ଯିହୋଶୂୟ 19 : 1 (IRVOR)
ଶିମୀୟୋନର ଅଧିକାର ଏଥିଉତ୍ତାରେ ଶିମୀୟୋନର, ଅର୍ଥାତ୍‍, ଆପଣା ଆପଣା ବଂଶାନୁସାରେ ଶିମୀୟୋନ ସନ୍ତାନମାନଙ୍କ ବଂଶ ପାଇଁ ଦ୍ୱିତୀୟ ବାଣ୍ଟ ଉଠିଲା; ସେମାନଙ୍କ ଅଧିକାର ଯିହୁଦା-ସନ୍ତାନଗଣର ଅଧିକାର ମଧ୍ୟରେ ଥିଲା।
ଯିହୋଶୂୟ 19 : 2 (IRVOR)
ସେମାନଙ୍କ ଅଧିକାରରେ ଏହିସବୁ ନଗର ଥିଲା, ଯଥା, ବେର୍‍ଶେବା ବା ଶେବଃ ଓ ମୋଲାଦା
ଯିହୋଶୂୟ 19 : 3 (IRVOR)
ଓ ହତ୍‍ସର-ଶୁୟାଲ୍‍ ଓ ବାଲା ଓ ଏତ୍‍ସମ୍‍
ଯିହୋଶୂୟ 19 : 4 (IRVOR)
ଓ ଇଲତୋଲଦ୍‍ ଓ ବଥୁଲ ଓ ହର୍ମା
ଯିହୋଶୂୟ 19 : 5 (IRVOR)
ଓ ସିକ୍ଲଗ୍‍ ଓ ବେଥ୍-ମର୍କାବୋତ୍‍ ଓ ହତ୍‍ସରସୂଷୀମ୍‍
ଯିହୋଶୂୟ 19 : 6 (IRVOR)
ଓ ବେଥ୍-ଲବାୟୋତ୍‍ ଓ ଶାରୁହନ୍‍; ଗ୍ରାମ ସମେତ ଏହି ତେର ନଗର।
ଯିହୋଶୂୟ 19 : 7 (IRVOR)
ଐନ୍‍ ଓ ରିମ୍ମୋନ୍‍ ଓ ଏଥର୍‍ ଓ ଆଶନ୍‍; ଗ୍ରାମ ସମେତ ଏହି ଚାରି ନଗର
ଯିହୋଶୂୟ 19 : 8 (IRVOR)
ଓ ବାଲତ୍‍-ବେର ଓ ଦକ୍ଷିଣ ଦିଗସ୍ଥିତ ରାମତ୍‍ ପର୍ଯ୍ୟନ୍ତ ଏହିସବୁ ନଗରର ଚତୁର୍ଦ୍ଦିଗସ୍ଥିତ ଗ୍ରାମ ସମସ୍ତ। ଆପଣା ଆପଣା ବଂଶାନୁସାରେ ଶିମୀୟୋନ-ସନ୍ତାନମାନଙ୍କ ବଂଶର ଏହି ଅଧିକାର ଥିଲା।
ଯିହୋଶୂୟ 19 : 9 (IRVOR)
ଶିମୀୟୋନ-ସନ୍ତାନଗଣର ଏହି ଅଧିକାର ଯିହୁଦା ସନ୍ତାନଗଣର ଅଧିକାରର ଏକ ଅଂଶ ଥିଲା, କାରଣ ଯିହୁଦା ସନ୍ତାନଗଣର ଅଂଶ ସେମାନଙ୍କ ପାଇଁ ଅତି ଅଧିକ ଥିଲା; ଏହେତୁ ଶିମୀୟୋନ-ସନ୍ତାନଗଣ ସେମାନଙ୍କ ଅଧିକାର ମଧ୍ୟରେ ଅଧିକାର ପାଇଲେ।
ଯିହୋଶୂୟ 19 : 10 (IRVOR)
ସବୂଲୂନର ଅଧିକାର ଏଥିଉତ୍ତାରେ ସବୂଲୂନ-ସନ୍ତାନଗଣ ପାଇଁ ସେମାନଙ୍କ ବଂଶାନୁସାରେ ତୃତୀୟ ବାଣ୍ଟ ଉଠିଲା; ସାରୀଦ ପର୍ଯ୍ୟନ୍ତ ସେମାନଙ୍କ ଅଧିକାରର ସୀମା ଥିଲା।
ଯିହୋଶୂୟ 19 : 11 (IRVOR)
ପୁଣି ସେମାନଙ୍କ ସୀମା ପଶ୍ଚିମରେ ମରୀୟଲା ଦିଗରେ ଉଠି ଦବେଶତ୍‍ ପର୍ଯ୍ୟନ୍ତ ଯାଇ ଯଗ୍ନିୟାମର ସମ୍ମୁଖସ୍ଥ ନଦୀ ପର୍ଯ୍ୟନ୍ତ ଗଲା।
ଯିହୋଶୂୟ 19 : 12 (IRVOR)
ପୁଣି ସାରୀଦରୁ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଫେରି କିଶ୍ଲୋତ୍‍-ତାବୋରର ସୀମା ପର୍ଯ୍ୟନ୍ତ ଗଲା; ତହୁଁ ଦାବରତ୍‍ରେ ବାହାରି ଯାଫୀୟକୁ ଉଠିଗଲା।
ଯିହୋଶୂୟ 19 : 13 (IRVOR)
ପୁଣି ସେଠାରୁ ପୂର୍ବ ଦିଗ ହୋଇ ଗାଥ୍‍-ହେଫର ଦେଇ ଏତ୍‍କାତ୍‍ସୀନ ପର୍ଯ୍ୟନ୍ତ ଯାଇ ନେୟ ଆଡ଼େ ବିସ୍ତୃତ ରିମ୍ମୋନ୍‍କୁ ଗଲା।
ଯିହୋଶୂୟ 19 : 14 (IRVOR)
ପୁଣି ସେହି ସୀମା ଉତ୍ତର ଦିଗରେ ତାହା ବେଷ୍ଟନ କରି ହନ୍ନାଥୋନକୁ ଗଲା; ପୁଣି ତହିଁର ସୀମା ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା।
ଯିହୋଶୂୟ 19 : 15 (IRVOR)
ପୁଣି କଟତ୍‍ ଓ ନହଲୋଲ୍‍ ଓ ଶିମ୍ରୋଣ ଓ ଯିଦାଲା ଓ ବେଥଲିହିମ; ଗ୍ରାମ ସମେତ ଏହି ବାର ନଗର।
ଯିହୋଶୂୟ 19 : 16 (IRVOR)
ଗ୍ରାମ ସମେତ ଏସବୁ ନଗର ସବୂଲୂନ-ସନ୍ତାନମାନଙ୍କ ବଂଶାନୁସାରେ ସେମାନଙ୍କ ଅଧିକାର ଥିଲା।
ଯିହୋଶୂୟ 19 : 17 (IRVOR)
ଇଷାଖରର ଅଧିକାର ଏଥିଉତ୍ତାରେ ଇଷାଖରର, ଅର୍ଥାତ୍‍, ଆପଣା ଆପଣା ବଂଶାନୁସାରେ ଇଷାଖର-ସନ୍ତାନମାନଙ୍କ ବଂଶ ପାଇଁ ଚତୁର୍ଥ ବାଣ୍ଟ ଉଠିଲା।
ଯିହୋଶୂୟ 19 : 18 (IRVOR)
ସେମାନଙ୍କ ସୀମା ଯିଷ୍ରିୟେଲ ଓ କସୁଲ୍ଲୋତ ଓ ଶୂନେମ
ଯିହୋଶୂୟ 19 : 19 (IRVOR)
ଓ ହଫାରୟିମ୍‍ ଓ ଶୀୟୋନ ଓ ଅନହରତ୍‍
ଯିହୋଶୂୟ 19 : 20 (IRVOR)
ଓ ରାବ୍ବୀତ୍‍ ଓ କିଶୀୟୋନ୍‍ ଓ ଏବସ
ଯିହୋଶୂୟ 19 : 21 (IRVOR)
ଓ ରେମତ୍‍ ଓ ଐନ୍‍-ଗନ୍ନୀମ୍‍ ଓ ଐନ୍‍-ହଦ୍ଦା ଓ ବେଥ୍-ପତ୍‍ସେସ ପର୍ଯ୍ୟନ୍ତ ଗଲା।
ଯିହୋଶୂୟ 19 : 22 (IRVOR)
ପୁଣି ସେ ସୀମା ତାବୋର ଓ ଶହତ୍‍ସୀମ୍‍ ଓ ବେଥ୍-ଶେମଶ ପର୍ଯ୍ୟନ୍ତ ଗଲା ଓ ଯର୍ଦ୍ଦନ ସେମାନଙ୍କ ସୀମାର ପ୍ରାନ୍ତ ଥିଲା; ଗ୍ରାମ ସମେତ ଏହି ଷୋଅଳ ନଗର।
ଯିହୋଶୂୟ 19 : 23 (IRVOR)
ଗ୍ରାମ ସମେତ ଏସବୁ ନଗର ଇଷାଖର ବଂଶୀୟ ସନ୍ତାନଗଣର ସେମାନଙ୍କ ବଂଶାନୁସାରେ ଅଧିକାର ହେଲା।
ଯିହୋଶୂୟ 19 : 24 (IRVOR)
ଆଶେରର ଅଧିକାର ଏଉତ୍ତାରେ ଆଶେର-ସନ୍ତାନମାନଙ୍କ ବଂଶର ଆପଣା ଆପଣା ବଂଶାନୁସାରେ ପଞ୍ଚମ ବାଣ୍ଟ ଉଠିଲା।
ଯିହୋଶୂୟ 19 : 25 (IRVOR)
ଆଉ ସେମାନଙ୍କର ସୀମା ହିଲକତ୍‍ ଓ ହଲୀ ଓ ବେଟନ ଓ ଅକ୍‍ଷଫ
ଯିହୋଶୂୟ 19 : 26 (IRVOR)
ଓ ଅଲମେଲକ୍‍ ଓ ଅମୀୟାଦ୍‍ ଓ ମିଶାଲ; ଆଉ ତାହା ପଶ୍ଚିମ ଦିଗରେ କର୍ମିଲ ଓ ଶୀହୋର-ଲିବ୍‍ନତ ପର୍ଯ୍ୟନ୍ତ ଗଲା।
ଯିହୋଶୂୟ 19 : 27 (IRVOR)
ପୁଣି ସୂର୍ଯ୍ୟୋଦୟ ଦିଗରେ ବେଥ୍-ଦାଗୁନ୍‍ ଆଡ଼େ ବୁଲି ବେଥ୍-ଏମକ ଓ ନୀୟେଲର ଉତ୍ତର ଦିଗରେ ସବୂଲୂନସ୍ଥିତ ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା; ତହୁଁ ତାହା ବାମ ଦିଗରେ କାବୂଲ
ଯିହୋଶୂୟ 19 : 28 (IRVOR)
ଓ ହିବ୍ରୋଣ ଓ ରହୋବ ଓ ହମ୍ମୋନ ଓ କାନ୍ନା ଓ ମହାସୀଦୋନ ପର୍ଯ୍ୟନ୍ତ ଗଲା;
ଯିହୋଶୂୟ 19 : 29 (IRVOR)
ତହୁଁ ସେ ସୀମା ବୁଲି ରାମା ଓ ସୋର ନାମକ ପ୍ରାଚୀରବେଷ୍ଟିତ ନଗରକୁ ଗଲା; ଏଉତ୍ତାରେ ସେ ସୀମା ବୁଲି ହୋଷାକୁ ଗଲା; ପୁଣି ଅକଷୀବ୍ ଅଞ୍ଚଳସ୍ଥ ସମୁଦ୍ର ତହିଁର ପ୍ରାନ୍ତ ଥିଲା।
ଯିହୋଶୂୟ 19 : 30 (IRVOR)
ମଧ୍ୟ ଉମ୍ମା ଓ ଅଫେକ ଓ ରହୋବ; ଏପରି ଗ୍ରାମ ସମେତ ବାଇଶ ନଗର ଥିଲା।
ଯିହୋଶୂୟ 19 : 31 (IRVOR)
ଆପଣା ଆପଣା ବଂଶାନୁସାରେ ଆଶେର-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ହେଲା।
ଯିହୋଶୂୟ 19 : 32 (IRVOR)
ନପ୍ତାଲିର ଅଧିକାର ଏଥିଉତ୍ତାରେ ନପ୍ତାଲିର, ଅର୍ଥାତ୍‍, ଆପଣା ଆପଣା ବଂଶାନୁସାରେ ନପ୍ତାଲି-ସନ୍ତାନମାନଙ୍କ ବଂଶ ପାଇଁ ଷଷ୍ଠ ବାଣ୍ଟ ଉଠିଲା।
ଯିହୋଶୂୟ 19 : 33 (IRVOR)
ସେମାନଙ୍କ ସୀମା ହେଲଫଠାରୁ, ଅର୍ଥାତ୍‍, ସାନନ୍ନୀମ ନିକଟସ୍ଥ ଅଲୋନଠାରୁ ଅଦାମୀ ନେକ୍‍ବ ଓ ଯବ୍‍ନୀୟେଲ ଦେଇ ଲକ୍‍କୁମ ପର୍ଯ୍ୟନ୍ତ ଗଲା; ଯର୍ଦ୍ଦନ ନିକଟରେ ତହିଁର ପ୍ରାନ୍ତ ଥିଲା।
ଯିହୋଶୂୟ 19 : 34 (IRVOR)
ପୁଣି ସେ ସୀମା ପଶ୍ଚିମ ଦିଗରେ ଫେରି ଅସ୍‍ନୋତ୍‍-ତାବୋରକୁ ଗଲା ଓ ସେଠାରୁ ହୁକ୍‍କୋକ୍‍ ପର୍ଯ୍ୟନ୍ତ ଗଲା ଓ ଦକ୍ଷିଣ ଦିଗରେ ସବୂଲୂନ ପର୍ଯ୍ୟନ୍ତ ଓ ପଶ୍ଚିମ ଦିଗରେ ଆଶେର ପର୍ଯ୍ୟନ୍ତ ଓ ସୂର୍ଯ୍ୟୋଦୟ ଆଡ଼େ ଯର୍ଦ୍ଦନ ନିକଟସ୍ଥ ଯିହୁଦା ପର୍ଯ୍ୟନ୍ତ ଗଲା।
ଯିହୋଶୂୟ 19 : 35 (IRVOR)
ପୁଣି ସବୀମ ଓ ସେର ଓ ହମ୍ମତ୍‍, ରକ୍‍କତ୍‍ ଓ କିନ୍ନେରତ୍‍
ଯିହୋଶୂୟ 19 : 36 (IRVOR)
ଓ ଆଦାମା ଓ ରାମା ଓ ହାସୋର
ଯିହୋଶୂୟ 19 : 37 (IRVOR)
ଓ କେଦଶ ଓ ଇଦ୍ରିୟୀ ଓ ଐନ-ହାସୋର
ଯିହୋଶୂୟ 19 : 38 (IRVOR)
ଓ ଯିରୋଣ ଓ ମିଗ୍‍ଦଲେଲ ଓ ହୋରେମ୍‍ ଓ ବେଥ୍-ଆନାତ୍ ଓ ବେଥ୍-ଶେମଶ; ଏହିସବୁ ପ୍ରାଚୀରବେଷ୍ଟିତ ନଗର ଥିଲା; ଗ୍ରାମ ସମେତ ଊଣାଇଶ ନଗର।
ଯିହୋଶୂୟ 19 : 39 (IRVOR)
ଆପଣା ଆପଣା ବଂଶାନୁସାରେ ନପ୍ତାଲି-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର।
ଯିହୋଶୂୟ 19 : 40 (IRVOR)
ଦାନର ଅଧିକାର ଏଉତ୍ତାରେ ଦାନ୍-ସନ୍ତାନମାନଙ୍କ ବଂଶର ଆପଣା ଆପଣା ବଂଶାନୁସାରେ ସପ୍ତମ ବାଣ୍ଟ ଉଠିଲା।
ଯିହୋଶୂୟ 19 : 41 (IRVOR)
ସେମାନଙ୍କ ଅଧିକାରର ସୀମା ସରାୟ ଓ ଇଷ୍ଟାୟୋଲ ଓ ଇରଶେମଶ୍‍
ଯିହୋଶୂୟ 19 : 42 (IRVOR)
ଓ ଶାଲବୀନ୍ ଓ ଅୟାଲୋନ୍‍ ଓ ଯିତ୍‍ଲା
ଯିହୋଶୂୟ 19 : 43 (IRVOR)
ଓ ଏଲୋନ ଓ ତିମ୍ନାଥା ଓ ଇକ୍ରୋଣ
ଯିହୋଶୂୟ 19 : 44 (IRVOR)
ଓ ଇଲତ୍‍କୀ ଓ ଗିବ୍ବଥୋନ ଓ ବାଲତ୍‍
ଯିହୋଶୂୟ 19 : 45 (IRVOR)
ଓ ଯିହୂଦ୍‍ ଓ ବନେବରକ୍‍ ଓ ଗାଥ୍‍-ରିମ୍ମୋନ
ଯିହୋଶୂୟ 19 : 46 (IRVOR)
ଓ ମେୟକୋନ୍‍ ଓ ରକ୍‍କୋନ ଓ ଯାଫୋର ସମ୍ମୁଖସ୍ଥ ଅଞ୍ଚଳ।
ଯିହୋଶୂୟ 19 : 47 (IRVOR)
ମାତ୍ର ଦାନ୍-ସନ୍ତାନଗଣର ସୀମା ସେହିସବୁ ସ୍ଥାନ ପାର ହୋଇଗଲା, କାରଣ ଦାନ୍-ସନ୍ତାନଗଣ ଲେଶମ ନଗର ପ୍ରତିକୂଳରେ ଯାଇ ଯୁଦ୍ଧ କଲେ, ତାହା ହସ୍ତଗତ କରି ଖଡ୍ଗଧାରରେ ଆଘାତ କରି ତାହା ଅଧିକାର କଲେ ଓ ତହିଁ ମଧ୍ୟରେ ବାସ କରି ଆପଣାମାନଙ୍କ ପୂର୍ବପୁରୁଷ ଦାନ୍‍ର ନାମାନୁସାରେ ଲେଶମର ନାମ ଦାନ୍‍ ରଖିଲେ।
ଯିହୋଶୂୟ 19 : 48 (IRVOR)
ଆପଣା ଆପଣା ବଂଶାନୁସାରେ ଦାନ୍ ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ଥିଲା,
ଯିହୋଶୂୟ 19 : 49 (IRVOR)
ଯିହୋଶୂୟଙ୍କ ଅଧିକାର ଏହିରୂପେ ଆପଣା ଆପଣା ସୀମାନୁସାରେ ଅଧିକାର କରିବାକୁ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ; ପୁଣି ଇସ୍ରାଏଲ ସନ୍ତାନଗଣ ଆପଣାମାନଙ୍କ ମଧ୍ୟରେ ନୂନର ପୁତ୍ର ଯିହୋଶୂୟଙ୍କୁ ଏକ ଅଧିକାର ଦେଲେ।
ଯିହୋଶୂୟ 19 : 50 (IRVOR)
ସେ ଯେଉଁ ନଗର ମାଗିଲେ, ସେମାନେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇଫ୍ରୟିମ ପର୍ବତମୟ ଦେଶରେ ତିମ୍ନାତ୍‍ସେରହ ତାଙ୍କୁ ଦେଲେ, ତହୁଁ ସେ ନଗର ନିର୍ମାଣ କରି ତହିଁରେ ବାସ କଲେ।
ଯିହୋଶୂୟ 19 : 51 (IRVOR)
ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ ସନ୍ତାନମାନଙ୍କ ବଂଶସମୂହର ପିତୃବଂଶୀୟ ପ୍ରଧାନଗଣ ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ବୁଦ୍ୱାର ନିକଟରେ ଗୁଲିବାଣ୍ଟ ଦ୍ୱାରା ଏହିସବୁ ଅଧିକାର ବାଣ୍ଟି ଦେଲେ। ଏରୂପେ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51