ଲୂକଲିଖିତ ସୁସମାଚାର 3 : 1 (IRVOR)
{ବାପ୍ତିଜକ ଯୋହନଙ୍କ ପ୍ରଚାର} (ମାଥିଉ 3:1-12; ମାର୍କ 1:1-8; ଯୋହନ 1:19-28) [PS] ତିବିରିଅା କାଇସରଙ୍କ ଶାସନର ପନ୍ଦର ବର୍ଷରେ, ଯେତେବେଳେ ପନ୍ତିୟ ପୀଲାତ ଯିହୂଦା ପ୍ରଦେଶର ଶାସନକର୍ତ୍ତା ଓ ହେରୋଦ ଗାଲିଲୀର ସାମନ୍ତରାଜା ଥିଲେ, ଆଉ ତାହାଙ୍କ ଭାଇ ଫିଲିପ୍ପ ଈତୂରୀୟା ଓ ତ୍ରାଖୋନୀତି ପ୍ରଦେଶର, ପୁଣି, ଲୁସାନୀୟା ଅବିଲୀନୀର ସାମନ୍ତରାଜା ଥିଲେ
ଲୂକଲିଖିତ ସୁସମାଚାର 3 : 2 (IRVOR)
ଏବଂ ହାନାନ ଓ କୟାଫା ମହାଯାଜକ ଥିଲେ, ସେତେବେଳେ ଈଶ୍ୱରଙ୍କ ବାକ୍ୟ ପ୍ରାନ୍ତରରେ ଜିଖରୀୟଙ୍କ ପୁତ୍ର ଯୋହନଙ୍କ ନିକଟରେ ଉପସ୍ଥିତ ହେଲା । [PE][PS]
ଲୂକଲିଖିତ ସୁସମାଚାର 3 : 3 (IRVOR)
ସେଥିରେ ସେ ଯର୍ଦନର ନିକଟବର୍ତ୍ତୀ ସମସ୍ତ ଅଞ୍ଚଳକୁ ଯାଇ ପାପ କ୍ଷମା ନିମନ୍ତେ ମନପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ, [PE][PS]
ଲୂକଲିଖିତ ସୁସମାଚାର 3 : 4 (IRVOR)
ଯେପରି ଯିଶାୟ ଭାବବାଦୀଙ୍କ ଶାସ୍ତ୍ରରେ ଲିଖିତ ଅଛି, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜପଥ ସଳଖ କର; [QBR]
ଲୂକଲିଖିତ ସୁସମାଚାର 3 : 5 (IRVOR)
ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ, ପୁଣି, ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ, ବକ୍ର ପଥସବୁ ସିଧା ହେବ, ଆଉ ଉଚ୍ଚ ନୀଚ ଭୂମି ସମତଳ ପଥରେ ପରିଣତ ହେବ; [QBR]
ଲୂକଲିଖିତ ସୁସମାଚାର 3 : 6 (IRVOR)
ପୁଣି, ସମସ୍ତ ମର୍ତ୍ତ୍ୟ ଈଶ୍ୱରଙ୍କ ପରିତ୍ରାଣ ଦେଖିବେ । [PE][PS]
ଲୂକଲିଖିତ ସୁସମାଚାର 3 : 7 (IRVOR)
ଅତଏବ, ଯୋହନ ତାଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ବାହାରି ଆସୁଥିବା ଲୋକସମୂହକୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା ? [PE][PS]
ଲୂକଲିଖିତ ସୁସମାଚାର 3 : 8 (IRVOR)
ଏଣୁ ମନପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର; ପୁଣି, ଅବ୍ରାହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ସୁଦ୍ଧା ଏପରି କୁହ ନାହିଁ; କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱର ଏହି ପଥରଗୁଡ଼ାକରୁ ଅବ୍ରାହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରି ପାରନ୍ତି । [PE][PS]
ଲୂକଲିଖିତ ସୁସମାଚାର 3 : 9 (IRVOR)
ଆଉ, ଏବେ ସୁଦ୍ଧା ଗଛଗୁଡ଼ାକ ମୂଳରେ କୁରାଢ଼ୀ ଲାଗିଅଛି; ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ । [PE][PS]
ଲୂକଲିଖିତ ସୁସମାଚାର 3 : 10 (IRVOR)
ଏଥିରେ ଲୋକସମୂହ ତାହାଙ୍କୁ ପଚାରିବାକୁ ଲାଗିଲେ, ତାହାହେଲେ ଆମ୍ଭେମାନେ କ'ଣ କରିବା ?
ଲୂକଲିଖିତ ସୁସମାଚାର 3 : 11 (IRVOR)
ସେ ସେମାନଙ୍କୁ ଉତ୍ତର ଦେଲେ, ଯାହାର ଦୁଇଟି ପୋଷାକ ଅଛି, ସେ ଯାହାର ନାହିଁ, ତାହାକୁ ଗୋଟିଏ ଦେଉ; ପୁଣି, ଯାହାର ଖାଦ୍ୟ ଅଛି, ସେ ସେହିପରି କରୁ । [PE][PS]
ଲୂକଲିଖିତ ସୁସମାଚାର 3 : 12 (IRVOR)
କରଗ୍ରାହୀମାନେ ମଧ୍ୟ ବାପ୍ତିସ୍ମ ପାଇବାକୁ ଆସି ତାହାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ କ'ଣ କରିବା ?
ଲୂକଲିଖିତ ସୁସମାଚାର 3 : 13 (IRVOR)
ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଯେତିକି ନିୟମ ଅଛି, ତାହାଠାରୁ ଅଧିକ ଆଦାୟ କର ନାହିଁ । [PE][PS]
ଲୂକଲିଖିତ ସୁସମାଚାର 3 : 14 (IRVOR)
ସୈନିକମାନେ ମଧ୍ୟ ତାହାଙ୍କୁ ପଚାରିବାକୁ ଲାଗିଲେ, ଆଉ ଆମ୍ଭେମାନେ, ଆମ୍ଭେମାନେ କ'ଣ କରିବା ? ସେ ସେମାନଙ୍କୁ କହିଲେ, ବଳରେ କି ଛଳରେ କାହାର ଧନ ହରଣ କର ନାହିଁ, ପୁଣି, ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇଥାଅ । [PE][PS]
ଲୂକଲିଖିତ ସୁସମାଚାର 3 : 15 (IRVOR)
ଲୋକେ ଅପେକ୍ଷାରେ ଥିବାରୁ ଓ ଯୋହନ କେଜାଣି ଖ୍ରୀଷ୍ଟ ହେବେ, ଏହା ତାଙ୍କ ବିଷୟରେ ସମସ୍ତେ ଆପଣା ଆପଣା ମନରେ ତର୍କବିତର୍କ କରୁଥିବାରୁ,
ଲୂକଲିଖିତ ସୁସମାଚାର 3 : 16 (IRVOR)
ଯୋହନ ସମସ୍ତଙ୍କୁ ଉତ୍ତର ଦେଲେ, ମୁଁ ସିନା ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋଠାରୁ ଯେ ଅଧିକ ଶକ୍ତିମାନ, ସେ ଆସୁଅଛନ୍ତି, ତାହାଙ୍କର ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ । [PE][PS]
ଲୂକଲିଖିତ ସୁସମାଚାର 3 : 17 (IRVOR)
ଆପଣା ଖଳା ଉତ୍ତମ ରୂପେ ପରିଷ୍କାର କରିବା ନିମନ୍ତେ ଓ ନିଜ ଅମାରରେ ଗହମ ସଂଗ୍ରହ କରି ରଖିବା ନିମନ୍ତେ ତାହାଙ୍କ ହାତରେ କୁଲା ଅଛି, କିନ୍ତୁ ଅଗାଡ଼ିଯାକ ସେ ଅନନ୍ତ ଅଗ୍ନିରେ ପୋଡ଼ିପକାଇବେ । [PE][PS]
ଲୂକଲିଖିତ ସୁସମାଚାର 3 : 18 (IRVOR)
ସେ ଏହିପରି ଅନେକ ଉପଦେଶ ଦେଇ, ପୁଣି, ବିଭିନ୍ନ ପ୍ରକାର ଉତ୍ସାହଜନକ ବାକ୍ୟ କହି ଲୋକଙ୍କ ନିକଟରେ ସୁସମ୍ବାଦ ପ୍ରଚାର କରୁଥିଲେ;
ଲୂକଲିଖିତ ସୁସମାଚାର 3 : 19 (IRVOR)
କିନ୍ତୁ ସାମନ୍ତରାଜା ହେରୋଦ ନିଜ ଭାଇଙ୍କ ଭାର୍ଯ୍ୟା ହେରୋଦିଆଙ୍କ ବିଷୟରେ ଏବଂ ନିଜେ କରିଥିବା ସମସ୍ତ ଦୁଷ୍କର୍ମ ବିଷୟରେ ଯୋହନଙ୍କ ଦ୍ୱାରା ଅନୁଯୋଗ ପାଇବାରୁ,
ଲୂକଲିଖିତ ସୁସମାଚାର 3 : 20 (IRVOR)
ସେ ତାହାଙ୍କୁ କାରାଗାରରେ ବନ୍ଦୀ କରି ନିଜର ସମସ୍ତ ଦୁଷ୍କର୍ମ ସହିତ ଏହା ମଧ୍ୟ ଯୋଗ କଲେ । [PE][PS]
ଲୂକଲିଖିତ ସୁସମାଚାର 3 : 21 (IRVOR)
{ଯୀଶୁଙ୍କ ବାପ୍ତିଜିତ} (ମାଥିଉ 3:13-17; ମାର୍କ 1:9-11) [PS] ସମସ୍ତ ଲୋକ ବାପ୍ତିଜିତ ହେଲା ପରେ ଯୀଶୁ ମଧ୍ୟ ବାପ୍ତିଜିତ ହୋଇ ପ୍ରାର୍ଥନା କରୁଥିବା ସମୟରେ ଆକାଶ ଖୋଲା ହେଲା,
ଲୂକଲିଖିତ ସୁସମାଚାର 3 : 22 (IRVOR)
ପୁଣି, ପବିତ୍ର ଆତ୍ମା କପୋତର ଦେହ ଧାରଣ କରି ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ; ଆଉ ଆକାଶରୁ ଏହି ବାଣୀ ହେଲା, ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ । [PE][PS]
ଲୂକଲିଖିତ ସୁସମାଚାର 3 : 23 (IRVOR)
{ଯୀଶୁ ଖ୍ରୀଷ୍ଟଙ୍କର ବଂଶାବଳୀ} (ମାଥିଉ 1:1-17) [PS] ଯୀଶୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ ତିରିଶି ବର୍ଷ ବୟସ ହୋଇଥିଲା; ଲୋକଙ୍କ ଧାରଣାନୁସାରେ ସେ ଯୋଷେଫଙ୍କ ପୁତ୍ର; ଯୋଷେଫ ଏଲୀଙ୍କ ପୁତ୍ର,
ଲୂକଲିଖିତ ସୁସମାଚାର 3 : 24 (IRVOR)
ଏଲୀ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର, ଲେବୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଯନ୍ନୟଙ୍କ ପୁତ୍ର, ଯନ୍ନୟ ଯୋଷେଫଙ୍କ ପୁତ୍ର, [PE][PS]
ଲୂକଲିଖିତ ସୁସମାଚାର 3 : 25 (IRVOR)
ଯୋଷେଫ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଆମୋସଙ୍କ ପୁତ୍ର, ଆମୋସ ନାହୂମଙ୍କ ପୁତ୍ର, ନାହୂମ ହେସ୍ଲୀଙ୍କ ପୁତ୍ର, ହେସ୍ଲୀ ନଗୟଙ୍କ ପୁତ୍ର,
ଲୂକଲିଖିତ ସୁସମାଚାର 3 : 26 (IRVOR)
ନଗୟ ମହଥଙ୍କ ପୁତ୍ର, ମହଥ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଶିମୟୀଙ୍କ ପୁତ୍ର, ଶିମୟୀ ଯୋସେଖଙ୍କ ପୁତ୍ର, ଯୋସେଖ ଯୋଦାଙ୍କ ପୁତ୍ର, [PE][PS]
ଲୂକଲିଖିତ ସୁସମାଚାର 3 : 27 (IRVOR)
ଯୋଦା ଯୋହନଙ୍କ ପୁତ୍ର, ଯୋହନ ରେଷାଙ୍କ ପୁତ୍ର, ରେଷା ଜିରୁବ୍‌ବାବେଲଙ୍କ ପୁତ୍ର, ଜିରୁବ୍‌ବାବେଲ ଶଲ୍‍ଟୀୟେଲ୍‍ଙ୍କ ପୁତ୍ର, ଶଲ୍‍ଟୀୟେଲ୍ ନେରୀଙ୍କ ପୁତ୍ର,
ଲୂକଲିଖିତ ସୁସମାଚାର 3 : 28 (IRVOR)
ନେରୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଅଦ୍ଦୀଙ୍କ ପୁତ୍ର, ଅଦ୍ଦୀ କୋସାମଙ୍କ ପୁତ୍ର, କୋସାମ ଏଲ୍ଳଦାନଙ୍କ ପୁତ୍ର, ଏଲ୍ଳଦାନ ଏରଙ୍କ ପୁତ୍ର,
ଲୂକଲିଖିତ ସୁସମାଚାର 3 : 29 (IRVOR)
ଏର ଯିହୋଶୂୟଙ୍କ ପୁତ୍ର, ଯିହୋଶୂୟ ଏଲୀୟେଜରଙ୍କ ପୁତ୍ର, ଏଲୀୟେଜର ଯୋରୀମଙ୍କ ପୁତ୍ର, ଯୋରୀମ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର, [PE][PS]
ଲୂକଲିଖିତ ସୁସମାଚାର 3 : 30 (IRVOR)
ଲେବୀ ଶିମିୟୋନଙ୍କ ପୁତ୍ର, ଶିମିୟୋନ ଯିହୂଦାଙ୍କ ପୁତ୍ର, ଯିହୂଦା ଯୋଷେଫଙ୍କ ପୁତ୍ର, ଯୋଷେଫ ଯୋନାମଙ୍କ ପୁତ୍ର, ଯୋନାମ ଏଲିୟାକୀମଙ୍କ ପୁତ୍ର,
ଲୂକଲିଖିତ ସୁସମାଚାର 3 : 31 (IRVOR)
ଏଲିୟାକୀମ ମଲାହଙ୍କ ପୁତ୍ର, ମଲାହ ମନ୍ନାଙ୍କ ପୁତ୍ର, ମନ୍ନା ମତ୍ତଥାଙ୍କ ପୁତ୍ର, ମତ୍ତଥା ନାଥନଙ୍କ ପୁତ୍ର, ନାଥନ ଦାଉଦଙ୍କ ପୁତ୍ର,
ଲୂକଲିଖିତ ସୁସମାଚାର 3 : 32 (IRVOR)
ଦାଉଦ ଯିଶୀଙ୍କ ପୁତ୍ର, ଯିଶୀ ଓବେଦଙ୍କ ପୁତ୍ର, ଓବେଦ ବୋୟଜଙ୍କ ପୁତ୍ର, ବୋୟଜ ଶେଲହଙ୍କ ପୁତ୍ର, ଶେଲହ ନହଶୋନଙ୍କ ପୁତ୍ର, [PE][PS]
ଲୂକଲିଖିତ ସୁସମାଚାର 3 : 33 (IRVOR)
ନହଶୋନ ଅମ୍ମୀନାଦାବଙ୍କ ପୁତ୍ର, ଅମ୍ମୀନାଦାବ ଅଦ୍ମୀନଙ୍କ ପୁତ୍ର, ଅଦ୍ମୀନ ଅର୍ଣ୍ଣୀଙ୍କ ପୁତ୍ର, ଅର୍ଣ୍ଣୀ ହେସ୍ରୋଣଙ୍କ ପୁତ୍ର, ହେସ୍ରୋଣ ଫେରସଙ୍କ ପୁତ୍ର, ଫେରସ ଯିହୂଦାଙ୍କ ପୁତ୍ର,
ଲୂକଲିଖିତ ସୁସମାଚାର 3 : 34 (IRVOR)
ଯିହୂଦା ଯାକୁବଙ୍କ ପୁତ୍ର, ଯାକୁବ ଇସ୍‌ହାକଙ୍କ ପୁତ୍ର, ଇସ୍‌ହାକ ଅବ୍ରହାମଙ୍କ ପୁତ୍ର, ଅବ୍ରହାମ ତେରହଙ୍କ ପୁତ୍ର, ତେରହ ନାହୋରଙ୍କ ପୁତ୍ର,
ଲୂକଲିଖିତ ସୁସମାଚାର 3 : 35 (IRVOR)
ନାହୋର ସରୂଗଙ୍କ ପୁତ୍ର, ସରୂଗ ରଗୁଙ୍କ ପୁତ୍ର, ରଗୁ ଫେଲଗଙ୍କ ପୁତ୍ର, ଫେଲଗ ଏବରଙ୍କ ପୁତ୍ର, ଏବର ଶେଲହଙ୍କ ପୁତ୍ର, [PE][PS]
ଲୂକଲିଖିତ ସୁସମାଚାର 3 : 36 (IRVOR)
ଶେଲହ କେନାନଙ୍କ ପୁତ୍ର, କେନାନ ଅର୍ଫକ୍ଷଦଙ୍କ ପୁତ୍ର, ଅର୍ଫକ୍ଷଦ ଶେମଙ୍କ ପୁତ୍ର, ଶେମ ନୋହଙ୍କ ପୁତ୍ର, ନୋହ ଲେମଖଙ୍କ ପୁତ୍ର,
ଲୂକଲିଖିତ ସୁସମାଚାର 3 : 37 (IRVOR)
ଲେମଖ ମଥୂଶେଲହଙ୍କ ପୁତ୍ର, ମଥୂଶେଲହ ହନୋକଙ୍କ ପୁତ୍ର, ହନୋକ ଯେରଦଙ୍କ ପୁତ୍ର, ଯେରଦ ମହଲଲେଲଙ୍କ ପୁତ୍ର, ମହଲଲେଲ କେନାନଙ୍କ ପୁତ୍ର,
ଲୂକଲିଖିତ ସୁସମାଚାର 3 : 38 (IRVOR)
କେନାନ ଏନୋଶଙ୍କ ପୁତ୍ର, ଏନୋଶ ଶେଥଙ୍କ ପୁତ୍ର, ଶେଥ ଆଦମଙ୍କ ପୁତ୍ର, ଆଦମ ଈଶ୍ୱରଙ୍କ ପୁତ୍ର । [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38

BG:

Opacity:

Color:


Size:


Font: