ଯିହୋଶୂୟ 12 : 1 (IRVOR)
{ମୋଶାଙ୍କ ଦ୍ୱାରା ପରାଜିତ ରାଜାଗଣ} [PS] ଇସ୍ରାଏଲ ସନ୍ତାନଗଣ ଯେଉଁ ଦେଶୀୟ ରାଜାମାନଙ୍କୁ ବଧ କରି ଯର୍ଦ୍ଦନ ସେପାରି ସୂର୍ଯ୍ୟୋଦୟ ଆଡ଼େ ଅର୍ଣ୍ଣୋନ ଉପତ୍ୟକାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ଓ ପୂର୍ବଦିଗସ୍ଥିତ ସମସ୍ତ ପଦାଭୂମି ଅଧିକାର କଲେ, ସେମାନେ ଏହି।
ଯିହୋଶୂୟ 12 : 2 (IRVOR)
ହିଷ୍ବୋନ ନିବାସୀ ଇମୋରୀୟମାନଙ୍କ ସୀହୋନ ରାଜା, ସେ ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଓ ଗିଲୀୟଦର ଅର୍ଦ୍ଧ ଦେଶଠାରୁ ଅମ୍ମୋନ ସନ୍ତାନଗଣର ସୀମାସ୍ଥିତ ଯବ୍ବୋକ୍ ନଦୀ ପର୍ଯ୍ୟନ୍ତ
ଯିହୋଶୂୟ 12 : 3 (IRVOR)
ଓ ପଦାଭୂମିସ୍ଥିତ କିନ୍ନେରତ୍ ହ୍ରଦର ପୂର୍ବ ତୀର ପର୍ଯ୍ୟନ୍ତ ଓ ବେଥ୍-ଯିଶିମୋତର ପଥରେ ପଦାଭୂମିସ୍ଥିତ ଲବଣ ସମୁଦ୍ରର ପୂର୍ବ ତୀର ପର୍ଯ୍ୟନ୍ତ ଓ ପିସ୍ଗାର ଅଧଃସ୍ଥିତ ଦକ୍ଷିଣ ଦେଶରେ କର୍ତ୍ତୃତ୍ୱ କଲେ।
ଯିହୋଶୂୟ 12 : 4 (IRVOR)
ପୁଣି ବାଶନୀୟ ଓଗ୍ ରାଜାର ଅଞ୍ଚଳ (ଅଧିକାର କଲେ) ସେ ଅବଶିଷ୍ଟ ରଫାୟୀୟ ବଂଶଜାତ, ସେ ଅଷ୍ଟାରୋତ୍ ଓ ଇଦ୍ରିୟୀରେ ବାସ କଲା,
ଯିହୋଶୂୟ 12 : 5 (IRVOR)
ପୁଣି ସେ ହର୍ମୋଣ ପର୍ବତରେ ଓ ସଲଖାରେ ଓ ଗଶୂରୀୟମାନଙ୍କ ଓ ମାଖାଥୀୟମାନଙ୍କ ସୀମା ପର୍ଯ୍ୟନ୍ତ ସମୁଦାୟ ବାଶନ ଦେଶରେ ଓ ହିଷ୍ବୋନର ରାଜା ସୀହୋନର ସୀମା ପର୍ଯ୍ୟନ୍ତ ଗିଲୀୟଦର ଅର୍ଦ୍ଧ ଦେଶରେ କର୍ତ୍ତୃତ୍ୱ କଲେ।
ଯିହୋଶୂୟ 12 : 6 (IRVOR)
ସଦାପ୍ରଭୁଙ୍କ ସେବକ ମୋଶା ଓ ଇସ୍ରାଏଲ ସନ୍ତାନଗଣ ଏମାନଙ୍କୁ ବଧ କଲେ; ପୁଣି ସଦାପ୍ରଭୁଙ୍କ ସେବକ ମୋଶା ସେହି ଦେଶ ଅଧିକାର କରିବା ପାଇଁ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଦେଲେ। [PS]
ଯିହୋଶୂୟ 12 : 7 (IRVOR)
{ଯିହୋଶୂୟଙ୍କ ଦ୍ୱାରା ପରାଜିତ ରାଜାଗଣ} [PS] ଯର୍ଦ୍ଦନ ଏପାରି ପଶ୍ଚିମ ଦିଗରେ ଲିବାନୋନର ସମସ୍ଥଳୀସ୍ଥିତ ବାଲ୍ଗାଦ୍ଠାରୁ ସେୟୀରଗାମୀ ହାଲକ୍ ପର୍ବତ ପର୍ଯ୍ୟନ୍ତ ଯିହୋଶୂୟ ଓ ଇସ୍ରାଏଲ ସନ୍ତାନଗଣ ଦେଶୀୟ ଯେଉଁ ଯେଉଁ ରାଜାଙ୍କୁ ବଧ କଲେ
ଯିହୋଶୂୟ 12 : 8 (IRVOR)
ଓ ଯିହୋଶୂୟ ଯେଉଁ ଯେଉଁ ପର୍ବତମୟ ଦେଶ ଓ ତଳଭୂମି ଓ ପଦାଭୂମି ଓ ଅଧିତ୍ୟକା ଓ ପ୍ରାନ୍ତର ଓ ଦକ୍ଷିଣାଞ୍ଚଳସ୍ଥ ହିତ୍ତୀୟ, ଇମୋରୀୟ ଓ କିଣାନୀୟ ଓ ପରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନଙ୍କ ଦେଶ ଅଧିକାର କରିବା ପାଇଁ ସ୍ୱ ସ୍ୱ ବିଭାଗାନୁସାରେ ଇସ୍ରାଏଲ-ବଂଶମାନଙ୍କୁ ଦେଲେ, ସେହିସବୁ ରାଜା ଏହି;
ଯିହୋଶୂୟ 12 : 9 (IRVOR)
ଯିରୀହୋର ରାଜା, ଏକ; ବେଥେଲ୍ର ନିକଟସ୍ଥ ଅୟର ରାଜା
ଯିହୋଶୂୟ 12 : 10 (IRVOR)
ଯିରୂଶାଲମର ରାଜା, ଏକ; ହିବ୍ରୋଣର ରାଜା, ଏକ;
ଯିହୋଶୂୟ 12 : 11 (IRVOR)
ଯର୍ମୂତର ରାଜା, ଏକ; ଲାଖୀଶ୍ର ରାଜା, ଏକ;
ଯିହୋଶୂୟ 12 : 12 (IRVOR)
ଇଗ୍ଲୋନ୍ର ରାଜା, ଏକ; ଗେଷରର ରାଜା, ଏକ;
ଯିହୋଶୂୟ 12 : 13 (IRVOR)
ଦବୀରର ରାଜା, ଏକ; ଗେଦରର ରାଜା, ଏକ;
ଯିହୋଶୂୟ 12 : 14 (IRVOR)
ହର୍ମାର ରାଜା, ଏକ; ଅରାଦର ରାଜା, ଏକ;
ଯିହୋଶୂୟ 12 : 15 (IRVOR)
ଲିବ୍ନାର ରାଜା, ଏକ; ଅଦୁଲ୍ଲମର ରାଜା, ଏକ;
ଯିହୋଶୂୟ 12 : 16 (IRVOR)
ମକ୍କେଦାର ରାଜା, ଏକ; ବେଥେଲ୍ର ରାଜା, ଏକ;
ଯିହୋଶୂୟ 12 : 17 (IRVOR)
ତପୂହର ରାଜା, ଏକ; ହେଫରର ରାଜା, ଏକ;
ଯିହୋଶୂୟ 12 : 18 (IRVOR)
ଅଫେକର ରାଜା, ଏକ; ଲାଶାରୋଣର ରାଜା, ଏକ;
ଯିହୋଶୂୟ 12 : 19 (IRVOR)
ମାଦୋନର ରାଜା, ଏକ; ହାସୋରର ରାଜା, ଏକ;
ଯିହୋଶୂୟ 12 : 20 (IRVOR)
ଶିମ୍ରୋଣମରୋଣର ରାଜା, ଏକ; ଅକ୍ଷଫର ରାଜା, ଏକ;
ଯିହୋଶୂୟ 12 : 21 (IRVOR)
ତାନକ୍ର ରାଜା, ଏକ; ମଗିଦ୍ଦୋର ରାଜା, ଏକ;
ଯିହୋଶୂୟ 12 : 22 (IRVOR)
କେଦଶ୍ର ରାଜା, ଏକ; କର୍ମିଲସ୍ଥ ଯଗ୍ନିୟାମର ରାଜା, ଏକ;
ଯିହୋଶୂୟ 12 : 23 (IRVOR)
ଦୋର ଉପ-ପର୍ବତସ୍ଥିତ ଦୋରର ରାଜା, ଏକ; ଗିଲ୍ଗଲ୍ସ୍ଥ ଗୋୟିମର ରାଜା, ଏକ;
ଯିହୋଶୂୟ 12 : 24 (IRVOR)
ତିର୍ସାର ରାଜା, ଏକ; ସର୍ବସୁଦ୍ଧା ଏକତ୍ରିଂଶ ରାଜା। [PE]
❮
❯