ଲୂକଲିଖିତ ସୁସମାଚାର 22 : 1 (IRVOR)
{ଯୀଶୁଙ୍କ ବିରୁଦ୍ଧରେ ଚକ୍ରାନ୍ତ} [PS] ନିସ୍ତାର ପର୍ବ ନାମକ ଖମୀରଶୂନ୍ୟ ରୁଟିର ପର୍ବ ନିକଟ ହୋଇ ଆସୁଥିଲା ।
ଲୂକଲିଖିତ ସୁସମାଚାର 22 : 2 (IRVOR)
ଆଉ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ, କିପରି ଯୀଶୁଙ୍କୁ ବିନାଶ କରି ପାରନ୍ତି, ସେଥିର ଉପାୟ ଖୋଜୁଥିଲେ, କାରଣ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ । (ମାଥିଉ 26:14-16; ମାର୍କ 14:10,11) [PE][PS]
ଲୂକଲିଖିତ ସୁସମାଚାର 22 : 3 (IRVOR)
{ଯୀଶୁଙ୍କୁ ଧରାଇ ଦେବା ପାଇଁ ଯିହୂଦାର ସମ୍ମତି} [PS] ସେତେବେଳେ ବାରଜଣଙ୍କ ସଂଖ୍ୟା ମଧ୍ୟରେ ଥିବା ଈଷ୍କାରିୟୋଥ ନାମକ ଯିହୂଦା ଠାରେ ଶୟତାନ ପ୍ରବେଶ କଲା;
ଲୂକଲିଖିତ ସୁସମାଚାର 22 : 4 (IRVOR)
ଆଉ ଯିହୂଦା ଯାଇ, କି ଉପାୟରେ ଯୀଶୁଙ୍କୁ ପ୍ରଧାନ ଯାଜକ ଓ ସେନାପତିମାନଙ୍କ ହାତରେ ଧରାଇଦେବ, ତାହା ସେମାନଙ୍କ ସହିତ କଥାବାର୍ତ୍ତା କଲା । [PE][PS]
ଲୂକଲିଖିତ ସୁସମାଚାର 22 : 5 (IRVOR)
ସେଥିରେ ସେମାନେ ଆନନ୍ଦିତ ହେଲେ ଓ ତାହାକୁ ଟଙ୍କା ଦେବା ପାଇଁ ଚୁକ୍ତି କଲେ ।
ଲୂକଲିଖିତ ସୁସମାଚାର 22 : 6 (IRVOR)
ଆଉ ଯିହୂଦା ଏକମତ ହୋଇ ଲୋକମାନଙ୍କ ଅନୁପସ୍ଥିତିରେ ଯୀଶୁଙ୍କୁ ସେମାନଙ୍କ ହାତରେ ଧରାଇ ଦେବା ନିମନ୍ତେ ସୁଯୋଗ ଖୋଜିବାକୁ ଲାଗିଲା । [PE][PS]
ଲୂକଲିଖିତ ସୁସମାଚାର 22 : 7 (IRVOR)
{ଶିଷ୍ୟଙ୍କ ସହ ଭୋଜ ପାଳନ} (ମାଥିଉ 26:17-25; ମାର୍କ 14:12-21; ଯୋହନ 13:21-30) [PS] ପରେ ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ, ଖମୀରଶୂନ୍ୟ ରୁଟି ପର୍ବର ସେହି ଦିନ ଉପସ୍ଥିତ ହେଲା;
ଲୂକଲିଖିତ ସୁସମାଚାର 22 : 8 (IRVOR)
ଆଉ ସେ ପିତର ଓ ଯୋହନଙ୍କୁ ଏହା କହି ପଠାଇଲେ, ଆମ୍ଭେମାନେ ଯେପରି ଭୋଜନ କରି ପାରିବୁ, ଏଥିପାଇଁ ତୁମ୍ଭେମାନେ ଯାଇ ଆମ୍ଭମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର ।
ଲୂକଲିଖିତ ସୁସମାଚାର 22 : 9 (IRVOR)
ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି ? [PE][PS]
ଲୂକଲିଖିତ ସୁସମାଚାର 22 : 10 (IRVOR)
ଯୀଶୁ ସେମାନଙ୍କୁ କହିଲେ, ଦେଖ, ତୁମ୍ଭେମାନେ ନଗରରେ ପ୍ରବେଶ କରନ୍ତେ ପାଣି ମାଠିଆ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ସେ ଯେଉଁ ଗୃହରେ ପ୍ରବେଶ କରିବ, ତାହାର ପଛେ ପଛେ ଯାଇ ଗୃହର କର୍ତ୍ତାଙ୍କୁ କହିବ,
ଲୂକଲିଖିତ ସୁସମାଚାର 22 : 11 (IRVOR)
'ଗୁରୁ ଆପଣଙ୍କୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ସେହି ଅତିଥିଶାଳା କାହିଁ"? [PE][PS]
ଲୂକଲିଖିତ ସୁସମାଚାର 22 : 12 (IRVOR)
ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଗୋଟିଏ ଉପରିସ୍ଥ ବୃହତ କୋଠୋରୀ ଦେଖାଇଦେବେ; ସେ ସ୍ଥାନରେ ପ୍ରସ୍ତୁତ କର ।
ଲୂକଲିଖିତ ସୁସମାଚାର 22 : 13 (IRVOR)
ଆଉ, ସେହି ଦୁଇ ଜଣ ଶିଷ୍ୟ ଯାଇ, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ । [PE][PS]
ଲୂକଲିଖିତ ସୁସମାଚାର 22 : 14 (IRVOR)
{ପ୍ରଭୁଭୋଜ ବିଧି ସ୍ଥାପନ} (ମାଥିଉ 26:26-30; ମାର୍କ 14:22-26; କରିନ୍ଥୀୟ 11:23-25) [PS] ପୁଣି, ନିସ୍ତାର ପର୍ବର ସମୟ ଉପସ୍ଥିତ ହୁଅନ୍ତେ, ଯୀଶୁ ଓ ତାହାଙ୍କ ସଙ୍ଗେ ପ୍ରେରିତମାନେ ଭୋଜନ କରିବାକୁ ବସିଲେ ।
ଲୂକଲିଖିତ ସୁସମାଚାର 22 : 15 (IRVOR)
ଆଉ ସେ ସେମାନଙ୍କୁ କହିଲେ, "ମୋହର ଦୁଃଖଭୋଗ ପୂର୍ବେ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାରଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଛା କଲି ।
ଲୂକଲିଖିତ ସୁସମାଚାର 22 : 16 (IRVOR)
କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱରଙ୍କ ରାଜ୍ୟରେ ଏହା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ମୁଁ ଆଉ କେବେ ହେଁ ତାହା ଭୋଜନ କରିବି ନାହିଁ ।" [PE][PS]
ଲୂକଲିଖିତ ସୁସମାଚାର 22 : 17 (IRVOR)
ପୁଣି, ସେ ପାନପାତ୍ର ଗ୍ରହଣ କରି ଧନ୍ୟବାଦ ଦେଇ କହିଲେ, ଏହା ନେଇ ଆପଣା ଆପଣା ମଧ୍ୟରେ ଭାଗ କର,
ଲୂକଲିଖିତ ସୁସମାଚାର 22 : 18 (IRVOR)
କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଜିଠାରୁ ଅଙ୍ଗୁର ଫଳର ରସ ଆଉ ପାନ କରିବି ନାହିଁ । [PE][PS]
ଲୂକଲିଖିତ ସୁସମାଚାର 22 : 19 (IRVOR)
ପୁଣି, ସେ ରୁଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି; ମୋତେ ସ୍ମରଣ କରିବା ନିମନ୍ତେ ଏହା କର ।
ଲୂକଲିଖିତ ସୁସମାଚାର 22 : 20 (IRVOR)
ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ,ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ । [PE][PS]
ଲୂକଲିଖିତ ସୁସମାଚାର 22 : 21 (IRVOR)
କିନ୍ତୁ ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ତାହାର ହସ୍ତ ମୋ' ସହିତ ମେଜ ଉପରେ ଅଛି ।
ଲୂକଲିଖିତ ସୁସମାଚାର 22 : 22 (IRVOR)
କାରଣ ଯେପରି ନିରୂପିତ ହୋଇଅଛି, ମନୁଷ୍ୟପୁତ୍ର ସେହିପରି ପ୍ରୟାଣ କରୁଅଛନ୍ତି ସତ୍ୟ, ତଥାପି ଯେଉଁ ଲୋକ ଦ୍ୱାରା ସେ ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର !
ଲୂକଲିଖିତ ସୁସମାଚାର 22 : 23 (IRVOR)
ତେଣୁ ସେମାନଙ୍କ ମଧ୍ୟରୁ କିଏ ଏହା କରିବାକୁ ଯାଉଅଛି, ସେ ବିଷୟରେ ସେମାନେ ପରସ୍ପର ବାଦାନୁବାଦ କରିବାକୁ ଲାଗିଲେ । [PS]
ଲୂକଲିଖିତ ସୁସମାଚାର 22 : 24 (IRVOR)
{ସବୁଠୁ ଶ୍ରେଷ୍ଠ ସମସ୍ତଙ୍କର ସେବକ} [PS] ପୁଣି, ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ବୋଲି ଗଣିତ, ସେ ବିଷୟରେ ସେମାନଙ୍କ ମଧ୍ୟରେ ବିବାଦ ଘଟିଲା ।
ଲୂକଲିଖିତ ସୁସମାଚାର 22 : 25 (IRVOR)
ସେଥିରେ ସେ ସେମାନଙ୍କୁ କହିଲେ, ଅଣଯିହୂଦୀମାନଙ୍କ ରାଜାମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି, ଆଉ ଯେଉଁମାନେ ସେମାନଙ୍କ ଉପରେ କର୍ତ୍ତୃତ୍ବ କରନ୍ତି, ସେମାନେ ଲୋକସେବକ ବୋଲି ଖ୍ୟାତ ହୁଅନ୍ତି । [PE][PS]
ଲୂକଲିଖିତ ସୁସମାଚାର 22 : 26 (IRVOR)
କିନ୍ତୁ ତୁମ୍ଭେମାନେ ସେପ୍ରକାର ହୁଅ ନାହିଁ, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଯେ ଜ୍ୟେଷ୍ଠ, ସେ କନିଷ୍ଠ ପରି ହେଉ, ପୁଣି, ଯେ ନେତା, ସେ ସେବକ ପରି ହେଉ ।
ଲୂକଲିଖିତ ସୁସମାଚାର 22 : 27 (IRVOR)
କାରଣ କିଏ ଶ୍ରେଷ୍ଠ ? ଯେ ଭୋଜନ ନିମନ୍ତେ ମେଜରେ ବସିଅଛି, ନା ଯେ ସେବକ ? ଭୋଜନ ନିମନ୍ତେ ମେଜରେ ବସିଅଛି, ସେ କି ଶ୍ରେଷ୍ଠ ନୁହଁନ୍ତି ? କିନ୍ତୁ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜଣେ ସେବକ ପରି ଅଛି । [PE][PS]
ଲୂକଲିଖିତ ସୁସମାଚାର 22 : 28 (IRVOR)
ମାତ୍ର ତୁମ୍ଭେମାନେ ମୋହର ସମସ୍ତ ପରୀକ୍ଷାରେ ମୋ' ସହିତ ରହି ଆସିଅଛ;
ଲୂକଲିଖିତ ସୁସମାଚାର 22 : 29 (IRVOR)
ଏଣୁ ମୋହର ପିତା ଯେପରି ମୋ ନିମନ୍ତେ ରାଜ୍ୟ ନିରୂପଣ କଲେ, ମୁଁ ମଧ୍ୟ ସେପରି ତୁମ୍ଭମାନଙ୍କ ନିମନ୍ତେ ନିରୂପଣ କରୁଅଛି,
ଲୂକଲିଖିତ ସୁସମାଚାର 22 : 30 (IRVOR)
ଯେପରି ତୁମ୍ଭେମାନେ ମୋହର ରାଜ୍ୟରେ ମୋ ମେଜରେ ଭୋଜନପାନ କରିବ, ପୁଣି, ସିଂହାସନରେ ଉପବେଶନ କରି ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ । [PE][PS]
ଲୂକଲିଖିତ ସୁସମାଚାର 22 : 31 (IRVOR)
{ପିତରଙ୍କ ଅସ୍ୱୀକାରର ପୂର୍ବ ସୂଚନା} (ମାଥିଉ 26:31-35; ମାର୍କ 14:27-31; ଯୋହନ 11:36-38) [PS] ଶିମୋନ, ଶିମୋନ,ଦେଖ, ଗହମକୁ ଚାଲୁଣୀରେ ଚଲାଇବା ପରି ଶୟତାନ ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ପାଇଅଛି;
ଲୂକଲିଖିତ ସୁସମାଚାର 22 : 32 (IRVOR)
କିନ୍ତୁ ତୁମ୍ଭର ବିଶ୍ୱାସ ଯେପରି ଲୋପ ନ ହୁଏ, ଏଥିପାଇଁ ମୁଁ ତୁମ୍ଭ ନିମନ୍ତେ ନିବେଦନ କଲି; ପୁଣି, ତୁମ୍ଭେ ଫେରିଲା ଉତ୍ତାରେ ଆପଣା ଭାଇମାନଙ୍କୁ ସୁସ୍ଥିର କର । [PE][PS]
ଲୂକଲିଖିତ ସୁସମାଚାର 22 : 33 (IRVOR)
ମାତ୍ର ସେ ତାହାଙ୍କୁ କହିଲେ, ହେ ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ଯିବାକୁ ଓ ମୃତ୍ୟୁଭୋଗ କରିବାକୁ ପ୍ରସ୍ତୁତ ଅଛି ।
ଲୂକଲିଖିତ ସୁସମାଚାର 22 : 34 (IRVOR)
କିନ୍ତୁ ସେ କହିଲେ, ହେ ପିତର, ମୁଁ ତୁମ୍ଭକୁ କହୁଅଛି, ଆଜି କୁକୁଡ଼ା ନ ଡାକୁଣୁ ତୁମ୍ଭେ ଯେ ମୋତେ ଜାଣ, ଏହା ତିନି ଥର ଅସ୍ୱୀକାର କରିବା । [PS]
ଲୂକଲିଖିତ ସୁସମାଚାର 22 : 35 (IRVOR)
{ଯୀଶୁଙ୍କଠାରେ ବାକ୍ୟର ସଫଳତା} [PS] ଆଉ, ସେ ସେମାନଙ୍କୁ କହିଲେ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଟଙ୍କା ରଖିବା ମୁଣା, ଝୋଲି ଓ ଯୋତା ବିନା ପଠାଇଥିଲି, ସେତେବେଳେ ତୁମ୍ଭମାନଙ୍କର କି କିଛି ଅଭାବ ହୋଇଥିଲା ? ସେମାନେ କହିଲେ, କିଛି ନାହିଁ ।
ଲୂକଲିଖିତ ସୁସମାଚାର 22 : 36 (IRVOR)
ସେଥିରେ ସେ ସେମାନଙ୍କୁ କହିଲେ, ମାତ୍ର ଏବେ, ଯାହାର ଟଙ୍କା ରଖିବାର ମୁଣା ଅଛି, ସେ ତାହା ନେଉ, ସେହି ପ୍ରକାରେ ଝୋଲି ମଧ୍ୟ ନେଉ, ଆଉ ଯାହାର ନାହିଁ, ସେ ଆପଣା ଚାଦରଖଣ୍ଡକ ବିକି ଖଣ୍ଡା କିଣୁ । [PE][PS]
ଲୂକଲିଖିତ ସୁସମାଚାର 22 : 37 (IRVOR)
କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେପରି ଶାସ୍ତ୍ରରେ ଲେଖାଅଛି, ତାହା ମୋଠାରେ ସିଦ୍ଧ ହେବା ଆବଶ୍ୟକ; ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ, ଯେଣୁ ମୋ ସମ୍ବନ୍ଧୀୟ କଥା ସିଦ୍ଧ ହେଉଅଛି ।
ଲୂକଲିଖିତ ସୁସମାଚାର 22 : 38 (IRVOR)
ସେଥିରେ ସେମାନେ କହିଲେ, ପ୍ରଭୁ ଦେଖନ୍ତୁ, ଏଠାରେ ଦୁଇଟା ଖଣ୍ଡା ଅଛି । ପୁଣି, ସେ ସେମାନଙ୍କୁ କହିଲେ, ଯଥେଷ୍ଟ । [PE][PS]
ଲୂକଲିଖିତ ସୁସମାଚାର 22 : 39 (IRVOR)
{ଜୀତ ପର୍ବତରେ ଯୀଶୁଙ୍କ ପ୍ରାର୍ଥନା} (ମାଥିଉ 26:36-46; ମାର୍କ 14:32-42) [PS] ସେ ବାହାରି ଆପଣା ଧାରାନୁସାରେ ଜୀତ ପର୍ବତକୁ ଗଲେ, ଆଉ ଶିଷ୍ୟମାନେ ମଧ୍ୟ ତାହାଙ୍କ ପଛେ ପଛେ ଗଲେ ।
ଲୂକଲିଖିତ ସୁସମାଚାର 22 : 40 (IRVOR)
ସେହି ସ୍ଥାନରେ ଉପସ୍ଥିତ ହୋଇ ସେ ସେମାନଙ୍କୁ କହିଲେ, ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ପ୍ରାର୍ଥନା କର । [PE][PS]
ଲୂକଲିଖିତ ସୁସମାଚାର 22 : 41 (IRVOR)
ଆଉ ସେ ସେମାନଙ୍କଠାରୁ ପ୍ରାୟ ଶହେ ହାତ ଦୂରକୁ ଯାଇ ଆଣ୍ଠୁପାତି ଏହି ପ୍ରାର୍ଥନା କରିବାକୁ ଲାଗିଲେ,
ଲୂକଲିଖିତ ସୁସମାଚାର 22 : 42 (IRVOR)
ହେ ପିତା, ଯଦି ତୁମ୍ଭର ଇଚ୍ଛା ଥାଏ, ତେବେ ଏହି ପାନପାତ୍ର ମୋ'ଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ । [PE][PS]
ଲୂକଲିଖିତ ସୁସମାଚାର 22 : 43 (IRVOR)
ଆଉ ସ୍ୱର୍ଗରୁ ଜଣେ ଦୂତ ଦର୍ଶନ ଦେଇ ତାହାଙ୍କୁ ଶକ୍ତି ପ୍ରଦାନ କଲେ ।
ଲୂକଲିଖିତ ସୁସମାଚାର 22 : 44 (IRVOR)
ପୁଣି, ସେ ମର୍ମାନ୍ତିକ ଦୁଃଖରେ ମଗ୍ନ ହୋଇ ଆହୁରି ଏକାଗ୍ର ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ ଓ ତାହାଙ୍କ ଝାଳ ଘନ ରକ୍ତଟୋପା ପରି ଭୂଇଁରେ ପଡ଼ିଲା । [PE][PS]
ଲୂକଲିଖିତ ସୁସମାଚାର 22 : 45 (IRVOR)
ଆଉ ସେ ପ୍ରାର୍ଥନାରୁ ଉଠି ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ଦୁଃଖ ହେତୁ ନିଦ୍ରିତ ଦେଖିଲେ;
ଲୂକଲିଖିତ ସୁସମାଚାର 22 : 46 (IRVOR)
ପୁଣି, ସେ ସେମାନଙ୍କୁ କହିଲେ, କାହିଁକି ଶୋଉଅଛ ? ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଉଠି ପ୍ରାର୍ଥନା କର । [PE][PS]
ଲୂକଲିଖିତ ସୁସମାଚାର 22 : 47 (IRVOR)
{ଯୀଶୁ ଶତ୍ରୁ ହସ୍ତରେ ସମର୍ପିତ} (ମାଥିଉ 26:47-56; ମାର୍କ 14:43-50; ଯୋହନ 18:3-12) [PS] ସେ କଥା କହୁଥିବା ସମୟରେ, ଦେଖ, ଲୋକସମୂହ ଆସି ଉପସ୍ଥିତ ହେଲେ, ଆଉ ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ସେମାନଙ୍କ ଆଗେ ଆଗେ ଆସି ଯୀଶୁଙ୍କୁ ଚୁମ୍ବନ କରିବାକୁ ତାହାଙ୍କ ପାଖକୁ ଗଲା
ଲୂକଲିଖିତ ସୁସମାଚାର 22 : 48 (IRVOR)
କିନ୍ତୁ ଯୀଶୁ ତାହାକୁ ହହିଲେ, ହେ ଯିହୂଦା, ଚୁମ୍ବନ ଦ୍ୱାରା କି ମନୁଷ୍ୟପୁତ୍ରଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରୁଅଛ ? [PE][PS]
ଲୂକଲିଖିତ ସୁସମାଚାର 22 : 49 (IRVOR)
ଏଥିରେ କ'ଣ, ତାହା ଦେଖି ତାହାଙ୍କ ସଙ୍ଗୀମାନେ କହିଲେ, ପ୍ରଭୁ, ଆମ୍ଭେମାନେ କ'ଣ ଖଡ଼୍ଗରେ ଆଘାତ କରିବା ?
ଲୂକଲିଖିତ ସୁସମାଚାର 22 : 50 (IRVOR)
ଆଉ ସେମାନଙ୍କ ମଧ୍ୟରୁ ଜଣେ ମହାଯାଜକଙ୍କ ଦାସକୁ ଖଣ୍ଡାରେ ଆଘାତ କରି ତାହାର ଡାହାଣ କାନ କାଟିପକାଇଲେ ।
ଲୂକଲିଖିତ ସୁସମାଚାର 22 : 51 (IRVOR)
କିନ୍ତୁ ଯୀଶୁ ଉତ୍ତର ଦେଲେ,ଏତିକି ସହିଥାଅ; ପୁଣି, ସେ ତାହାର କାନ ଛୁଇଁ ତାହାକୁ ସୁସ୍ଥ କଲେ । [PE][PS]
ଲୂକଲିଖିତ ସୁସମାଚାର 22 : 52 (IRVOR)
ଆଉ, ଯୀଶୁ ତାହାଙ୍କ ବିରୁଦ୍ଧରେ ଆସିଥିବା ପ୍ରଧାନ ଯାଜକ, ମନ୍ଦିରର ସେନାପତି ଓ ପ୍ରାଚୀନମାନଙ୍କୁ କହିଲେ, ଡକାୟତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମ୍ଭେମାନେ କ'ଣ ବାହାରି ଆସିଲ ?
ଲୂକଲିଖିତ ସୁସମାଚାର 22 : 53 (IRVOR)
ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥିବା ସମୟରେ ତୁମ୍ଭେମାନେ ମୋ ବିରୁଦ୍ଧରେ ହାତ ବଢ଼ାଇଲ ନାହିଁ; କିନ୍ତୁ ଏହା ତୁମ୍ଭମାନଙ୍କର ସମୟ ଓ ଅନ୍ଧକାରର କର୍ତ୍ତାପଣ । (ମାଥିଉ 26:57,58,69-75; ମାର୍କ 14:53,54,66-72; ଯୋହନ 18:12-18,25-27) [PE][PS]
ଲୂକଲିଖିତ ସୁସମାଚାର 22 : 54 (IRVOR)
{ପିତରଙ୍କ ଯୀଶୁଙ୍କୁ ଅସ୍ୱୀକାର} [PS] ପରେ ସେମାନେ ତାହାଙ୍କୁ ଘେନିଯାଇ ମହାଯାଜକଙ୍କ ଗୃହକୁ ଆଣିଲେ; କିନ୍ତୁ ପିତର ଦୂରରେ ରହି ପଛେ ପଛେ ଗଲେ ।
ଲୂକଲିଖିତ ସୁସମାଚାର 22 : 55 (IRVOR)
ଆଉ ସେମାନେ ଅଗଣା ମଧ୍ୟସ୍ଥଳରେ ନିଆଁ ଜାଳି ଏକାଠି ବସନ୍ତେ ପିତର ସେମାନଙ୍କ ମଧ୍ୟରେ ବସି ରହିଲେ । [PE][PS]
ଲୂକଲିଖିତ ସୁସମାଚାର 22 : 56 (IRVOR)
ଜଣେ ଦାସୀ ତାହାଙ୍କୁ ନିଆଁ ପାଖରେ ବସିଥିବା ଦେଖି ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, ଏ ଲୋକଟା ମଧ୍ୟ ତାହା ସାଙ୍ଗରେ ଥିଲା ।
ଲୂକଲିଖିତ ସୁସମାଚାର 22 : 57 (IRVOR)
କିନ୍ତୁ ସେ ଅସ୍ୱୀକାର କରି କହିଲେ, ହେ ନାରୀ, ମୁଁ ତାହାକୁ ଜାଣେ ନାହିଁ ।
ଲୂକଲିଖିତ ସୁସମାଚାର 22 : 58 (IRVOR)
ଅଳ୍ପ ସମୟ ଉତ୍ତାରେ ଆଉ ଜଣେ ତାହାଙ୍କୁ ଦେଖି କହିଲା, ତୁମ୍ଭେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ । କିନ୍ତୁ ପିତର କହିଲେ, ନାହିଁ, ଭାଇ, ମୁଁ ନୁହେଁ । [PE][PS]
ଲୂକଲିଖିତ ସୁସମାଚାର 22 : 59 (IRVOR)
ପ୍ରାୟ ଘଣ୍ଟାକ ପରେ ଆଉ ଜଣେ ଦୃଢ଼ ଭାବରେ କହିବାକୁ ଲାଗିଲା, ଏ ଲୋକଟା ମଧ୍ୟ ନିଶ୍ଚୟ ତାହା ସଙ୍ଗରେ ଥିଲା, କାରଣ ସେ ତ ଗାଲିଲୀୟ ଲୋକ ।
ଲୂକଲିଖିତ ସୁସମାଚାର 22 : 60 (IRVOR)
କିନ୍ତୁ ପିତର କହିଲେ, ଭାଇ, ତୁମ୍ଭେ ଯାହା କହୁଅଛ, ମୁଁ ତାହା ଜାଣେ ନାହିଁ । ସେହିକ୍ଷଣି ସେ କହୁ କହୁ କୁକୁଡ଼ା ରାବିଲା; [PE][PS]
ଲୂକଲିଖିତ ସୁସମାଚାର 22 : 61 (IRVOR)
ପୁଣି, ପ୍ରଭୁ ବୁଲିପଡ଼ି ପିତରଙ୍କୁ ଏକଦୃଷ୍ଟିରେ ଚାହିଁଲେ; ସେଥିରେ ଆଜି କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ, ଏହି ଯେଉଁ କଥା ପ୍ରଭୁ ପିତରଙ୍କୁ କହିଥିଲେ ତାହା ତାହାଙ୍କ ମନରେ ପଡ଼ିଲା,
ଲୂକଲିଖିତ ସୁସମାଚାର 22 : 62 (IRVOR)
ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ । (ମାଥିଉ 26:67,68; ମାର୍କ 14:65) [PE][PS]
ଲୂକଲିଖିତ ସୁସମାଚାର 22 : 63 (IRVOR)
{ଯୀଶୁଙ୍କୁ ପରିହାସ ଓ ପ୍ରହାର} [PS] ଆଉ ଯେଉଁ ଲୋକମାନେ ଯୀଶୁଙ୍କୁ ଧରି ରଖିଥିଲେ, ସେମାନେ ତାହାଙ୍କୁ ପ୍ରହାର କରୁ କରୁ ପରିହାସ କଲେ,
ଲୂକଲିଖିତ ସୁସମାଚାର 22 : 64 (IRVOR)
ପୁଣି, ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ପଚାରିବାକୁ ଲାଗିଲେ, ତୁ ପରା ଭାବବାଦୀ ! କହ ତ କିଏ ତୋତେ ମାଇଲା ?
ଲୂକଲିଖିତ ସୁସମାଚାର 22 : 65 (IRVOR)
ପୁଣି, ସେମାନେ ଆହୁରି ଅନେକ କଥା ତାହାଙ୍କ ବିରୁଦ୍ଧରେ କହି ତାହାଙ୍କର ନିନ୍ଦା କରିବାକୁ ଲାଗିଲେ ' [PE][PS]
ଲୂକଲିଖିତ ସୁସମାଚାର 22 : 66 (IRVOR)
{ମହାସଭାରେ ଯୀଶୁଙ୍କ ବିଚାର} (ମାଥିଉ 26:59-66; ମାର୍କ 14:55-64; ଯୋହନ 18:19-24) [PS] ସକାଳ ହେଲାକ୍ଷଣି ଲୋକମାନଙ୍କର ପ୍ରାଚୀନବର୍ଗ ପୁଣି, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏକତ୍ର ହୋଇ ଆପଣାମାନଙ୍କ ମହାସଭାକୁ ତାହାଙ୍କୁ ଘେନିଯାଇ କହିଲେ, ତୁମ୍ଭେ ଯଦି ଖ୍ରୀଷ୍ଟ, ତେବେ ଆମ୍ଭମାନଙ୍କୁ କୁହ ।
ଲୂକଲିଖିତ ସୁସମାଚାର 22 : 67 (IRVOR)
କିନ୍ତୁ ସେ ସେମାନଙ୍କୁ କହିଲେ, ମୁଁ ଯଦି ଆପଣମାନଙ୍କୁ କହେ, ଆପଣମାନେ ତ ବିଶ୍ୱାସ କରିବେ ନାହିଁ;
ଲୂକଲିଖିତ ସୁସମାଚାର 22 : 68 (IRVOR)
ପୁଣି, ମୁଁ ଯଦି ପ୍ରଶ୍ନ କରେ, ଆପଣମାନେ ଉତ୍ତର ଦେବେ ନାହିଁ ।
ଲୂକଲିଖିତ ସୁସମାଚାର 22 : 69 (IRVOR)
କିନ୍ତୁ ଏହାପରେ ମନୁଷ୍ୟପୁତ୍ର ଈଶ୍ୱରଙ୍କ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହେବେ ।
ଲୂକଲିଖିତ ସୁସମାଚାର 22 : 70 (IRVOR)
ସେଥିରେ ସମସ୍ତେ ପଚାରିଲେ, ତେବେ ତୁମ୍ଭେ କ'ଣ ଈଶ୍ୱରଙ୍କ ପୁତ୍ର ? ସେ ସେମାନଙ୍କୁ କହିଲେ, ମୁଁ ସେହି ବୋଲି ଆପଣମାନେ କହୁଅଛନ୍ତି ।
ଲୂକଲିଖିତ ସୁସମାଚାର 22 : 71 (IRVOR)
ତେଣୁ ସେମାନେ କହିଲେ, ସାକ୍ଷ୍ୟରେ ଆମ୍ଭମାନଙ୍କର ଆଉ କଅଣ ପ୍ରୟୋଜନ ? ଆମ୍ଭେମାନେ ତ ଆପେ ଆପେ ତାହାର ନିଜ ମୁଖରୁ ଏହା ଶୁଣିଲୁ । [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71

BG:

Opacity:

Color:


Size:


Font: