ଆଦି ପୁସ୍ତକ 16 : 1 (IRVOR)
{ହାଗାର ଓ ଇଶ୍ମାୟେଲ} [PS] ଅବ୍ରାମଙ୍କର ଭାର୍ଯ୍ୟା ସାରୀ ନିଃସନ୍ତାନା ଥିଲେ, ପୁଣି, ହାଗାର ନାମ୍ନୀ ତାଙ୍କର ଏକ ମିସରୀୟା ଦାସୀ ଥିଲା।
ଆଦି ପୁସ୍ତକ 16 : 2 (IRVOR)
ତହିଁରେ ସାରୀ ଅବ୍ରାମଙ୍କୁ କହିଲେ, “ଦେଖ, ସଦାପ୍ରଭୁ ମୋତେ ବନ୍ଧ୍ୟା କରିଅଛନ୍ତି; ଏଣୁ ମୁଁ ବିନୟ କରୁଅଛି, ତୁମ୍ଭେ ମୋହର ଏହି ଦାସୀର ସହବାସ କର; କେଜାଣି ମୁଁ ଏହା ଯୋଗୁଁ ପୁତ୍ର ପାଇ ପାରିବି।” ତେବେ ଅବ୍ରାମ ସାରୀଙ୍କର ବାକ୍ୟରେ ସମ୍ମତ ହେଲେ।
ଆଦି ପୁସ୍ତକ 16 : 3 (IRVOR)
ଅବ୍ରାମ କିଣାନ ଦେଶରେ ଦଶ ବର୍ଷ ବାସ କଲା ଉତ୍ତାରେ ତାଙ୍କର ଭାର୍ଯ୍ୟା ସାରୀ ଆପଣା ମିସରୀୟା ଦାସୀ ହାଗାରକୁ ନେଇ ଆପଣା ସ୍ୱାମୀ ଅବ୍ରାମ ସହିତ ବିବାହ ଦେଲେ।
ଆଦି ପୁସ୍ତକ 16 : 4 (IRVOR)
ଏଥିଉତ୍ତାରେ ଅବ୍ରାମ ହାଗାରର ସହବାସ କରନ୍ତେ, ସେ ଗର୍ଭବତୀ ହେଲା; ପୁଣି, ଆପଣାର ଗର୍ଭ ହୋଇଅଛି, ଏହା ଜାଣି ସେ ନିଜ ସାଆନ୍ତାଣୀଙ୍କୁ ତୁଚ୍ଛ ଜ୍ଞାନ କରିବାକୁ ଲାଗିଲା।
ଆଦି ପୁସ୍ତକ 16 : 5 (IRVOR)
ତହିଁରେ ସାରୀ ଅବ୍ରାମଙ୍କୁ କହିଲେ, “ମୋ’ ପ୍ରତି ଏହି ଅନ୍ୟାୟର ଫଳ ତୁମ୍ଭର ହେଉ; ମୁଁ ଆପଣାର ଯେଉଁ ଦାସୀକୁ ତୁମ୍ଭ କ୍ରୋଡ଼ରେ ଦେଇଅଛି, ସେ ଏବେ ଆପଣାର ଗର୍ଭ ଜାଣି ମୋତେ ତୁଚ୍ଛ ଜ୍ଞାନ କରୁଅଛି; ସଦାପ୍ରଭୁ ତୁମ୍ଭର ଓ ମୋହର ବିଚାର କରନ୍ତୁ।”
ଆଦି ପୁସ୍ତକ 16 : 6 (IRVOR)
ତହିଁରେ ଅବ୍ରାମ ସାରୀଙ୍କୁ କହିଲେ, “ଦେଖ, ତୁମ୍ଭର ଦାସୀ ତୁମ୍ଭ ହାତରେ ଅଛି; ତୁମ୍ଭକୁ ଯାହା ଭଲ ଦିଶେ, ତାହା ତା’ ପ୍ରତି କର।” ତହିଁରେ ସାରୀ ହାଗାର ପ୍ରତି କଠିନ ବ୍ୟବହାର କରନ୍ତେ, ସେ ତାଙ୍କ ପାଖରୁ ପଳାଇଗଲା।
ଆଦି ପୁସ୍ତକ 16 : 7 (IRVOR)
ଏଥିଉତ୍ତାରେ ସଦାପ୍ରଭୁଙ୍କ ଦୂତ ପ୍ରାନ୍ତର ମଧ୍ୟରେ ଗୋଟିଏ ନିର୍ଝର ନିକଟରେ, ଅର୍ଥାତ୍‍, ଶୂରର ପଥରେ ଯେଉଁ ନିର୍ଝର ଅଛି, ତହିଁ ନିକଟରେ ତାହାକୁ ଦେଖି କହିଲେ,
ଆଦି ପୁସ୍ତକ 16 : 8 (IRVOR)
“ଆଗୋ ସାରୀର ଦାସୀ ହାଗାର, ତୁମ୍ଭେ କେଉଁଠାରୁ ଆସିଲ ? ପୁଣି, କେଉଁଠାକୁ ଯିବ ?” ତହିଁରେ ସେ କହିଲା, “ମୁଁ ଆପଣା ସାଆନ୍ତାଣୀ ସାରୀ ନିକଟରୁ ପଳାଉଅଛି।”
ଆଦି ପୁସ୍ତକ 16 : 9 (IRVOR)
ସେତେବେଳେ ସଦାପ୍ରଭୁଙ୍କ ଦୂତ ତାହାକୁ କହିଲେ, “ତୁମ୍ଭେ ଆପଣା ସାଆନ୍ତାଣୀ ନିକଟକୁ ଫେରି ଯାଇ ନମ୍ର ଭାବରେ ତାଙ୍କର ହସ୍ତର ବଶୀଭୂତା ହୁଅ।”
ଆଦି ପୁସ୍ତକ 16 : 10 (IRVOR)
ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, “ଆମ୍ଭେ ତୁମ୍ଭ ବଂଶ ଏପରି ବୃଦ୍ଧି କରିବା, ଯେ ବାହୁଲ୍ୟ ସକାଶୁ ତାହା ଅଗଣ୍ୟ ହେବ।”
ଆଦି ପୁସ୍ତକ 16 : 11 (IRVOR)
ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, “ଦେଖ, ତୁମ୍ଭର ଗର୍ଭ ହୋଇଅଛି, ତୁମ୍ଭେ ପୁତ୍ର ପ୍ରସବ କରିବ, ତାହାର ନାମ ଇଶ୍ମାୟେଲ [* ଅର୍ଥାତ୍‍, ପରମେଶ୍ୱର ଶୁଣନ୍ତି] ଦେବ, ଯେହେତୁ ସଦାପ୍ରଭୁ ତୁମ୍ଭ ଦୁଃଖ ଶୁଣିଲେ।
ଆଦି ପୁସ୍ତକ 16 : 12 (IRVOR)
ପୁଣି, ସେ ମନୁଷ୍ୟମାନଙ୍କ ମଧ୍ୟରେ ବନ ଗର୍ଦ୍ଦଭ ସ୍ୱରୂପ ହେବ, ତାହାର ହସ୍ତ ସମସ୍ତଙ୍କ ବିରୁଦ୍ଧରେ ଓ ସମସ୍ତଙ୍କ ହସ୍ତ ତାହାର ବିରୁଦ୍ଧରେ ଥିବ, ପୁଣି, ସେ ଆପଣା ଭାଇମାନଙ୍କ ସମ୍ମୁଖରେ ବାସ କରିବ।”
ଆଦି ପୁସ୍ତକ 16 : 13 (IRVOR)
ଆଉ ହାଗାର ଆପଣା ସହିତ କଥାବାର୍ତ୍ତାକାରୀ ସଦାପ୍ରଭୁଙ୍କର ଏହି ନାମ ରଖିଲା, ଯଥା, ମଦ୍ଦର୍ଶକ ପରମେଶ୍ୱର, (ହେ ପରମେଶ୍ୱର, ତୁମ୍ଭେ ମୋତେ ଦେଖୁଅଛ); ଯେହେତୁ ସେ କହିଲା, “ଯେ ମୋତେ ଦେଖନ୍ତି, ତାଙ୍କ ଦର୍ଶନ ଉତ୍ତାରେ ମୁଁ କି ଏଠାରେ ଆହୁରି ବଞ୍ଚିଛି !”
ଆଦି ପୁସ୍ତକ 16 : 14 (IRVOR)
ଏଣୁ ସେହି କୂପର ନାମ ବେର-ଲହୟ-ରୋୟୀ [† ଅର୍ଥାତ୍‍, ଦର୍ଶନାନ୍ତେ ଜୀବନକୂପ] ରଖାଗଲା। ସେହି କୂପ କାଦେଶ ଓ ବେରଦ ମଧ୍ୟରେ ଅଛି।
ଆଦି ପୁସ୍ତକ 16 : 15 (IRVOR)
ଏଥିଉତ୍ତାରେ ହାଗାର ଅବ୍ରାମଙ୍କ ନିମନ୍ତେ ପୁତ୍ର ପ୍ରସବ କରନ୍ତେ, ଅବ୍ରାମ ହାଗାରଠାରୁ ଜାତ ଆପଣାର ସେହି ପୁତ୍ରର ନାମ ଇଶ୍ମାୟେଲ ଦେଲେ।
ଆଦି ପୁସ୍ତକ 16 : 16 (IRVOR)
ଅବ୍ରାମଙ୍କର ଛୟାଅଶୀ ବର୍ଷ ବୟସରେ ହାଗାର ଅବ୍ରାମଙ୍କ ନିମନ୍ତେ ଇଶ୍ମାୟେଲକୁ ପ୍ରସବ କଲା। [PE]

1 2 3 4 5 6 7 8 9 10 11 12 13 14 15 16

BG:

Opacity:

Color:


Size:


Font: