ଲେବୀୟ ପୁସ୍ତକ 19 : 1 (IRVOR)
{#1ପବିତ୍ରତାର ପରମେଶ୍ୱର } [PS]ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
ଲେବୀୟ ପୁସ୍ତକ 19 : 2 (IRVOR)
“ତୁମ୍ଭେ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀକୁ କୁହ, ତୁମ୍ଭେମାନେ ପବିତ୍ର ହେବ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ପବିତ୍ର ଅଟୁ।
ଲେବୀୟ ପୁସ୍ତକ 19 : 3 (IRVOR)
ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ମାତାକୁ ଓ ଆପଣା ଆପଣା ପିତାକୁ ଭୟ କରିବ; ପୁଣି, ତୁମ୍ଭେମାନେ ଆମ୍ଭର ବିଶ୍ରାମ ଦିନ ପାଳନ କରିବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
ଲେବୀୟ ପୁସ୍ତକ 19 : 4 (IRVOR)
ଆଉ, ତୁମ୍ଭେମାନେ ପ୍ରତିମାଗଣର ପଶ୍ଚାଦ୍‍ଗାମୀ ହୁଅ ନାହିଁ ଓ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଦେବତା ନିର୍ମାଣ କର ନାହିଁ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। [PE]
ଲେବୀୟ ପୁସ୍ତକ 19 : 5 (IRVOR)
[PS]ପୁଣି, ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ କର, ତେବେ ଗ୍ରାହ୍ୟ ହେବା ନିମନ୍ତେ ତାହା ବଳିଦାନ କରିବ।
ଲେବୀୟ ପୁସ୍ତକ 19 : 6 (IRVOR)
ବଳିଦାନ ଦିନ ଓ ତହିଁ ଆରଦିନ ତାହା ଭୋଜନ କରାଯିବ; ପୁଣି, ତୃତୀୟ ଦିନ ପର୍ଯ୍ୟନ୍ତ ତହିଁରୁ କିଛି ଅବଶିଷ୍ଟ ରହିଲେ, ତାହା ଦଗ୍ଧ କରାଯିବ।
ଲେବୀୟ ପୁସ୍ତକ 19 : 7 (IRVOR)
ଯଦି ତୃତୀୟ ଦିନ ତହିଁରୁ କିଛି ଭୋଜନ କରାଯିବ, ତେବେ ତାହା ଘୃଣାଯୋଗ୍ୟ ଓ ଅଗ୍ରାହ୍ୟ ହେବ।
ଲେବୀୟ ପୁସ୍ତକ 19 : 8 (IRVOR)
ଆଉ, ତହିଁର ଭୋଜନକାରୀ ନିଜ ଅପରାଧ ବୋହିବ; କାରଣ ସେ ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ଅପବିତ୍ର କରିଅଛି; ଏଣୁକରି ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। [PE]
ଲେବୀୟ ପୁସ୍ତକ 19 : 9 (IRVOR)
{#1ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର } [PS]ଆଉ, ତୁମ୍ଭେମାନେ ଆପଣା ଆପଣା ଭୂମିର ଶସ୍ୟ କାଟିବା ବେଳେ ତୁମ୍ଭେ ନିଜ କ୍ଷେତ୍ରର କୋଣ ସମ୍ପୂର୍ଣ୍ଣ ରୂପେ କାଟିବ ନାହିଁ, କିଅବା ତୁମ୍ଭେ ଆପଣା କ୍ଷେତ୍ରରେ ଛାଡ଼ିଥିବା ଶସ୍ୟ ସାଉଣ୍ଟିବ ନାହିଁ।
ଲେବୀୟ ପୁସ୍ତକ 19 : 10 (IRVOR)
ପୁଣି, ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ର ସମ୍ପୂର୍ଣ୍ଣ ଖୁଣ୍ଟି ତୋଳିବ ନାହିଁ, କିଅବା ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରର ପଡ଼ିଲା ଫଳ ସାଉଣ୍ଟିବ ନାହିଁ; ତୁମ୍ଭେ ତାହା ଦରିଦ୍ର ଓ ବିଦେଶୀମାନଙ୍କ ନିମନ୍ତେ ଛାଡ଼ି ଦେବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। [PE]
ଲେବୀୟ ପୁସ୍ତକ 19 : 11 (IRVOR)
[PS]ତୁମ୍ଭେମାନେ ଚୋରି କରିବ ନାହିଁ, କିଅବା ପ୍ରବଞ୍ଚନା କରିବ ନାହିଁ, କି ପରସ୍ପର ମିଥ୍ୟା କହିବ ନାହିଁ।
ଲେବୀୟ ପୁସ୍ତକ 19 : 12 (IRVOR)
ଆଉ, ତୁମ୍ଭେମାନେ ଆମ୍ଭ ନାମ ନେଇ ମିଥ୍ୟା ଶପଥ କରିବ ନାହିଁ, ତାହା କଲେ, ତୁମ୍ଭେ ଆପଣା ପରମେଶ୍ୱରଙ୍କ ନାମ ଅପବିତ୍ର କରିବ; ଆମ୍ଭେ ସଦାପ୍ରଭୁ। [PE]
ଲେବୀୟ ପୁସ୍ତକ 19 : 13 (IRVOR)
[PS]ତୁମ୍ଭେ ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରିବ ନାହିଁ ଓ ଅପହରଣ କରିବ ନାହିଁ; ପୁଣି, ବେତନଜୀବୀର ବେତନ ରାତ୍ରିଠାରୁ ସକାଳ ଯାଏ ତୁମ୍ଭ ପାଖରେ ରହିବ ନାହିଁ।
ଲେବୀୟ ପୁସ୍ତକ 19 : 14 (IRVOR)
ତୁମ୍ଭେ ବଧିରକୁ ଅଭିଶାପ ଦେବ ନାହିଁ ଓ ଅନ୍ଧ ଆଗରେ ଝୁଣ୍ଟିବାର ଦ୍ରବ୍ୟ ରଖିବ ନାହିଁ, ମାତ୍ର ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଭୟ କରିବ; ଆମ୍ଭେ ସଦାପ୍ରଭୁ। [PE]
ଲେବୀୟ ପୁସ୍ତକ 19 : 15 (IRVOR)
[PS]ତୁମ୍ଭେମାନେ ବିଚାରରେ ଅଧର୍ମ କରିବ ନାହିଁ; ତୁମ୍ଭେ ଦରିଦ୍ରର ମୁଖାପେକ୍ଷା କରିବ ନାହିଁ, କିଅବା ଧନୀର ସମ୍ଭ୍ରମ କରିବ ନାହିଁ, ମାତ୍ର ତୁମ୍ଭେ ଧର୍ମରେ ଆପଣା ପ୍ରତିବାସୀର ବିଚାର କରିବ।
ଲେବୀୟ ପୁସ୍ତକ 19 : 16 (IRVOR)
ତୁମ୍ଭେ ଖଚୁଆ ହୋଇ ଆପଣା ଲୋକମାନଙ୍କ ମଧ୍ୟରେ ଏଣେତେଣେ ବୁଲିବ ନାହିଁ; କିଅବା ତୁମ୍ଭ ପ୍ରତିବାସୀର ରକ୍ତ ବିରୁଦ୍ଧରେ ଠିଆ ହେବ ନାହିଁ; ଆମ୍ଭେ ସଦାପ୍ରଭୁ। [PE]
ଲେବୀୟ ପୁସ୍ତକ 19 : 17 (IRVOR)
[PS]ତୁମ୍ଭେ ମନେ ମନେ ଆପଣା ଭାଇକୁ ଘୃଣା କରିବ ନାହିଁ; ତୁମ୍ଭେ ନିତାନ୍ତ ଆପଣା ପ୍ରତିବାସୀକୁ ଅନୁଯୋଗ କରିବ, ତହିଁରେ ତୁମ୍ଭେ ତାହାର ଅପରାଧ ବୋହିବ ନାହିଁ।
ଲେବୀୟ ପୁସ୍ତକ 19 : 18 (IRVOR)
ତୁମ୍ଭେ ଆପଣା ଲୋକମାନଙ୍କ ସନ୍ତାନଗଣକୁ ପ୍ରତିହିଂସା କି ଦ୍ୱେଷ କରିବ ନାହିଁ, ବରଞ୍ଚ ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବ; ଆମ୍ଭେ ସଦାପ୍ରଭୁ। [PE]
ଲେବୀୟ ପୁସ୍ତକ 19 : 19 (IRVOR)
{#1ସକଳ ବିଧିର ପାଳନ } [PS]ତୁମ୍ଭେମାନେ ଆମ୍ଭର ସକଳ ବିଧି ପାଳନ କରିବ; ତୁମ୍ଭେ ଭିନ୍ନଜାତୀୟ ପଶୁ ସହିତ ଆପଣା ପଶୁମାନଙ୍କୁ ସଙ୍ଗମ କରିବାକୁ ଦେବ ନାହିଁ; ତୁମ୍ଭେ ଆପଣା କ୍ଷେତ୍ରରେ ମିଶ୍ରିତ ବୀଜ ବୁଣିବ ନାହିଁ; କିଅବା ଦୁଇ ପ୍ରକାର ସୂତ୍ରମିଶ୍ରିତ ବସ୍ତ୍ର ଦେହରେ ଦେବ ନାହିଁ।
ଲେବୀୟ ପୁସ୍ତକ 19 : 20 (IRVOR)
ପୁଣି, ମୂଲ୍ୟ ଦ୍ୱାରା ଅବା ଅନ୍ୟ ରୂପେ ମୁକ୍ତ ନୁହେଁ, ଏପରି ଯେ ସ୍ୱାମୀ ପ୍ରତି ବାଗ୍‍ଦତ୍ତା ଦାସୀ, ତାହା ସହିତ ଯଦି କେହି ଶୟନ କରେ, ତେବେ ସେମାନେ ଦଣ୍ଡନୀୟ ହେବେ; ସେମାନଙ୍କର ପ୍ରାଣଦଣ୍ଡ ହେବ ନାହିଁ, କାରଣ ସେ ମୁକ୍ତ ନୁହେଁ।
ଲେବୀୟ ପୁସ୍ତକ 19 : 21 (IRVOR)
ପୁଣି, ସେ ପୁରୁଷ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆପଣାର ଦୋଷାର୍ଥକ ବଳି, ଅର୍ଥାତ୍‍, ଦୋଷାର୍ଥକ ମେଷ ଆଣିବ।
ଲେବୀୟ ପୁସ୍ତକ 19 : 22 (IRVOR)
ଆଉ, ଯାଜକ ସଦାପ୍ରଭୁଙ୍କ ସାକ୍ଷାତରେ ସେହି ଦୋଷାର୍ଥକ ମେଷ ଦ୍ୱାରା, ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ସକାଶେ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ କ୍ଷମା ହେବ। [PE]
ଲେବୀୟ ପୁସ୍ତକ 19 : 23 (IRVOR)
[PS]ଆଉ, ତୁମ୍ଭେମାନେ ଦେଶରେ ପ୍ରବେଶ କରି ଭୋଜନାର୍ଥେ ନାନା ପ୍ରକାର ବୃକ୍ଷ ରୋପଣ କଲେ, ତହିଁର ଫଳକୁ ଅସୁନ୍ନତ ବୋଲି ଜ୍ଞାନ କରିବ, ତାହା ସବୁ ତିନି ବର୍ଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପ୍ରତି ଅସୁନ୍ନତ ସ୍ୱରୂପ ହେବ; ତାହା ଭୋଜନ କରାଯିବ ନାହିଁ।
ଲେବୀୟ ପୁସ୍ତକ 19 : 24 (IRVOR)
ମାତ୍ର ଚତୁର୍ଥ ବର୍ଷରେ ତହିଁର ସମସ୍ତ ଫଳ ସଦାପ୍ରଭୁଙ୍କ ପ୍ରଶଂସାର୍ଥକ ଉପହାର ରୂପେ ପବିତ୍ର ହେବ।
ଲେବୀୟ ପୁସ୍ତକ 19 : 25 (IRVOR)
ପୁଣି, ପଞ୍ଚମ ବର୍ଷରେ ତୁମ୍ଭେମାନେ ତହିଁର ଫଳ ଭୋଜନ କରିବ, ତହିଁରେ ତୁମ୍ଭମାନଙ୍କ ନିମନ୍ତେ ପ୍ରଚୁର ଫଳ ଫଳିବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। [PE]
ଲେବୀୟ ପୁସ୍ତକ 19 : 26 (IRVOR)
[PS]ତୁମ୍ଭେମାନେ ରକ୍ତ ସହିତ କୌଣସି ଦ୍ରବ୍ୟ ଭୋଜନ କରିବ ନାହିଁ; ତୁମ୍ଭେମାନେ ଗଣକତା ବା ଶୁଭାଶୁଭ କହିବାର ବିଦ୍ୟା ବ୍ୟବହାର କରିବ ନାହିଁ।
ଲେବୀୟ ପୁସ୍ତକ 19 : 27 (IRVOR)
ତୁମ୍ଭେମାନେ ଆପଣା ଆପଣା ମସ୍ତକର କୋଣସବୁ ଗୋଲାକାର କରିବ ନାହିଁ, କିଅବା ଆପଣା ଆପଣା ଦାଢ଼ିର କୋଣ ମୁଣ୍ଡନ କରିବ ନାହିଁ।
ଲେବୀୟ ପୁସ୍ତକ 19 : 28 (IRVOR)
ପୁଣି, ତୁମ୍ଭେମାନେ ମୃତ ଲୋକ ନିମନ୍ତେ ଆପଣା ଆପଣା ଶରୀରରେ ଅସ୍ତ୍ରାଘାତ କରିବ ନାହିଁ, ଅବା ଦେହରେ ଚିତା କୁଟାଇବ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ। [PE]
ଲେବୀୟ ପୁସ୍ତକ 19 : 29 (IRVOR)
[PS]ତୁମ୍ଭେ ଆପଣା କନ୍ୟାକୁ ବେଶ୍ୟା କରି ଅପବିତ୍ର କର ନାହିଁ; କଲେ, ଦେଶ ବେଶ୍ୟାବୃତ୍ତିରେ ପତିତ ହେବ ଓ ଦେଶ ଦୁଷ୍ଟତାରେ ପରିପୂର୍ଣ୍ଣ ହେବ।
ଲେବୀୟ ପୁସ୍ତକ 19 : 30 (IRVOR)
ତୁମ୍ଭେମାନେ ଆମ୍ଭର ବିଶ୍ରାମ ଦିନ ପାଳନ କରିବ ଓ ଆମ୍ଭର ପବିତ୍ର ସ୍ଥାନକୁ ସମାଦର କରିବ; ଆମ୍ଭେ ସଦାପ୍ରଭୁ ଅଟୁ।
ଲେବୀୟ ପୁସ୍ତକ 19 : 31 (IRVOR)
ତୁମ୍ଭେମାନେ ଭୂତୁଡ଼ିଆ କି ଗୁଣିଆମାନଙ୍କର ଅନୁସରଣ କର ନାହିଁ; ସେମାନଙ୍କ ଦ୍ୱାରା ଅପବିତ୍ର ହେବା ନିମନ୍ତେ ସେମାନଙ୍କର ଅନ୍ୱେଷଣ କର ନାହିଁ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଅଟୁ।
ଲେବୀୟ ପୁସ୍ତକ 19 : 32 (IRVOR)
ତୁମ୍ଭେ ପକ୍ୱକେଶ ପ୍ରାଚୀନଙ୍କ ସମ୍ମୁଖରେ ଉଠି ଠିଆ ହେବ ଓ ବୃଦ୍ଧ ଲୋକକୁ ସମାଦର କରିବ; ପୁଣି, ଆପଣା ପରମେଶ୍ୱରଙ୍କୁ ଭୟ କରିବ; ଆମ୍ଭେ ସଦାପ୍ରଭୁ ଅଟୁ। [PE]
ଲେବୀୟ ପୁସ୍ତକ 19 : 33 (IRVOR)
[PS]ଆଉ, ଯଦି କୌଣସି ବିଦେଶୀ ତୁମ୍ଭମାନଙ୍କ ଦେଶରେ ତୁମ୍ଭ ସହିତ ବାସ କରେ, ତେବେ ତୁମ୍ଭେମାନେ ତାହା ପ୍ରତି ଉପଦ୍ରବ କରିବ ନାହିଁ।
ଲେବୀୟ ପୁସ୍ତକ 19 : 34 (IRVOR)
ଯେପରି ତୁମ୍ଭମାନଙ୍କର ସ୍ୱଦେଶୀୟ ଲୋକ ସେପରି ତୁମ୍ଭମାନଙ୍କ ସହବାସୀ ବିଦେଶୀୟ ଲୋକ ତୁମ୍ଭମାନଙ୍କ ପ୍ରତି ହେବ, ପୁଣି ତୁମ୍ଭେ ତାହାକୁ ଆତ୍ମତୁଲ୍ୟ ପ୍ରେମ କରିବ; କାରଣ ମିସର ଦେଶରେ ତୁମ୍ଭେମାନେ ବିଦେଶୀ ଥିଲ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
ଲେବୀୟ ପୁସ୍ତକ 19 : 35 (IRVOR)
ତୁମ୍ଭେମାନେ ବିଚାର ଅବା ମାପ ଅବା ତୌଲ କିଅବା ପରିମାଣ ବିଷୟରେ ଅଧର୍ମ କରିବ ନାହିଁ।
ଲେବୀୟ ପୁସ୍ତକ 19 : 36 (IRVOR)
ଯଥାର୍ଥ ଦଣ୍ଡି, ଯଥାର୍ଥ ବଟଖରା, ଯଥାର୍ଥ ଐଫା ଓ ଯଥାର୍ଥ ହିନ୍‍, ତୁମ୍ଭମାନଙ୍କର ହେବ; ଯେ ମିସର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
ଲେବୀୟ ପୁସ୍ତକ 19 : 37 (IRVOR)
ଏହେତୁ ତୁମ୍ଭେମାନେ ଆମ୍ଭର ସମସ୍ତ ବିଧି ଓ ଆମ୍ଭର ସମସ୍ତ ଶାସନ ମାନ୍ୟ କରି ପାଳନ କରିବ; ଆମ୍ଭେ ସଦାପ୍ରଭୁ ଅଟୁ।” [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37

BG:

Opacity:

Color:


Size:


Font: