ଯିରିମିୟ 26 : 1 (IRVOR)
{ଯିରିମୀୟଙ୍କ ମୃତ୍ୟୁୁଭୟ} [PS] ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍‍ର ରାଜତ୍ୱର ଆରମ୍ଭରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା,
ଯିରିମିୟ 26 : 2 (IRVOR)
“ଯଥା, ସଦାପ୍ରଭୁ ଏହି କଥା କହନ୍ତି; ‘ତୁମ୍ଭେ ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ ଠିଆ ହୁଅ ଓ ସଦାପ୍ରଭୁଙ୍କ ଗୃହରେ ପ୍ରମାଣ କରିବା ପାଇଁ ଯିହୁଦାର ନଗରସମୂହରୁ ଆଗତ ଲୋକମାନଙ୍କୁ ଯେଉଁ ସକଳ କଥା କହିବା ପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା କରୁ, ତାହାସବୁ ସେମାନଙ୍କୁ କୁହ; ଗୋଟିଏ କଥା ଛାଡ଼ ନାହିଁ।
ଯିରିମିୟ 26 : 3 (IRVOR)
ହୋଇପାରେ, ସେମାନେ ମନୋଯୋଗ କରି ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେରିବେ; ତାହାହେଲେ ସେମାନଙ୍କ ଆଚରଣର ଦୁଷ୍ଟତା ହେତୁ ଆମ୍ଭେ ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବାକୁ ମନସ୍ଥ କରିଅଛୁ, ତହିଁରୁ ନିବୃତ୍ତ ହେବା।’ ” [PE][PS]
ଯିରିମିୟ 26 : 4 (IRVOR)
ପୁଣି, ତୁମ୍ଭେ ସେମାନଙ୍କୁ କୁହ, “ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ଯଦି ତୁମ୍ଭମାନଙ୍କ ସମ୍ମୁଖରେ ଆମ୍ଭର ସ୍ଥାପିତ ବ୍ୟବସ୍ଥାନୁସାରେ ଚାଲିବା ପାଇଁ ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ,
ଯିରିମିୟ 26 : 5 (IRVOR)
ଆମ୍ଭର ଯେଉଁ ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କୁ ଆମ୍ଭେ ଅତି ପ୍ରଭାତରେ ଉଠି ତୁମ୍ଭମାନଙ୍କ ନିକଟକୁ ପଠାଇ ଆସିଅଛୁ, ମାତ୍ର ତୁମ୍ଭେମାନେ ମନୋଯୋଗ କରି ନାହଁ, ସେମାନଙ୍କ ବାକ୍ୟରେ ଯଦି ତୁମ୍ଭେମାନେ ମନୋଯୋଗ ନ କରିବ;
ଯିରିମିୟ 26 : 6 (IRVOR)
ତେବେ ଆମ୍ଭେ ଏହି ଗୃହକୁ ଶୀଲୋର ସମାନ କରିବା ଓ ଏହି ନଗରକୁ ପୃଥିବୀସ୍ଥ ସକଳ ଗୋଷ୍ଠୀର ଅଭିଶାପାସ୍ପଦ କରିବା।’ ” [PE][PS]
ଯିରିମିୟ 26 : 7 (IRVOR)
ପୁଣି, ଯିରିମୀୟ ସଦାପ୍ରଭୁଙ୍କ ଗୃହରେ ଏହିସବୁ କଥା କହିବାର ଯାଜକମାନେ ଓ ଭବିଷ୍ୟଦ୍‍ବକ୍ତାମାନେ ଓ ଲୋକ ସମସ୍ତେ ଶୁଣିଲେ।
ଯିରିମିୟ 26 : 8 (IRVOR)
ଆଉ, ଯିରିମୀୟ ସମସ୍ତ ଲୋକଙ୍କ ନିକଟରେ ସଦାପ୍ରଭୁଙ୍କର ଆଜ୍ଞାପିତ ସକଳ କଥା କହିବାର ସମାପ୍ତ କଲା ଉତ୍ତାରେ, ଯାଜକ, ଭବିଷ୍ୟଦ୍‍ବକ୍ତାମାନେ ଓ ଲୋକ ସମସ୍ତେ ତାଙ୍କୁ ଧରି କହିଲେ, “ତୁମ୍ଭେ ନିଶ୍ଚୟ ମରିବ।
ଯିରିମିୟ 26 : 9 (IRVOR)
ଏହି ଗୃହ ଶୀଲୋ ସମାନ ଓ ଏହି ନଗର ଉଚ୍ଛିନ୍ନ ଓ ନିବାସୀବିହୀନ ହେବ ବୋଲି ତୁମ୍ଭେ କାହିଁକି ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲ ?” ଆଉ, ସଦାପ୍ରଭୁଙ୍କ ଗୃହରେ ସମସ୍ତ ଲୋକ ଯିରିମୀୟଙ୍କ ନିକଟରେ ଏକତ୍ରିତ ହେଲେ। [PE][PS]
ଯିରିମିୟ 26 : 10 (IRVOR)
ଏଥିଉତ୍ତାରେ ଯିହୁଦାର ଅଧିପତିମାନେ ଏହିସବୁ ବିଷୟ ଶୁଣି ରାଜଗୃହରୁ ସଦାପ୍ରଭୁଙ୍କ ଗୃହକୁ ଆସିଲେ ଓ ସଦାପ୍ରଭୁଙ୍କ ଗୃହର ନୂତନ ଦ୍ୱାରର ପ୍ରବେଶ ସ୍ଥାନରେ ବସିଲେ।
ଯିରିମିୟ 26 : 11 (IRVOR)
ତହିଁରେ ଯାଜକମାନେ ଓ ଭବିଷ୍ୟଦ୍‍ବକ୍ତାମାନେ, ଅଧିପତିମାନଙ୍କୁ ଓ ଲୋକ ସମସ୍ତଙ୍କୁ ଏହି କଥା କହିଲେ, “ଏହି ମନୁଷ୍ୟ ପ୍ରାଣଦଣ୍ଡର ଯୋଗ୍ୟ; କାରଣ ସେ ଏହି ନଗର ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଅଛି, ଏହା ତୁମ୍ଭେମାନେ ସ୍ୱକର୍ଣ୍ଣରେ ଶୁଣିଅଛ।” [PE][PS]
ଯିରିମିୟ 26 : 12 (IRVOR)
ତହୁଁ ଯିରିମୀୟ ସକଳ ଅଧିପତି ଓ ସକଳ ଲୋକଙ୍କୁ ଏହି କଥା କହିଲେ, “ତୁମ୍ଭେମାନେ ଯେସବୁ କଥା ଶୁଣିଅଛ, ସେହି ସମସ୍ତ ଭବିଷ୍ୟଦ୍‍ବାକ୍ୟ ଏହି ଗୃହ ଓ ଏହି ନଗର ବିରୁଦ୍ଧରେ ପ୍ରଚାର କରିବା ପାଇଁ ସଦାପ୍ରଭୁ ମୋତେ ପ୍ରେରଣ କଲେ।
ଯିରିମିୟ 26 : 13 (IRVOR)
ଏହେତୁ ଏବେ ତୁମ୍ଭେମାନେ ଆପଣା ଆପଣା ଆଚରଣ ଓ କ୍ରିୟା ଶୁଧୁରାଅ, ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ବାକ୍ୟ ମାନ; ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଅଛନ୍ତି, ତାହା କରିବାରୁ କ୍ଷାନ୍ତ ହେବେ। [PE][PS]
ଯିରିମିୟ 26 : 14 (IRVOR)
ମାତ୍ର ଦେଖ, ମୁଁ ତୁମ୍ଭମାନଙ୍କ ହସ୍ତରେ ଅଛି: ଯାହା ତୁମ୍ଭମାନଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ ତାହା ମୋ’ ପ୍ରତି କର।
ଯିରିମିୟ 26 : 15 (IRVOR)
କେବଳ ଏହା ନିଶ୍ଚିତ ରୂପେ ଜାଣ ଯେ, ତୁମ୍ଭେମାନେ ମୋତେ ବଧ କଲେ ଆପଣାମାନଙ୍କ ଉପରେ, ଏହି ନଗର ଉପରେ ଓ ତନ୍ନିବାସୀମାନଙ୍କ ଉପରେ ନିର୍ଦ୍ଦୋଷର ରକ୍ତପାତର ଅପରାଧ ବର୍ତ୍ତାଇବ; କାରଣ ଏହି ସମସ୍ତ କଥା ତୁମ୍ଭମାନଙ୍କ କର୍ଣ୍ଣଗୋଚରରେ କହିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ସତ୍ୟ।” [PE][PS]
ଯିରିମିୟ 26 : 16 (IRVOR)
ତହିଁରେ ଅଧିପତିମାନେ ଓ ଲୋକ ସମସ୍ତେ ଯାଜକମାନଙ୍କୁ ଓ ଭବିଷ୍ୟଦ୍‍ବକ୍ତାଗଣଙ୍କୁ କହିଲେ, “ଏହି ମନୁଷ୍ୟ ପ୍ରାଣଦଣ୍ଡର ଯୋଗ୍ୟ ନୁହେଁ; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ସେ ଆମ୍ଭମାନଙ୍କୁ କଥା କହିଅଛି।”
ଯିରିମିୟ 26 : 17 (IRVOR)
ସେତେବେଳେ ଦେଶର ପ୍ରାଚୀନବର୍ଗଙ୍କ ମଧ୍ୟରୁ କେହି କେହି ଉଠି ଲୋକମାନଙ୍କ ସମସ୍ତ ସମାଜକୁ ଏହି କଥା କହିଲେ,
ଯିରିମିୟ 26 : 18 (IRVOR)
“ଯିହୁଦାର ରାଜା ହିଜକୀୟର ସମୟରେ ମୋରେଷ୍ଟୀୟ ମୀଖା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲା; ଆଉ, ସେ ଯିହୁଦାର ସମସ୍ତ ଲୋକଙ୍କୁ ଏହି କଥା କହିଲା, ‘ସୈନ୍ୟାଧିପତି ସଦାପ୍ରଭୁ କହନ୍ତି; ସିୟୋନ କ୍ଷେତ୍ର ତୁଲ୍ୟ ଚଷା ଯିବ ଓ ଯିରୂଶାଲମ ଢିପି ହେବ, ପୁଣି ଯେଉଁ ପର୍ବତରେ ମନ୍ଦିର ଅଛି, ତାହା ବନସ୍ଥ ଉଚ୍ଚସ୍ଥଳୀର ସମାନ ହେବ।’ [PE][PS]
ଯିରିମିୟ 26 : 19 (IRVOR)
ଯିହୁଦାର ରାଜା ହିଜକୀୟ ଓ ଯିହୁଦାର ଲୋକ ସମସ୍ତେ କ’ଣ ତାହାଙ୍କୁ କୌଣସିମତେ ବଧ କରିଥିଲେ ? ହିଜକୀୟ କ’ଣ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କଲେ ନାହିଁ ? ତହିଁରେ ସଦାପ୍ରଭୁ ସେମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଥିଲେ, ତାହା କରିବାରୁ କ’ଣ କ୍ଷାନ୍ତ ନୋହିଲେ ? ଆମ୍ଭେମାନେ ଆପଣା ଆପଣା ପ୍ରାଣର ପ୍ରତିକୂଳରେ ଭାରୀ ଅମଙ୍ଗଳ କରୁଅଛୁ। [PE][PS]
ଯିରିମିୟ 26 : 20 (IRVOR)
ଆହୁରି, ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାରକାରୀ ଅନ୍ୟ ଏକ ବ୍ୟକ୍ତି ଥିଲା, ସେ କିରୀୟଥ୍‍-ଯିୟାରୀମ୍‍ସ୍ଥ ଶମୟୀୟର ପୁତ୍ର ଊରୀୟ; ସେ ଯିରିମୀୟର ସମସ୍ତ ବାକ୍ୟ ପରି ଏହି ନଗର ଓ ଏହି ଦେଶ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଥିଲେ।
ଯିରିମିୟ 26 : 21 (IRVOR)
ତହିଁରେ ଯିହୋୟାକୀମ୍‍ ରାଜା, ଆପଣା ବୀରମାନଙ୍କ ଓ ସମସ୍ତ ଅଧିପତିମାନଙ୍କ ସହିତ ସେହି କଥା ଶୁଣନ୍ତେ, ରାଜା ତାହାକୁ ବଧ କରିବାକୁ ଚେଷ୍ଟା କଲା; ମାତ୍ର ଊରୀୟ ଏହା ଶୁଣି ଭୀତ ହୋଇ ମିସରକୁ ପଳାଇ ଗଲା। [PE][PS]
ଯିରିମିୟ 26 : 22 (IRVOR)
ତହିଁରେ ଯିହୋୟାକୀମ୍‍ ରାଜା ମିସରକୁ ଲୋକ ପଠାଇଲା, ଅର୍ଥାତ୍‍, ଅକବୋରର ପୁତ୍ର ଇଲ୍‍ନାଥନ୍‍କୁ ଓ ତାହା ସଙ୍ଗେ ଅନ୍ୟ କେତେକ ଲୋକଙ୍କୁ ମିସରକୁ ପଠାଇଲା;
ଯିରିମିୟ 26 : 23 (IRVOR)
ତହୁଁ ସେମାନେ ଊରୀୟକୁ ମିସରରୁ ଆଣି ଯିହୋୟାକୀମ୍‍ ରାଜା ନିକଟରେ ଉପସ୍ଥିତ କରାଇଲେ; ରାଜା ତାହାକୁ ଖଡ୍ଗରେ ବଧ କରି, ସାମାନ୍ୟ ଲୋକମାନଙ୍କର କବର ସ୍ଥାନରେ ତାହାର ଶବ ପକାଇ ଦେଲା।”
ଯିରିମିୟ 26 : 24 (IRVOR)
ମାତ୍ର ଶାଫନ୍‍ର ପୁତ୍ର ଅହୀକାମ୍ ଯିରିମୀୟଙ୍କ ସପକ୍ଷ ଥିବାରୁ ହତ ହେବା ନିମନ୍ତେ ଯିରିମୀୟ ଲୋକମାନଙ୍କ ହସ୍ତରେ ସମର୍ପିତ ହେଲେ ନାହିଁ। [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24

BG:

Opacity:

Color:


Size:


Font: