ବିଚାରକର୍ତାମାନଙ୍କ ବିବରଣ 5 : 1 (IRVOR)
{ଦବୋରା ଓ ବାରକ୍‍ଙ୍କ ବିଜୟ ଗାଥା }
ବିଚାରକର୍ତାମାନଙ୍କ ବିବରଣ 5 : 2 (IRVOR)
ସେହି ଦିନ ଦବୋରା ଓ ଅବୀନୋୟମର ପୁତ୍ର ବାରକ୍‍ ଗାୟନ କରି କହିଲେ: “ଇସ୍ରାଏଲ ମଧ୍ୟରେ ଅଗ୍ରଗାମୀମାନେ ଅଗ୍ରସର ହେଲେ, ଲୋକମାନେ ସ୍ୱେଚ୍ଛାରେ ଆପଣା ଆପଣାକୁ ଉତ୍ସର୍ଗ କଲେ, ଏଥିପାଇଁ ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର!
ବିଚାରକର୍ତାମାନଙ୍କ ବିବରଣ 5 : 3 (IRVOR)
ହେ ରାଜାଗଣ, ଶୁଣ; ହେ ଭୂପତିଗଣ, କର୍ଣ୍ଣ ଡେର; ମୁଁ, ମୁଁ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି; ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା ଗାନ କରିବି।
ବିଚାରକର୍ତାମାନଙ୍କ ବିବରଣ 5 : 4 (IRVOR)
ହେ ସଦାପ୍ରଭୁ, ତୁମ୍ଭେ ସେୟୀରରୁ ବାହାରିବା ବେଳେ, ତୁମ୍ଭେ ଇଦୋମ କ୍ଷେତ୍ରରୁ ଯାତ୍ରା କରିବା ବେଳେ ପୃଥିବୀ କମ୍ପିଲା, ଆକାଶ ମଧ୍ୟ ବିନ୍ଦୁପାତ କଲା, ହଁ, ମେଘମାଳା ଜଳପାତ କଲା।
ବିଚାରକର୍ତାମାନଙ୍କ ବିବରଣ 5 : 5 (IRVOR)
ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତମାନ କମ୍ପମାନ୍‍ ହେଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସମ୍ମୁଖରେ ସୀନୟ ମଧ୍ୟ (କମ୍ପମାନ୍‍ ହେଲା)
ବିଚାରକର୍ତାମାନଙ୍କ ବିବରଣ 5 : 6 (IRVOR)
ଅନାତ-ପୁତ୍ର ଶମ୍‍ଗର ସମୟରେ, ଯାୟେଲ ସମୟରେ ରାଜପଥସକଳ ଶୂନ୍ୟ ଥିଲା ଓ ପଥିକମାନେ ବକ୍ର ଉପପଥ ଦେଇ ଗମନ କଲେ।
ବିଚାରକର୍ତାମାନଙ୍କ ବିବରଣ 5 : 7 (IRVOR)
ଇସ୍ରାଏଲ ମଧ୍ୟରେ ଶାସନକର୍ତ୍ତୃଗଣ ଶୂନ୍ୟ ଥିଲେ, ମୁଁ ଦବୋରା ଉତ୍ପନ୍ନ ହେବା ପର୍ଯ୍ୟନ୍ତ, ମୁଁ ଇସ୍ରାଏଲ ମଧ୍ୟରେ ମାତୃତୁଲ୍ୟ ଉତ୍ପନ୍ନ ହେବା ପର୍ଯ୍ୟନ୍ତ ସେମାନେ ଶୂନ୍ୟ ଥିଲେ।
ବିଚାରକର୍ତାମାନଙ୍କ ବିବରଣ 5 : 8 (IRVOR)
ସେମାନେ ନୂତନ ଦେବତାମାନଙ୍କୁ ମନୋନୀତ କଲେ, ତେଣୁ ନଗରଦ୍ୱାର ସବୁରେ ଯୁଦ୍ଧ ହେଲା; ଇସ୍ରାଏଲ ମଧ୍ୟରେ, ଚାଳିଶ ସହସ୍ର ଲୋକଙ୍କ ମଧ୍ୟରେ କି ଗୋଟିଏ ଢାଲ ଅବା ବର୍ଚ୍ଛା ଦେଖାଗଲା ?
ବିଚାରକର୍ତାମାନଙ୍କ ବିବରଣ 5 : 9 (IRVOR)
ମୋହର ହୃଦୟ ଇସ୍ରାଏଲର ଶାସନକର୍ତ୍ତାମାନଙ୍କ ଆଡେ ଅଛି, ଯେଉଁମାନେ ସ୍ୱେଚ୍ଛାରେ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କୁ ଉତ୍ସର୍ଗ କଲେ। ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।
ବିଚାରକର୍ତାମାନଙ୍କ ବିବରଣ 5 : 10 (IRVOR)
ହେ ଶ୍ୱେତ ଗର୍ଦ୍ଦଭୀ-ଆରୋହୀମାନେ, ହେ ଗାଲିଚାରେ ବସିବା ଲୋକମାନେ ଓ ପଥରେ ଗମନକାରୀମାନେ, ତୁମ୍ଭେମାନେ ଗାନ କର।
ବିଚାରକର୍ତାମାନଙ୍କ ବିବରଣ 5 : 11 (IRVOR)
ଧନୁର୍ଦ୍ଧରମାନଙ୍କ* ଅର୍ଥାତ୍ ବାଦ୍ୟକମାନେ ଶବ୍ଦରୁ ଦୂରରେ, ଜଳକଢ଼ା ସ୍ଥଳମାନରେ, ଲୋକମାନେ ସଦାପ୍ରଭୁଙ୍କ ଧର୍ମକ୍ରିୟା ଓ ଇସ୍ରାଏଲ ମଧ୍ୟରେ ତାହାଙ୍କ ଶାସନ ସମ୍ବନ୍ଧୀୟ ଧର୍ମକ୍ରିୟା ସଂକୀର୍ତ୍ତନ କରିବେ। ସେ ସମୟରେ ସଦାପ୍ରଭୁଙ୍କ ଲୋକମାନେ ନଗରଦ୍ୱାରରୁ ଓହ୍ଲାଇ ଆସିଲେ।
ବିଚାରକର୍ତାମାନଙ୍କ ବିବରଣ 5 : 12 (IRVOR)
ହେ ଦବୋରେ, ଜାଗ, ଜାଗ; ଜାଗ, ଜାଗ, ଗୀତ ଗାନ କର; ହେ ବାରକ୍‍, ଉଠ; ହେ ଅବୀନୋୟମର ପୁତ୍ର, ଆପଣା ବନ୍ଦୀଗଣକୁ ବନ୍ଦୀସ୍ଥାନକୁ ନେଇଯାଅ।
ବିଚାରକର୍ତାମାନଙ୍କ ବିବରଣ 5 : 13 (IRVOR)
ତହୁଁ ପ୍ରଧାନମାନଙ୍କ ମଧ୍ୟରୁ ଅବଶିଷ୍ଟ ଥୋକାଏ ଓ ଲୋକମାନେ ଓହ୍ଲାଇ ଆସିଲେ, ସଦାପ୍ରଭୁ ଆମ୍ଭର ସପକ୍ଷ ହୋଇ ସେହି ବୀରମାନଙ୍କ ବିରୁଦ୍ଧରେ ଓହ୍ଲାଇ ଆସିଲେ।
ବିଚାରକର୍ତାମାନଙ୍କ ବିବରଣ 5 : 14 (IRVOR)
ଅମାଲେକ (ଦେଶ)ରେ ଯେଉଁମାନଙ୍କର ମୂଳ ଥିଲା, ସେମାନେ ଇଫ୍ରୟିମରୁ ଆସିଲେ; ତୁମ୍ଭ ପଛେ ବିନ୍ୟାମୀନ୍ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଥିଲା; ମାଖୀରଠାରୁ ଶାସନକର୍ତ୍ତାମାନେ ଓ ସବୂଲୂନଠାରୁ ସୈନ୍ୟଗଣନାକାରୀ ଦଣ୍ଡଧରମାନେ ଓହ୍ଲାଇ ଆସିଲେ।
ବିଚାରକର୍ତାମାନଙ୍କ ବିବରଣ 5 : 15 (IRVOR)
ପୁଣି ଇଷାଖରର ଅଧିପତିମାନେ ଦବୋରା ସଙ୍ଗେ ଥିଲେ; ଯେପରି ଇଷାଖର, ସେପରି ବାରକ୍‍ ଥିଲା; ସେମାନେ ତଳଭୂମିରେ ତାହାର ଗୋଡ଼େ ଗୋଡ଼େ ମାଡ଼ିଗଲେ। ରୁବେନ୍‍ ସ୍ରୋତସମୂହ ନିକଟରେ ଗୁରୁତର ମନୋଭାବନା ହେଲା।
ବିଚାରକର୍ତାମାନଙ୍କ ବିବରଣ 5 : 16 (IRVOR)
ତୁମ୍ଭେ କାହିଁକି ମେଷଶାଳା ମଧ୍ୟରେ ବସିଲ, କି ମେଷ ପଲ ନିକଟରେ ବଂଶୀନାଦ ଶୁଣିବାକୁ ? ରୁବେନ୍‍ର ସ୍ରୋତସମୂହ ନିକଟରେ ଗୁରୁତର ମନୋଭାବନା ହେଲା।
ବିଚାରକର୍ତାମାନଙ୍କ ବିବରଣ 5 : 17 (IRVOR)
ଗିଲୀୟଦ ଯର୍ଦ୍ଦନ ସେପାରିରେ ବାସ କଲା, ଆଉ ଦାନ୍ କାହିଁକି ଜାହାଜରେ ରହିଲା ? ଆଶେର ସମୁଦ୍ରତୀରରେ ବସି ରହିଲା ଓ ଆପଣା ବନ୍ଦର ନିକଟରେ ବାସ କଲା।
ବିଚାରକର୍ତାମାନଙ୍କ ବିବରଣ 5 : 18 (IRVOR)
ସବୂଲୂନ ମରଣ ପର୍ଯ୍ୟନ୍ତ ପ୍ରାଣପଣକାରୀ ଲୋକ ହେଲା। ଆଉ ନପ୍ତାଲି (ଯୁଦ୍ଧ) କ୍ଷେତ୍ରର ଉଚ୍ଚସ୍ଥାନ ଉପରେ (ପ୍ରାଣପଣ କଲା)।
ବିଚାରକର୍ତାମାନଙ୍କ ବିବରଣ 5 : 19 (IRVOR)
ରାଜାମାନେ ଆସି ଯୁଦ୍ଧ କଲେ; ତହୁଁ କିଣାନର ରାଜାଗଣ ମଗିଦ୍ଦୋର ଜଳତୀରସ୍ଥ ତାନକରେ ଯୁଦ୍ଧ କଲେ, ସେମାନେ କିଛି ରୂପା ଲାଭ କଲେ ନାହିଁ।
ବିଚାରକର୍ତାମାନଙ୍କ ବିବରଣ 5 : 20 (IRVOR)
ତାରାଗଣ ଆକାଶରୁ ଯୁଦ୍ଧ କଲେ, ସେମାନେ ଆପଣା ଆପଣା ପଥରେ ସୀଷରା ବିରୁଦ୍ଧରେ ଯୁଦ୍ଧ କଲେ।
ବିଚାରକର୍ତାମାନଙ୍କ ବିବରଣ 5 : 21 (IRVOR)
କିଶୋନ୍‍-ନଦୀ, ସେ ପୁରାତନ ନଦୀ, ସେହି କୀଶୋନ୍‍-ନଦୀ ସୀଷରାକୁ ଓ ତାହାର ରଥ ଓ ଜନତାକୁ ଭସାଇ ନେଲା। ହେ ମୋହର ପ୍ରାଣ, ତୁମ୍ଭେ ବଳରେ ଅଗ୍ରସର ହୁଅ।
ବିଚାରକର୍ତାମାନଙ୍କ ବିବରଣ 5 : 22 (IRVOR)
ସେତେବେଳେ ଅଶ୍ୱମାନଙ୍କ ଖୁରା ଭୂମି ମନ୍ଥି ପକାଇଲା, ଯେହେତୁ ସେମାନେ କୁଦା ମାରିଲେ, ସେମାନଙ୍କ ବଳିଷ୍ଠମାନେ କୁଦା ମାରିଲେ।
ବିଚାରକର୍ତାମାନଙ୍କ ବିବରଣ 5 : 23 (IRVOR)
ସଦାପ୍ରଭୁଙ୍କ ଦୂତ କହିଲେ, ତୁମ୍ଭେମାନେ ମେରୋସକୁ ଶାପ ଦିଅ, ତୁମ୍ଭେମାନେ ତହିଁ ନିବାସୀମାନଙ୍କୁ ଦାରୁଣ ଶାପ ଦିଅ; କାରଣ ସେମାନେ ସଦାପ୍ରଭୁଙ୍କ ସାହାଯ୍ୟକୁ, ବୀରମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ ସାହାଯ୍ୟକୁ ଆସିଲେ ନାହିଁ।
ବିଚାରକର୍ତାମାନଙ୍କ ବିବରଣ 5 : 24 (IRVOR)
ସ୍ତ୍ରୀମାନଙ୍କ ମଧ୍ୟରେ କେନୀୟ ହେବରର ଭାର୍ଯ୍ୟା ଯାୟେଲ ଧନ୍ୟ ହେବ, ତମ୍ବୁନିବାସୀ ସ୍ତ୍ରୀମାନଙ୍କ ମଧ୍ୟରେ ସେ ଧନ୍ୟ ହେବ।
ବିଚାରକର୍ତାମାନଙ୍କ ବିବରଣ 5 : 25 (IRVOR)
ସୀଷରା ଜଳ ମାଗନ୍ତେ, ସେ ତାହାକୁ ଦୁଗ୍ଧ ଦେଲା; ସେ ରାଜୋପଯୁକ୍ତ ପାତ୍ରରେ ଦଧି ଆଣି ତାହାକୁ ଦେଲା।
ବିଚାରକର୍ତାମାନଙ୍କ ବିବରଣ 5 : 26 (IRVOR)
ସେ ତମ୍ବୁ ମେଖ ଧରିବାକୁ ଆପଣା ହସ୍ତ ଓ କାରିଗରର ପିଟଣା ଧରିବାକୁ ଆପଣା ଦକ୍ଷିଣ ହସ୍ତ ବଢ଼ାଇଲା; ସେ ସୀଷରାକୁ ପିଟିଲା, ସେ ତାହାର ମସ୍ତକ ବିନ୍ଧି ପକାଇଲା, ହଁ, ସେ ତାହାର କର୍ଣ୍ଣମୂଳ ଫୋଡ଼ି ଭେଦ କଲା।
ବିଚାରକର୍ତାମାନଙ୍କ ବିବରଣ 5 : 27 (IRVOR)
ସେହି ସ୍ତ୍ରୀର ପାଦ ତଳେ ସେ ନଇଁଲା, ସେ ପଡ଼ିଲା, ସେ ଶୋଇଲା; ସେହି ସ୍ତ୍ରୀର ପାଦ ତଳେ ସେ ନଇଁଲା, ସେ ପଡ଼ିଲା; ଯେଉଁଠାରେ ସେ ନଇଁଲା, ସେହିଠାରେ ସେ ହତ ହୋଇ ପଡ଼ିଲା।
ବିଚାରକର୍ତାମାନଙ୍କ ବିବରଣ 5 : 28 (IRVOR)
ସୀଷରାର ମାତା ଝରକା ଦେଇ ଚାହିଁ ଚାହିଁ ଡାକି କହିଲା, ସେ ଜାଲି ପରଦା ଦେଇ ଡାକି କହିଲା, ତାହାର ରଥ ଆସିବାକୁ କାହିଁକି ଏତେ ବିଳମ୍ବ କରୁଛି ? ତାହାର ରଥଚକ୍ର କାହିଁକି ପଛେ ପଡ଼ୁଅଛି ?
ବିଚାରକର୍ତାମାନଙ୍କ ବିବରଣ 5 : 29 (IRVOR)
ତାହାର ଜ୍ଞାନବତୀ ସହଚରୀମାନେ ତାହାକୁ ଉତ୍ତର ଦେଲେ, ହଁ, ସେ ମଧ୍ୟ ଆପେ ଆପଣାକୁ ଉତ୍ତର ଦେଇ କହିଲା,
ବିଚାରକର୍ତାମାନଙ୍କ ବିବରଣ 5 : 30 (IRVOR)
‘ସେମାନେ କି ଲୁଟ ପାଇ ନାହାନ୍ତି, ସେମାନେ କି ବିଭାଗ କରି ନାହାନ୍ତି ? ପ୍ରତ୍ୟେକ ପୁରୁଷ ପାଇଁ ଏକ କାମିନୀ, କିମ୍ବା ଦୁଇ କାମିନୀ; ସୀଷରା ପାଇଁ ନାନା ବର୍ଣ୍ଣର ଲୁଟ, ନାନା ବର୍ଣ୍ଣର ସୂଚିକର୍ମନିର୍ମିତ ଚିତ୍ରିତ ବସ୍ତ୍ରର ଲୁଟ, ଲୁଟିତମାନଙ୍କ ଗଳାରୁ ଦୁଇ ପାଖରେ ସୂଚିକର୍ମନିର୍ମିତ ନାନା ରଙ୍ଗର ଚିତ୍ରିତ ବସ୍ତ୍ର।’
ବିଚାରକର୍ତାମାନଙ୍କ ବିବରଣ 5 : 31 (IRVOR)
ହେ ସଦାପ୍ରଭୁ, ତୁମ୍ଭର ସମସ୍ତ ଶତ୍ରୁ ଏହିରୂପେ ବିନଷ୍ଟ ହେଉନ୍ତୁ, ମାତ୍ର ତାହାଙ୍କ ପ୍ରେମକାରୀମାନେ ସ୍ୱପରାକ୍ରମରେ ଗତିକାରୀ ସୂର୍ଯ୍ୟ ତୁଲ୍ୟ ହେଉନ୍ତୁ।” ଏଥିଉତ୍ତାରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31