ଆଦି ପୁସ୍ତକ 33 : 1 (IRVOR)
{ଯାକୁବ ଏଷୌଙ୍କ ମିଳନ} [PS] ଏଥିଉତ୍ତାରେ ଯାକୁବ ଅନାଇ ଦେଖିଲା, ଆଉ ଦେଖ, ଏଷୌ ଉପସ୍ଥିତ, ପୁଣି, ତାହା ସଙ୍ଗେ ଚାରିଶହ ପୁରୁଷ। ତହିଁରେ ସେ ଆପଣା ସନ୍ତାନମାନଙ୍କୁ ବିଭାଗ କରି ଲେୟା ଓ ରାହେଲ ଓ ଦୁଇ ଦାସୀଙ୍କ ନିକଟରେ ସମର୍ପଣ କଲା,
ଆଦି ପୁସ୍ତକ 33 : 2 (IRVOR)
ଅର୍ଥାତ୍‍, ଆଗେ ଦୁଇ ଦାସୀ ଓ ସେମାନଙ୍କ ସନ୍ତାନଗଣକୁ, ତାହା ପଛେ ଲେୟା ଓ ତାହାର ସନ୍ତାନଗଣକୁ, ସର୍ବଶେଷରେ ରାହେଲ ଓ ଯୋଷେଫକୁ ରଖିଲା।
ଆଦି ପୁସ୍ତକ 33 : 3 (IRVOR)
ପୁଣି, ଆପେ ସମସ୍ତଙ୍କ ଆଗେ ଯାଇ ସାତଥର ଭୂମିଷ୍ଠ ପ୍ରଣାମ କରୁ କରୁ ଆପଣା ଭ୍ରାତା ନିକଟରେ ଉପସ୍ଥିତ ହେଲା।
ଆଦି ପୁସ୍ତକ 33 : 4 (IRVOR)
ସେତେବେଳେ ଏଷୌ ତାହାକୁ ଭେଟିବାକୁ ଧାଇଁ ଆସି ତାହାର ଗଳା ଧରି ଆଲିଙ୍ଗନ ଓ ଚୁମ୍ବନ କଲା, ପୁଣି, ଦୁହେଁ ରୋଦନ କଲେ।
ଆଦି ପୁସ୍ତକ 33 : 5 (IRVOR)
ଏଉତ୍ତାରେ ସେ ଅନାଇ ସ୍ତ୍ରୀଗଣକୁ ଓ ବାଳକଗଣକୁ ଦେଖି ପଚାରିଲା,” ତୁମ୍ଭ ସଙ୍ଗେ ଏମାନେ କିଏ ?” ତହିଁରେ ସେ କହିଲା, “ପରମେଶ୍ୱର କୃପା କରି ଆପଣଙ୍କ ଦାସକୁ ଏହି ସମସ୍ତ ସନ୍ତାନ ଦେଇଅଛନ୍ତି।”
ଆଦି ପୁସ୍ତକ 33 : 6 (IRVOR)
ତହୁଁ ଦାସୀଗଣ ଓ ସେମାନଙ୍କ ସନ୍ତାନମାନେ ନିକଟକୁ ଆସି ପ୍ରଣାମ କଲେ।
ଆଦି ପୁସ୍ତକ 33 : 7 (IRVOR)
ତହିଁ ପଛେ ଲେୟା ଓ ତାହାର ସନ୍ତାନମାନେ ଆସି ପ୍ରଣାମ କଲେ; ସର୍ବଶେଷରେ ଯୋଷେଫ ଓ ରାହେଲ ନିକଟକୁ ଆସି ପ୍ରଣାମ କଲେ।
ଆଦି ପୁସ୍ତକ 33 : 8 (IRVOR)
ତହିଁରେ ଏଷୌ ପଚାରିଲା, “ମୁଁ ଆଗେ ଯେଉଁ ସବୁ (ପଶ୍ୱାଦି) ଦଳ ସହିତ ଭେଟିଲି; ତାହା କି ନିମନ୍ତେ ?” ଯାକୁବ କହିଲା, “ମୋ’ ପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇବା ନିମନ୍ତେ।”
ଆଦି ପୁସ୍ତକ 33 : 9 (IRVOR)
ତହୁଁ ଏଷୌ କହିଲା, “ମୋହର ଯଥେଷ୍ଟ ଅଛି; ଭାଇ, ତୁମ୍ଭର ଯାହା ଅଛି, ତାହା ତୁମ୍ଭର ଥାଉ।”
ଆଦି ପୁସ୍ତକ 33 : 10 (IRVOR)
ଯାକୁବ କହିଲା, “ନା, ବିନୟ କରୁଅଛି, ମୁଁ ଆପଣଙ୍କ ଦୃଷ୍ଟିରେ ଯଦି ଅନୁଗ୍ରହ ପାଇଲି, ତେବେ ମୋ’ ହସ୍ତରୁ ସେହି ଭେଟି ଗ୍ରହଣ କରନ୍ତୁ; କାରଣ ପରମେଶ୍ୱରଙ୍କ ମୁଖ ଦର୍ଶନ କଲା ପରି ମୁଁ ଆପଣଙ୍କ ମୁଖ ଦର୍ଶନ କରିଅଛି; ମଧ୍ୟ ଆପଣ ମୋ’ ପ୍ରତି ପ୍ରସନ୍ନ ହୋଇଅଛନ୍ତି।
ଆଦି ପୁସ୍ତକ 33 : 11 (IRVOR)
ଏଣୁ ନିବେଦନ କରୁଅଛି, ଆପଣଙ୍କ ନିକଟକୁ ଆନୀତ ଏହି ଆଶୀର୍ବାଦ ଗ୍ରହଣ କରନ୍ତୁ; କାରଣ ପରମେଶ୍ୱର ମୋତେ ଅନୁଗ୍ରହ କରିଅଛନ୍ତି, ପୁଣି, ମୋହର ସବୁ ଅଛି।” ଏହିରୂପେ ଅତ୍ୟନ୍ତ ଆଗ୍ରହ ସହିତ ପ୍ରାର୍ଥନା କରନ୍ତେ, ଏଷୌ ତାହା ଗ୍ରହଣ କଲା।
ଆଦି ପୁସ୍ତକ 33 : 12 (IRVOR)
ଏଥିଉତ୍ତାରେ ଏଷୌ କହିଲା, “ଆସ, ଆମ୍ଭେମାନେ ଯିବା, ମୁଁ ତୁମ୍ଭମାନଙ୍କ ଆଗେ ଆଗେ ଯାଉଅଛି।”
ଆଦି ପୁସ୍ତକ 33 : 13 (IRVOR)
ତହିଁରେ ଯାକୁବ କହିଲା, “ମୋହର ପ୍ରଭୁ ଜାଣନ୍ତି, ଏହି ବାଳକମାନେ କୋମଳ, ଆଉ ଦୁଗ୍ଧବତୀ ମେଷୀ ଓ ଗାଭୀ ମୋ’ ସଙ୍ଗରେ ଅଛନ୍ତି; ଦିନେ ଅଧିକ ଚଳାଇଲେ ସବୁ ପଲ ମରିଯିବେ।
ଆଦି ପୁସ୍ତକ 33 : 14 (IRVOR)
ଏଣୁ ନିବେଦନ କରୁଅଛି, “ମୋହର ପ୍ରଭୁ ଆପଣା ଦାସର ଆଗେ ଆଗେ ଗମନ କରନ୍ତୁ; ସେୟୀର ପ୍ରଦେଶରେ ମୋ’ ପ୍ରଭୁଙ୍କ ନିକଟରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ମୁଁ ପଶୁଗଣର ଗମନ ଶକ୍ତି ଅନୁସାରେ ଓ ବାଳକଗଣର ଗମନ ଶକ୍ତି ଅନୁସାରେ ଧୀରେ ଧୀରେ ଚଳାଇ ନେବି।”
ଆଦି ପୁସ୍ତକ 33 : 15 (IRVOR)
ଏଷୌ କହିଲା, “ତେବେ ମୋ’ ସଙ୍ଗୀ କେତେକ ଲୋକଙ୍କୁ ତୁମ୍ଭ ନିକଟରେ ରଖି ଯାଉଅଛି।” ଯାକୁବ କହିଲା, “କି ପ୍ରୟୋଜନ ? ମୋ’ ପ୍ରତି କେବଳ ପ୍ରଭୁଙ୍କର ଅନୁଗ୍ରହ ଦୃଷ୍ଟି ଥାଉ।”
ଆଦି ପୁସ୍ତକ 33 : 16 (IRVOR)
ତହଁରେ ଏଷୌ ସେହି ଦିନ ସେୟୀର ପଥ ଦେଇ ବାହୁଡ଼ି ଗଲା।
ଆଦି ପୁସ୍ତକ 33 : 17 (IRVOR)
ମାତ୍ର ଯାକୁବ ସୁକ୍‍କୋତକୁ ଗମନ କରି ଆପଣା ପାଇଁ ଗୃହ ଓ ପଶୁମାନଙ୍କ ନିମନ୍ତେ କୁଡ଼ିଆ ନିର୍ମାଣ କଲା; ଏଥିପାଇଁ ଏହି ସ୍ଥାନ ସୁକ୍‍କୋତ [* କୁଡ଼ିଆ] ନାମରେ ବିଖ୍ୟାତ ହୋଇଅଛି।
ଆଦି ପୁସ୍ତକ 33 : 18 (IRVOR)
ଏହି ପ୍ରକାରେ ଯାକୁବ ପଦ୍ଦନ୍‍ ଅରାମଠାରୁ ବାହାରି କୁଶଳରେ କିଣାନ ଦେଶସ୍ଥ ଶିଖିମର ଏକ ନଗରରେ ଉପସ୍ଥିତ ହୋଇ ନଗରର ବାହାରେ ତମ୍ବୁ ସ୍ଥାପନ କଲା।
ଆଦି ପୁସ୍ତକ 33 : 19 (IRVOR)
ଏଥିଉତ୍ତାରେ ଶିଖିମର ପିତା ହମୋରର ସନ୍ତାନମାନଙ୍କୁ ଏକଶହ କସୀତା ରୌପ୍ୟ ମୁଦ୍ରା ଦେଇ ସେହି ତମ୍ବୁ ସ୍ଥାପନର ଭୂମିଖଣ୍ଡ କିଣିଲା।
ଆଦି ପୁସ୍ତକ 33 : 20 (IRVOR)
ପୁଣି, ସେଠାରେ ଏକ ବେଦି ନିର୍ମାଣ କରି ତାହାର ନାମ ଏଲ-ଇଲୋହେ-ଇସ୍ରାଏଲ [† ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର, ପୁଣି ଯେ ସର୍ବଶକ୍ତିମାନ ଅଟନ୍ତି ] ରଖିଲା। [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20

BG:

Opacity:

Color:


Size:


Font: