ମାର୍କଲିଖିତ ସୁସମାଚାର 11 : 1 (IRVOR)
{ଯୀଶୁଙ୍କ ବିଜୟ ଯାତ୍ରା} (ମାଥିଉ 21:1-11; ଲୂକ 19:28-40; ଯୋହନ 12:12-19) [PS] ଯେତେବେଳେ ସେମାନେ ଯିରୂଶାଲମର ନିକଟବର୍ତ୍ତୀ ହୋଇ ଜୀତପର୍ବତ ପାର୍ଶ୍ୱସ୍ଥ ବେଥ୍‌ଫାଗୀ ଓ ବେଥନିଆ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ,
ମାର୍କଲିଖିତ ସୁସମାଚାର 11 : 2 (IRVOR)
ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବାକ୍ଷଣି, ଯାହା ଉପରେ କେହି କେବେ ଚଢ଼ି ନାହିଁ, ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖିବ; ତାକୁ ଫିଟାଇ ଘେନିଆସ ।
ମାର୍କଲିଖିତ ସୁସମାଚାର 11 : 3 (IRVOR)
ଆଉ, ଯେବେ କେହି ତୁମ୍ଭମାନଙ୍କୁ କାହିଁକି ଏହା କରୁଅଛ ବୋଲି କହେ, ତେବେ କହିବ, ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି, ଆଉ ସେ ପୁନର୍ବାର ତାହାକୁ ଅବିଳମ୍ବେ ଏଠାକୁ ପଠାଇଦେବେ ।
ମାର୍କଲିଖିତ ସୁସମାଚାର 11 : 4 (IRVOR)
ସେମାନେ ଯାଇ ଦ୍ୱାର ନିକଟରେ ବାହାର ଦାଣ୍ଡରେ ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖି ତାହାକୁ ଫିଟାଇଲେ ।
ମାର୍କଲିଖିତ ସୁସମାଚାର 11 : 5 (IRVOR)
ସେଥିରେ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି ସେମାନଙ୍କୁ ପଚାରିଲେ, ଗଧଛୁଆକୁ ଫିଟାଇ କ'ଣ କରୁଅଛ ?
ମାର୍କଲିଖିତ ସୁସମାଚାର 11 : 6 (IRVOR)
ଯୀଶୁ ଯେପରି କହିଥିଲେ, ସେମାନେ ସେହିପରି ସେମାନଙ୍କୁ ଉତ୍ତର ଦେଲେ; ତହିଁରେ ସେମାନେ ସେମାନଙ୍କୁ ଅନୁମତି ଦେଲେ ।
ମାର୍କଲିଖିତ ସୁସମାଚାର 11 : 7 (IRVOR)
ଯୀଶୁଙ୍କ ନିକଟକୁ ଗଧଛୁଆଟିକୁ ଆଣି ସେମାନେ ତାହା ଉପରେ ଆପଣା ଆପଣା ଲୁଗା ପକାଇଦେଲେ, ଆଉ ଯୀଶୁ ତାହା ଉପରେ ବସିଲେ ।
ମାର୍କଲିଖିତ ସୁସମାଚାର 11 : 8 (IRVOR)
ପୁଣି, ଅନେକେ ପଥରେ ଆପଣା ଆପଣା ଲୁଗା ବିଛାଇଲେ ଓ ଅନ୍ୟମାନେ କ୍ଷେତରୁ ଡାଳ କାଟି ଆଣି ବିଛାଇଦେଲେ ।
ମାର୍କଲିଖିତ ସୁସମାଚାର 11 : 9 (IRVOR)
ଆଉ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା ! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ !
ମାର୍କଲିଖିତ ସୁସମାଚାର 11 : 10 (IRVOR)
ଆମ୍ଭମାନଙ୍କ ପିତୃପୁରୁଷ ଦାଉଦଙ୍କର ଯେଉଁ ରାଜ୍ୟ ଆସୁଅଛି, ତାହା ଧନ୍ୟ ! ଊର୍ଦ୍ଧ୍ୱଲୋକରେ ହୋଶାନ୍ନା !
ମାର୍କଲିଖିତ ସୁସମାଚାର 11 : 11 (IRVOR)
ପରେ ସେ ଯିରୂଶାଲମକୁ ଆସି ମନ୍ଦିରରେ ପ୍ରବେଶ କଲେ, ପୁଣି, ଚତୁର୍ଦ୍ଦିଗସ୍ଥ ସମସ୍ତ ବିଷୟ ନିରୀକ୍ଷଣ କରି ସନ୍ଧ୍ୟା ହୋଇଯିବାରୁ ବାର ଶିଷ୍ୟଙ୍କ ସହିତ ବେଥନିଆକୁ ବାହାରିଗଲେ,। (ମାଥିଉ 21:18,19) [PE][PS]
ମାର୍କଲିଖିତ ସୁସମାଚାର 11 : 12 (IRVOR)
{ଡିମ୍ବିରି ଗଛକୁ ଯୀଶୁଙ୍କ ଅଭିଶାପ} [PS] ତହିଁ ଆରଦିନ ବେଥନିଆରୁ ଆସୁଥିବା ସମୟରେ ଯୀଶୁ କ୍ଷୁଧିତ ହେଲେ;
ମାର୍କଲିଖିତ ସୁସମାଚାର 11 : 13 (IRVOR)
ଆଉ ସେ ଦୂରରୁ ପତ୍ର ଥିବା ଗୋଟିଏ ଡିମ୍ବିରି ଗଛ ଦେଖି, କେଜାଣି ସେଥିରୁ ଫଳ ପାଇବେ, ଏହି ଆଶାରେ ତାହା ପାଖକୁ ଗଲେ । କିନ୍ତୁ ପାଖକୁ ଆସି ସେ ପତ୍ର ବିନା ଆଉ କିଛି ପାଇଲେ ନାହିଁ, କାରଣ ସେତେବେଳେ ଡିମ୍ବିରିଫଳର ସମୟ ନ ଥିଲା ।
ମାର୍କଲିଖିତ ସୁସମାଚାର 11 : 14 (IRVOR)
ସେଥିରେ ଯୀଶୁ ତାହାକୁ କହିଲେ, ଆଉ କଦାପି କେହି ତୋଠାରୁ ଫଳ ନ ଖାଉ । ତାହାଙ୍କ ଶିଷ୍ୟମାନେ ଏହି କଥା ଶୁଣିଲେ । [PE][PS]
ମାର୍କଲିଖିତ ସୁସମାଚାର 11 : 15 (IRVOR)
{ଯୀଶୁଙ୍କ ମନ୍ଦିର ପରିଷ୍କାର} (ମାଥିଉ 21:12-17; ଲୂକ 19:45-48; ଯୋହନ 2:13-22) [PS] ତାହା ପରେ ସେମାନେ ଯିରୂଶାଲମକୁ ଆସିଲେ, ଆଉ ଯୀଶୁ ମନ୍ଦିରରେ ପ୍ରବେଶ କରି ସେ ସ୍ଥାନରେ କ୍ରୟବିକ୍ରୟ କରୁଥିବା ଲୋକମାନଙ୍କୁ ବାହାର କରିଦେବାକୁ ଲାଗିଲେ, ପୁଣି, ମୁଦ୍ରା ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ,
ମାର୍କଲିଖିତ ସୁସମାଚାର 11 : 16 (IRVOR)
ଆଉ ମନ୍ଦିର ମଧ୍ୟ ଦେଇ କାହାରିକୁ କୌଣସି ପାତ୍ର ଘେନିଯିବାକୁ ଅନୁମତି ଦେଲେ ନାହିଁ,
ମାର୍କଲିଖିତ ସୁସମାଚାର 11 : 17 (IRVOR)
ପୁଣି, ସେ ସେମାନଙ୍କୁ ଶିକ୍ଷା ଦେଉ ଦେଉ କହିଲେ, ଏହା କ'ଣ ଲେଖା ନାହିଁ, ଆମ୍ଭର ଗୃହ ସମସ୍ତ ଜାତି ନିମନ୍ତେ ପ୍ରାର୍ଥନାଗୃହ ବୋଲି କୁହାଯିବ ? କିନ୍ତୁ ତୁମ୍ଭେମାନେ ତାହାକୁ 'ଡକାୟତମାନଙ୍କ ଗହ୍ୱର' କରିଅଛ ।
ମାର୍କଲିଖିତ ସୁସମାଚାର 11 : 18 (IRVOR)
ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏହା ଶୁଣି ତାହାଙ୍କୁ କିପ୍ରକାରେ ବିନାଶ କରି ପାରନ୍ତି, ତାହା ଚେଷ୍ଟା କରିବାକୁ ଲାଗିଲେ; କାରଣ ଲୋକସମୂହ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେବାରୁ ସେମାନେ ତାହାଙ୍କୁ ଭୟ କରୁଥିଲେ ।
ମାର୍କଲିଖିତ ସୁସମାଚାର 11 : 19 (IRVOR)
ପ୍ରତିଦିନ ସନ୍ଧ୍ୟା ସମୟରେ ସେମାନେ ନଗରରୁ ବାହାରି ଯାଉଥିଲେ । [PE][PS]
ମାର୍କଲିଖିତ ସୁସମାଚାର 11 : 20 (IRVOR)
{ଶୁଷ୍କ ଡିମ୍ବିରି ବୃକ୍ଷରୁ ଶିକ୍ଷା} (ମାଥିଉ 21:20-22) [PS] ସକାଳେ ସେହି ବାଟ ଦେଇ ଯିବା ସମୟରେ ସେମାନେ ଡିମ୍ବିରିଗଛଟି ମୂଳରୁ ଶୁଖିଯାଇଥିବା ଦେଖିଲେ ।
ମାର୍କଲିଖିତ ସୁସମାଚାର 11 : 21 (IRVOR)
ସେଥିରେ ପିତର ପୂର୍ବ କଥା ସ୍ମରଣ କରି ତାହାଙ୍କୁ କହିଲେ, ହେ ଗୁରୁ, ଦେଖନ୍ତୁ, ଆପଣ ଯେଉଁ ଡିମ୍ବିରି ଗଛକୁ ଅଭିଶାପ ଦେଇଥିଲେ, ତାହା ଶୁଖିଗଲାଣି ।
ମାର୍କଲିଖିତ ସୁସମାଚାର 11 : 22 (IRVOR)
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ୱରଙ୍କଠାରେ ବିଶ୍ୱାସ ରଖ ।
ମାର୍କଲିଖିତ ସୁସମାଚାର 11 : 23 (IRVOR)
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଏହି ପର୍ବତକୁ ତୁ ଉଠି ସମୁଦ୍ରରେ ଯାଇ ପଡ଼ ବୋଲି କହିବ, ଆଉ ଆପଣା ହୃଦୟରେ ସନ୍ଦେହ ନ କରି, ଯାହା କହୁଅଛି, ତାହା ଘଟିବ ବୋଲି ବିଶ୍ୱାସ କରିବ, ତା' ନିମନ୍ତେ ତାହା ଘଟିବ ।
ମାର୍କଲିଖିତ ସୁସମାଚାର 11 : 24 (IRVOR)
ଅତଏବ, ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ପ୍ରାର୍ଥନା କର ଓ ମାଗ, ସେ ସବୁ ପାଇଅଛ ବୋଲି ବିଶ୍ୱାସ କର, ସେଥିରେ ସେହି ସବୁ ପାଇବ ।
ମାର୍କଲିଖିତ ସୁସମାଚାର 11 : 25 (IRVOR)
ପୁଣି, ତୁମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରିବାକୁ ଠିଆ ହୁଅ, ଯଦି କାହାରି ବିରୁଦ୍ଧରେ ତୁମ୍ଭମାନଙ୍କର କିଛି କଥା ଥାଏ, ତାହାହେଲେ କ୍ଷମା କର, ଯେପରି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କର ଅପରାଧସବୁ କ୍ଷମା କରିବେ ।
ମାର୍କଲିଖିତ ସୁସମାଚାର 11 : 26 (IRVOR)
[କିନ୍ତୁ ତୁମ୍ଭେମାନେ ଯଦି କ୍ଷମା ନ କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ ।] [PE][PS]
ମାର୍କଲିଖିତ ସୁସମାଚାର 11 : 27 (IRVOR)
{ଯୀଶୁଙ୍କ ଅଧିକାରକୁ ଆହ୍ୱାନ} (ମାଥିଉ 21:23-27; ଲୂକ 20:1-8) [PS] ପରେ ସେମାନେ ପୁନର୍ବାର ଯିରୂଶାଲମକୁ ଆସିଲେ; ଆଉ ସେ ମନ୍ଦିର ମଧ୍ୟରେ ଭ୍ରମଣ କରୁଥିବା ସମୟରେ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ,
ମାର୍କଲିଖିତ ସୁସମାଚାର 11 : 28 (IRVOR)
ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ ? ଅବା ଏହାସବୁ କରିବାକୁ ତୁମ୍ଭକୁ କିଏ ଏହି ଅଧିକାର ଦେଲା ?
ମାର୍କଲିଖିତ ସୁସମାଚାର 11 : 29 (IRVOR)
କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ମୋତେ ଉତ୍ତର ଦିଅ, ତାହାହେଲେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ତୁମ୍ଭମାନଙ୍କୁ କହିବି ।
ମାର୍କଲିଖିତ ସୁସମାଚାର 11 : 30 (IRVOR)
ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ହେଲା ? ମୋତେ ଉତ୍ତର ଦିଅ ।
ମାର୍କଲିଖିତ ସୁସମାଚାର 11 : 31 (IRVOR)
ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ କହିବେ, ତେବେ ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ ?
ମାର୍କଲିଖିତ ସୁସମାଚାର 11 : 32 (IRVOR)
ଅବା ମନୁଷ୍ୟଠାରୁ ବୋଲି କଅଣ କହିବା ? ସେମାନେ ଲୋକସମୂହକୁ ଭୟ କରୁଥିଲେ; କାରଣ ସମସ୍ତେ ଯୋହନଙ୍କୁ ପ୍ରକୃତରେ ଜଣେ ଭାବବାଦୀ ବୋଲି ମାନୁଥିଲେ ।
ମାର୍କଲିଖିତ ସୁସମାଚାର 11 : 33 (IRVOR)
ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଜାଣୁ ନାହୁଁ ଯୀଶୁ ସେମାନଙ୍କୁ କହିଲେ, ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ । [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33

BG:

Opacity:

Color:


Size:


Font: