ଲେବୀୟ ପୁସ୍ତକ 4 : 1 (IRVOR)
ପାପ ମୋଚନ ବଳିଦାନର ନିୟମ ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
ଲେବୀୟ ପୁସ୍ତକ 4 : 2 (IRVOR)
“ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ଯଦି କୌଣସି ବ୍ୟକ୍ତି ତହିଁ ମଧ୍ୟରୁ କୌଣସି କର୍ମ କରି ଭୁଲବଶତଃ ପାପ କରେ;
ଲେବୀୟ ପୁସ୍ତକ 4 : 3 (IRVOR)
ବିଶେଷତଃ ଅଭିଷିକ୍ତ ଯାଜକ* ଅର୍ଥାତ୍ ମହାଯାଜକ ଯଦି ଲୋକମାନଙ୍କର ଦୋଷଜନକ ପାପ କରେ; ତେବେ ସେ ଆପଣା କୃତ ପାପ ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଖୁନ୍ତ ଏକ ଗୋବତ୍ସ ପାପାର୍ଥକ ବଳି ରୂପେ ଉତ୍ସର୍ଗ କରିବ।
ଲେବୀୟ ପୁସ୍ତକ 4 : 4 (IRVOR)
ପୁଣି ସେ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ଛାମୁରେ ସେହି ଗୋବତ୍ସ ଆଣି ତାହା ମସ୍ତକରେ ହସ୍ତ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ।
ଲେବୀୟ ପୁସ୍ତକ 4 : 5 (IRVOR)
ଆଉ, ଅଭିଷିକ୍ତ ଯାଜକ ସେହି ଗୋବତ୍ସର ରକ୍ତରୁ କିଛି ନେଇ ସମାଗମ-ତମ୍ବୁ ମଧ୍ୟକୁ ଆଣିବ।
ଲେବୀୟ ପୁସ୍ତକ 4 : 6 (IRVOR)
ପୁଣି, ଯାଜକ ସେହି ରକ୍ତରେ ଆପଣା ଅଙ୍ଗୁଳି ଡୁବାଇ ସଦାପ୍ରଭୁଙ୍କ ଛାମୁରେ ପବିତ୍ର ସ୍ଥାନର ବିଚ୍ଛେଦବସ୍ତ୍ର ଆଗରେ ସାତ ଥର ଛିଞ୍ଚିବ।
ଲେବୀୟ ପୁସ୍ତକ 4 : 7 (IRVOR)
ଆଉ, ଯାଜକ ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ବୁର ମଧ୍ୟସ୍ଥିତ ସୁଗନ୍ଧି ଧୂପବେଦିର ଶୃଙ୍ଗରେ ସଦାପ୍ରଭୁଙ୍କ ସମ୍ମୁଖରେ ଦେବ; ତହୁଁ ଗୋବତ୍ସର ସମସ୍ତ ରକ୍ତ ନେଇ ସମାଗମ-ତମ୍ବୁର ଦ୍ୱାରସ୍ଥିତ ହୋମବେଦି ମୂଳରେ ଢାଳିବ।
ଲେବୀୟ ପୁସ୍ତକ 4 : 8 (IRVOR)
ଆଉ, ପାପାର୍ଥକ ବଳି ରୂପ ଗୋବତ୍ସର ସମସ୍ତ ମେଦ, ଅର୍ଥାତ୍, ଅନ୍ତ ଆଚ୍ଛାଦକ ମେଦ, ଅନ୍ତ ଉପରିସ୍ଥ ମେଦ,
ଲେବୀୟ ପୁସ୍ତକ 4 : 9 (IRVOR)
ଦୁଇ ଗୁର୍ଦା, ତହିଁ ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତପ୍ଲାବକ, ଗୁର୍ଦା ସହିତ ନେବ।
ଲେବୀୟ ପୁସ୍ତକ 4 : 10 (IRVOR)
ମଙ୍ଗଳାର୍ଥକ ବଳିର ଗୋରୁ ହେଲେ ଯେରୂପ କରିବାକୁ ହୁଏ, ସେରୂପ କରିବ; ପୁଣି ଯାଜକ ହୋମବେଦି ଉପରେ ତାହା ଦଗ୍ଧ କରିବ।
ଲେବୀୟ ପୁସ୍ତକ 4 : 11 (IRVOR)
ଆଉ, ସେହି ଗୋବତ୍ସର ଚର୍ମ, ସମସ୍ତ ମାଂସ, ମସ୍ତକ, ପାଦ, ଅନ୍ତ ଓ ଗୋମୟ,
ଲେବୀୟ ପୁସ୍ତକ 4 : 12 (IRVOR)
ସର୍ବସମେତ ଗୋବତ୍ସକୁ ନେଇ ଛାଉଣି ବାହାରେ ଶୁଚି ସ୍ଥାନରେ, ଅର୍ଥାତ୍, ଭସ୍ମ ନିକ୍ଷେପ ସ୍ଥାନକୁ ଆଣି କାଷ୍ଠ ଉପରେ ଅଗ୍ନିରେ ଦଗ୍ଧ କରିବ; ଭସ୍ମ ନିକ୍ଷେପ ସ୍ଥାନରେ ତାହା ଦଗ୍ଧ କରିବାକୁ ହେବ।
ଲେବୀୟ ପୁସ୍ତକ 4 : 13 (IRVOR)
ଆଉ, ଇସ୍ରାଏଲର ସମଗ୍ର ମଣ୍ଡଳୀ† ଅର୍ଥାତ୍ ଇସ୍ରାଏଲ ଜନସମୂହ ଯଦି ଭୁଲବଶତଃ ପାପ କରନ୍ତି ଓ ତାହା ସମାଜର ଦୃଷ୍ଟିରେ ଅଗୋଚର ହୁଏ, ଆଉ ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ତହିଁ ମଧ୍ୟରୁ ସେମାନେ ଯଦି କୌଣସି କର୍ମ କରି ଦୋଷୀ ହୁଅନ୍ତି;
ଲେବୀୟ ପୁସ୍ତକ 4 : 14 (IRVOR)
ତେବେ ସେମାନଙ୍କ କୃତ ସେହି ପାପ ଜଣାପଡ଼ିଲେ, ସମାଜ‡ ଅର୍ଥାତ୍ ଇସ୍ରାଏଲର ଜନସମୂହ ପାପାର୍ଥକ ବଳି ରୂପେ ଏକ ଗୋବତ୍ସ ଉତ୍ସର୍ଗ କରିବେ, ପୁଣି ସମାଗମ-ତମ୍ବୁ ନିକଟକୁ ତାହା ଆଣିବେ।
ଲେବୀୟ ପୁସ୍ତକ 4 : 15 (IRVOR)
ଏଥିଉତ୍ତାରେ ମଣ୍ଡଳୀର ପ୍ରାଚୀନବର୍ଗ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସ ମସ୍ତକରେ ହସ୍ତ ରଖିବେ; ଆଉ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସ ବଧ କରାଯିବ।
ଲେବୀୟ ପୁସ୍ତକ 4 : 16 (IRVOR)
ଆଉ, ଅଭିଷିକ୍ତ ଯାଜକ ସେହି ଗୋବତ୍ସର ରକ୍ତରୁ କିଛି ନେଇ ସମାଗମ-ତମ୍ବୁ ମଧ୍ୟକୁ ଆଣିବ।
ଲେବୀୟ ପୁସ୍ତକ 4 : 17 (IRVOR)
ପୁଣି, ଯାଜକ ସେହି ରକ୍ତରେ ଆପଣା ଅଙ୍ଗୁଳି ଡୁବାଇ ସଦାପ୍ରଭୁଙ୍କ ଛାମୁରେ ବିଚ୍ଛେଦବସ୍ତ୍ର ଆଗରେ ସାତ ଥର ଛିଞ୍ଚିବ।
ଲେବୀୟ ପୁସ୍ତକ 4 : 18 (IRVOR)
ପୁଣି ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ବୁ ମଧ୍ୟରେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ବେଦିର ଶୃଙ୍ଗ ଉପରେ ଦେବ, ଆଉ ସମାଗମ-ତମ୍ବୁର ଦ୍ୱାର ସମୀପସ୍ଥ ହୋମବେଦି ମୂଳରେ ତାହାର ସମସ୍ତ ରକ୍ତ ଢାଳିବ।
ଲେବୀୟ ପୁସ୍ତକ 4 : 19 (IRVOR)
ପୁଣି, ବଳିରୁ ସମସ୍ତ ମେଦ ନେଇ ବେଦି ଉପରେ ଦଗ୍ଧ କରିବ।
ଲେବୀୟ ପୁସ୍ତକ 4 : 20 (IRVOR)
ପୁଣି, ସେ ସେହି ପାପାର୍ଥକ ବଳିର ଗୋବତ୍ସକୁ ଯେରୂପ କଲା, ଏହାକୁ ହିଁ ସେରୂପ କରିବ; ଏହିରୂପେ ଯାଜକ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେମାନେ କ୍ଷମାପ୍ରାପ୍ତ ହେବେ।
ଲେବୀୟ ପୁସ୍ତକ 4 : 21 (IRVOR)
ଏଥିଉତ୍ତାରେ ସେ ଗୋବତ୍ସକୁ ଛାଉଣିର ବାହାରେ ନେଇ ପ୍ରଥମ ଗୋବତ୍ସ ତୁଲ୍ୟ ତାକୁ ଦଗ୍ଧ କରିବ; ତାହା ସମାଜର ପାପାର୍ଥକ ବଳିଦାନ।
ଲେବୀୟ ପୁସ୍ତକ 4 : 22 (IRVOR)
ଆଉ, ଯଦି କୌଣସି ଅଧ୍ୟକ୍ଷ ପାପ କରେ ଓ ଯାହା ନ କରିବାକୁ ତାହାର ସଦାପ୍ରଭୁ ପରମେଶ୍ୱର ଆଜ୍ଞା ଦେଇଅଛନ୍ତି, ସେସମସ୍ତ ମଧ୍ୟରୁ କୌଣସି ଏକ କର୍ମ ଭୁଲବଶତଃ କରି ଦୋଷୀ ହୁଏ;
ଲେବୀୟ ପୁସ୍ତକ 4 : 23 (IRVOR)
ତେବେ ସେ ଯେଉଁ ବିଷୟରେ ପାପ କରିଅଛି, ତାହାର ସେହି ପାପ ତାହାକୁ ଜ୍ଞାତ କରାଗଲେ, ସେ ଏକ ନିଖୁନ୍ତ ପୁଂ ଛାଗ ଉପହାର ଆଣିବ।
ଲେବୀୟ ପୁସ୍ତକ 4 : 24 (IRVOR)
ପୁଣି, ସେ ସେହି ଛାଗର ମସ୍ତକରେ ହସ୍ତ ରଖି ହୋମବଳି ବଧ କରିବା ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ; ତାହା ପାପାର୍ଥକ ବଳିଦାନ।
ଲେବୀୟ ପୁସ୍ତକ 4 : 25 (IRVOR)
ତହୁଁ ଯାଜକ ଆପଣା ଅଙ୍ଗୁଳିରେ ସେହି ପାପାର୍ଥକ ବଳିର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ ଓ ତାହାର ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ।
ଲେବୀୟ ପୁସ୍ତକ 4 : 26 (IRVOR)
ପୁଣି ମଙ୍ଗଳାର୍ଥକ ବଳିଦାନର ମେଦ ତୁଲ୍ୟ ତାହାର ସକଳ ମେଦ ନେଇ ବେଦି ଉପରେ ଦଗ୍ଧ କରିବ; ଏହିରୂପେ ଯାଜକ ତାହାର ପାପମୋଚନାର୍ଥକ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।
ଲେବୀୟ ପୁସ୍ତକ 4 : 27 (IRVOR)
ଆଉ, ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା କରିଅଛନ୍ତି, ତହିଁରୁ କୌଣସି କର୍ମ କରିବାରେ ଯଦି ସାଧାରଣ ଲୋକଙ୍କ ମଧ୍ୟରୁ କୌଣସି ପ୍ରାଣୀ ଭୁଲବଶତଃ ପାପ କରି ଦୋଷୀ ହୁଏ
ଲେବୀୟ ପୁସ୍ତକ 4 : 28 (IRVOR)
ଓ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ଯଦି ତାହାକୁ ଜ୍ଞାତ କରାଯାଏ, ତେବେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ନିମନ୍ତେ ଏକ ନିଖୁନ୍ତ ଛାଗୀ ଉପହାର ଆଣିବ।
ଲେବୀୟ ପୁସ୍ତକ 4 : 29 (IRVOR)
ପୁଣି ସେ ସେହି ପାପାର୍ଥକ ବଳିର ମସ୍ତକରେ ହସ୍ତ ରଖି ହୋମବଳି ବଧ କରିବା ସ୍ଥାନରେ ସେହି ପାପାର୍ଥକ ବଳି ବଧ କରିବ।
ଲେବୀୟ ପୁସ୍ତକ 4 : 30 (IRVOR)
ତହୁଁ ଯାଜକ ଅଙ୍ଗୁଳିରେ ତାହାର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ, ଆଉ ତାହାର ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ।
ଲେବୀୟ ପୁସ୍ତକ 4 : 31 (IRVOR)
ପୁଣି, ମଙ୍ଗଳାର୍ଥକ ବଳିରୁ ନିଆଯାଇଥିବା ମେଦ ତୁଲ୍ୟ ଏହାର ସକଳ ମେଦ ନେବ; ତହୁଁ ଯାଜକ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବେଦି ଉପରେ ତାହା ଦଗ୍ଧ କରିବ; ଏହିରୂପେ ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।
ଲେବୀୟ ପୁସ୍ତକ 4 : 32 (IRVOR)
ମାତ୍ର ଯଦି ସେ ପାପାର୍ଥକ ବଳିଦାନ ନିମନ୍ତେ ମେଷବତ୍ସା ଆଣେ, ତେବେ ନିଖୁନ୍ତ ମେଷବତ୍ସା ଆଣିବ।
ଲେବୀୟ ପୁସ୍ତକ 4 : 33 (IRVOR)
ପୁଣି ସେହି ପାପାର୍ଥକ ବଳିର ମସ୍ତକରେ ହସ୍ତ ରଖି ହୋମବଳି ବଧ କରିବା ସ୍ଥାନରେ ପାପାର୍ଥକ ବଳିକୁ ବଧ କରିବ।
ଲେବୀୟ ପୁସ୍ତକ 4 : 34 (IRVOR)
ତହୁଁ ଯାଜକ ଅଙ୍ଗୁଳିରେ ସେହି ପାପାର୍ଥକ ବଳିର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ ଓ ତାହାର ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ।
ଲେବୀୟ ପୁସ୍ତକ 4 : 35 (IRVOR)
ଆଉ, ମଙ୍ଗଳାର୍ଥକ ବଳିର ମେଷବତ୍ସଠାରୁ ନିଆଯାଇଥିବା ମେଦ ତୁଲ୍ୟ ଏହାର ସକଳ ମେଦ ନେବ, ପୁଣି ଯାଜକ ବେଦିରେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଉପରେ ତାହା ଦଗ୍ଧ କରିବ; ଏହିରୂପେ ସେ ଯେଉଁ ପାପ କରିଅଛି, ସେହି ପାପ ସକାଶୁ ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।”
❮
❯