ଲୂକଲିଖିତ ସୁସମାଚାର 21 : 1 (IRVOR)
{ବିଧବାର ଦାନ} (ମାର୍କ 12:41-44) [PS] ଏହାପରେ ଯୀଶୁ ଦୃଷ୍ଟିପାତ କରି ଧନୀ ଲୋକମାନଙ୍କୁ ଦାନ ସଂଗ୍ରହ ବାକ୍ସରେ ନିଜ ନିଜର ଦାନ ପକାଉଥିବା ଦେଖିଲେ ।
ଲୂକଲିଖିତ ସୁସମାଚାର 21 : 2 (IRVOR)
ଆଉ ସେ ଜଣେ ଦରିଦ୍ର ବିଧବାକୁ ସେଥିରେ ଦୁଇଟି ଛୋଟ ମୁଦ୍ରା ପକାଉଥିବା ଦେଖି କହିଲେ,
ଲୂକଲିଖିତ ସୁସମାଚାର 21 : 3 (IRVOR)
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଦରିଦ୍ର ବିଧବା ସମସ୍ତଙ୍କଠାରୁ ଅଧିକ ପକାଇଅଛି,
ଲୂକଲିଖିତ ସୁସମାଚାର 21 : 4 (IRVOR)
କାରଣ ଧନୀମାନେ ଦାନ ସଂଗ୍ରହ ବାକ୍ସରେ ନିଜ ନିଜର ବଳକା ଧନରୁ କିଛି କିଛି ପକାଇଲେ, କିନ୍ତୁ ଦରିଦ୍ର ବିଧବା ନିଜର ଅଭାବ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ଯାହା କିଛି ଥିଲା, ସେହି ସବୁ ପକାଇଲା । (ମାଥିଉ 24:1,2; ମାର୍କ 13:1,2) [PE][PS]
ଲୂକଲିଖିତ ସୁସମାଚାର 21 : 5 (IRVOR)
{ମନ୍ଦିର ଧ୍ୱଂସ ବିଷୟରେ ସୂଚନା} [PS] ଆଉ କେହି କେହି ମନ୍ଦିରଟି ସୁନ୍ଦର ସୁନ୍ଦର ପଥର ଓ ଦାନ ପଦାର୍ଥ ସମୂହରେ ସୁସଜ୍ଜିତ ହୋଇଅଛି ବୋଲି କହିବାରୁ ଯୀଶୁ କହିଲେ,
ଲୂକଲିଖିତ ସୁସମାଚାର 21 : 6 (IRVOR)
ତୁମ୍ଭେମାନେ ଏହି ଯାହାସବୁ ଦେଖୁଅଛ, ସମୟ ଆସିବ, ଯେତେବେଳେ ଗୋଟିଏ ପଥର ଅନ୍ୟ ପଥର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍ ହେବ । [PE][PS]
ଲୂକଲିଖିତ ସୁସମାଚାର 21 : 7 (IRVOR)
{ଯୁଗ ଶେଷର ଲକ୍ଷଣ} (ମାଥିଉ 24:3-14; ମାର୍କ 13:3-13) [PS] ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ତେବେ ଏସବୁ କେବେ ଘଟିବ ? ପୁଣି, ଯେଉଁ ସମୟରେ ଏହି ସବୁ ଘଟଣା ସନ୍ନିକଟ ହେବ, ସେ ସମୟର ଚିହ୍ନ କ'ଣ ?
ଲୂକଲିଖିତ ସୁସମାଚାର 21 : 8 (IRVOR)
ସେଥିରେ ଯୀଶୁ କହିଲେ, ସାବଧାନ, ତୁମ୍ଭେମାନେ ଯେପରି ଭ୍ରାନ୍ତ ନ ହୁଅ; କାରଣ ଅନେକ ଲୋକ ମୋ ନାମରେ ଆସି, ମୁଁ ସେ ଓ ସମୟ ସନ୍ନିକଟ ବୋଲି କହିବେ; ସେମାନଙ୍କ ପଛରେ ଯାଅ ନାହିଁ ।
ଲୂକଲିଖିତ ସୁସମାଚାର 21 : 9 (IRVOR)
ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧ ଓ ବିପ୍ଲବ ବିଷୟ ଶୁଣିବ, ସେତେବେଳେ ଭୟ କର ନାହିଁ; କାରଣ ଏହି ସମସ୍ତ ଅବଶ୍ୟ ପ୍ରଥମରେ ଘଟିବ, କିନ୍ତୁ ସଙ୍ଗେ ସଙ୍ଗେ ଯୁଗ ଶେଷ ହେବ ନାହିଁ । [PE][PS]
ଲୂକଲିଖିତ ସୁସମାଚାର 21 : 10 (IRVOR)
ତାପରେ ସେ ସେମାନଙ୍କୁ କହିଲେ, ଜାତି ବିରୁଦ୍ଧରେ ଜାତି ଓ ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉଠିବ,
ଲୂକଲିଖିତ ସୁସମାଚାର 21 : 11 (IRVOR)
ଆଉ ମହା ଭୂମିକମ୍ପ ଓ ବିଭିନ୍ନ ସ୍ଥାନରେ ମହାମାରୀ ଓ ଦୁର୍ଭିକ୍ଷ ହେବ, ପୁଣି, ଆକାଶମଣ୍ଡଳରେ ଭୟଙ୍କର ଦୃଶ୍ୟ ଓ ମହା ମହାଲକ୍ଷଣ ଦେଖାଯିବ । [PE][PS]
ଲୂକଲିଖିତ ସୁସମାଚାର 21 : 12 (IRVOR)
କିନ୍ତୁ ଏହି ସମସ୍ତ ଘଟଣା ପୂର୍ବେ ଲୋକମାନେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ନିକଟକୁ ନିଆଯିବ;
ଲୂକଲିଖିତ ସୁସମାଚାର 21 : 13 (IRVOR)
ଏହା ତୁମ୍ଭମାନଙ୍କ ସପକ୍ଷରେ ସାକ୍ଷ୍ୟ ହେବ । [PE][PS]
ଲୂକଲିଖିତ ସୁସମାଚାର 21 : 14 (IRVOR)
ଅତଏବ କ'ଣ ଉତ୍ତର ଦେବ, ସେ ବିଷୟରେ ପୂର୍ବରୁ ଚିନ୍ତା ନ କରିବାକୁ ଆପଣା ଆପଣା ମନରେ ସ୍ଥିର କର;
ଲୂକଲିଖିତ ସୁସମାଚାର 21 : 15 (IRVOR)
କାରଣ ମୁଁ ତୁମ୍ଭମାନଙ୍କୁ ଏପରି ବାକ୍ୟ ଓ ଜ୍ଞାନ ଦେବି ଯେ, ତୁମ୍ଭମାନଙ୍କର ସମସ୍ତ ବିପକ୍ଷ ଲୋକ ସେଥିର ପ୍ରତିରୋଧ ବା ପ୍ରତିବାଦ କରି ପାରିବେ ନାହିଁ । [PE][PS]
ଲୂକଲିଖିତ ସୁସମାଚାର 21 : 16 (IRVOR)
କିନ୍ତୁ ତୁମ୍ଭେମାନେ ବାପା ମା', ଭାଇ, ସମ୍ପର୍କୀୟ ଓ ବନ୍ଧୁମାନଙ୍କ ଦ୍ୱାରା ସୁଦ୍ଧା ସମର୍ପିତ ହେବ, ଆଉ ତୁମ୍ଭମାନଙ୍କ ମଧ୍ୟରୁ ଲୋକମାନେ କାହାରି କାହାରିକୁ ହତ୍ୟା କରିବେ,
ଲୂକଲିଖିତ ସୁସମାଚାର 21 : 17 (IRVOR)
ପୁଣି, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ ।
ଲୂକଲିଖିତ ସୁସମାଚାର 21 : 18 (IRVOR)
କିନ୍ତୁ ତୁମ୍ଭମାନଙ୍କ ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ;
ଲୂକଲିଖିତ ସୁସମାଚାର 21 : 19 (IRVOR)
ସହିଷ୍ଣୁତା ଦ୍ୱାରା ତୁମ୍ଭେମାନେ ଆପଣା ଆପଣା ଜୀବନ ଲାଭ କରିବ । [PE][PS]
ଲୂକଲିଖିତ ସୁସମାଚାର 21 : 20 (IRVOR)
{ଯିରୂଶାଲମ ଧ୍ୱଂସ ହେବାର ସୂଚନା} (ମାଥିଉ 24:15-21; ମାର୍କ 13:14-19) [PS] କିନ୍ତୁ ତୁମ୍ଭେମାନେ ଯେତେବେଳେ ଯିରୂଶାଲମକୁ ସୈନ୍ୟସାମନ୍ତ ଘେରିଥିବା ଦେଖିବ, ସେତେବେଳେ ତାହା ଧ୍ୱଂସ ହେବା ଯେ ସନ୍ନିକଟ, ଏହା ଜାଣ ।
ଲୂକଲିଖିତ ସୁସମାଚାର 21 : 21 (IRVOR)
ସେତେବେଳେ ଯେଉଁମାନେ ଯିହୂଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଆନ୍ତୁ; ପୁଣି, ଯେଉଁମାନେ ନଗର ମଧ୍ୟରେ ଥାଆନ୍ତି, ସେମାନେ ପ୍ରସ୍ଥାନ କରନ୍ତୁ; ଆଉ, ଯେଉଁମାନେ ଗ୍ରାମଗୁଡ଼ିକରେ ଥାଆନ୍ତି, ସେମାନେ ନଗରରେ ପ୍ରବେଶ ନ କରନ୍ତୁ;
ଲୂକଲିଖିତ ସୁସମାଚାର 21 : 22 (IRVOR)
କାରଣ ଲିଖିତ ବିଷୟସବୁ ସଫଳ ହେବା ନିମନ୍ତେ ତାହା ସମୁଚିତ ଦଣ୍ଡର ସମୟ ଅଟେ । [PE][PS]
ଲୂକଲିଖିତ ସୁସମାଚାର 21 : 23 (IRVOR)
ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର ! କାରଣ ଦେଶରେ ମହା ବିପଦ ଓ ଏହି ଜାତି ପ୍ରତି କ୍ରୋଧ ଘଟିବ,
ଲୂକଲିଖିତ ସୁସମାଚାର 21 : 24 (IRVOR)
ଆଉ ସେମାନେ ଖଡ଼୍ଗରେ ହତ ହେବେ ଓ ବନ୍ଦୀ ହୋଇ ସମସ୍ତ ଅଣଯିହୂଦୀ ମଧ୍ୟକୁ ନିଆ ହେବେ, ପୁଣି, ଅଣଯିହୂଦୀୟମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ ସେମାନଙ୍କର ପଦତଳିତ ହୋଇ ରହିବ । [PE][PS]
ଲୂକଲିଖିତ ସୁସମାଚାର 21 : 25 (IRVOR)
{ମନୁଷ୍ୟପୁତ୍ରଙ୍କ ପୁନରାଗମନ} (ମାଥିଉ 24:29-31; ମାର୍କ 13:24-27) [PS] ପୁଣି, ସୁର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାଳାରେ ଲକ୍ଷଣ ଦେଖାଯିବ, ଆଉ ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଲେଶ ଘଟିବ; ସମୁଦ୍ର ଓ ତରଙ୍ଗର ତର୍ଜନଗର୍ଜନ ହେତୁ ସେମାନେ ଅବାକ୍ ହେବେ,
ଲୂକଲିଖିତ ସୁସମାଚାର 21 : 26 (IRVOR)
ପୁଣି, ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ, କାରଣ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବେ । [PE][PS]
ଲୂକଲିଖିତ ସୁସମାଚାର 21 : 27 (IRVOR)
ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ମେଘରେ ଆଗମନ କରିବା ଦେଖିବେ ।
ଲୂକଲିଖିତ ସୁସମାଚାର 21 : 28 (IRVOR)
କିନ୍ତୁ ଏହି ସମସ୍ତ ଘଟଣା ଆରମ୍ଭ ହେଲେ ତୁମ୍ଭେମାନେ ଉପରକୁ ଅନାଅ ଓ ମସ୍ତକ ଉଠାଅ, ଯେଣୁ ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ । [PE][PS]
ଲୂକଲିଖିତ ସୁସମାଚାର 21 : 29 (IRVOR)
{ଡିମ୍ବିରି ବୃକ୍ଷରୁ ଶିକ୍ଷା} (ମାଥିଉ 24:32-35; ମାର୍କ 13:28-31) [PS] ଆଉ ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ କହିଲେ, ଡିମ୍ବିରି ପୁଣି, ସମସ୍ତ ବୃକ୍ଷ ପ୍ରତି ଦୃଷ୍ଟିପାତ କର;
ଲୂକଲିଖିତ ସୁସମାଚାର 21 : 30 (IRVOR)
ଯେତେବେଳେ ସେଗୁଡ଼ିକ ପଲ୍ଲବିତ ହୁଏ, ସେତେବେଳେ ତୁମ୍ଭେମାନେ ତାହା ଦେଖି ଗ୍ରୀଷ୍ମକାଳ ସନ୍ନିକଟ ହେଲାଣି ବୋଲି ନିଜେ ନିଜେ ଜାଣିଥାଅ;
ଲୂକଲିଖିତ ସୁସମାଚାର 21 : 31 (IRVOR)
ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଘଟଣା ଦେଖିଲେ ଈଶ୍ୱରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣ । [PE][PS]
ଲୂକଲିଖିତ ସୁସମାଚାର 21 : 32 (IRVOR)
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ ।
ଲୂକଲିଖିତ ସୁସମାଚାର 21 : 33 (IRVOR)
ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ । [PE][PS]
ଲୂକଲିଖିତ ସୁସମାଚାର 21 : 34 (IRVOR)
{ସତର୍କ ରହିବାର ଆବଶ୍ୟକତା} (ମାଥିଉ 24:36-44; ମାର୍କ 13:32-37) [PS] କିନ୍ତୁ ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ, କାଳେ ତୁମ୍ଭମାନଙ୍କର ହୃଦୟ ମତ୍ତତା ଓ ମଦ୍ୟପାନରେ ପୁଣି, ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ହୁଏ, ଆଉ ସେହି ଦିନ ହଠାତ୍ ତୁମ୍ଭମାନଙ୍କ ଉପରେ ପଡ଼େ;
ଲୂକଲିଖିତ ସୁସମାଚାର 21 : 35 (IRVOR)
କାରଣ ତାହା ଫାନ୍ଦ ସ୍ୱରୂପେ ସମଗ୍ର ପୃଥିବୀନିବାସୀ ସମସ୍ତଙ୍କ ଉପରେ ଆସିବ । [PE][PS]
ଲୂକଲିଖିତ ସୁସମାଚାର 21 : 36 (IRVOR)
କିନ୍ତୁ ତୁମ୍ଭେମାନେ ଯେପରି ଏହି ସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଓ ମନୁଷ୍ୟପୁତ୍ରଙ୍କ ସମ୍ମୁଖରେ ଠିଆ ହେବାକୁ ସମର୍ଥ ହୁଅ, ଏନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗି ରୁହ । [PE][PS]
ଲୂକଲିଖିତ ସୁସମାଚାର 21 : 37 (IRVOR)
ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ପୁଣି, ପ୍ରତିରାତ୍ରି ବାହାରିଯାଇ ଜୀତପର୍ବତରେ ରହୁଥିଲେ ।
ଲୂକଲିଖିତ ସୁସମାଚାର 21 : 38 (IRVOR)
ଆଉ ସମସ୍ତ ଲୋକ ମନ୍ଦିରରେ ଯୀଶୁଙ୍କର ଶିକ୍ଷା ଶୁଣିବା ନିମନ୍ତେ ଅତି ସକାଳୁ ତାହାଙ୍କ ନିକଟକୁ ଆସୁଥିଲେ । [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38

BG:

Opacity:

Color:


Size:


Font: