାର ନିମନ୍ତେ ହୋଇ ନାହିଁ ।
ମାର୍କଲିଖିତ ସୁସମାଚାର 2 : 28 (IRVOR)
ତେଣୁ ମନୁଷ୍ୟପୁତ୍ର ବିଶ୍ରାମବାରର ମଧ୍ୟ ପ୍ରଭୁ ଅଟନ୍ତି ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28