ଆଦି ପୁସ୍ତକ 5 : 1 (IRVOR)
ଆଦମଙ୍କର ବଂଶଧର ଆଦମଙ୍କର ବଂଶାବଳୀର ବୃତ୍ତାନ୍ତ ଏହି। ଯେଉଁ ଦିନ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ, ସେହି ଦିନ ପରମେଶ୍ୱରଙ୍କ ସାଦୃଶ୍ୟରେ ସେ ତାଙ୍କୁ ନିର୍ମାଣ କଲେ;
ଆଦି ପୁସ୍ତକ 5 : 2 (IRVOR)
ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ; ଆଉ ସେମାନେ ସୃଷ୍ଟ ହେବା ଦିନ ସେମାନଙ୍କୁ ଆଶୀର୍ବାଦ କରି ଆଦମ (ମନୁଷ୍ୟ) ନାମ ଦେଲେ।
ଆଦି ପୁସ୍ତକ 5 : 3 (IRVOR)
ଆଦମ ଶହେ ତିରିଶ ବର୍ଷ ବୟସରେ ଆପଣା ସାଦୃଶ୍ୟ ଓ ପ୍ରତିମୂର୍ତ୍ତିରେ ଏକ ପୁତ୍ର ଜାତ କରି ତାହାର ନାମ ଶେଥ ଦେଲେ।
ଆଦି ପୁସ୍ତକ 5 : 4 (IRVOR)
ଶେଥର ଜନ୍ମ ଉତ୍ତାରେ ଆଦମ ଆଠଶହ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲେ।
ଆଦି ପୁସ୍ତକ 5 : 5 (IRVOR)
ଆଦମଙ୍କର ବୟସ ସର୍ବସୁଦ୍ଧା ନଅଶହ ତିରିଶ ବର୍ଷ ଥିଲା; ତହୁଁ ସେ ମଲେ।
ଆଦି ପୁସ୍ତକ 5 : 6 (IRVOR)
ଶେଥ ଶହେ ପାଞ୍ଚ ବର୍ଷ ବୟସରେ ଈନୋଶକୁ ଜାତ କଲା;
ଆଦି ପୁସ୍ତକ 5 : 7 (IRVOR)
ଈନୋଶର ଜନ୍ମ ଉତ୍ତାରେ ଶେଥ ଆଠଶହ ସାତ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା।
ଆଦି ପୁସ୍ତକ 5 : 8 (IRVOR)
ଶେଥର ବୟସ ସର୍ବସୁଦ୍ଧା ନଅଶହ ବାର ବର୍ଷ ଥିଲା; ତହୁଁ ସେ ମଲା।
ଆଦି ପୁସ୍ତକ 5 : 9 (IRVOR)
ଈନୋଶ ନବେ ବର୍ଷ ବୟସରେ କୟିନାନକୁ ଜାତ କଲା;
ଆଦି ପୁସ୍ତକ 5 : 10 (IRVOR)
ପୁଣି, କୟିନାନର ଜନ୍ମ ଉତ୍ତାରେ ସେ ଆଠଶହ ପନ୍ଦର ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା;
ଆଦି ପୁସ୍ତକ 5 : 11 (IRVOR)
ଈନୋଶର ବୟସ ସର୍ବସୁଦ୍ଧା ନଅଶହ ପାଞ୍ଚ ବର୍ଷ ଥିଲା; ତହୁଁ ସେ ମଲା।
ଆଦି ପୁସ୍ତକ 5 : 12 (IRVOR)
କୟିନାନ ସତୁରି ବର୍ଷ ବୟସରେ ମହଲଲେଲକୁ ଜାତ କଲା;
ଆଦି ପୁସ୍ତକ 5 : 13 (IRVOR)
ମହଲଲେଲ ଜନ୍ମିଲା ଉତ୍ତାରେ ସେ ଆଠଶହ ଚାଳିଶ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟାମାନଙ୍କୁ ଜାତ କଲା;
ଆଦି ପୁସ୍ତକ 5 : 14 (IRVOR)
ଆଉ କୟିନାନର ବୟସ ସର୍ବସୁଦ୍ଧା ନଅଶହ ଦଶ ବର୍ଷ ଥିଲା; ତହୁଁ ସେ ମଲା।
ଆଦି ପୁସ୍ତକ 5 : 15 (IRVOR)
ମହଲଲେଲ ପଞ୍ଚଷଠି ବର୍ଷ ବୟସରେ ଯେରଦକୁ ଜାତ କଲା;
ଆଦି ପୁସ୍ତକ 5 : 16 (IRVOR)
ଯେରଦ ଜନ୍ମିଲା ଉତ୍ତାରେ ସେ ଆଠଶହ ତିରିଶ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା;
ଆଦି ପୁସ୍ତକ 5 : 17 (IRVOR)
ମହଲଲେଲର ବୟସ ସର୍ବସୁଦ୍ଧା ଆଠଶହ ପଞ୍ଚାନବେ ବର୍ଷ ଥିଲା; ତହୁଁ ସେ ମଲା।
ଆଦି ପୁସ୍ତକ 5 : 18 (IRVOR)
ଯେରଦ ଶହେ ବାଷଠି ବର୍ଷ ବୟସରେ ହନୋକଙ୍କୁ ଜାତ କଲା;
ଆଦି ପୁସ୍ତକ 5 : 19 (IRVOR)
ହନୋକଙ୍କର ଜନ୍ମ ଉତ୍ତାରେ ସେ ଆଠଶହ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା;
ଆଦି ପୁସ୍ତକ 5 : 20 (IRVOR)
ଯେରଦର ବୟସ ସର୍ବସୁଦ୍ଧା ନଅଶହ ବାଷଠି ବର୍ଷ ଥିଲା; ତହୁଁ ସେ ମଲା।
ଆଦି ପୁସ୍ତକ 5 : 21 (IRVOR)
ହନୋକ ପଞ୍ଚଷଠି ବର୍ଷ ବୟସରେ ମଥୂଶେଲହକୁ ଜାତ କଲେ;
ଆଦି ପୁସ୍ତକ 5 : 22 (IRVOR)
ମଥୂଶେଲହର ଜନ୍ମ ଉତ୍ତାରେ ହନୋକ ତିନିଶହ ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ, ପୁଣି, ସେ ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲେ;
ଆଦି ପୁସ୍ତକ 5 : 23 (IRVOR)
ହନୋକଙ୍କର ବୟସ ସର୍ବସୁଦ୍ଧା ତିନିଶହ ପଞ୍ଚଷଠି ବର୍ଷ ଥିଲା;
ଆଦି ପୁସ୍ତକ 5 : 24 (IRVOR)
ହନୋକ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ; ଆଉ ସେ ଅନ୍ତର୍ହିତ ହେଲେ; ଯେହେତୁ ପରମେଶ୍ୱର ତାଙ୍କୁ ଗ୍ରହଣ କଲେ।
ଆଦି ପୁସ୍ତକ 5 : 25 (IRVOR)
ମଥୂଶେଲହ ଶହେ ଶତାଅଶୀ ବର୍ଷ ବୟସରେ ଲେମକକୁ ଜାତ କଲା;
ଆଦି ପୁସ୍ତକ 5 : 26 (IRVOR)
ଲେମକର ଜନ୍ମ ଉତ୍ତାରେ ମଥୂଶେଲହ ସାତଶହ ବୟାଅଶୀ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା;
ଆଦି ପୁସ୍ତକ 5 : 27 (IRVOR)
ମଥୂଶେଲହର ବୟସ ସର୍ବସୁଦ୍ଧା ନଅଶହ ଊଣସ୍ତରି ବର୍ଷ ଥିଲା; ତହୁଁ ସେ ମଲା।
ଆଦି ପୁସ୍ତକ 5 : 28 (IRVOR)
ଲେମକ ଶହେ ବୟାଅଶୀ ବର୍ଷ ବୟସରେ ଏକ ପୁତ୍ର ଜାତ କରି ତାହାର ନାମ ନୋହ (ସାନ୍ତ୍ୱନା) ଦେଲେ,
ଆଦି ପୁସ୍ତକ 5 : 29 (IRVOR)
ଯେହେତୁ ସେ କହିଲେ, ସଦାପ୍ରଭୁଙ୍କ ଦ୍ୱାରା ଅଭିଶପ୍ତ ଭୂମିରେ ଆମ୍ଭମାନଙ୍କର ଶ୍ରମ ଓ ହସ୍ତର କ୍ଳେଶ ବିଷୟରେ ଏ ଆମ୍ଭମାନଙ୍କର ସାନ୍ତ୍ୱନା ଜନ୍ମାଇବ।
ଆଦି ପୁସ୍ତକ 5 : 30 (IRVOR)
ନୋହଙ୍କର ଜନ୍ମ ଉତ୍ତାରେ ଲେମକ ପାଞ୍ଚଶହ ପଞ୍ଚାନବେ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲେ;
ଆଦି ପୁସ୍ତକ 5 : 31 (IRVOR)
ତାଙ୍କର ବୟସ ସର୍ବସୁଦ୍ଧା ସାତଶହ ସତସ୍ତରି ବର୍ଷ ଥିଲା; ତହୁଁ ସେ ମଲେ।
ଆଦି ପୁସ୍ତକ 5 : 32 (IRVOR)
ଆଉ ନୋହଙ୍କୁ ପାଞ୍ଚଶହ ବର୍ଷ ବୟସ ହେଲା; ଆଉ ନୋହ, ଶେମ ଓ ହାମ ଓ ଯେଫତ୍କୁ ଜାତ କଲେ।
❮
❯
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32