ଆଦି ପୁସ୍ତକ 48 : 1 (IRVOR)
ଇଫ୍ରୟିମ ଓ ମନଃଶିଙ୍କୁ ଯାକୁବଙ୍କ ଆଶୀର୍ବାଦ ସେହି ସବୁ ଘଟଣା ଉତ୍ତାରେ କେହି ଯୋଷେଫଙ୍କୁ ସମ୍ବାଦ ଦେଇ କହିଲା; “ଦେଖ, ତୁମ୍ଭ ପିତା ପୀଡ଼ିତ ଅଛନ୍ତି,” ତହିଁରେ ସେ ଆପଣାର ଦୁଇ ପୁତ୍ର ମନଃଶି ଓ ଇଫ୍ରୟିମଙ୍କୁ ସଙ୍ଗରେ ନେଇ ଗଲେ।
ଆଦି ପୁସ୍ତକ 48 : 2 (IRVOR)
ସେତେବେଳେ କେହି ଯାକୁବଙ୍କୁ କହିଲା, “ଦେଖ, ତୁମ୍ଭ ପୁତ୍ର ଯୋଷେଫ ତୁମ୍ଭ ନିକଟକୁ ଆସିଅଛି,” ତହିଁରେ ଇସ୍ରାଏଲ ଆପଣାକୁ ସବଳ କରି ଶଯ୍ୟାରେ ଉଠି ବସିଲେ।
ଆଦି ପୁସ୍ତକ 48 : 3 (IRVOR)
ଏଥିଉତ୍ତାରେ ଯାକୁବ ଯୋଷେଫଙ୍କୁ କହିଲେ, “କିଣାନ ଦେଶରେ ଲୂସ୍ ନାମକ ସ୍ଥାନରେ ସର୍ବଶକ୍ତିମାନ ପରମେଶ୍ୱର ମୋତେ ଦର୍ଶନ ଦେଇ ଆଶୀର୍ବାଦ କରି ଏହା କହିଥିଲେ,
ଆଦି ପୁସ୍ତକ 48 : 4 (IRVOR)
ଦେଖ, ଆମ୍ଭେ ତୁମ୍ଭକୁ ପ୍ରଜାବନ୍ତ ଓ ବହୁବଂଶ କରିବା ଓ ତୁମ୍ଭଠାରୁ ନାନା ଜନସମାଜ ଉତ୍ପନ୍ନ କରିବା, ପୁଣି, ତୁମ୍ଭ ଭବିଷ୍ୟଦ୍ବଂଶକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଏହି ଦେଶ ଦେବା।”
ଆଦି ପୁସ୍ତକ 48 : 5 (IRVOR)
ଏହେତୁ ମିସର ଦେଶରେ ତୁମ୍ଭ ନିକଟକୁ ମୋହର ଆସିବା ପୂର୍ବେ ତୁମ୍ଭର ଯେଉଁ ଦୁଇ ପୁତ୍ର ମିସର ଦେଶରେ ଜନ୍ମିଥିଲେ, ସେମାନେ ମୋହର ହେବେ; ରୁବେନ୍ ଓ ଶିମୀୟୋନ ତୁଲ୍ୟ ଇଫ୍ରୟିମ ଓ ମନଃଶି ମୋହର ହେବେ।
ଆଦି ପୁସ୍ତକ 48 : 6 (IRVOR)
ପୁଣି, ଏମାନଙ୍କ ଉତ୍ତାରେ ତୁମ୍ଭର ଯେଉଁ ସନ୍ତାନ ଜାତ ହେବେ, ସେମାନେ ତୁମ୍ଭର ହେବେ ଓ ଜ୍ୟେଷ୍ଠ ଭାଇମାନଙ୍କ ନାମରେ ଆପଣା ଆପଣା ଅଧିକାରରେ ବିଖ୍ୟାତ ହେବେ।
ଆଦି ପୁସ୍ତକ 48 : 7 (IRVOR)
ପଦ୍ଦନ୍ ଅରାମଠାରୁ କିଣାନ ଦେଶକୁ ମୋହର ଆଗମନ କାଳରେ ଇଫ୍ରାଥାରେ ପହଞ୍ଚିବା ନିମିତ୍ତ କିଛି ଦୂର ଥାଉ ଥାଉ ରାହେଲ ପଥ ମଧ୍ୟରେ ମୋ’ ନିକଟରେ ମଲା; ତହିଁରେ ମୁଁ ସେଠାରେ ଇଫ୍ରାଥାରେ, ଅର୍ଥାତ୍, ବେଥଲିହିମର ପଥପାର୍ଶ୍ୱରେ ତାକୁ କବର ଦେଲି।
ଆଦି ପୁସ୍ତକ 48 : 8 (IRVOR)
ଏଥିଉତ୍ତାରେ ଇସ୍ରାଏଲ ଯୋଷେଫଙ୍କର ପୁତ୍ରମାନଙ୍କୁ ଦେଖି ପଚାରିଲେ, “ଏମାନେ କିଏ ?”
ଆଦି ପୁସ୍ତକ 48 : 9 (IRVOR)
ତହିଁରେ ଯୋଷେଫ ପିତାଙ୍କୁ କହିଲେ, “ଏମାନେ ମୋହର ପୁତ୍ର, ପରମେଶ୍ୱର ଏମାନଙ୍କୁ ଏହି ଦେଶରେ ମୋତେ ଦେଇଅଛନ୍ତି।” ତେବେ ଇସ୍ରାଏଲ କହିଲେ, “ବିନୟ କରୁଅଛି, ଏମାନଙ୍କୁ ମୋ’ ନିକଟକୁ ଆଣ, ମୁଁ ଏମାନଙ୍କୁ ଆଶୀର୍ବାଦ କରିବି।”
ଆଦି ପୁସ୍ତକ 48 : 10 (IRVOR)
ସେହି ସମୟରେ ଇସ୍ରାଏଲ ବୃଦ୍ଧାବସ୍ଥା ହେତୁ କ୍ଷୀଣଦୃଷ୍ଟି ହେବାରୁ ସ୍ପଷ୍ଟ ରୂପେ ଦେଖି ପାରିଲେ ନାହିଁ। ଏଣୁ ଯୋଷେଫ ତାଙ୍କ କତିକି ସେମାନଙ୍କୁ ଆଣି ଦିଅନ୍ତେ, ସେ ସେମାନଙ୍କୁ ଚୁମ୍ବନ ଓ ଆଲିଙ୍ଗନ କଲେ।
ଆଦି ପୁସ୍ତକ 48 : 11 (IRVOR)
ପୁଣି, ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ମୁଁ ଭାବିଥିଲି, ତୁମ୍ଭ ମୁଖ ଆଉ ଦେଖି ପାରିବି ନାହିଁ; ମାତ୍ର ଦେଖ, ପରମେଶ୍ୱର ତୁମ୍ଭର ବଂଶ ମଧ୍ୟ ମୋତେ ଦେଖାଇଲେ।”
ଆଦି ପୁସ୍ତକ 48 : 12 (IRVOR)
ତହୁଁ ଯୋଷେଫ ପିତାଙ୍କର ଦୁଇ ଜଙ୍ଘ ମଧ୍ୟରୁ ସେମାନଙ୍କୁ ନେଇ ଆପେ ଭୂମିଷ୍ଠ ପ୍ରଣାମ କଲେ।
ଆଦି ପୁସ୍ତକ 48 : 13 (IRVOR)
ଏଥିଉତ୍ତାରେ ଯୋଷେଫ ସେ ଦୁହିଁଙ୍କୁ ନେଇ ଆପଣା ଦକ୍ଷିଣ ହସ୍ତରେ ଇଫ୍ରୟିମକୁ ଧରି ଇସ୍ରାଏଲଙ୍କ ବାମ ପାର୍ଶ୍ୱରେ ଓ ବାମ ହସ୍ତରେ ମନଃଶିକୁ ଧରି ଇସ୍ରାଏଲଙ୍କ ଡାହାଣ ପାର୍ଶ୍ୱରେ ଉପସ୍ଥିତ କରାଇଲେ।
ଆଦି ପୁସ୍ତକ 48 : 14 (IRVOR)
ତହିଁରେ ଇସ୍ରାଏଲ ଆପଣା ଡାହାଣ ହସ୍ତ ବଢ଼ାଇ କନିଷ୍ଠ ଇଫ୍ରୟିମର ମସ୍ତକ ଉପରେ ରଖିଲେ, ପୁଣି, ମନଃଶିର ମସ୍ତକ ଉପରେ ବାମ ହସ୍ତ ରଖିଲେ, ସେ ବିବେଚନା ପୂର୍ବକ ଆପଣା ହସ୍ତ ଏରୂପ ଚଳାଇଲେ; କାରଣ ମନଃଶି ପ୍ରଥମଜାତ ଥିଲା।
ଆଦି ପୁସ୍ତକ 48 : 15 (IRVOR)
ଏଥିଉତ୍ତାରେ ସେ ଯୋଷେଫଙ୍କୁ ଆଶୀର୍ବାଦ କରି କହିଲେ, “ଯେଉଁ ପରମେଶ୍ୱରଙ୍କ ସାକ୍ଷାତରେ ମୋହର ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକ ଗମନାଗମନ କରିଥିଲେ, ଯେଉଁ ପରମେଶ୍ୱର ଜନ୍ମ ଦିନଠାରୁ ଆଜି ପର୍ଯ୍ୟନ୍ତ ମୋତେ ପ୍ରତିପାଳନ କରିଅଛନ୍ତି,
ଆଦି ପୁସ୍ତକ 48 : 16 (IRVOR)
ଯେଉଁ ଦୂତ ସମସ୍ତ ଆପଦରୁ ମୋତେ ମୁକ୍ତ କରିଅଛନ୍ତି, ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ; ଏମାନେ ମୋ’ ନାମରେ ଓ ମୋହର ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକଙ୍କ ନାମରେ ବିଖ୍ୟାତ ହେଉନ୍ତୁ, ପୁଣି, ଏମାନେ ଦେଶ ମଧ୍ୟରେ ବୃଦ୍ଧି ପାଇ ଲୋକସମୂହ ହେଉନ୍ତୁ।”
ଆଦି ପୁସ୍ତକ 48 : 17 (IRVOR)
ସେତେବେଳେ ଇଫ୍ରୟିମର ମସ୍ତକରେ ପିତାଙ୍କର ଦକ୍ଷିଣ ହସ୍ତ ଦେଖି ଯୋଷେଫ ଅସନ୍ତୁଷ୍ଟ ହେଲେ; ଏହେତୁ ଇଫ୍ରୟିମର ମସ୍ତକରୁ ମନଃଶିର ମସ୍ତକରେ ତାହା ସ୍ଥାପନ କରିବାକୁ ପିତାଙ୍କର ହସ୍ତ ଉଠାଇ କହିଲେ,
ଆଦି ପୁସ୍ତକ 48 : 18 (IRVOR)
“ପିତଃ, ଏପରି ନୁହେଁ, ଏହି ଜଣ ଜ୍ୟେଷ୍ଠ, ଏହାର ମସ୍ତକରେ ଦକ୍ଷିଣ ହସ୍ତ ଦିଅ।”
ଆଦି ପୁସ୍ତକ 48 : 19 (IRVOR)
ମାତ୍ର ତାଙ୍କର ପିତା ଅସମ୍ମତ ହୋଇ କହିଲେ, “ହେ ପୁତ୍ର; ତାହା ମୁଁ ଜାଣେ, ମୁଁ ଜାଣେ; ସେ ମଧ୍ୟ ଏକ ଗୋଷ୍ଠୀ ହେବ ଓ ସେ ମଧ୍ୟ ମହାନ ହେବ; ମାତ୍ର ତାହାର କନିଷ୍ଠ ଭ୍ରାତା ତାହାଠାରୁ ଅଧିକ ମହାନ ହେବ ଓ ତାହାର ବଂଶ ବହୁଗୋଷ୍ଠୀକ ହେବେ।”
ଆଦି ପୁସ୍ତକ 48 : 20 (IRVOR)
ସେହି ଦିନ ସେ ସେମାନଙ୍କୁ ଆଶୀର୍ବାଦ କରି କହିଲେ, “ଇସ୍ରାଏଲ ବଂଶ ଆଶୀର୍ବାଦ କରିବା ସମୟରେ ତୁମ୍ଭମାନଙ୍କ ନାମ ଧରି କହିବେ, ପରମେଶ୍ୱର ତୁମ୍ଭକୁ ଇଫ୍ରୟିମ ଓ ମନଃଶି ତୁଲ୍ୟ କରନ୍ତୁ।” ଏହି ପ୍ରକାରେ ସେ ମନଃଶିଠାରୁ ଇଫ୍ରୟିମକୁ ଅଗ୍ରଗଣ୍ୟ କଲେ।
ଆଦି ପୁସ୍ତକ 48 : 21 (IRVOR)
ଆଉ ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ଦେଖ, ମୁଁ ମରୁଅଛି; ମାତ୍ର ପରମେଶ୍ୱର ତୁମ୍ଭମାନଙ୍କ ସଙ୍ଗରେ ଥିବେ ଓ ତୁମ୍ଭମାନଙ୍କୁ ପୁନର୍ବାର ପୈତୃକ ଦେଶକୁ ନେଇଯିବେ।”
ଆଦି ପୁସ୍ତକ 48 : 22 (IRVOR)
ମୁଁ ଆପଣା ଖଡ୍ଗ ଓ ଧନୁ ଦ୍ୱାରା ଇମୋରୀୟମାନଙ୍କ ହସ୍ତରୁ ଯେଉଁ ଅଂଶ ପାଇଅଛି, ତୁମ୍ଭ ଭ୍ରାତୃଗଣ ଅପେକ୍ଷା ସେହି ଅଧିକ ଅଂଶ ତୁମ୍ଭକୁ ଦେଲି।
❮
❯
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22