ଯିରିମିୟ 49 : 1 (IRVOR)
{ଅମ୍ମୋନର ବିଚାର} [PS] ଅମ୍ମୋନ ସନ୍ତାନଗଣର ବିଷୟ। [QBR] ସଦାପ୍ରଭୁ ଏହି କଥା କହନ୍ତି, [QBR] “ଇସ୍ରାଏଲର କି ପୁତ୍ର ନାହିଁ ? ତାହାର ଉତ୍ତରାଧିକାରୀ କି କେହି ନାହିଁ ? [QBR] ତେବେ ମିଲ୍‍କମ୍‍ କାହିଁକି ଗାଦ୍‍ର ଭୂମି ଅଧିକାର କରୁଅଛି [QBR] ଓ ତାହାର ଲୋକମାନେ ତହିଁର ନଗରସମୂହରେ ବାସ କରୁଅଛନ୍ତି ?” [QBR]
ଯିରିମିୟ 49 : 2 (IRVOR)
ଏହେତୁ ସଦାପ୍ରଭୁ କହନ୍ତି, [QBR] “ଦେଖ, ଯେଉଁ ସମୟରେ ଆମ୍ଭେ ଅମ୍ମୋନ ସନ୍ତାନଗଣର [QBR] ରବ୍ବା ନଗର ବିରୁଦ୍ଧରେ ଯୁଦ୍ଧର ଭୟ ଧ୍ୱନି ଶୁଣାଇବା, ଏପରି ସମୟ ଆସୁଅଛି; [QBR] ଆଉ, ତାହା ନରଶୂନ୍ୟ ଢିପି ହେବ ଓ ତାହାର କନ୍ୟାଗଣ ଅଗ୍ନିରେ ଦଗ୍ଧ କରାଯିବେ; [QBR] ତହିଁରେ ଯେଉଁମାନେ ଇସ୍ରାଏଲ ଉପରେ ଅଧିକାର କରିଥିଲେ, [QBR] ସେ ସେମାନଙ୍କ ଉପରେ ଅଧିକାର କରିବ,” ଏହା ସଦାପ୍ରଭୁ କହନ୍ତି। [QBR]
ଯିରିମିୟ 49 : 3 (IRVOR)
“ହେ ହିଷ୍‍ବୋନ, ହାହାକାର କର, କାରଣ ଅୟ ଉଚ୍ଛିନ୍ନ ହେଲା! [QBR] ହେ ରବ୍ବାର କନ୍ୟାଗଣ, କ୍ରନ୍ଦନ କର, ଚଟବସ୍ତ୍ର ପରିଧାନ କର; [QBR] ବିଳାପ କର, ପ୍ରାଚୀର ମଧ୍ୟରେ ଏଣେତେଣେ ଦୌଡ଼; [QBR] କାରଣ ମିଲ୍‍କମ୍‍, ତାହାର ଯାଜକଗଣ ଓ ଅଧିପତିଗଣ ଏକତ୍ର ବନ୍ଦୀ ହୋଇଯିବେ। [QBR]
ଯିରିମିୟ 49 : 4 (IRVOR)
ଗୋ ବିପଥଗାମିନୀ କନ୍ୟେ, [QBR] ତୁମ୍ଭେ କାହିଁକି ତଳଭୂମି ସବୁରେ, ଆପଣା ପ୍ରବାହଶୀଳ ତଳଭୂମିରେ ଦର୍ପ କରୁଅଛ ? [QBR] ତୁମ୍ଭେ ଆପଣା ଧନ ସମ୍ପତ୍ତିରେ ନିର୍ଭର କରି କହୁଅଛ, ମୋ’ ନିକଟକୁ କିଏ ଆସିବ ?” [QBR]
ଯିରିମିୟ 49 : 5 (IRVOR)
ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, [QBR] “ଦେଖ, ଆମ୍ଭେ ତୁମ୍ଭର ଚତୁର୍ଦ୍ଦିଗସ୍ଥିତ ସବୁରୁ ତୁମ୍ଭ ପ୍ରତି ଭୟ ଘଟାଇବା; [QBR] ତହିଁରେ ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥରେ ତାଡ଼ିତ ହେବ, [QBR] ପୁଣି ଯେଉଁ ଜନ ପଥ ହୁଡ଼େ, ତାହାକୁ ସଂଗ୍ରହ କରିବା ପାଇଁ କେହି ନ ଥିବ।” [QBR]
ଯିରିମିୟ 49 : 6 (IRVOR)
ତଥାପି ସଦାପ୍ରଭୁ କହନ୍ତି, [QBR] “ଏଥିଉତ୍ତାରେ ଆମ୍ଭେ ଅମ୍ମୋନ ସନ୍ତାନଗଣକୁ ବନ୍ଦୀତ୍ୱାବସ୍ଥାରୁ ପୁନର୍ବାର ଫେରାଇ ଆଣିବା।” [PS]
ଯିରିମିୟ 49 : 7 (IRVOR)
{ଇଦୋମର ବିଚାର} [PS] ଇଦୋମର ବିଷୟ। [QBR] ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, [QBR] “ତୈମନ୍‍ରେ କି ଆଉ ଜ୍ଞାନ ନାହିଁ ? [QBR] ବୁଦ୍ଧିମାନମାନଙ୍କଠାରୁ କି ପରାମର୍ଶ ଲୁପ୍ତ ହୋଇଅଛି ? [QBR] ସେମାନଙ୍କର ଜ୍ଞାନ କି ଅନ୍ତର୍ହିତ ହୋଇଅଛି ? [QBR]
ଯିରିମିୟ 49 : 8 (IRVOR)
ହେ ଦଦାନ୍‍ ନିବାସୀଗଣ, [QBR] ତୁମ୍ଭେମାନେ ପଳାଅ, ମୁଖ ଫେରାଅ, ଗଭୀର ସ୍ଥାନରେ ବାସ କର; [QBR] କାରଣ ଆମ୍ଭେ ତାହା ଉପରେ ଏଷୌର ବିପଦ, [QBR] ତାହାକୁ ପ୍ରତିଫଳ ଦେବାର ସମୟ ଆଣିବା। [QBR]
ଯିରିମିୟ 49 : 9 (IRVOR)
ଦ୍ରାକ୍ଷାଫଳ ସଂଗ୍ରହକାରୀମାନେ ତୁମ୍ଭ ନିକଟକୁ ଆସିଲେ, [QBR] ସେମାନେ କି ସାଉଣ୍ଟିବା ପାଇଁ କିଛି ଫଳ ଛାଡ଼ିବେ ନାହିଁ ? [QBR] ଯଦି ଚୋରମାନେ ରାତ୍ରିରେ ଆସିବେ, [QBR] ତେବେ ସେମାନେ ଯଥେଷ୍ଟ ପାଇବା ପର୍ଯ୍ୟନ୍ତ କି କ୍ଷତି କରିବେ ନାହିଁ ? [QBR]
ଯିରିମିୟ 49 : 10 (IRVOR)
ମାତ୍ର ଆମ୍ଭେ ଏଷୌକୁ ଶୂନ୍ୟ କରିଅଛୁ, [QBR] ତାହାର ଗୁପ୍ତ ସ୍ଥାନ ସବୁ ଅନାବୃତ କରିଅଛୁ ଓ ସେ ଆପଣାକୁ ଲୁଚାଇ ପାରିବ ନାହିଁ; [QBR] ତାହାର ବଂଶ, ତାହାର ଭ୍ରାତୃଗଣ [QBR] ଓ ତାହାର ପ୍ରତିବାସୀଗଣ ବିନଷ୍ଟ ହୋଇଅଛନ୍ତି ଓ ସେ ନାହିଁ। [QBR]
ଯିରିମିୟ 49 : 11 (IRVOR)
ତୁମ୍ଭେ ଆପଣା ପିତୃହୀନ ସନ୍ତାନଗଣକୁ ଛାଡ଼, [QBR] ଆମ୍ଭେ ସେମାନଙ୍କୁ ଜୀବନରେ ରକ୍ଷା କରିବା [QBR] ଓ ତୁମ୍ଭର ବିଧବାମାନେ ଆମ୍ଭଠାରେ ବିଶ୍ୱାସ କରନ୍ତୁ।” [PE][PS]
ଯିରିମିୟ 49 : 12 (IRVOR)
କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଯେଉଁମାନଙ୍କର ସେହି ପାତ୍ରରେ ପାନ କରିବାର ସମ୍ପର୍କ ନାହିଁ, ସେମାନେ ନିତାନ୍ତ ତହିଁରେ ପାନ କରିବେ, ତେବେ ତୁମ୍ଭେ କି ସର୍ବତୋଭାବେ ଅଦଣ୍ଡିତ ହେବ ? ତୁମ୍ଭେ ଅଦଣ୍ଡିତ ହେବ ନାହିଁ, ମାତ୍ର ନିଶ୍ଚୟ ପାନ କରିବ।”
ଯିରିମିୟ 49 : 13 (IRVOR)
କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଜ ନାମରେ ଶପଥ କରିଅଛୁ ଯେ, ବସ୍ରା ବିସ୍ମୟର, ନିନ୍ଦାର, ଉତ୍ସନ୍ନତାର ଓ ଅଭିଶାପର ପାତ୍ର ହେବ ଓ ତହିଁର ନଗରସବୁ ଚିରକାଳ ଉତ୍ସନ୍ନ ସ୍ଥାନ ହେବ।” [QBR]
ଯିରିମିୟ 49 : 14 (IRVOR)
ମୁଁ ସଦାପ୍ରଭୁଙ୍କଠାରୁ ସମ୍ବାଦ ଶୁଣିଅଛି, [QBR] ପୁଣି ଗୋଷ୍ଠୀଗଣ ମଧ୍ୟରେ ଏହି କଥା କହିବା ପାଇଁ ଜଣେ ଦୂତ ପ୍ରେରିତ ହୋଇଅଛି, [QBR] ଯଥା, ତୁମ୍ଭେମାନେ ଏକତ୍ରିତ ହୋଇ ତାହା ବିରୁଦ୍ଧରେ ଆସ ଓ ଯୁଦ୍ଧ କରିବାକୁ ଉଠ। [QBR]
ଯିରିମିୟ 49 : 15 (IRVOR)
କାରଣ ଦେଖ, ଆମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭକୁ କ୍ଷୁଦ୍ର [QBR] ଓ ମନୁଷ୍ୟମାନଙ୍କ ମଧ୍ୟରେ ଅବଜ୍ଞାତ କରିଅଛୁ। [QBR]
ଯିରିମିୟ 49 : 16 (IRVOR)
“ଗୋ ଶୈଳଛିଦ୍ର ନିବାସିନୀ, ହେ ପର୍ବତ ଶୃଙ୍ଗ ଅବଲମ୍ବିନୀ, [QBR] ତୁମ୍ଭର ଭୟଙ୍କରତା ବିଷୟରେ, ତୁମ୍ଭ ଅନ୍ତଃକରଣର ଅହଙ୍କାର ତୁମ୍ଭକୁ ବଞ୍ଚନା କରିଅଛି; [QBR] ଯଦ୍ୟପି ତୁମ୍ଭେ ଉତ୍କ୍ରୋଶ ପକ୍ଷୀ ପରି ଉଚ୍ଚ ସ୍ଥାନରେ ବସା କରିବ, [QBR] ତଥାପି ଆମ୍ଭେ ତୁମ୍ଭକୁ ସେଠାରୁ ଓହ୍ଳାଇ ଆଣିବା,” ଏହା ସଦାପ୍ରଭୁ କହନ୍ତି। [QBR]
ଯିରିମିୟ 49 : 17 (IRVOR)
ପୁଣି, ଇଦୋମ ବିସ୍ମୟର ବିଷୟ ହେବ; [QBR] ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ବିସ୍ମିତ ହେବେ [QBR] ଓ ତହିଁର ସକଳ ଦଣ୍ଡ ସକାଶୁ ଶୀସ୍‍ ଶବ୍ଦ କରିବେ। [QBR]
ଯିରିମିୟ 49 : 18 (IRVOR)
ସଦାପ୍ରଭୁ କହନ୍ତି, [QBR] “ସଦୋମ ଓ ହମୋରାର ଓ ତନ୍ନିକଟବର୍ତ୍ତୀ ନଗରସମୂହ ସଦୃଶ୍ୟ ତାହାର ଉତ୍ପାଟନ ହେବ, [QBR] କୌଣସି ମନୁଷ୍ୟ ସେଠାରେ ବାସ କରିବ ନାହିଁ; [QBR] କିଅବା କୌଣସି ମନୁଷ୍ୟ ସନ୍ତାନ ତହିଁ ମଧ୍ୟରେ ପ୍ରବାସ କରିବ ନାହିଁ। [QBR]
ଯିରିମିୟ 49 : 19 (IRVOR)
ଦେଖ, ସେ ଦୃଢ଼ ନିବାସ ସ୍ଥାନ ବିରୁଦ୍ଧରେ [QBR] ସିଂହ ପରି ଯର୍ଦ୍ଦନର ଦର୍ପ ସ୍ଥାନରୁ ଉଠି ଆସିବ; [QBR] ମାତ୍ର ଆମ୍ଭେ ହଠାତ୍ ତାହା ନିକଟରୁ ତାହାକୁ ଦୂର କରିଦେବା; [QBR] ଆଉ, ମନୋନୀତ ଯେଉଁ ଲୋକ, ତାହା ଉପରେ ଆମ୍ଭେ ତାହାକୁ ନିଯୁକ୍ତ କରିବା; [QBR] କାରଣ ଆମ୍ଭ ପରି କିଏ ଅଛି ? ଆମ୍ଭ ପାଇଁ କିଏ ସମୟ ନିରୂପଣ କରିବ [QBR] ଓ ଆମ୍ଭ ସମ୍ମୁଖରେ ଯେ ଠିଆ ହୋଇପାରେ, ଏପରି ପାଳକ କିଏ ଅଛି ? [QBR]
ଯିରିମିୟ 49 : 20 (IRVOR)
ଏହେତୁ ସଦାପ୍ରଭୁ ଇଦୋମର ବିରୁଦ୍ଧରେ ଯେଉଁ ମନ୍ତ୍ରଣା [QBR] ଓ ତୈମନ୍‍ ନିବାସୀମାନଙ୍କ ବିରୁଦ୍ଧରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ, [QBR] ଲୋକମାନେ ନିଶ୍ଚୟ ସେମାନଙ୍କୁ, ପଲର ଛୁଆମାନଙ୍କୁ ହିଁ ଟାଣି ନେଇଯିବେ; [QBR] ସେ ନିଶ୍ଚୟ ସେମାନଙ୍କ ନିବାସ ସ୍ଥାନ ସହିତ ସେମାନଙ୍କୁ ଉତ୍ସନ୍ନ କରିବ। [QBR]
ଯିରିମିୟ 49 : 21 (IRVOR)
ସେମାନଙ୍କର ପତନ ଶବ୍ଦରେ ପୃଥିବୀ କମ୍ପୁଅଛି, [QBR] ସୂଫ ସାଗର ପର୍ଯ୍ୟନ୍ତ କ୍ରନ୍ଦନର ଶବ୍ଦ ଶୁଣାଯାଉଅଛି। [QBR]
ଯିରିମିୟ 49 : 22 (IRVOR)
ଦେଖ, ସେ ଉତ୍କ୍ରୋଶ ପକ୍ଷୀ ପରି ଉଠି ଉଡ଼ି ଆସିବ [QBR] ଓ ବସ୍ରା ଉପରେ ଆପଣା ପକ୍ଷ ବିସ୍ତାର କରିବ; [QBR] ପୁଣି, ସେସମୟରେ ଇଦୋମର ବୀର ପୁରୁଷମାନଙ୍କ ଅନ୍ତଃକରଣ [QBR] ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀର ଅନ୍ତଃକରଣର ସମାନ ହେବ।”
ଯିରିମିୟ 49 : 23 (IRVOR)
{ଦମ୍ମେଶକର ବିଚାର} [PS] ଦମ୍ମେଶକର ବିଷୟ। “ହମାତ୍‍ ଓ ଅର୍ପଦ ଲଜ୍ଜିତ ହେଉଅଛନ୍ତି, [QBR] କାରଣ ସେମାନେ ଅମଙ୍ଗଳର ବାର୍ତ୍ତା ଶୁଣିଅଛନ୍ତି, ସେମାନେ ତରଳି ଯାଇଅଛନ୍ତି; [QBR] ସମୁଦ୍ରରେ ଉଦ୍‍ବେଗ ଦେଖା ଯାଉଅଛି, ତାହା ସୁସ୍ଥିର ହୋଇ ନ ପାରେ। [QBR]
ଯିରିମିୟ 49 : 24 (IRVOR)
ଦମ୍ମେଶକ କ୍ଷୀଣବଳ ହୋଇଅଛି, [QBR] ସେ ପଳାଇବା ପାଇଁ ଫେରୁଅଛି, କମ୍ପନ ତାହାକୁ ଆକ୍ରାନ୍ତ କରିଅଛି; [QBR] ଯେପରି ପ୍ରସବ କାଳରେ ସ୍ତ୍ରୀଲୋକକୁ, ସେପରି ତାହାକୁ ଯନ୍ତ୍ରଣା ଓ ଦୁଃଖ ଧରିଅଛି। [QBR]
ଯିରିମିୟ 49 : 25 (IRVOR)
ଏହି ପ୍ରଶଂସିତ ନଗର ଓ ଆମ୍ଭର ଆନନ୍ଦଜନକ ନଗର [QBR] କାହିଁକି ପରିତ୍ୟକ୍ତ ହୋଇ ନାହିଁ ?” [QBR]
ଯିରିମିୟ 49 : 26 (IRVOR)
ଏହେତୁ ସଦାପ୍ରଭୁ କହନ୍ତି, [QBR] “ସେଦିନରେ ତାହାର ଯୁବକଗଣ ତାହାର ରାଜଦାଣ୍ଡରେ ପତିତ ହେବେ [QBR] ଓ ସମସ୍ତ ଯୋଦ୍ଧା ନିସ୍ତବ୍ଧ କରାଯିବେ। [QBR]
ଯିରିମିୟ 49 : 27 (IRVOR)
ପୁଣି, ଆମ୍ଭେ ଦମ୍ମେଶକର ପ୍ରାଚୀରରେ ଅଗ୍ନି ଲଗାଇବା, [QBR] ତହିଁରେ ତାହା ବିନ୍‍ହଦଦ୍‍ର ଅଟ୍ଟାଳିକାସବୁ ଗ୍ରାସ କରିବ।” [PS]
ଯିରିମିୟ 49 : 28 (IRVOR)
{କେଦର ଓ ହାସୋରର ବିଚାର} [PS] ବାବିଲର ରାଜା ନବୂଖଦ୍‍ନିତ୍ସର ଦ୍ୱାରା ପରାଜିତ କେଦାରର ଓ ହାସୋର ରାଜ୍ୟସମୂହର ବିଷୟ। ସଦାପ୍ରଭୁ ଏହି କଥା କହନ୍ତି, [QBR] “ତୁମ୍ଭେମାନେ ଉଠି କେଦାରକୁ ଯାଅ ଓ ପୂର୍ବଦେଶୀୟ ସନ୍ତାନଗଣର ସର୍ବସ୍ୱ ହରଣ କର। [QBR]
ଯିରିମିୟ 49 : 29 (IRVOR)
ଲୋକମାନେ ସେମାନଙ୍କର ତମ୍ବୁ ଓ ପଶୁପଲସବୁ ନେଇଯିବେ; [QBR] ସେମାନଙ୍କର ଯବନିକା ଓ ସେମାନଙ୍କର ଯାବତୀୟ ପାତ୍ର [QBR] ଓ ଓଟଗଣକୁ ସେମାନେ ଆପଣାମାନଙ୍କ ନିମନ୍ତେ ନେଇଯିବେ, [QBR] ଆଉ ‘ଚତୁର୍ଦ୍ଦିଗରେ ଆଶଙ୍କା’ ବୋଲି ଉଚ୍ଚ ସ୍ୱରରେ ସେମାନଙ୍କୁ କହିବେ।” [QBR]
ଯିରିମିୟ 49 : 30 (IRVOR)
ସଦାପ୍ରଭୁ କହନ୍ତି, [QBR] “ହେ ହାସୋର ନିବାସୀମାନେ, ପଳାୟନ କର, [QBR] ଦୂରରେ ଭ୍ରମଣ କର, ଗଭୀର ସ୍ଥାନରେ ବାସ କର; [QBR] କାରଣ ବାବିଲର ରାଜା ନବୂଖଦ୍‍ନିତ୍ସର ତୁମ୍ଭମାନଙ୍କ ବିରୁଦ୍ଧରେ ମନ୍ତ୍ରଣା କରିଅଛି [QBR] ଓ ତୁମ୍ଭମାନଙ୍କ ବିରୁଦ୍ଧରେ ଗୋଟିଏ ସଂକଳ୍ପ ସ୍ଥିର କରିଅଛି।” [QBR]
ଯିରିମିୟ 49 : 31 (IRVOR)
ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଉଠ, ଯେଉଁ ଗୋଷ୍ଠୀ କବାଟ [QBR] ଓ ହୁଡ଼ୁକାବିହୀନ ହୋଇ ନିରାପଦରେ ଓ ନିଶ୍ଚିନ୍ତରେ ଏକଲା ବାସ କରୁଅଛନ୍ତି, [QBR] ସେମାନଙ୍କ ବିରୁଦ୍ଧରେ ଯାତ୍ରା କର। [QBR]
ଯିରିମିୟ 49 : 32 (IRVOR)
ସେମାନଙ୍କର ଓଟଗଣ ଲୁଟିତ ବସ୍ତୁ ହେବେ [QBR] ଓ ସେମାନଙ୍କର ଅନେକ ଅନେକ ପଶୁ ଲୁଟିତ ହେବେ; [QBR] ପୁଣି, ଯେଉଁ ଲୋକମାନେ ଆପଣା ଆପଣା କେଶର କୋଣ କାଟନ୍ତି, [QBR] ସେମାନଙ୍କୁ ଆମ୍ଭେ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ କରିବା [QBR] ଓ ସେମାନଙ୍କ ଚାରିଆଡ଼ରୁ ସେମାନଙ୍କର ବିପଦ ଆଣିବା,” ଏହା ସଦାପ୍ରଭୁ କହନ୍ତି। [QBR]
ଯିରିମିୟ 49 : 33 (IRVOR)
“ପୁଣି, ହାସୋର ଶୃଗାଳମାନଙ୍କର ବସତି ଓ ସଦାକାଳ ଉତ୍ସନ୍ନ ସ୍ଥାନ ହେବ; [QBR] କୌଣସି ମନୁଷ୍ୟ ସେଠାରେ ବାସ କରିବ ନାହିଁ, [QBR] କିଅବା କୌଣସି ମନୁଷ୍ୟସନ୍ତାନ ତହିଁ ମଧ୍ୟରେ ପ୍ରବାସ କରିବ ନାହିଁ।” [PS]
ଯିରିମିୟ 49 : 34 (IRVOR)
{ଏଲମର ବିଚାର} [PS] ଯିହୁଦାର ରାଜା ସିଦିକୀୟଙ୍କ ରାଜତ୍ଵର ଆରମ୍ଭ ସମୟରେ ଏଲମ୍‍ ବିଷୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
ଯିରିମିୟ 49 : 35 (IRVOR)
ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, [QBR] “ଦେଖ, ଆମ୍ଭେ ଏଲମ୍‍ର ଧନୁ, ଅର୍ଥାତ୍‍, ସେମାନଙ୍କ ବଳର ଅଗ୍ରିମାଂଶ ଭାଙ୍ଗି ପକାଇବା। [QBR]
ଯିରିମିୟ 49 : 36 (IRVOR)
ପୁଣି, ଆମ୍ଭେ ଆକାଶର ଚତୁର୍ଦ୍ଦିଗରୁ ଚାରି ବାୟୁ ଏଲମ୍‍ ଉପରେ ବହାଇବା [QBR] ଓ ସେହିସବୁ ବାୟୁ ଆଡ଼େ ସେମାନଙ୍କୁ ଛିନ୍ନଭିନ୍ନ କରିବା; [QBR] ଆଉ, ଏଲମ୍‍ର ଦୂରୀକୃତ ଲୋକମାନେ ଯେଉଁଠାକୁ ନ ଯିବେ, ଏପରି ଦେଶ ନ ଥିବ। [QBR]
ଯିରିମିୟ 49 : 37 (IRVOR)
ପୁଣି, ଆମ୍ଭେ ଏଲମ୍‍ର ଲୋକମାନଙ୍କୁ ସେମାନଙ୍କ ଶତ୍ରୁଗଣ ସମ୍ମୁଖରେ [QBR] ଓ ସେମାନଙ୍କ ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ସମ୍ମୁଖରେ ବିସ୍ମିତ କରାଇବା,” [QBR] ସଦାପ୍ରଭୁ କହନ୍ତି, [QBR] “ଆମ୍ଭେ ସେମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ଆମ୍ଭର ପ୍ରଚଣ୍ଡ କ୍ରୋଧ ଘଟାଇବା [QBR] ଓ ସେମାନଙ୍କୁ ସଂହାର ନ କରିବା ପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ପଛେ ପଛେ ଖଡ୍ଗ ପଠାଇବା।” [QBR]
ଯିରିମିୟ 49 : 38 (IRVOR)
ପୁଣି, ସଦାପ୍ରଭୁ କହନ୍ତି, [QBR] “ଆମ୍ଭେ ଏଲମ୍‍ରେ ଆପଣା ସିଂହାସନ ସ୍ଥାପନ କରିବା [QBR] ଓ ସେସ୍ଥାନରୁ ରାଜାକୁ ଓ ଅଧିପତିଗଣକୁ ଉଚ୍ଛିନ୍ନ କରିବା। [QBR]
ଯିରିମିୟ 49 : 39 (IRVOR)
ମାତ୍ର ଶେଷ କାଳରେ ଆମ୍ଭେ ଏଲମ୍‍କୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା,” [QBR] ଏହା ସଦାପ୍ରଭୁ କହନ୍ତି। [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39

BG:

Opacity:

Color:


Size:


Font: