ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 1 (IRVOR)
ଈଶ୍ୱରଙ୍କ ପୁତ୍ରଙ୍କ ଶ୍ରେଷ୍ଠତା ଈଶ୍ୱର ଅତୀତରେ ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ପ୍ରକାରେ ଭାବବାଦୀମାନଙ୍କ ଦ୍ୱାରା ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ କଥା କହି
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 2 (IRVOR)
ଏହି ଶେଷକାଳରେ ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ କଥା କହିଅଛନ୍ତି; ତାହାଙ୍କୁ ସେ ସମସ୍ତ ବିଷୟର ଅଧିକାରୀ କରି ନିଯୁକ୍ତ କଲେ ଓ ତାହାଙ୍କ ଦ୍ୱାରା ମଧ୍ୟ ସମସ୍ତ ବିଶ୍ୱ ସୃଷ୍ଟି କଲେ;
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 3 (IRVOR)
ସେହି ପୁତ୍ର ତାହାଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି, ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣ କରନ୍ତି, ପୁଣି, ପାପ ମାର୍ଜନା କଲା ଉତ୍ତାରେ ଊର୍ଦ୍ଧ୍ୱସ୍ଥ ମହାମହିମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶ ନ କରିଅଛନ୍ତି,
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 4 (IRVOR)
ସେ ଯେଉଁ ପରିମାଣରେ ଦୂତମାନଙ୍କ ଅପେକ୍ଷା ଅତ୍ୟଧିକ ଉତ୍କୃଷ୍ଟ ନାମର ଅଧିକାରୀ ହୋଇଅଛନ୍ତି, ସେହି ପରିମାଣରେ ସେ ସେମାନଙ୍କଠାରୁ ଅତ୍ୟଧିକ ମହାନ ହୋଇଅଛନ୍ତି ।
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 5 (IRVOR)
କାରଣ ଈଶ୍ୱର ଦୂତମାନଙ୍କ ମଧ୍ୟରୁ କାହାକୁ କେବେ ଏହା କହିଅଛନ୍ତି, "ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ?'' ପୁନଶ୍ଚ, "ଆମ୍ଭେ ତାହାଙ୍କର ପିତା ହେବା, ଆଉ ସେ ଆମ୍ଭର ପୁତ୍ର ହେବେ ?''
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 6 (IRVOR)
ପୁଣି, ଯେଉଁ ସମୟରେ ସେ ପ୍ରଥମଜାତଙ୍କୁ ପୁନର୍ବାର ଜଗତ ମଧ୍ୟରେ ପ୍ରବେଶ କରାଇବେ, ସେହି ସମୟକୁ ଲକ୍ଷ୍ୟ କରି ସେ କହନ୍ତି, ଈଶ୍ୱରଙ୍କର ସମସ୍ତ ଦୂତ ତାହାଙ୍କୁ ପ୍ରଣାମ କରନ୍ତୁ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 7 (IRVOR)
ଏକ ପକ୍ଷରେ ସେ ଦୂତମାନଙ୍କ ବିଷୟରେ କହନ୍ତି, "ସେ ଆପଣା ଦୂତମାନଙ୍କୁ ବାୟୁ ସ୍ୱରୂପ କରନ୍ତି, ପୁଣି, ଆପଣା ସେବକମାନଙ୍କୁ ଅଗ୍ନିଶିଖା ସ୍ୱରୂପ କରନ୍ତି;''
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 8 (IRVOR)
ଅପର ପକ୍ଷରେ ସେ ପୁତ୍ରଙ୍କ ବିଷୟରେ କହନ୍ତି, "ହେ ଈଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି, ନ୍ୟାୟର ଦଣ୍ଡ ତୁମ୍ଭର ରାଜ୍ୟର ଦଣ୍ଡ ଅଟେ ।''
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 9 (IRVOR)
"ତୁମ୍ଭେ ଧାର୍ମିକତାକୁ ପ୍ରେମ କରିଅଛ ଓ ଅଧାର୍ମିକତାକୁ ଘୃଣା କରିଅଛ, ତେଣୁ ଈଶ୍ୱର, ତୁମ୍ଭର ଈଶ୍ୱର, ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା ତୁମ୍ଭକୁ ଅଧିକ ଆନନ୍ଦରୂପ ତୈଳରେ ଅଭିଷେକ କରିଅଛନ୍ତି ।''
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 10 (IRVOR)
ଆହୁରି, "ହେ ପ୍ରଭୁ, ତୁମ୍ଭେ ଆରମ୍ଭରୁ ହିଁ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛ, ପୁଣି, ଆକାଶମଣ୍ଡଳ ତୁମ୍ଭ ହସ୍ତକୃତ କର୍ମ''
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 11 (IRVOR)
"ସେହି ସବୁ ବିନଷ୍ଟ ହେବ, କିନ୍ତୁ ତୁମ୍ଭେ ଚିରସ୍ଥାୟୀ; ଆଉ ସେହି ସବୁ ବସ୍ତ୍ର ପରି କ୍ଷୟ ପାଇଯିବ,''
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 12 (IRVOR)
"ପୁଣି, ତୁମ୍ଭେ ଚାଦର ପରି, ହଁ ବସ୍ତ୍ର ପରି ସେହି ସବୁ ଗୁଡ଼ାଇବ, ଆଉ ସେହି ସବୁ ପରିବର୍ତ୍ତିତ ହେବ । କିନ୍ତୁ ତୁମ୍ଭେ ସର୍ବଦା ସମାନ, ପୁଣି, ତୁମ୍ଭର ବର୍ଷସମୂହ କେବେ ଶେଷ ହେବ ନାହିଁ ।''
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 13 (IRVOR)
ଆଉ "ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ,'' ଏହା ସେ ଦୂତମାନଙ୍କ ମଧ୍ୟରେ କାହାକୁ କେବେ କହିଅଛନ୍ତି ?
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 14 (IRVOR)
ଏମାନେ ସମସ୍ତେ କ'ଣ ସେବାକାରୀ ଆତ୍ମା ନୁହଁନ୍ତି, ପୁଣି, ପରିତ୍ରାଣର ଭାବି ଅଧିକାରୀମାନଙ୍କର ସେବା କରିବାକୁ କି ସେମାନେ ପ୍ରେରିତ ହୋଇ ନାହାଁନ୍ତି ?

1 2 3 4 5 6 7 8 9 10 11 12 13 14