ଯିରିମିୟ 20 : 1 (IRVOR)
ଯିରିମୀୟ ଏହିସବୁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବା ବେଳେ ଇମ୍ମେର ଯାଜକର ପୁତ୍ର, ସଦାପ୍ରଭୁଙ୍କ ଗୃହର ପ୍ରଧାନ ଅଧ୍ୟକ୍ଷ ପଶ୍‍ହୂର ତାହା ଶୁଣିଲା।
ଯିରିମିୟ 20 : 2 (IRVOR)
ତହିଁରେ ପଶ୍‍ହୂର ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ପ୍ରହାର କରି, ସଦାପ୍ରଭୁଙ୍କ ଗୃହସ୍ଥିତ ବିନ୍ୟାମୀନ୍ ନାମକ ଉପର ଦ୍ୱାରରେ ଥିବା ହରିକାଠରେ ତାଙ୍କୁ ବନ୍ଦ କରି ରଖିଲା।
ଯିରିମିୟ 20 : 3 (IRVOR)
ପୁଣି, ତହିଁ ପରଦିନ ପଶ୍‍ହୂର ଯିରିମୀୟଙ୍କୁ ହରିକାଠରୁ ବାହାର କରି ଆଣିଲା। ତହିଁରେ ଯିରିମୀୟ ତାହାକୁ କହିଲେ, ସଦାପ୍ରଭୁ ତୁମ୍ଭର ନାମ ପଶ୍‍ହୂର ନ ରଖି, ମାଗୋରମୀଷାବୀବ୍‍ (ଚତୁର୍ଦ୍ଦିଗେ ଆଶଙ୍କା) ରଖିଅଛନ୍ତି। [PE][PS]
ଯିରିମିୟ 20 : 4 (IRVOR)
କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ତୁମ୍ଭକୁ, ତୁମ୍ଭ ପ୍ରତି ଓ ତୁମ୍ଭର ସମସ୍ତ ବନ୍ଧୁ ପ୍ରତି ଆଶଙ୍କାଜନକ କରିବା; ପୁଣି, ସେମାନେ ଆପଣାମାନଙ୍କ ଶତ୍ରୁଗଣର ଖଡ୍ଗ ଦ୍ୱାରା ହତ ହେବେ ଓ ତୁମ୍ଭର ଚକ୍ଷୁ ତାହା ଦେଖିବ; ଆଉ, ଆମ୍ଭେ ସମୁଦାୟ ଯିହୁଦାକୁ ବାବିଲର ରାଜା ହସ୍ତରେ ସମର୍ପଣ କରିବା, ତହିଁରେ ସେ ସେମାନଙ୍କୁ ବନ୍ଦୀ କରି ବାବିଲକୁ ଘେନିଯାଇ ଖଡ୍ଗରେ ବଧ କରିବ।
ଯିରିମିୟ 20 : 5 (IRVOR)
ଆହୁରି, ଆମ୍ଭେ ଏହି ନଗରର ସକଳ ସମ୍ପତ୍ତି ଓ ତହିଁର ଅର୍ଜିତ ସକଳ ଧନ ଓ ତହିଁର ସକଳ ବହୁମୂଲ୍ୟ ପଦାର୍ଥ ଦେବା, ହଁ, ଆମ୍ଭେ ଯିହୁଦାର ରାଜାଗଣର ସକଳ ଧନଭଣ୍ଡାର ସେମାନଙ୍କ ଶତ୍ରୁଗଣର ହସ୍ତଗତ କରିବା, ସେମାନେ ସେସବୁ ଲୁଟି କରି ନେବେ ଓ ବାବିଲକୁ ଘେନିଯିବେ। [PE][PS]
ଯିରିମିୟ 20 : 6 (IRVOR)
ପୁଣି, ହେ ପଶ୍‍ହୂର, ତୁମ୍ଭେ ତୁମ୍ଭ ଗୃହନିବାସୀ ସମସ୍ତଙ୍କ ସଙ୍ଗେ ବନ୍ଦୀତ୍ୱ ସ୍ଥାନକୁ ଯିବ ଓ ତୁମ୍ଭେ ବାବିଲରେ ଉପସ୍ଥିତ ହେବ, ଆଉ ସେଠାରେ ତୁମ୍ଭେ ମରିବ ଓ ସେଠାରେ କବର ପାଇବ, ତୁମ୍ଭର ଓ ତୁମ୍ଭେ ଯେଉଁମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲ, ତୁମ୍ଭର ସେହି ବନ୍ଧୁ ସମସ୍ତଙ୍କର ଏହି ଦଶା ହେବ।” [QBR]
ଯିରିମିୟ 20 : 7 (IRVOR)
ହେ ସଦାପ୍ରଭୁ, ତୁମ୍ଭେ ମୋତେ ଭୁଲାଇଅଛ, ଆଉ ମୁଁ ଭ୍ରାନ୍ତ ହୋଇଅଛି; [QBR] ତୁମ୍ଭେ ମୋ’ ଅପେକ୍ଷା ବଳବାନ, ତୁମ୍ଭେ ଜୟ କରିଅଛ; [QBR] ମୁଁ ସାରାଦିନ ଉପହାସର ପାତ୍ର ହୋଇଅଛି, ସମସ୍ତେ ମୋତେ ପରିହାସ କରନ୍ତି। [QBR]
ଯିରିମିୟ 20 : 8 (IRVOR)
କାରଣ ମୁଁ ଯେତେ ଥର କଥା କହେ, ସେତେଥର କ୍ରନ୍ଦନ କରେ; [QBR] ମୁଁ ଦୌରାତ୍ମ୍ୟ ଓ ଧନାପହାର ବୋଲି ଉଚ୍ଚ ସ୍ୱର କରେ; [QBR] କାରଣ ସଦାପ୍ରଭୁଙ୍କର ବାକ୍ୟ ମୋ’ ପ୍ରତି ସାରାଦିନ [QBR] ଧିକ୍‍କାର ଓ ବିଦ୍ରୂପର ବିଷୟ ହୋଇଅଛି। [QBR]
ଯିରିମିୟ 20 : 9 (IRVOR)
ଯଦି ପୁଣି, ମୁଁ ତାହାଙ୍କ ବିଷୟ କହିବି ନାହିଁ, [QBR] କିଅବା ତାହାଙ୍କ ନାମରେ ଆଉ କଥା କହିବି ନାହିଁ, [QBR] ଯଦି ମୁଁ ଏହା କହେ, ତେବେ ମୋର ଅସ୍ଥି ମଧ୍ୟରେ [QBR] ରୁଦ୍ଧ ଦାହକାରୀ ଅଗ୍ନି ମୋ’ ହୃଦୟରେ ଥିଲା ପରି ହୁଏ, [QBR] ଆଉ ମୁଁ ତାହା ସମ୍ଭାଳି ରଖିବାରେ କ୍ଳାନ୍ତ ହୋଇ ନୀରବ ହୋଇ ନ ପାରେ। [QBR]
ଯିରିମିୟ 20 : 10 (IRVOR)
କାରଣ ମୁଁ ଅନେକଙ୍କର ଅପବାଦ ଶୁଣିଅଛି, ଚତୁର୍ଦ୍ଦିଗରେ ଆଶଙ୍କା ଅଛି। [QBR] ମୋର ଝୁଣ୍ଟିବାର ଅପେକ୍ଷାକାରୀ ଆତ୍ମୀୟ ମିତ୍ର ସମସ୍ତେ କହନ୍ତି, [QBR] ତୁମ୍ଭେମାନେ ଅଭିଯୋଗ କର, ଆମ୍ଭେମାନେ ହିଁ ତାହାର ଅଭିଯୋଗ କରିବା; [QBR] କେଜାଣି ସେ ଭୁଲିଯିବ, ତହିଁରେ ଆମ୍ଭେମାନେ ତାହାକୁ ପରାସ୍ତ କରି [QBR] ତାହାଠାରୁ ପରିଶୋଧ ନେବା। [QBR]
ଯିରିମିୟ 20 : 11 (IRVOR)
ମାତ୍ର ସଦାପ୍ରଭୁ ଭୟାନକ ବୀର ପରି ମୋ’ ସଙ୍ଗରେ ଅଛନ୍ତି; [QBR] ଏହେତୁ ମୋର ତାଡ଼ନାକାରୀମାନେ ଝୁଣ୍ଟି ପଡ଼ିବେ ଓ ସେମାନେ ଜୟଯୁକ୍ତ ହେବେ ନାହିଁ; [QBR] ସେମାନେ ବିବେଚନାପୂର୍ବକ କାର୍ଯ୍ୟ ନ କରିବାରୁ ଅତ୍ୟନ୍ତ ଲଜ୍ଜିତ ହେବେ, [QBR] ସେ ଅପମାନ ନିତ୍ୟସ୍ଥାୟୀ ହେବ, ତାହା କେବେ ବିସ୍ମୃତ ହେବ ନାହିଁ। [QBR]
ଯିରିମିୟ 20 : 12 (IRVOR)
ମାତ୍ର ହେ ସୈନ୍ୟାଧିପତି ସଦାପ୍ରଭୁ, ତୁମ୍ଭେ ଧାର୍ମିକର ପରୀକ୍ଷକ, [QBR] ତୁମ୍ଭେ ମର୍ମ ଓ ଅନ୍ତଃକରଣ ଦେଖୁଅଛ, [QBR] ସେମାନଙ୍କ ପ୍ରତି ତୁମ୍ଭର ଦତ୍ତ ପ୍ରତିଫଳ ମୋତେ ଦେଖାଅ; [QBR] କାରଣ ତୁମ୍ଭଙ୍କୁ ମୁଁ ଆପଣା ଗୁହାରି ଜଣାଇଅଛି। [QBR]
ଯିରିମିୟ 20 : 13 (IRVOR)
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର, ସଦାପ୍ରଭୁଙ୍କର ପ୍ରଶଂସା କର; [QBR] କାରଣ ସେ ଦୁଷ୍କର୍ମକାରୀମାନଙ୍କ ହସ୍ତରୁ ଦୀନହୀନର ପ୍ରାଣ ଉଦ୍ଧାର କରିଅଛନ୍ତି। [QBR]
ଯିରିମିୟ 20 : 14 (IRVOR)
ମୁଁ ଯେଉଁ ଦିନ ଜନ୍ମ ହୋଇଥିଲି, ସେଦିନ ଶାପଗ୍ରସ୍ତ ହେଉ; [QBR] ମୋ’ ମାତା ଯେଉଁ ଦିନ ମୋତେ ପ୍ରସବ କଲେ, ସେ ଦିନ ଆଶୀର୍ବାଦ ପ୍ରାପ୍ତ ନ ହେଉ। [QBR]
ଯିରିମିୟ 20 : 15 (IRVOR)
ତୁମ୍ଭର ପୁତ୍ର ସନ୍ତାନ ହୋଇଅଛି ବୋଲି ସମ୍ବାଦ ଦେଇ [QBR] ଯେଉଁ ଲୋକ ମୋର ପିତାଙ୍କୁ ଅତି ଆନନ୍ଦିତ କରିଥିଲା, ସେ ଶାପଗ୍ରସ୍ତ ହେଉ। [QBR]
ଯିରିମିୟ 20 : 16 (IRVOR)
ପୁଣି, ସଦାପ୍ରଭୁ କ୍ଷମା ନ କରି ଯେସକଳ ନଗର ବିନାଶ କରିଥିଲେ, [QBR] ସେ ଲୋକ ସେହିସବୁ ନଗର ତୁଲ୍ୟ ହେଉ; [QBR] ଆଉ, ସେ ଲୋକ ପ୍ରାତଃକାଳରେ କ୍ରନ୍ଦନ [QBR] ଓ ମଧ୍ୟାହ୍ନ କାଳରେ ଚିତ୍କାର ଶବ୍ଦ ଶୁଣୁ; [QBR]
ଯିରିମିୟ 20 : 17 (IRVOR)
କାରଣ ସେ ମୋତେ ଗର୍ଭରୁ ମାରି ପକାଇଲା ନାହିଁ; [QBR] ତାହା କରିଥିଲେ, ମୋହର ମାତା ମୋର କବର ସ୍ୱରୂପ ହୋଇଥା’ନ୍ତେ [QBR] ଓ ତାଙ୍କ ଗର୍ଭ ନିତ୍ୟ ଭାରୀ ଥା’ନ୍ତା। [QBR]
ଯିରିମିୟ 20 : 18 (IRVOR)
ଲଜ୍ଜାରେ ମୋର ସମୟ କଟାଇବା ନିମନ୍ତେ [QBR] ମୁଁ ଆୟାସ ଓ ଦୁଃଖଭୋଗ କରିବା ପାଇଁ କାହିଁକି ଗର୍ଭରୁ ନିର୍ଗତ ହେଲି ? [PE]

1 2 3 4 5 6 7 8 9 10 11 12 13 14 15 16 17 18

BG:

Opacity:

Color:


Size:


Font: