ବିଚାରକର୍ତାମାନଙ୍କ ବିବରଣ 17 : 1 (IRVOR)
ମୀଖା ଏବଂ ଲେବୀୟ ଯୁବା ଇଫ୍ରୟିମ-ପର୍ବତମୟ ଦେଶରେ ମୀଖା ନାମରେ ଜଣେ ଲୋକ ଥିଲା।
ବିଚାରକର୍ତାମାନଙ୍କ ବିବରଣ 17 : 2 (IRVOR)
ସେ ଆପଣା ମାତାକୁ କହିଲା, ତୁମ୍ଭଠାରୁ ଯେଉଁ ଏଗାର ଶହ ଖଣ୍ଡ ରୂପା* ଏଗାର ଶହ ଖଣ୍ଡ ରୂପା ଅର୍ଥାତ୍ ପ୍ରାୟ 13 କିଲୋ ନିଆ ଯାଇଅଛି, ଯହିଁ ବିଷୟରେ ତୁମ୍ଭେ ଅଭିଶାପ ଦେଇଅଛ ଓ ମଧ୍ୟ ମୋହର କର୍ଣ୍ଣରେ କହିଅଛ, ଦେଖ, ସେହି ରୂପା ମୋର ନିକଟରେ ଅଛି, ମୁଁ ତାହା ନେଇଅଛି; ତହିଁରେ ତାହାର ମାତା କହିଲା, ଆମ୍ଭ ପୁତ୍ର ସଦାପ୍ରଭୁଙ୍କର ଆଶୀର୍ବାଦପାତ୍ର ହେଉ।
ବିଚାରକର୍ତାମାନଙ୍କ ବିବରଣ 17 : 3 (IRVOR)
ଏଥିରେ ସେ ସେହି ଏଗାର ଶହ ଖଣ୍ଡ ରୂପା ଆପଣା ମାତାକୁ ଫେରାଇ ଦିଅନ୍ତେ, ତାହାର ମାତା କହିଲା, ଗୋଟିଏ ଖୋଦିତ ଓ ଗୋଟିଏ ଢଳା ପ୍ରତିମା ବନାଇବାକୁ ମୁଁ ଆପଣା ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ହସ୍ତରୁ ଏହି ରୂପା ନିତାନ୍ତ ପବିତ୍ର କରୁଅଛି; ଏଣୁ ଏବେ ମୁଁ ତାହା ତୁମ୍ଭକୁ ଫେରାଇ ଦେବି।
ବିଚାରକର୍ତାମାନଙ୍କ ବିବରଣ 17 : 4 (IRVOR)
ମୀଖା ଆପଣା ମାତାକୁ ସେହି ରୂପା ଫେରାଇ ଦେଲା ଉତ୍ତାରେ ତାହାର ମାତା ଦୁଇ ଶହ ଖଣ୍ଡ ରୂପା ସୁନାରୀକୁ ଦିଅନ୍ତେ, ସେ ଗୋଟିଏ ଖୋଦିତ ପ୍ରତିମା ଓ ଗୋଟିଏ ଢଳା ପ୍ରତିମା ବନାଇଲା ଓ ତାହା ମୀଖାର ଗୃହରେ ରହିଲା।
ବିଚାରକର୍ତାମାନଙ୍କ ବିବରଣ 17 : 5 (IRVOR)
ପୁଣି ଏହି ମୀଖାର ଏକ ଦେବାଳୟ ଥିଲା ଓ ସେ ଏକ ଏଫୋଦ ଓ କେତେକ ଠାକୁର ନିର୍ମାଣ କରି ଆପଣା ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ନିଯୁକ୍ତ କରନ୍ତେ, ସେ ଯାଜକ ହେଲା।
ବିଚାରକର୍ତାମାନଙ୍କ ବିବରଣ 17 : 6 (IRVOR)
ସେ ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନ ଥିଲା ଓ ଯାହା ଦୃଷ୍ଟିରେ ଯାହା ଭଲ ଦିଶିଲା, ସେ ତାହା କଲା।
ବିଚାରକର୍ତାମାନଙ୍କ ବିବରଣ 17 : 7 (IRVOR)
ସେସମୟରେ ଯିହୁଦା ବଂଶୀୟ ବେଥଲିହିମ-ଯିହୁଦାର ଏକ ଲେବୀୟ ଯୁବା ଲୋକ ସେଠାରେ ପ୍ରବାସ କରୁଥିଲା।
ବିଚାରକର୍ତାମାନଙ୍କ ବିବରଣ 17 : 8 (IRVOR)
ପୁଣି ସେ ଯେଉଁଠାରେ ସ୍ଥାନ ପାଇପାରେ, ସେଠାରେ ପ୍ରବାସ କରିବା ନିମନ୍ତେ ସେ ନଗରରୁ, ଅର୍ଥାତ୍‍, ବେଥଲିହିମ ଯିହୁଦାରୁ ପ୍ରସ୍ଥାନ କଲା ଓ ସେ ଯାତ୍ରା କରୁ କରୁ ଇଫ୍ରୟିମ-ପର୍ବତମୟ ଦେଶସ୍ଥ ଏହି ମୀଖାର ଗୃହ ପର୍ଯ୍ୟନ୍ତ ଆସିଲା।
ବିଚାରକର୍ତାମାନଙ୍କ ବିବରଣ 17 : 9 (IRVOR)
ତହିଁରେ ମୀଖା ତାହାକୁ ପଚାରିଲା, ତୁମ୍ଭେ କେଉଁଠାରୁ ଆସିଲ ? ସେ ଉତ୍ତର କଲା, ମୁଁ ବେଥଲିହିମ ଯିହୁଦାର ଏକ ଲେବୀୟ ଲୋକ, ଯେଉଁଠାରେ ମୁଁ ସ୍ଥାନ ପାଇ ପାରିବି, ସେଠାରେ ପ୍ରବାସ କରିବାକୁ ମୁଁ ଯାଉଅଛି।
ବିଚାରକର୍ତାମାନଙ୍କ ବିବରଣ 17 : 10 (IRVOR)
ତହିଁରେ ମୀଖା ତାହାକୁ କହିଲା, ମୋର ସଙ୍ଗେ ବାସ କର, ମୋର ପିତା ଓ ଯାଜକ ହୁଅ; ତହିଁରେ ମୁଁ ତୁମ୍ଭକୁ ବାର୍ଷିକ ଦଶ ଖଣ୍ଡ ରୂପା ଦଶ ଖଣ୍ଡ ରୂପା ଅର୍ଥାତ୍ ପ୍ରାୟ 15 ଗ୍ରାମ୍ ଓ ଏକ ସାଜ ପୂରା ପୋଷାକ ଓ ତୁମ୍ଭର ପଡ଼ି ଦେବି। ତହିଁରେ ସେ ଲେବୀୟ ଲୋକ ଗଲା।
ବିଚାରକର୍ତାମାନଙ୍କ ବିବରଣ 17 : 11 (IRVOR)
ପୁଣି ସେ ଲେବୀୟ ଲୋକ ସେହି ମନୁଷ୍ୟ ସଙ୍ଗେ ବାସ କରିବାକୁ ସମ୍ମତ ହେଲା; ଆଉ ସେ ଯୁବା ଲୋକ ତାହାର ଗୋଟିଏ ପୁତ୍ର ପରି ହେଲା।
ବିଚାରକର୍ତାମାନଙ୍କ ବିବରଣ 17 : 12 (IRVOR)
ଏଥିଉତ୍ତାରେ ମୀଖା ସେହି ଲେବୀୟକୁ ନିଯୁକ୍ତ କରନ୍ତେ, ସେ ଯୁବା ଲୋକ ମୀଖାର ଯାଜକ ହୋଇ ତାହାର ଗୃହରେ ରହିଲା।
ବିଚାରକର୍ତାମାନଙ୍କ ବିବରଣ 17 : 13 (IRVOR)
ତହିଁରେ ମୀଖା କହିଲା, ମୁଁ ଜାଣେ, ଏବେ ସଦାପ୍ରଭୁ ମୋହର ମଙ୍ଗଳ କରିବେ, କାରଣ ମୋହର ଯାଜକ ହେବା ପାଇଁ ମୁଁ ଜଣେ ଲେବୀୟକୁ ପାଇଲି।

1 2 3 4 5 6 7 8 9 10 11 12 13