ମାର୍କଲିଖିତ ସୁସମାଚାର 13 : 1 (IRVOR)
{ମନ୍ଦିର ଧ୍ୱଂସ ବିଷୟରେ ସୂଚନା} [PS] ଯୀଶୁ ମନ୍ଦିରରୁ ବାହାରିଯାଉଥିବା ସମୟରେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ହେ ଗୁରୁ, ଦେଖନ୍ତୁ, କିପରି ପ୍ରସ୍ତର ଓ କିପରି ପ୍ରାସାଦ !
ମାର୍କଲିଖିତ ସୁସମାଚାର 13 : 2 (IRVOR)
ସେଥିରେ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭେ କ'ଣ ଏହି ସମସ୍ତ ବୃହତ୍ ପ୍ରାସାଦ ଦେଖୁଅଛ ? ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍ ହେବ । [PE][PS]
ମାର୍କଲିଖିତ ସୁସମାଚାର 13 : 3 (IRVOR)
{ଯୁଗ ଶେଷର ଲକ୍ଷଣ} (ମାଥିଉ 24:3-14; ଲୂକ 21:7-19) [PS] ପରେ ସେ ଜୀତପର୍ବତ ଉପରେ ମନ୍ଦିର ସମ୍ମୁଖରେ ବସନ୍ତେ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଏସବୁ କେବେ ଘଟିବ,
ମାର୍କଲିଖିତ ସୁସମାଚାର 13 : 4 (IRVOR)
ପୁଣି, ଯେଉଁ ସମୟରେ ଏହି ସବୁ ସଫଳ ହେବା ସନ୍ନିକଟ ହେବ, ସେ ସମୟର ଲକ୍ଷଣ କ'ଣ, ତାହା ଆମ୍ଭମାନଙ୍କୁ କହନ୍ତୁ ।
ମାର୍କଲିଖିତ ସୁସମାଚାର 13 : 5 (IRVOR)
ସେଥିରେ ଯୀଶୁ ସେମାନଙ୍କୁ କହିବାକୁ ଲାଗିଲେ, ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ ।
ମାର୍କଲିଖିତ ସୁସମାଚାର 13 : 6 (IRVOR)
ଅନେକେ ମୋ ନାମରେ ଆସି, ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ ।
ମାର୍କଲିଖିତ ସୁସମାଚାର 13 : 7 (IRVOR)
ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ, ସେତେବେଳେ ବ୍ୟାକୁଳ ହୁଅ ନାହିଁ; ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ସୁଦ୍ଧା ଯୁଗାନ୍ତ ନୁହେଁ ।
ମାର୍କଲିଖିତ ସୁସମାଚାର 13 : 8 (IRVOR)
କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି, ସ୍ଥାନେ ସ୍ଥାନେ ଭୂମିକମ୍ପ ହେବ ଓ ଦୁର୍ଭିକ୍ଷ ପଡ଼ିବ; ଏହି ସମସ୍ତ ପ୍ରସବବେଦନାର ଆରମ୍ଭମାତ୍ର ।
ମାର୍କଲିଖିତ ସୁସମାଚାର 13 : 9 (IRVOR)
କିନ୍ତୁ ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ; ଲୋକେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ, ଆଉ ତୁମ୍ଭେମାନେ ସମାଜଗୃହଗୁଡ଼ିକରେ ପ୍ରହାରିତ ହେବ ଏବଂ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁରେ ସେମାନଙ୍କ ପ୍ରତି ସାକ୍ଷ୍ୟ ଦେବା ନିମନ୍ତେ ଠିଆ କରାଯିବ ।
ମାର୍କଲିଖିତ ସୁସମାଚାର 13 : 10 (IRVOR)
ପୁଣି, ସମସ୍ତ ଜାତି ନିକଟରେ ସୁସମାଚାର ପ୍ରଥମରେ ଅବଶ୍ୟ ଘୋଷଣା କରାଯିବ ।
ମାର୍କଲିଖିତ ସୁସମାଚାର 13 : 11 (IRVOR)
ଏଣୁ ଯେତେବେଳେ ଲୋକେ ତୁମ୍ଭମାନଙ୍କୁ ଘେନିଯାଇ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କ'ଣ କହିବ, ସେ ବିଷୟରେ ପୂର୍ବରୁ ଚିନ୍ତିତ ହୁଅ ନାହିଁ; କିନ୍ତୁ ସେହି ସମୟରେ ତୁମ୍ଭମାନଙ୍କୁ ଯାହା ଦିଆଯିବ, ତାହା କୁହ; କାରଣ ତୁମ୍ଭେମାନେ ବକ୍ତା ନୁହଁ, ମାତ୍ର ପବିତ୍ର ଆତ୍ମା ବକ୍ତା ଅଟନ୍ତି ।
ମାର୍କଲିଖିତ ସୁସମାଚାର 13 : 12 (IRVOR)
ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ; ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ;
ମାର୍କଲିଖିତ ସୁସମାଚାର 13 : 13 (IRVOR)
ଆଉ, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ; ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ । [PE][PS]
ମାର୍କଲିଖିତ ସୁସମାଚାର 13 : 14 (IRVOR)
{ମହା ସଙ୍କଟ କାଳ} (ମାଥିଉ 24:15-28; ଲୂକ 21:20-24) [PS] କିନ୍ତୁ ତୁମ୍ଭେମାନେ ଯେତେବେଳେ ସେହି ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ, ଯେଉଁଠାରେ ଅବସ୍ଥିତ ହେବା ଉଚିତ ନୁହେଁ, ସେଠାରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ), ସେତେବେଳେ ଯେଉଁମାନେ ଯିହୂଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଉନ୍ତୁ;
ମାର୍କଲିଖିତ ସୁସମାଚାର 13 : 15 (IRVOR)
ଯେ ଛାତ ଉପରେ ଥାଏ, ସେ ଆପଣା ଘରୁ କୌଣସି ପଦାର୍ଥ ଘେନିଯିବା ପାଇଁ ଓହ୍ଲାଇ ନ ଆସୁ ବା ଭିତରକୁ ନ ଯାଉ;
ମାର୍କଲିଖିତ ସୁସମାଚାର 13 : 16 (IRVOR)
ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ଚାଦର ଘେନିଯିବା ପାଇଁ ଫେରି ନ ଯାଉ ।
ମାର୍କଲିଖିତ ସୁସମାଚାର 13 : 17 (IRVOR)
ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର !
ମାର୍କଲିଖିତ ସୁସମାଚାର 13 : 18 (IRVOR)
କିନ୍ତୁ ଏହା ଯେପରି ଶୀତକାଳରେ ନ ଘଟେ, ଏଥିପାଇଁ ପ୍ରାର୍ଥନା କର ।
ମାର୍କଲିଖିତ ସୁସମାଚାର 13 : 19 (IRVOR)
କାରଣ ସେହି କାଳରେ ଏପରି କ୍ଲେଶ ଘଟିବ ଯେ, ଈଶ୍ୱରଙ୍କ କୃତ ସୃଷ୍ଟି ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସେହିପରି ଘଟି ନାହିଁ, ପୁଣି, କେବେ ହେଁ ଘଟିବ ନାହିଁ ।
ମାର୍କଲିଖିତ ସୁସମାଚାର 13 : 20 (IRVOR)
ଆଉ ପ୍ରଭୁ ସେହି ସମୟ ଯେବେ ଉଣା କରି ନ ଥାଆନ୍ତେ, ତେବେ କୌଣସି ମର୍ତ୍ତ୍ୟ ପରିତ୍ରାଣ ପାଆନ୍ତା ନାହିଁ; ମାତ୍ର ସେ ଯେଉଁମାନଙ୍କୁ ମନୋନୀତ କରିଅଛନ୍ତି, ସେହି ମନୋନୀତ ଲୋକଙ୍କ ନିମନ୍ତେ ସେହି ସମୟ ଊଣା କରିଅଛନ୍ତି ।
ମାର୍କଲିଖିତ ସୁସମାଚାର 13 : 21 (IRVOR)
ସେତେବେଳେ 'ଦେଖ, ଖ୍ରୀଷ୍ଟ ଏଠାରେ' କିମ୍ଵା 'ଦେଖ, ସେଠାରେ', କେହି ଯେବେ ତୁମ୍ଭମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ୱାସ କର ନାହିଁ ।
ମାର୍କଲିଖିତ ସୁସମାଚାର 13 : 22 (IRVOR)
ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ଭ୍ରାନ୍ତ କରିବେ ।
ମାର୍କଲିଖିତ ସୁସମାଚାର 13 : 23 (IRVOR)
କିନ୍ତୁ ତୁମ୍ଭେମାନେ ସାବଧାନ ହୋଇଥାଅ; ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇଲି । [PE][PS]
ମାର୍କଲିଖିତ ସୁସମାଚାର 13 : 24 (IRVOR)
{ମନୁଷ୍ୟପୁତ୍ରଙ୍କ ପୁନରାଗମନ} (ମାଥିଉ 24:29-31; ଲୂକ 21:25-28) [PS] ମାତ୍ର ସେହି ସମୟରେ ସେହି କ୍ଲେଶ ଉତ୍ତାରେ ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ଦେବ ନାହିଁ,
ମାର୍କଲିଖିତ ସୁସମାଚାର 13 : 25 (IRVOR)
ପୁଣି, ନକ୍ଷତ୍ରମାଳା ଆକାଶରୁ ଖସି ପଡ଼ିବାକୁ ଲାଗିବେ ଓ ଆକାଶମଣ୍ଡଳସ୍ଥ ଶକ୍ତିସମୂହ ବିଚଳିତ ହେବେ ।
ମାର୍କଲିଖିତ ସୁସମାଚାର 13 : 26 (IRVOR)
ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମରେ ଓ ମହାମହିମା ସହ ମେଘମାଳାରେ ଆଗମନ କରିବା ଦେଖିବେ ।
ମାର୍କଲିଖିତ ସୁସମାଚାର 13 : 27 (IRVOR)
ସେ ସମୟରେ ସେ ଦୂତମାନଙ୍କୁ ପ୍ରେରଣ କରି ପୃଥିବୀର ଶେଷ ସୀମାରୁ ଆକାଶର ଶେଷ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ଆପଣା ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ । [PE][PS]
ମାର୍କଲିଖିତ ସୁସମାଚାର 13 : 28 (IRVOR)
{ଡିମ୍ବିରି ବୃକ୍ଷରୁ ଶିକ୍ଷା} (ମାଥିଉ 24:32-35; ଲୂକ 21:29-33) [PS] ଡିମ୍ବିରି ବୃକ୍ଷରୁ ଦୃଷ୍ଟାନ୍ତ ଶିକ୍ଷା କର; ଯେତେବେଳେ ତାହାର ଶାଖା ସରସ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ;
ମାର୍କଲିଖିତ ସୁସମାଚାର 13 : 29 (IRVOR)
ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଘଟଣା ଦେଖିଲେ ସେ ଦ୍ୱାରରେ ସନ୍ନିକଟ, ଏହା ଜାଣ ।
ମାର୍କଲିଖିତ ସୁସମାଚାର 13 : 30 (IRVOR)
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୀଢି କୌଣସି ପ୍ରକାରେ ଲୋପ ପାଇବ ନାହିଁ ।
ମାର୍କଲିଖିତ ସୁସମାଚାର 13 : 31 (IRVOR)
ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ । [PE][PS]
ମାର୍କଲିଖିତ ସୁସମାଚାର 13 : 32 (IRVOR)
{ଆଗମନର ଦିନ ଓ ଦଣ୍ଡ ଅଜ୍ଞାତ} (ମାଥିଉ 24:36-44) [PS] କିନ୍ତୁ ସେହି ଦିନ କି ସମୟ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗସ୍ଥ ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳ ପିତା ଜାଣନ୍ତି ।
ମାର୍କଲିଖିତ ସୁସମାଚାର 13 : 33 (IRVOR)
ତୁମ୍ଭେମାନେ ସାବଧାନ ହୋଇଥାଅ, ଜାଗି ରୁହ; କାରଣ ସେ ସମୟ କେବେ ହେବ, ତାହା ତୁମ୍ଭେମାନେ ଜାଣ ନାହିଁ ।
ମାର୍କଲିଖିତ ସୁସମାଚାର 13 : 34 (IRVOR)
ତାହା ଏହିପରି, ଯେପରି ଜଣେ ବ୍ୟକ୍ତି ଆପଣା ଗୃହ ତ୍ୟାଗ କରି ବିଦେଶରେ ପ୍ରବାସ କରୁଅଛନ୍ତି, ଆଉ ସେ ଆପଣା ଦାସମାନଙ୍କୁ ଅଧିକାର ଦେଇ ପ୍ରତ୍ୟେକର କାର୍ଯ୍ୟ ନିରୂପଣ କରିଅଛନ୍ତି ଓ ଦ୍ୱାରପାଳକକୁ ମଧ୍ୟ ଜାଗି ରହିବାକୁ ଆଜ୍ଞା ଦେଇଅଛନ୍ତି ।
ମାର୍କଲିଖିତ ସୁସମାଚାର 13 : 35 (IRVOR)
ଅତଏବ, କାଳେ ଗୃହକର୍ତ୍ତା ହଠାତ୍ ଆସି ତୁମ୍ଭମାନଙ୍କୁ ନିଦ୍ରିତ ଦେଖନ୍ତି,
ମାର୍କଲିଖିତ ସୁସମାଚାର 13 : 36 (IRVOR)
ଏଥି ନିମନ୍ତେ ଜାଗ୍ରତ ଥାଅ, କାରଣ ସେ ସନ୍ଧ୍ୟାବେଳେ, କିମ୍ବା ଅଧରାତିରେ, କିମ୍ବା କୁକୁଡ଼ା ଡାକିବା ସମୟରେ, କିମ୍ବା ସକାଳେ, କେତେବେଳେ ଯେ ଆସିବେ, ତାହା ତୁମ୍ଭେମାନେ ଜାଣ ନାହିଁ ।
ମାର୍କଲିଖିତ ସୁସମାଚାର 13 : 37 (IRVOR)
ମୁଁ ତୁମ୍ଭମାନଙ୍କୁ ଯାହା କହୁଅଛି, ତାହା ସମସ୍ତଙ୍କୁ କହୁଅଛି, ଜାଗ୍ରତ ଥାଅ । [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37

BG:

Opacity:

Color:


Size:


Font: