ଲୂକଲିଖିତ ସୁସମାଚାର 19 : 1 (IRVOR)
{ଯୀଶୁ ଓ ଜଖୀୟ} [PS] ପରେ ଯୀଶୁ ଯିରୀହୋରେ ପ୍ରବେଶ କରି ତାହା ମଧ୍ୟ ଦେଇ ଯାଉଥିଲେ ।
ଲୂକଲିଖିତ ସୁସମାଚାର 19 : 2 (IRVOR)
ଆଉ ଦେଖ, ସେଠାରେ ଜଖିୟ ନାମରେ ଜଣେ ଲୋକ ଥିଲେ । ସେ ଜଣେ ପ୍ରଧାନ କର ଆଦାୟକାରୀ ଓ ଧନୀ ଲୋକ । [PE][PS]
ଲୂକଲିଖିତ ସୁସମାଚାର 19 : 3 (IRVOR)
ଯୀଶୁ କିଏ, ତାହା ଦେଖିବାକୁ ସେ ଚେଷ୍ଟା କରୁଥିଲେ, କିନ୍ତୁ ଲୋକମାନଙ୍କର ଭିଡ଼ ସକାଶୁ ଦେଖି ପାରୁ ନ ଥିଲେ, କାରଣ ସେ ବାଙ୍ଗର ଥିଲେ ।
ଲୂକଲିଖିତ ସୁସମାଚାର 19 : 4 (IRVOR)
ଏଣୁ ସେ ଆଗକୁ ଦୌଡ଼ିଯାଇ ଯୀଶୁଙ୍କୁ ଦେଖିବା ନିମନ୍ତେ ଗୋଟିଏ ଡିମ୍ବିରି ଗଛରେ ଚଢ଼ିଲେ, କାରଣ ସେହି ବାଟ ଦେଇ ତାହାଙ୍କର ଯିବାର ଥିଲା । [PE][PS]
ଲୂକଲିଖିତ ସୁସମାଚାର 19 : 5 (IRVOR)
ଯୀଶୁ ସେ ସ୍ଥାନକୁ ଆସି ଉପରକୁ ଚାହିଁ ତାହାଙ୍କୁ କହିଲେ, ଜଖିୟ, ଶୀଘ୍ର ଓହ୍ଲାଇଆସ, କାରଣ ଆଜି ମୋତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ ।
ଲୂକଲିଖିତ ସୁସମାଚାର 19 : 6 (IRVOR)
ସେଥିରେ ସେ ଶୀଘ୍ର ଓହ୍ଲାଇ ଆସି ଆନନ୍ଦରେ ଯୀଶୁଙ୍କୁ ନିଜ ଘରକୁ ଡାକିଲେ ।
ଲୂକଲିଖିତ ସୁସମାଚାର 19 : 7 (IRVOR)
ତାହା ଦେଖି ସମସ୍ତେ ବଚସା କରି କହିବାକୁ ଲାଗିଲେ, ସେ ଜଣେ ପାପୀ ଲୋକ ଘରେ ରହିବାକୁ ଗଲାଣି । [PE][PS]
ଲୂକଲିଖିତ ସୁସମାଚାର 19 : 8 (IRVOR)
କିନ୍ତୁ ଜଖିୟ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଦେଖନ୍ତୁ, ମୋର ସମ୍ପତ୍ତିର ଅଧା ମୁଁ ଗରିବମାନଙ୍କୁ ଦାନ କରୁଅଛି, ଆଉ ଯଦି ଅନ୍ୟାୟରେ କାହାରିଠାରୁ କିଛି ନେଇଥାଏ, ତେବେ ଚାରି ଗୁଣରେ ତାହା ଫେରାଇ ଦେଉଅଛି ।
ଲୂକଲିଖିତ ସୁସମାଚାର 19 : 9 (IRVOR)
ସେଥିରେ ଯୀଶୁ ତାହାଙ୍କ ବିଷୟରେ କହିଲେ, ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି, ଯେଣୁ ଜଖୀୟ ମଧ୍ୟ ଅବ୍ରାହାମଙ୍କ ଜଣେ ସନ୍ତାନ;
ଲୂକଲିଖିତ ସୁସମାଚାର 19 : 10 (IRVOR)
କାରଣ ଯାହା ହଜିଅଛି, ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟପୁତ୍ର ଆସିଅଛନ୍ତି । [PE][PS]
ଲୂକଲିଖିତ ସୁସମାଚାର 19 : 11 (IRVOR)
{ଦଶ ଗୋଟି ମୋହରର ଦୃଷ୍ଟାନ୍ତ} (ମାଥିଉ 25:14-30) [PS] ଲୋକମାନେ ଏହି କଥାସବୁ ଶୁଣିବା ସମୟରେ ସେ ଆହୁରି ଗୋଟିଏ ଦୃଷ୍ଟାନ୍ତ କହିଲେ, କାରଣ ସେ ଯିରୂଶାଲମର ନିକଟବର୍ତ୍ତୀ ହୋଇଥିଲେ ଓ ଈଶ୍ୱରଙ୍କ ରାଜ୍ୟ ଅତିଶୀଘ୍ର ପ୍ରକାଶ ପାଇବ ବୋଲି ସେମାନେ ମନେ କରୁଥିଲେ ।
ଲୂକଲିଖିତ ସୁସମାଚାର 19 : 12 (IRVOR)
ଏଣୁ ସେ କହିଲେ, ଜଣେ ଉଚ୍ଚବଂଶର ବ୍ୟକ୍ତି ଆପଣା ନିମନ୍ତେ ରାଜପଦ ଗ୍ରହଣ କରି ଫେରିଆସିବା ନିମନ୍ତେ ଦୂର ଦେଶକୁ ଯାତ୍ରା କଲେ । [PE][PS]
ଲୂକଲିଖିତ ସୁସମାଚାର 19 : 13 (IRVOR)
ସେ ଆପଣାର ଦଶ ଜଣ ଦାସଙ୍କୁ ଡାକି ସେମାନଙ୍କୁ ଦଶ ଗୋଟି ମୁଦ୍ରା ଦେଇ କହିଲେ, ମୋର ଆସିବା ପର୍ଯ୍ୟନ୍ତ ବେପାର କର ।
ଲୂକଲିଖିତ ସୁସମାଚାର 19 : 14 (IRVOR)
କିନ୍ତୁ ତାହାଙ୍କ ଦେଶବାସୀମାନେ ତାହାଙ୍କୁ ଘୃଣା କରୁଥିଲେ, ଆଉ ସେମାନେ ତାହାଙ୍କ ପଛରେ ଦୂତ ପଠାଇ କହିଲେ, ଏ ଲୋକ ଯେ ଆମ୍ଭମାନଙ୍କ ଉପରେ ଶାସନ କରିବେ, ଏହା ଆମ୍ଭମାନଙ୍କ ଇଚ୍ଛା ନାହିଁ ।
ଲୂକଲିଖିତ ସୁସମାଚାର 19 : 15 (IRVOR)
ପରେ ସେ ରାଜପଦ ପ୍ରାପ୍ତ ହୋଇ ଫେରିଆସିଲେ, ଯେଉଁ ଦାସମାନଙ୍କୁ ଧନ ଦେଇଥିଲେ, ସେମାନଙ୍କ ମଧ୍ୟରେ ବେପାର କରି କିଏ କେତେ ଲାଭ କରିଅଛି, ତାହା ଜାଣିବା ନିମନ୍ତେ ସେମାନଙ୍କୁ ଆପଣା ନିକଟକୁ ଡାକି ଆଣିବା ପାଇଁ ଆଦେଶ ଦେଲେ । [PE][PS]
ଲୂକଲିଖିତ ସୁସମାଚାର 19 : 16 (IRVOR)
ସେଥିରେ ପ୍ରଥମ ଜଣକ ଆସି କହିଲା, ପ୍ରଭୁ, ଆପଣଙ୍କ ମୁଦ୍ରା ଆଉ ଦଶଟି ମୁଦ୍ରା ଲାଭ କରିଅଛି ।
ଲୂକଲିଖିତ ସୁସମାଚାର 19 : 17 (IRVOR)
ସେ ତାହାକୁ କହିଲେ, ବେଶ୍, ଉତ୍ତମ ଦାସ, ତୁମ୍ଭେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ ହୋଇଥିବାରୁ ଦଶ ଗୋଟି ନଗର ଉପରେ ଅଧିକାରପ୍ରାପ୍ତ ହୁଅ । [PE][PS]
ଲୂକଲିଖିତ ସୁସମାଚାର 19 : 18 (IRVOR)
ପୁଣି, ଦ୍ୱିତୀୟ ଜଣକ ଆସି କହିଲା, ପ୍ରଭୋ, ଆପଣଙ୍କ ମୁଦ୍ରା ପାଞ୍ଚୋଟି ମୁଦ୍ରା ଲାଭ କରିଅଛି ।
ଲୂକଲିଖିତ ସୁସମାଚାର 19 : 19 (IRVOR)
ସେ ତାହାକୁ ମଧ୍ୟ କହିଲେ, ତୁମ୍ଭେ ସୁଦ୍ଧା ପାଞ୍ଚୋଗୋଟି ନଗର ଉପରେ ଅଧିକାରପ୍ରାପ୍ତ ହୁଅ । [PE][PS]
ଲୂକଲିଖିତ ସୁସମାଚାର 19 : 20 (IRVOR)
ଆଉ ଜଣେ ଆସି କହିଲା, ପ୍ରଭୁ, ଦେଖନ୍ତୁ, ଏହି ଆପଣଙ୍କର ମୁଦ୍ରା, ମୁଁ ଏହା ଗାମୁଛାରେ ବାନ୍ଧି ରଖି ଦେଇଥିଲି;
ଲୂକଲିଖିତ ସୁସମାଚାର 19 : 21 (IRVOR)
କାରଣ ମୁଁ ଆପଣଙ୍କୁ ଭୟ କଲି, ଯେଣୁ ଆପଣ ଜଣେ କଠୋର ଲୋକ, ଯାହା ରଖି ନ ଥାଆନ୍ତି, ତାହା ଉଠାଇ ନିଅନ୍ତି, ପୁଣି, ଯାହା ବୁଣି ନ ଥାଆନ୍ତି, ତାହା କାଟନ୍ତି । [PE][PS]
ଲୂକଲିଖିତ ସୁସମାଚାର 19 : 22 (IRVOR)
ସେ ତାହାକୁ କହିଲେ, ରେ ଦୁଷ୍ଟ ଦାସ, ତୋର ମୁହଁର କଥାରେ ତୋହର ବିଚାର କରିବି । ମୁଁ ଜଣେ କଠୋର ଲୋକ, ଯାହା ରଖି ନ ଥାଏ, ତାହା ଉଠାଇନିଏ, ପୁଣି, ଯାହା ବୁଣି ନ ଥାଏ, ତାହା କାଟେ, ଏହା କ'ଣ ଜାଣିଥିଲୁ ?
ଲୂକଲିଖିତ ସୁସମାଚାର 19 : 23 (IRVOR)
ତେବେ ବ୍ୟାଙ୍କରେ କାହିଁକି ମୋହର ଧନ ରଖିଲୁ ନାହିଁ ? ତାହାହେଲେ ମୁଁ ଆସି ସୁଧ ସହିତ ତାହା ଆଦାୟ କରିଥାଆନ୍ତି । [PE][PS]
ଲୂକଲିଖିତ ସୁସମାଚାର 19 : 24 (IRVOR)
ପୁଣି, ସେ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ କହିଲେ, ଏହାଠାରୁ ଏହି ମୁଦ୍ରା ନେଇଯାଇ, ଯାହାର ଦଶ ମୁଦ୍ରା ଅଛି, ତାହାକୁ ଦିଅ ।
ଲୂକଲିଖିତ ସୁସମାଚାର 19 : 25 (IRVOR)
ସେଥିରେ ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ତାହାର ତ ଦଶ ମୁଦ୍ରା ଅଛି । [PE][PS]
ଲୂକଲିଖିତ ସୁସମାଚାର 19 : 26 (IRVOR)
ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକୌଣସି ଲୋକର ଅଛି, ତାହାକୁ ଅଧିକ ଦିଆଯିବ । କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ ।
ଲୂକଲିଖିତ ସୁସମାଚାର 19 : 27 (IRVOR)
କିନ୍ତୁ ମୋର ଏହି ଯେଉଁ ଶତ୍ରୁମାନେ ମୁଁ ସେମାନଙ୍କ ଉପରେ ଶାସନ କରେ ବୋଲି ଇଚ୍ଛା କରି ନ ଥିଲେ, ସେମାନଙ୍କୁ ଏଠାକୁ ଆଣି ମୋର ସାକ୍ଷାତରେ ହତ୍ୟା କର । [PE][PS]
ଲୂକଲିଖିତ ସୁସମାଚାର 19 : 28 (IRVOR)
{ଯୀଶୁଙ୍କ ବିଜୟ ଯାତ୍ରା} (ମାଥିଉ 21:1-11; ମାର୍କ 11:1-11; ଯୋହନ 12:12-19) [PS] ଏହି ସମସ୍ତ କଥା କହି ଯୀଶୁ ଆଗକୁ ଯାଇ ଯିରୂଶାଲମ ଆଡ଼େ ଯାତ୍ରା କରିବାକୁ ଲାଗିଲେ । [PE][PS]
ଲୂକଲିଖିତ ସୁସମାଚାର 19 : 29 (IRVOR)
ଆଉ ଯେତେବେଳେ ସେ ଜୀତ ପର୍ବତ ପାଖରେ ଥିବା ବେଥଫାଗୀ ଓ ବେଥନିଆ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ,
ଲୂକଲିଖିତ ସୁସମାଚାର 19 : 30 (IRVOR)
ତୁମ୍ଭମାନଙ୍କ ସମ୍ମୁଖରେ ଥିବା ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା ସମୟରେ, ଯାହା ଉପରେ କେହି କେବେ ବସି ନାହିଁ; ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିବ; ତାହାକୁ ଫିଟାଇ ନେଇଆସ ।
ଲୂକଲିଖିତ ସୁସମାଚାର 19 : 31 (IRVOR)
ଆଉ ଯଦି କେହି ତୁମ୍ଭମାନଙ୍କୁ କାହିଁକି ଫିଟାଉଅଛ ବୋଲି ପଚାରେ, ତେବେ ଏପରି କହିବ, କାରଣ ଏହାଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି । [PE][PS]
ଲୂକଲିଖିତ ସୁସମାଚାର 19 : 32 (IRVOR)
ସେଥିରେ ପଠାଯାଇଥିବା ଲୋକେ ଯାଇ, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖିଲେ ।
ଲୂକଲିଖିତ ସୁସମାଚାର 19 : 33 (IRVOR)
ପୁଣି, ସେମାନେ ଗଧଛୁଆକୁ ଫିଟାଉଥିବା ସମୟରେ ତାହାର ଅଧିକାରୀମାନେ ସେମାନଙ୍କୁ ପଚାରିଲେ, କାହିଁକି ଗଧଛୁଆକୁ ଫିଟାଉଅଛ ?
ଲୂକଲିଖିତ ସୁସମାଚାର 19 : 34 (IRVOR)
ସେମାନେ କହିଲେ, କାରଣ ଏହାଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି ।
ଲୂକଲିଖିତ ସୁସମାଚାର 19 : 35 (IRVOR)
ପୁଣି, ସେମାନେ ତାହାକୁ ଯୀଶୁଙ୍କ ନିକଟକୁ ଆଣି ତାହା ଉପରେ ଆପଣା ଆପଣା ଲୁଗା ପକାଇ ଯୀଶୁଙ୍କୁ ବସାଇଲେ ।
ଲୂକଲିଖିତ ସୁସମାଚାର 19 : 36 (IRVOR)
ଆଉ ସେ ଯାତ୍ରା କରୁଥିବା ସମୟରେ ଲୋକେ ବାଟରେ ଆପଣା ଆପଣା ଲୁଗା ବିଛାଇ ଦେବାକୁ ଲାଗିଲେ । [PE][PS]
ଲୂକଲିଖିତ ସୁସମାଚାର 19 : 37 (IRVOR)
ପୁଣି, ସେ ଯେତେବେଳେ ଜୀତ ପର୍ବତର ଗଡ଼ାଣି ସ୍ଥାନର ନିକଟବର୍ତ୍ତୀ ହେଲେ, ସେତେବେଳେ ସମୁଦାୟ ଶିଷ୍ୟଦଳ ଦେଖିଥିବା ସମସ୍ତ ମହତର କାର୍ଯ୍ୟ ନିମନ୍ତେ ଆନନ୍ଦରେ ଉଚ୍ଚ ସ୍ୱର କରି ଈଶ୍ୱରଙ୍କ ପ୍ରଶଂସା କରୁ କରୁ କହିଲେ,
ଲୂକଲିଖିତ ସୁସମାଚାର 19 : 38 (IRVOR)
ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଅଛନ୍ତି, ସେ ଧନ୍ୟ । ସ୍ୱର୍ଗରେ ଶାନ୍ତି ଓ ଊର୍ଦ୍ଧ୍ୱଲୋକରେ ମହିମା । [PE][PS]
ଲୂକଲିଖିତ ସୁସମାଚାର 19 : 39 (IRVOR)
ସେଥିରେ ଲୋକମାନଙ୍କ ମଧ୍ୟରୁ କେତେ ଜଣ ଫାରୂଶୀ ତାହାଙ୍କୁ କହିଲେ, ହେ ଗୁରୁ, ଆପଣଙ୍କ ଶିଷ୍ୟମାନଙ୍କୁ ଧମକ ଦିଅନ୍ତୁ ।
ଲୂକଲିଖିତ ସୁସମାଚାର 19 : 40 (IRVOR)
ସେ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ କହୁଅଛି, ଏମାନେ ତୁନି ହୋଇ ରହିଲେ, ପଥରଗୁଡ଼ାକ ପାଟି କରିବେ । [PS]
ଲୂକଲିଖିତ ସୁସମାଚାର 19 : 41 (IRVOR)
{ଯିରୂଶାଲମ ନିମନ୍ତେ ଯୀଶୁଙ୍କ ବିଳାପ} [PS] ଆଉ ଯେତେବେଳେ ସେ ନିକଟକୁ ଆସିଲେ, ସେତେବେଳେ ନଗରକୁ ଦେଖି ତାହା ନିମନ୍ତେ ରୋଦନ କରି କହିଲେ,
ଲୂକଲିଖିତ ସୁସମାଚାର 19 : 42 (IRVOR)
ତୁ, ହଁ, ତୁ ଯଦି ଆଜି ଶାନ୍ତିର ବିଷୟଗୁଡ଼ିକ ଜାଣିଥାଆନ୍ତୁ ! ମାତ୍ର ଏବେ ସେଗୁଡ଼ିକ ତୋ ଦୃଷ୍ଟିରୁ ଗୁପ୍ତ ହୋଇ ରହିଅଛି । [PE][PS]
ଲୂକଲିଖିତ ସୁସମାଚାର 19 : 43 (IRVOR)
ଯେତେବେଳେ ଈଶ୍ୱର ତୋତେ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ ତାହା ତୁ ନ ଜାଣିବା ହେତୁରୁ, ଯେଉଁ ସମୟରେ ତୋ' ଶତ୍ରୁମାନେ ତୋର ଚାରିଆଡ଼େ ବନ୍ଧ ବାନ୍ଧି ତୋତେ ଘେରିଯାଇ ଅବରୋଧ କରିବେ,
ଲୂକଲିଖିତ ସୁସମାଚାର 19 : 44 (IRVOR)
ପୁଣି, ତୋତେ ଓ ତୋ ମଧ୍ୟରେ ଥିବା ତୋ ସନ୍ତାନମାନଙ୍କୁ ଭୂମିରେ କଚାଡ଼ି ଚୂର୍ଣ୍ଣ କରିବେ, ଆଉ ତୋ ମଧ୍ୟରେ ଗୋଟିଏ ପଥରକୁ ଅନ୍ୟ ଗୋଟିଏ ପଥର ଉପରେ, ରହିବାକୁ ଦେବେ ନାହିଁ, ଏପରି ସମୟ ତୋ ଉପରେ ଆସିବ । [PE][PS]
ଲୂକଲିଖିତ ସୁସମାଚାର 19 : 45 (IRVOR)
{ଯୀଶୁଙ୍କ ମନ୍ଦିର ପରିଷ୍କାର} (ମାଥିଉ 21:12-17; ମାର୍କ 11:15-19; ଯୋହନ 2:13-22) [PS] ଆଉ, ସେ ମନ୍ଦିରରେ ପ୍ରବେଶ କରି ବେପାରୀ ମାନଙ୍କୁ ବାହାର କରିବାକୁ ଲାଗିଲେ,
ଲୂକଲିଖିତ ସୁସମାଚାର 19 : 46 (IRVOR)
ଲେଖା ଅଛି, ଆମ୍ଭର ଗୃହ ପ୍ରାର୍ଥନାଗୃହ ହେବ, କିନ୍ତୁ ତୁମ୍ଭେମାନେ ତାହାକୁ ଦୁଷ୍କର୍ମକାରୀମାନଙ୍କର ବାସସ୍ଥାନ କରିଅଛ । [PE][PS]
ଲୂକଲିଖିତ ସୁସମାଚାର 19 : 47 (IRVOR)
ଆଉ ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ମାତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଲୋକଙ୍କର ନେତାମାନଙ୍କ ସହିତ ତାହାଙ୍କୁ ବିନାଶ କରିବାକୁ ଚେଷ୍ଟା କରୁଥିଲେ,
ଲୂକଲିଖିତ ସୁସମାଚାର 19 : 48 (IRVOR)
କିନ୍ତୁ ଲୋକ ସମସ୍ତେ ଆଗ୍ରହରେ ତାହାଙ୍କ ଶିକ୍ଷା ଶୁଣୁଥିବାରୁ ସେମାନେ କ'ଣ କରିବେ ବୋଲି ସ୍ଥିର କରି ପାରୁ ନ ଥିଲେ । [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48

BG:

Opacity:

Color:


Size:


Font: