ହଗୟ 2 : 1 (IRVOR)
ନୂତନ ମନ୍ଦିରର ଐଶ୍ୱର୍ଯ୍ୟ ସପ୍ତମ ମାସ, ମାସର ଏକବିଂଶ ଦିନରେ ହାଗୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
ହଗୟ 2 : 2 (IRVOR)
ଏବେ ଶଲ୍ଟୀୟେଲଙ୍କ ପୁତ୍ର ଯିହୁଦୀୟ ଦେଶାଧ୍ୟକ୍ଷ ଯିରୁବ୍ବାବିଲ୍ଙ୍କୁ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମହାଯାଜକଙ୍କୁ ଓ ଲୋକମାନଙ୍କର ଅବଶିଷ୍ଟାଂଶକୁ କୁହ,
ହଗୟ 2 : 3 (IRVOR)
ଏହି ଗୃହକୁ ତାହାର ପୂର୍ବ ଐଶ୍ୱର୍ଯ୍ୟାବସ୍ଥାରେ ଯେ ଦେଖିଲା, ତୁମ୍ଭମାନଙ୍କ ମଧ୍ୟରେ ଏପରି ଅବଶିଷ୍ଟ କିଏ ଅଛି ? ତେବେ, ବର୍ତ୍ତମାନ ତୁମ୍ଭେମାନେ ତାହା କି ପ୍ରକାର ଦେଖୁଅଛ ? ତାହା କି ତୁମ୍ଭମାନଙ୍କ ଦୃଷ୍ଟିରେ ଅବସ୍ତୁ ତୁଲ୍ୟ ନୁହେଁ ?
ହଗୟ 2 : 4 (IRVOR)
ତଥାପି ସଦାପ୍ରଭୁ କହନ୍ତି, ହେ ଯିରୁବ୍ବାବିଲ୍, ତୁମ୍ଭେ ଏବେ ବଳବାନ ହୁଅ; ଆଉ, ହେ ଯିହୋଷାଦକର ପୁତ୍ର ଯିହୋଶୂୟ ମହାଯାଜକ, ତୁମ୍ଭେ ବଳବାନ ହୁଅ; ପୁଣି, ହେ ଦେଶସ୍ଥ ଲୋକ ସମସ୍ତେ, ତୁମ୍ଭେମାନେ ବଳବାନ ହୁଅ ଓ କାର୍ଯ୍ୟ କର, ଏହା ସଦାପ୍ରଭୁ କହନ୍ତି;
ହଗୟ 2 : 5 (IRVOR)
କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ମିସର ଦେଶରୁ ବାହାରି ଆସିବା ବେଳେ ଓ ଆମ୍ଭ ଆତ୍ମା ତୁମ୍ଭମାନଙ୍କ ମଧ୍ୟରେ ଅଧିଷ୍ଠାନ କରିବା ବେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଯେଉଁ ନିୟମ ସ୍ଥିର କଲୁ, ସେହି ନିୟମର ବାକ୍ୟ ପ୍ରମାଣେ ଆମ୍ଭେ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛୁ; ତୁମ୍ଭେମାନେ ଭୟ କର ନାହିଁ।
ହଗୟ 2 : 6 (IRVOR)
କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ଆଉ ଥରେ ଅଳ୍ପ କାଳ ମଧ୍ୟରେ ଆମ୍ଭେ ଆକାଶମଣ୍ଡଳ, ପୃଥିବୀ, ସମୁଦ୍ର ଓ ଶୁଷ୍କଭୂମିକି ହଲାଇବା;
ହଗୟ 2 : 7 (IRVOR)
ପୁଣି, ଆମ୍ଭେ ସକଳ ଗୋଷ୍ଠୀଙ୍କୁ ହଲାଇବା, ଆଉ ସମସ୍ତ ଗୋଷ୍ଠୀର ବାଞ୍ଛନୀୟ ବିଷୟସକଳ ଆସିବ, ପୁଣି ଆମ୍ଭେ ଏହି ଗୃହକୁ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ କରିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
ହଗୟ 2 : 8 (IRVOR)
ରୂପା ଆମ୍ଭର ଓ ସୁନା ଆମ୍ଭର, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
ହଗୟ 2 : 9 (IRVOR)
ଏହି ଗୃହର ପୂର୍ବ କାଳର ଐଶ୍ୱର୍ଯ୍ୟ ଅପେକ୍ଷା ଶେଷ କାଳର ଐଶ୍ୱର୍ଯ୍ୟ ଅଧିକ ଗୁରୁତର ହେବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି; ପୁଣି, ଏହି ସ୍ଥାନରେ ଆମ୍ଭେ ଶାନ୍ତି ପ୍ରଦାନ କରିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
ହଗୟ 2 : 10 (IRVOR)
ଅଶୁଚି ଲୋକଙ୍କ ନିମନ୍ତେ ଆଶୀର୍ବାଦ ଦାରୀୟାବସଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷର ନବମ ମାସର ଚତୁର୍ବିଂଶ ଦିନରେ ହାଗୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି;
ହଗୟ 2 : 11 (IRVOR)
ଏବେ ଯାଜକମାନଙ୍କୁ ବ୍ୟବସ୍ଥା ବିଷୟ ପଚାର, କୁହ,
ହଗୟ 2 : 12 (IRVOR)
କେହି ଆପଣା ବସ୍ତ୍ରର ଅଞ୍ଚଳରେ ପବିତ୍ର ମାଂସ ବହିଲେ, ଯଦି ତାହାର ଅଞ୍ଚଳ ରୁଟି କିମ୍ବା ଝୋଳ କି ଦ୍ରାକ୍ଷାରସ କିଅବା ତୈଳ ଅଥବା କୌଣସି ପ୍ରକାର ଖାଦ୍ୟ ଦ୍ରବ୍ୟକୁ ସ୍ପର୍ଶ କରେ, ତେବେ ତାହା କି ପବିତ୍ର ହେବ ? ତହିଁରେ ଯାଜକମାନେ ଉତ୍ତର କରି କହିଲେ, ନା।
ହଗୟ 2 : 13 (IRVOR)
ସେତେବେଳେ ହାଗୟ କହିଲେ, ଶବ ଦ୍ୱାରା ଅଶୁଚି ହୋଇଥିବା କୌଣସି ଲୋକ ଯଦି ଏହି ଦ୍ରବ୍ୟମାନର ମଧ୍ୟରୁ କୌଣସି ଦ୍ରବ୍ୟ ସ୍ପର୍ଶ କରେ, ତେବେ ତାହା କି ଅଶୁଚି ହେବ ? ତହିଁରେ ଯାଜକମାନେ ଉତ୍ତର କରି କହିଲେ, ତାହା ଅଶୁଚି ହେବ।
ହଗୟ 2 : 14 (IRVOR)
ତେବେ ହାଗୟ ଉତ୍ତର କରି କହିଲେ, ସଦାପ୍ରଭୁ କହନ୍ତି, ଆମ୍ଭ ସାକ୍ଷାତରେ ଏହି ଲୋକମାନେ ଓ ଏହି ଗୋଷ୍ଠୀ ତଦ୍ରୂପ ଅଟନ୍ତି ଓ ସେମାନଙ୍କର ହସ୍ତକୃତ ଯାବତୀୟ କର୍ମ ତଦ୍ରୂପ ଅଟେ; ଆଉ, ସେହି ସ୍ଥାନରେ ଯାହା ସେମାନେ ଉତ୍ସର୍ଗ କରନ୍ତି, ତାହା ଅଶୁଚି ଅଟେ।
ହଗୟ 2 : 15 (IRVOR)
ଏବେ ଆମ୍ଭେ ତୁମ୍ଭମାନଙ୍କୁ ବିନତି କରୁ, ଆଜି ଦିନର ପୂର୍ବ, ଅର୍ଥାତ୍, ସଦାପ୍ରଭୁଙ୍କ ମନ୍ଦିରରେ ପ୍ରସ୍ତର ଉପରେ ପ୍ରସ୍ତର ସ୍ଥାପିତ ହେବା ପୂର୍ବ ଦିନସକଳ ବିବେଚନା କର;
ହଗୟ 2 : 16 (IRVOR)
ସେହି ସକଳ ସମୟରେ କେହି କୋଡିଏ ପରିମାଣବିଶିଷ୍ଟ ଶସ୍ୟ ଗଦା ନିକଟକୁ ଆସିଲେ, କେବଳ ତହିଁର ଦଶ ପରିମାଣ ହେଲା; କେହି ଦ୍ରାକ୍ଷାରସ କୁଣ୍ଡରୁ ପଚାଶ ପାତ୍ର ନେବାକୁ ଆସିଲେ, କେବଳ ତହିଁର କୋଡିଏ ପାତ୍ର ହେଲା।
ହଗୟ 2 : 17 (IRVOR)
ଆମ୍ଭେ ଶସ୍ୟର ଶୋଷ ଓ ମ୍ଳାନି ଓ ଶିଳାବୃଷ୍ଟି ଦ୍ୱାରା ତୁମ୍ଭମାନଙ୍କ ହସ୍ତର ଯାବତୀୟ କାର୍ଯ୍ୟରେ ତୁମ୍ଭମାନଙ୍କୁ ଆଘାତ କଲୁ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରିଲ ନାହିଁ, ଏହା ସଦାପ୍ରଭୁ କହନ୍ତି।
ହଗୟ 2 : 18 (IRVOR)
ଆମ୍ଭେ ତୁମ୍ଭମାନଙ୍କୁ ବିନତି କରୁ, ଆଜି ଦିନ ଓ ତହିଁର ପୂର୍ବ ଦିନଠାରୁ ବିବେଚନା କର, ନବମ ମାସର ଚତୁର୍ବିଂଶ ଦିନରେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପନ ଦିନଠାରୁ ବିବେଚନା କର।
ହଗୟ 2 : 19 (IRVOR)
ଅମାରରେ କି ଏପର୍ଯ୍ୟନ୍ତ ଶସ୍ୟ ଅଛି ? ଯେପରି ଏପର୍ଯ୍ୟନ୍ତ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷର, ଡାଳିମ୍ବ ଓ ଜୀତ ବୃକ୍ଷର ଫଳ ଫଳି ନାହିଁ; ମାତ୍ର ଆଜିଠାରୁ ଆମ୍ଭେ ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା।
ହଗୟ 2 : 20 (IRVOR)
{ଯିରୁବ୍ବାବିଲ୍ ଅଙ୍ଗୁରୀୟ ରୂପେ ମନୋନୀତ } ଏଥିଉତ୍ତାରେ ମାସର ଚତୁର୍ବିଂଶ ଦିନ ସଦାପ୍ରଭୁଙ୍କର ବାକ୍ୟ ଦ୍ୱିତୀୟ ଥର ହାଗୟଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
ହଗୟ 2 : 21 (IRVOR)
ଯିହୁଦାର ଦେଶାଧ୍ୟକ୍ଷ ଯିରୁବ୍ବାବିଲ୍କୁ ଏହି କଥା କୁହ, ଆମ୍ଭେ ଆକାଶମଣ୍ଡଳ ଓ ପୃଥିବୀକୁ ହଲାଇବା;
ହଗୟ 2 : 22 (IRVOR)
ଆମ୍ଭେ ରାଜ୍ୟସମୂହର ସିଂହାସନ ଓଲଟାଇ ପକାଇବା ଓ ଗୋଷ୍ଠୀଗଣର ସକଳ ରାଜ୍ୟର ପରାକ୍ରମ ବିନଷ୍ଟ କରିବା; ଆଉ, ଆମ୍ଭେ ରଥ ଓ ରଥାରୋହୀମାନଙ୍କୁ ଓଲଟାଇ ପକାଇବା; ପୁଣି ଅଶ୍ୱ ଓ ଅଶ୍ୱାରୋହୀମାନେ ଆପଣା ଭ୍ରାତାର ଖଡ୍ଗ ଦ୍ୱାରା ପତିତ ହେବେ।
ହଗୟ 2 : 23 (IRVOR)
ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ହେ ଶଲ୍ଟୀୟେଲର ପୁତ୍ର, ଆମ୍ଭର ଦାସ ଯିରୁବ୍ବାବିଲ୍, ସେଦିନ ଆମ୍ଭେ ତୁମ୍ଭକୁ ଗ୍ରହଣ କରିବା ଓ ତୁମ୍ଭକୁ ମୁଦ୍ରାର୍ଥକ ଅଙ୍ଗୁରୀୟ ସ୍ୱରୂପ କରିବା, ଏହା ସଦାପ୍ରଭୁ କହନ୍ତି; କାରଣ ଆମ୍ଭେ ତୁମ୍ଭକୁ ମନୋନୀତ କରିଅଛୁ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
❮
❯
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23