ଯୋହନଲିଖିତ ସୁସମାଚାର 11 : 1 (IRVOR)
ଲାଜାରଙ୍କ ମୃତ୍ୟୁ ବେଥନୀୟା ନିବାସୀ ଲାଜାର ନାମକ ଜଣେ ଲୋକ ପୀଡ଼ିତ ଥିଲେ; ମରିୟମ ଓ ତାଙ୍କ ଭଉଣୀ ମାର୍ଥା ସେହି ଗ୍ରାମର ଲୋକ ।
ଯୋହନଲିଖିତ ସୁସମାଚାର 11 : 2 (IRVOR)
ଯେଉଁ ସ୍ତ୍ରୀଲୋକ ପ୍ରଭୁଙ୍କୁ ତୈଳରେ ଅଭିଷେକ କରି ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ଏ ସେହି ମରିୟମ; ତାଙ୍କର ଭାଇ ଲାଜାର ପୀଡ଼ିତ ଥିଲେ ।
ଯୋହନଲିଖିତ ସୁସମାଚାର 11 : 3 (IRVOR)
ତେଣୁ ସେହି ଭଉଣୀମାନେ ତାହାଙ୍କ ନିକଟକୁ କହି ପଠାଇଲେ, ପ୍ରଭୁ, ଦେଖନ୍ତୁ, ଯାହାକୁ ଆପଣ ସ୍ନେହ କରନ୍ତି, ସେ ପୀଡ଼ିତ ଅଛି ।
ଯୋହନଲିଖିତ ସୁସମାଚାର 11 : 4 (IRVOR)
କିନ୍ତୁ ଯୀଶୁ ତାହା ଶୁଣି କହିଲେ, ଏହି ପୀଡ଼ା ମୃତ୍ୟୁ ନିମନ୍ତେ ନୁହେଁ, ମାତ୍ର ଈଶ୍ୱରଙ୍କ ଗୌରବ ନିମନ୍ତେ, ଯେପରି ତଦ୍ଵାରା ଈଶ୍ୱରଙ୍କ ପୁତ୍ର ଗୌରବପ୍ରାପ୍ତ ହୁଅନ୍ତି ।
ଯୋହନଲିଖିତ ସୁସମାଚାର 11 : 5 (IRVOR)
ଯୀଶୁ ମାର୍ଥା, ତାଙ୍କ ଭଉଣୀ ଓ ଲାଜାରଙ୍କୁ ସ୍ନେହ କରୁଥିଲେ ।
ଯୋହନଲିଖିତ ସୁସମାଚାର 11 : 6 (IRVOR)
ଅତଏବ, ସେ ପୀଡ଼ିତ ଅଛନ୍ତି ବୋଲି ଯେତେବେଳେ ସେ ଶୁଣିଲେ, ସେତେବେଳେ ସେ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନରେ ଦୁଇ ଦିନ ରହିଗଲେ ।
ଯୋହନଲିଖିତ ସୁସମାଚାର 11 : 7 (IRVOR)
ତତ୍ପରେ ସେ ଶିଷ୍ୟମାନଙ୍କୁ କହିଲେ, ଚାଲ, ଆମ୍ଭେମାନେ ପୁନର୍ବାର ଯିହୂଦା ପ୍ରଦେଶକୁ ଯିବା ।
ଯୋହନଲିଖିତ ସୁସମାଚାର 11 : 8 (IRVOR)
ଶିଷ୍ୟମାନେ ତାହାଙ୍କୁ କହିଲେ, ହେ ଗୁରୁ, ଯିହୂଦୀମାନେ ଏବେ ଆପଣଙ୍କୁ ପଥର ଫୋପାଡ଼ିବାକୁ ଚେଷ୍ଟା କରୁଥିଲେ, ପୁଣି, ଆପଣ ଆଉ ଥରେ ସେଠାକୁ ଯାଉଅଛନ୍ତି ?
ଯୋହନଲିଖିତ ସୁସମାଚାର 11 : 9 (IRVOR)
ଯୀଶୁ ଉତ୍ତର ଦେଲେ, ଦିନରେ କ'ଣ ବାର ଘଣ୍ଟା ନାହିଁ ? କେହି ଦିନରେ ଚାଲିଲେ ଝୁଣ୍ଟେ ନାହିଁ, କାରଣ ସେ ଏହି ଜଗତର ଜ୍ୟୋତିଃ ଦେଖେ;
ଯୋହନଲିଖିତ ସୁସମାଚାର 11 : 10 (IRVOR)
କିନ୍ତୁ ରାତିରେ ଚାଲିଲେ ସେ ଝୁଣ୍ଟେ, କାରଣ ତାହା ଅନ୍ତରରେ ଜ୍ୟୋତିଃ ନାହିଁ ।
ଯୋହନଲିଖିତ ସୁସମାଚାର 11 : 11 (IRVOR)
ସେ ଏସମସ୍ତ କଥା କହିଲା ଉତ୍ତାରେ ସେମାନଙ୍କୁ ଆହୁରି କହିଲେ, ଆମ୍ଭମାନଙ୍କ ବନ୍ଧୁ ଲାଜାର ନିଦ୍ରା ଯାଇଅଛନ୍ତି, କିନ୍ତୁ ତାଙ୍କୁ ନିଦ୍ରାରୁ ଉଠାଇବା ନିମନ୍ତେ ମୁଁ ଯାଉଅଛି ।
ଯୋହନଲିଖିତ ସୁସମାଚାର 11 : 12 (IRVOR)
ସେଥିରେ ଶିଷ୍ୟମାନେ ତାହାଙ୍କୁ କହିଲେ, ପ୍ରଭୁ, ଯଦି ସେ ନିଦ୍ରା ଯାଇଅଛନ୍ତି, ତାହାହେଲେ ସେ ସୁସ୍ଥ ହେବେ ।
ଯୋହନଲିଖିତ ସୁସମାଚାର 11 : 13 (IRVOR)
ଯୀଶୁ ତାଙ୍କର ମୃତ୍ୟୁ ବିଷୟରେ କହିଲେ, କିନ୍ତୁ ସେ ନିଦ୍ରାରେ ଶୋଇପଡ଼ିବା ବିଷୟରେ କହିଲେ ବୋଲି ସେମାନେ ମନେ କଲେ ।
ଯୋହନଲିଖିତ ସୁସମାଚାର 11 : 14 (IRVOR)
ଅତଏବ, ଯୀଶୁ ସେତେବେଳେ ସେମାନଙ୍କୁ ସ୍ପଷ୍ଟରୂପେ କହିଲେ, ଲାଜାର ମରିଯାଇଛନ୍ତି;
ଯୋହନଲିଖିତ ସୁସମାଚାର 11 : 15 (IRVOR)
ଆଉ, ମୁଁ ଯେ ସେ ସ୍ଥାନରେ ନ ଥିଲି, ଏଥିସକାଶେ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଅଛି, ଯେପରି ତୁମ୍ଭେମାନେ ବିଶ୍ୱାସ କରିବ; କିନ୍ତୁ ଚାଲ, ଆମ୍ଭେମାନେ ତାଙ୍କ ନିକଟକୁ ଯିବା ।
ଯୋହନଲିଖିତ ସୁସମାଚାର 11 : 16 (IRVOR)
ସେଥିରେ ଥୋମା, ଯାହାଙ୍କୁ ଦିଦୁମ ବୋଲି କହନ୍ତି, ସେ ଆପଣା ସଙ୍ଗୀ ଶିଷ୍ୟମାନଙ୍କୁ କହିଲେ, ଚାଲ, ଆମ୍ଭେମାନେ ମଧ୍ୟ ଯାଇ ତାହାଙ୍କ ସାଙ୍ଗରେ ମରିବା ।
ଯୋହନଲିଖିତ ସୁସମାଚାର 11 : 17 (IRVOR)
ଯୀଶୁ ହିଁ ପୁନରୁତ୍ଥାନ ଓ ଜୀବନ ଯୀଶୁ ପହଞ୍ଚି ଶୁଣିଲେ ଯେ, ସେ ଚାରି ଦିନ ହେଲା ସମାଧିରେ ରଖାଗଲେଣି ।
ଯୋହନଲିଖିତ ସୁସମାଚାର 11 : 18 (IRVOR)
ବେଥନୀୟା ଯିରୂଶାଲମ ନିକଟରେ ଥିଲା, ପ୍ରାୟ ଏକ କ୍ରୋଶ ଦୂର;
ଯୋହନଲିଖିତ ସୁସମାଚାର 11 : 19 (IRVOR)
ଆଉ, ଯିହୂଦୀମାନଙ୍କ ମଧ୍ୟରୁ ଅନେକେ ମାର୍ଥା ଓ ମରିୟମଙ୍କୁ ସେମାନଙ୍କ ଭାଇ ବିଷୟରେ ସାନ୍ତ୍ୱନା ଦେବା ନିମନ୍ତେ ସେମାନଙ୍କ ନିକଟକୁ ଆସିଥିଲେ ।
ଯୋହନଲିଖିତ ସୁସମାଚାର 11 : 20 (IRVOR)
ସେଥିରେ ଯୀଶୁ ଆସିଅଛନ୍ତି ବୋଲି ଯେତେବେଳେ ମାର୍ଥା ଶୁଣିଲେ, ସେତେବେଳେ ସେ ତାହାଙ୍କୁ ଭେଟିବାକୁ ଗଲେ, କିନ୍ତୁ ମରିୟମ ଗୃହରେ ବସି ରହିଲେ ।
ଯୋହନଲିଖିତ ସୁସମାଚାର 11 : 21 (IRVOR)
ମାର୍ଥା ଯୀଶୁଙ୍କୁ କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାଆନ୍ତେ, ତାହାହେଲେ ମୋହର ଭାଇ ମରି ନ ଥା'ନ୍ତା ।
ଯୋହନଲିଖିତ ସୁସମାଚାର 11 : 22 (IRVOR)
କିନ୍ତୁ ଆପଣ ଈଶ୍ୱରଙ୍କୁ ଯାହା କିଛି ମାଗିବେ, ଈଶ୍ୱର ଯେ ତାହା ଆପଣଙ୍କୁ ଦେବେ, ଏହା ଏବେ ସୁଦ୍ଧା ମୁଁ ଜାଣେ ।
ଯୋହନଲିଖିତ ସୁସମାଚାର 11 : 23 (IRVOR)
ଯୀଶୁ ତାଙ୍କୁ କହିଲେ, ତୁମ୍ଭ ଭାଇ ପୁଣି, ଉଠିବ ।
ଯୋହନଲିଖିତ ସୁସମାଚାର 11 : 24 (IRVOR)
ମାର୍ଥା ତାହାଙ୍କୁ କହିଲେ, ସେ ଯେ ଶେଷ ଦିନରେ ପୁନରୁତ୍ଥାନ ସମୟରେ ଉଠିବ, ଏହା ମୁଁ ଜାଣେ ।
ଯୋହନଲିଖିତ ସୁସମାଚାର 11 : 25 (IRVOR)
ଯୀଶୁ ତାଙ୍କୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ; ଯେ ମୋ'ଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ,
ଯୋହନଲିଖିତ ସୁସମାଚାର 11 : 26 (IRVOR)
ପୁଣି, ଯେ କେହି ବଞ୍ଚେ ଓ ମୋ'ଠାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ; ଏହା କ'ଣ ବିଶ୍ୱାସ କରୁଅଛ ?
ଯୋହନଲିଖିତ ସୁସମାଚାର 11 : 27 (IRVOR)
ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ଯାହାଙ୍କର ଜଗତକୁ ଆଗମନ କରିବାର ଥିଲା, ଆପଣ ଯେ ଈଶ୍ୱରଙ୍କ ପୁତ୍ର ସେହି ଖ୍ରୀଷ୍ଟ, ଏହା ମୋହର ବିଶ୍ୱାସ ।
ଯୋହନଲିଖିତ ସୁସମାଚାର 11 : 28 (IRVOR)
ଯୀଶୁ କାନ୍ଦିଲେ ଏହା କହିଲା ଉତ୍ତାରେ ସେ ଯାଇ ଆପଣା ଭଉଣୀ ମରିୟମଙ୍କୁ ଗୋପନରେ ଡାକି କହିଲେ, ଗୁରୁ ଆସିଲେଣି ଆଉ ତୋତେ ଡାକୁଅଛନ୍ତି ।
ଯୋହନଲିଖିତ ସୁସମାଚାର 11 : 29 (IRVOR)
ସେ ଏହା ଶୁଣି ଶୀଘ୍ର ଉଠି ତାହାଙ୍କ ନିକଟକୁ ଗଲେ ।
ଯୋହନଲିଖିତ ସୁସମାଚାର 11 : 30 (IRVOR)
ଯୀଶୁ ସେତେବେଳେ ଗ୍ରାମ ଭିତରକୁ ଆସି ନ ଥିଲେ, କିନ୍ତୁ ମାର୍ଥା ତାହାଙ୍କୁ ଯେଉଁ ସ୍ଥାନରେ ଭେଟିଥିଲେ, ସେପର୍ଯ୍ୟନ୍ତ ସେ ସେହି ସ୍ଥାନରେ ଥିଲେ ।
ଯୋହନଲିଖିତ ସୁସମାଚାର 11 : 31 (IRVOR)
ଅତଏବ, ଯେଉଁ ଯିହୂଦୀମାନେ ତାଙ୍କ ସହିତ ଗୃହରେ ଥାଇ ତାଙ୍କୁ ସାନ୍ତ୍ୱନା ଦେଉଥିଲେ, ସେମାନେ ମରିୟମଙ୍କୁ ଶୀଘ୍ର ଉଠି ବାହାରିଯିବା ଦେଖି, ସେ ସମାଧି ନିକଟରେ ରୋଦନ କରିବା ନିମନ୍ତେ ଯାଉଅଛନ୍ତି, ଏହା ମନେ କରି ତାଙ୍କ ପଛେ ପଛେ ଗଲେ ।
ଯୋହନଲିଖିତ ସୁସମାଚାର 11 : 32 (IRVOR)
ସେଥିରେ ଯୀଶୁ ଯେଉଁ ସ୍ଥାନରେ ଥିଲେ, ମରିୟମ ସେହି ସ୍ଥାନରେ ଉପସ୍ଥିତ ହୋଇ ତାହାଙ୍କୁ ଦେଖି ତାହାଙ୍କର ଚରଣ ତଳେ ପଡ଼ି କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାଆନ୍ତେ, ତାହାହେଲେ ମୋ' ଭାଇ ମରି ନ ଥା'ନ୍ତା ।
ଯୋହନଲିଖିତ ସୁସମାଚାର 11 : 33 (IRVOR)
ଅତଏବ, ଯୀଶୁ ତାଙ୍କୁ ଓ ତାଙ୍କ ସହିତ ଆସିଥିବା ଯିହୂଦୀମାନଙ୍କୁ ରୋଦନ କରୁଥିବା ଦେଖି ଆତ୍ମାରେ ଗଭୀର ଭାବେ ଆଲୋଡିତ ହେଲେ, ପୁଣି, କର୍ତ୍ତବ୍ୟ ସାଧନ ନିମନ୍ତେ ଦୃଢ଼ ସଂକଳ୍ପରେ ପଚାରିଲେ,
ଯୋହନଲିଖିତ ସୁସମାଚାର 11 : 34 (IRVOR)
ତାଙ୍କୁ କେଉଁଠାରେ ରଖିଅଛ ? ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ଆସି ଦେଖନ୍ତୁ ।
ଯୋହନଲିଖିତ ସୁସମାଚାର 11 : 35 (IRVOR)
ଯୀଶୁ କାନ୍ଦିଲେ ।
ଯୋହନଲିଖିତ ସୁସମାଚାର 11 : 36 (IRVOR)
ସେଥିରେ ଯିହୂଦୀମାନେ କହିଲେ, ଦେଖ, ସେ ତାଙ୍କୁ କିପରି ସ୍ନେହ କରୁଥିଲେ ।
ଯୋହନଲିଖିତ ସୁସମାଚାର 11 : 37 (IRVOR)
କିନ୍ତୁ ସେମାନଙ୍କ ମଧ୍ୟରେ କେହି କେହି କହିଲେ, ଏହି ଯେଉଁ ବ୍ୟକ୍ତି ସେହି ଅନ୍ଧର ଆଖି ଫିଟାଇଥିଲେ, ସେ କ'ଣ ଏହାର ମୃତ୍ୟୁ ମଧ୍ୟ ନିବାରଣ କରି ପାରି ନ ଥାଆନ୍ତେ ?
ଯୋହନଲିଖିତ ସୁସମାଚାର 11 : 38 (IRVOR)
ମୃତ ଲାଜାରଙ୍କୁ ଜୀବନ ଦାନ ସେଥିରେ ଯୀଶୁ ପୁନର୍ବାର ଅନ୍ତରରେ ବିରକ୍ତ ହୋଇ ସମାଧି ନିକଟକୁ ଆସିଲେ; ତାହା ଗୋଟିଏ ଗୁହା, ପୁଣି, ତା' ମୁହଁରେ ଗୋଟାଏ ପଥର ଥିଲା ।
ଯୋହନଲିଖିତ ସୁସମାଚାର 11 : 39 (IRVOR)
ଯୀଶୁ କହିଲେ, ଏହି ପଥର ଘୁଞ୍ଚାଇଦିଅ । ମୃତ ବ୍ୟକ୍ତିଙ୍କ ଭଗ୍ନୀ ମାର୍ଥା ତାହାଙ୍କୁ କହିଲେ, ପ୍ରଭୁ, ସେ ବାସିଗଲାଣି, କାରଣ ସେ ଚାରି ଦିନ ହେଲା ମଲାଣି ।
ଯୋହନଲିଖିତ ସୁସମାଚାର 11 : 40 (IRVOR)
ଯୀଶୁ ତାଙ୍କୁ କହିଲେ, ଯଦି ତୁମ୍ଭେ ବିଶ୍ୱାସ କର, ତାହାହେଲେ ଈଶ୍ୱରଙ୍କ ମହିମା ଦେଖିବ, ଏହା କ'ଣ ମୁଁ ତୁମ୍ଭକୁ କହିଲି ନାହିଁ ? ସେଥିରେ ସେମାନେ ପଥର ଘୁଞ୍ଚାଇଦେଲେ ।
ଯୋହନଲିଖିତ ସୁସମାଚାର 11 : 41 (IRVOR)
ଆଉ, ଯୀଶୁ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, ପିତଃ, ତୁମ୍ଭେ ମୋହର ପ୍ରାର୍ଥନା ଶୁଣିଲ ବୋଲି ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି ।
ଯୋହନଲିଖିତ ସୁସମାଚାର 11 : 42 (IRVOR)
ତୁମ୍ଭେ ଯେ ସର୍ବଦା ମୋହର ପ୍ରାର୍ଥନା ଶୁଣିଥାଅ, ଏହା ମୁଁ ଜାଣିଥିଲି; କିନ୍ତୁ ଯେଉଁ ଲୋକସମୂହ ଚତୁର୍ଦ୍ଦିଗରେ ଠିଆ ହୋଇଅଛନ୍ତି, ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ସେମାନେ ଯେପରି ବିଶ୍ୱାସ କରିବେ, ଏଥିପାଇଁ ସେମାନଙ୍କ ହେତୁ ମୁଁ ଏହା କହିଲି ।
ଯୋହନଲିଖିତ ସୁସମାଚାର 11 : 43 (IRVOR)
ସେ ଏହା କହି ଉଚ୍ଚସ୍ୱରରେ ଡାକିଲେ, ଲାଜାର, ବାହାରି ଆସ ।
ଯୋହନଲିଖିତ ସୁସମାଚାର 11 : 44 (IRVOR)
ମୃତ ଲୋକଟି ବାହାରି ଆସିଲେ; ତାଙ୍କ ହାତ ଓ ପାଦ ସମାଧିବସ୍ତ୍ରରେ ବନ୍ଧା ହୋଇଥିଲା, ପୁଣି, ତାଙ୍କ ମୁଖରେ ଖଣ୍ଡେ ଗାମୁଛା ଗୁଡ଼ା ହୋଇଥିଲା । ଯୀଶୁ ସେମାନଙ୍କୁ କହିଲେ, ଏହାଙ୍କ ବନ୍ଧନ ଫିଟାଇ ଚାଲିଯିବାକୁ ଦିଅ ।
ଯୋହନଲିଖିତ ସୁସମାଚାର 11 : 45 (IRVOR)
ଯୀଶୁଙ୍କ ବିରୁଦ୍ଧରେ ଚକ୍ରାନ୍ତ
(ମାଥିଉ 26:1-5; ମାର୍କ 14:1,2; ଲୂକ 22:1,2)
ଅତଏବ, ଯିହୂଦୀମାନଙ୍କ ମଧ୍ୟରେ ଅନେକେ, ଅର୍ଥାତ୍‍ ଯେଉଁମାନେ ମରିୟମଙ୍କ ନିକଟକୁ ଆସିଥିଲେ ଓ ଯୀଶୁଙ୍କ କର୍ମ ଦେଖିଥିଲେ, ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ;
ଯୋହନଲିଖିତ ସୁସମାଚାର 11 : 46 (IRVOR)
ପୁଣି, ସେମାନଙ୍କ ମଧ୍ୟରୁ କେହି କେହି ଫାରୂଶୀମାନଙ୍କ ନିକଟକୁ ଯାଇ, ଯୀଶୁ ଯାହା ଯାହା କରିଥିଲେ, ସେହି ସବୁ ସେମାନଙ୍କୁ ଜଣାଇଲେ ।
ଯୋହନଲିଖିତ ସୁସମାଚାର 11 : 47 (IRVOR)
ସେଥିରେ ପ୍ରଧାନ ଯାଜକ ଓ ଫାରୂଶୀମାନେ ମହାସଭା ଆହ୍ୱାନ କରି କହିଲେ, ଆମ୍ଭେମାନେ କ'ଣ କରୁଅଛୁ ? ଏ ଲୋକ ତ ଅନେକ ଆଶ୍ଚର୍ଯ୍ୟକର୍ମ କରୁଅଛି ।
ଯୋହନଲିଖିତ ସୁସମାଚାର 11 : 48 (IRVOR)
ଯଦି ଆମ୍ଭେମାନେ ତାହାକୁ ଏପରି ଛାଡ଼ିଦେବା, ତାହାହେଲେ ସମସ୍ତେ ତାହାଠାରେ ବିଶ୍ୱାସ କରିବେ, ଆଉ ରୋମୀୟମାନେ ଆସି ଆମ୍ଭମାନଙ୍କର ଏହି ସ୍ଥାନ ଓ ଜାତି ଉଭୟଙ୍କୁ ନଷ୍ଟ କରିଦେବେ ।
ଯୋହନଲିଖିତ ସୁସମାଚାର 11 : 49 (IRVOR)
କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ, ଅର୍ଥାତ୍‍, କୟାଫା ନାମକ ସେହି ବର୍ଷର ମହାଯାଜକ ସେମାନଙ୍କୁ କହିଲେ, ତୁମ୍ଭେମାନେ କିଛି ଜାଣ ନାହିଁ;
ଯୋହନଲିଖିତ ସୁସମାଚାର 11 : 50 (IRVOR)
ସମୁଦାୟ ଜାତି ବିନଷ୍ଟ ନ ହୋଇ ଲୋକସାଧାରଣଙ୍କ ନିମନ୍ତେ ଜଣେ ଯେ ମରିବା ତୁମ୍ଭମାନଙ୍କ ପକ୍ଷରେ ମଙ୍ଗଳଜନକ, ଏହା ମଧ୍ୟ ତୁମ୍ଭେମାନେ ବିଚାର କରୁ ନାହଁ ।
ଯୋହନଲିଖିତ ସୁସମାଚାର 11 : 51 (IRVOR)
ସେ ଆପଣାଠାରୁ ଏହା କହିଲେ ନାହିଁ, କିନ୍ତୁ ସେ ସେହି ବର୍ଷର ମହାଯାଜକ ଥିବାରୁ ଯୀଶୁ ଯେ ଜାତି ନିମନ୍ତେ,
ଯୋହନଲିଖିତ ସୁସମାଚାର 11 : 52 (IRVOR)
ଆଉ କେବଳ ସେହି ଜାତି ନିମନ୍ତେ ନୁହେଁ, ମାତ୍ର ଈଶ୍ୱରଙ୍କ ଛିନ୍ନଭିନ୍ନ ସନ୍ତାନମାନଙ୍କୁ ମଧ୍ୟ ସଂଗ୍ରହ କରି ଏକ କରିବା ନିମନ୍ତେ ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ଏଥିସକାଶେ ଏହି ଭାବବାଣୀ କହିଲେ ।
ଯୋହନଲିଖିତ ସୁସମାଚାର 11 : 53 (IRVOR)
ତେଣୁ ସେହି ଦିନଠାରୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ମନ୍ତ୍ରଣା କଲେ ।
ଯୋହନଲିଖିତ ସୁସମାଚାର 11 : 54 (IRVOR)
ଅତଏବ, ଯୀଶୁ ଯିହୂଦୀମାନଙ୍କ ମଧ୍ୟରେ ଆଉ ପ୍ରକାଶରେ ଗମନାଗମନ କଲେ ନାହିଁ, କିନ୍ତୁ ସେ ସେ ସ୍ଥାନରୁ ବାହାରିଯାଇ ପ୍ରାନ୍ତର ନିକଟରେ ଥିବା ଅଞ୍ଚଳର ଏଫ୍ରୟିମ ନାମକ ଗୋଟିଏ ନଗରକୁ ପ୍ରସ୍ଥାନ କଲେ, ଆଉ ସେ ଶିଷ୍ୟମାନଙ୍କ ସହିତ ସେଠାରେ ରହିଲେ ।
ଯୋହନଲିଖିତ ସୁସମାଚାର 11 : 55 (IRVOR)
ଯିହୂଦୀମାନଙ୍କର ନିସ୍ତାର ପର୍ବ ସନ୍ନିକଟ ଥିଲା, ପୁଣି, ପଲ୍ଲୀଗ୍ରାମଗୁଡ଼ିକରୁ ଅନେକେ ଆପଣା ଆପଣାକୁ ଶୁଚି କରିବା ନିମନ୍ତେ ନିସ୍ତାର ପର୍ବ ପୂର୍ବେ ଯିରୂଶାଲମକୁ ଯାତ୍ରା କଲେ ।
ଯୋହନଲିଖିତ ସୁସମାଚାର 11 : 56 (IRVOR)
ସେଥିରେ ସେମାନେ ଯୀଶୁଙ୍କର ଅନ୍ୱେଷଣ କରୁ କରୁ ମନ୍ଦିରରେ ଠିଆ ହୋଇଥିବା ସମୟରେ ପରସ୍ପର କହିବାକୁ ଲାଗିଲେ, ତୁମ୍ଭେମାନେ କ'ଣ ମନେ କରୁଅଛ ? ସେ କି ପର୍ବକୁ ଆସିବେ ନାହିଁ ?
ଯୋହନଲିଖିତ ସୁସମାଚାର 11 : 57 (IRVOR)
ପ୍ରଧାନ ଯାଜକ ଓ ଫାରୂଶୀମାନେ ତାହାଙ୍କୁ ଧରିବା ଉଦ୍ଦେଶ୍ୟରେ, ସେ କେଉଁଠାରେ ଅଛନ୍ତି, ଏହା ଯଦି କେହି ଜାଣେ, ତାହା ପ୍ରକାଶ କରିବାକୁ ଆଜ୍ଞା ଦେଇଥିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57