ଆଦି ପୁସ୍ତକ 13 : 1 (IRVOR)
{ଅବ୍ରାମଙ୍କଠାରୁ ଲୋଟଙ୍କ ପୃଥକ୍} [PS] ଏଥିଉତ୍ତାରେ ଅବ୍ରାମ ଆପଣାର ଭାର୍ଯ୍ୟା ଓ ସବୁ ସମ୍ପତ୍ତି ଘେନି ଲୋଟ ସହିତ ମିସର ଦେଶରୁ ବାହାରି ଦକ୍ଷିଣାଞ୍ଚଳକୁ ଯାତ୍ରା କଲେ।
ଆଦି ପୁସ୍ତକ 13 : 2 (IRVOR)
ଅବ୍ରାମ ପଶୁ ଓ ସୁନା ରୂପାରେ ଅତିଶୟ ଧନବାନ ଥିଲେ।
ଆଦି ପୁସ୍ତକ 13 : 3 (IRVOR)
ପୁଣି, ସେ ପୂର୍ବଯାତ୍ରାନୁସାରେ ଦକ୍ଷିଣରୁ ବେଥେଲ୍‍ ଆଡ଼କୁ ଯାଉ ଯାଉ ବେଥେଲ୍‍ ଓ ଅୟର ମଧ୍ୟବର୍ତ୍ତୀ ଯେଉଁ ସ୍ଥାନରେ ପୂର୍ବେ ତାଙ୍କର ତମ୍ବୁ ସ୍ଥାପିତ ହୋଇଥିଲା,
ଆଦି ପୁସ୍ତକ 13 : 4 (IRVOR)
ସେହି ସ୍ଥାନରେ ଉପସ୍ଥିତ ହୋଇ ଆପଣା ପୂର୍ବନିର୍ମିତ ଯଜ୍ଞବେଦି ନିକଟରେ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ।
ଆଦି ପୁସ୍ତକ 13 : 5 (IRVOR)
ପୁଣି, ଅବ୍ରାମଙ୍କର ସଙ୍ଗୀ ଲୋଟଙ୍କର ମଧ୍ୟ ଅନେକ ଅନେକ ମେଷ, ଗୋରୁ ଓ ତମ୍ବୁ ଥିଲା।
ଆଦି ପୁସ୍ତକ 13 : 6 (IRVOR)
ଏଥିନିମନ୍ତେ ସେହି ଦେଶ ସେମାନଙ୍କର ଏକତ୍ର ବାସ ପାଇଁ ଉପଯୋଗୀ ହେଲା ନାହିଁ, କାରଣ ସେମାନଙ୍କର ବହୁତ ସମ୍ପତ୍ତି ଥିବାରୁ ସେମାନେ ଏକତ୍ର ବାସ କରି ପାରିଲେ ନାହିଁ।
ଆଦି ପୁସ୍ତକ 13 : 7 (IRVOR)
ପୁଣି, ଅବ୍ରାମଙ୍କର ପଶୁପାଳକ ଓ ଲୋଟଙ୍କର ପଶୁପାଳକମାନଙ୍କର ପରସ୍ପର ବିରୋଧ ହେଲା। ସେହି ସମୟରେ ସେହି ଦେଶରେ କିଣାନୀୟ ଓ ପରିଷୀୟ ଲୋକମାନେ ବାସ କରୁଥିଲେ।
ଆଦି ପୁସ୍ତକ 13 : 8 (IRVOR)
ଏଣୁ ଅବ୍ରାମ ଲୋଟଙ୍କୁ କହିଲେ, ମୁଁ ବିନୟ କରୁଅଛି, ତୁମ୍ଭ ଆମ୍ଭ ମଧ୍ୟରେ, ପୁଣି, ତୁମ୍ଭର ପଶୁପାଳକ ଓ ମୋହର ପଶୁପାଳକମାନଙ୍କ ମଧ୍ୟରେ ବିବାଦ ନ ହେଉ, କାରଣ ଆମ୍ଭେମାନେ ଭାଇ।
ଆଦି ପୁସ୍ତକ 13 : 9 (IRVOR)
ତୁମ୍ଭ ସମ୍ମୁଖରେ କି ଏହି ସମସ୍ତ ଦେଶ ନାହିଁ ? ଏହେତୁ ତୁମ୍ଭକୁ ବିନୟ କରୁଅଛି, ତୁମ୍ଭେ ମୋ’ଠାରୁ ପୃଥକ୍ ହୁଅ; ହୁଏତ, ତୁମ୍ଭେ ବାମକୁ ଯାଅ, ମୁଁ ଡାହାଣକୁ ଯାଏ; ନୋହିଲେ ତୁମ୍ଭେ ଡାହାଣକୁ ଯାଅ, ମୁଁ ବାମକୁ ଯିବି।
ଆଦି ପୁସ୍ତକ 13 : 10 (IRVOR)
ସେତେବେଳେ ଲୋଟ ଅନାଇ ଦେଖିଲେ, ସୋୟର ପର୍ଯ୍ୟନ୍ତ ଯର୍ଦ୍ଦନର ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନ ପରି ସର୍ବତ୍ର ସଜଳ ଓ ମିସର ଦେଶ ତୁଲ୍ୟ ଅଟଇ; କାରଣ ସେହି ସମୟରେ ସଦୋମ ଓ ହମୋରା ସଦାପ୍ରଭୁଙ୍କ ଦ୍ୱାରା ବିନଷ୍ଟ ହୋଇ ନ ଥିଲା।
ଆଦି ପୁସ୍ତକ 13 : 11 (IRVOR)
ଏଥିପାଇଁ ଲୋଟ ଆପଣା ନିମନ୍ତେ ଯର୍ଦ୍ଦନର ସମସ୍ତ ପ୍ରାନ୍ତର ମନୋନୀତ କରି ପୂର୍ବ ଦିଗକୁ ପ୍ରସ୍ଥାନ କଲେ; ଏହିରୂପେ ସେମାନେ ଏକଆରେକଠାରୁ ପୃଥକ୍ ହେଲେ।
ଆଦି ପୁସ୍ତକ 13 : 12 (IRVOR)
ତହିଁରେ ଅବ୍ରାମ କିଣାନ ଦେଶରେ ବସତି କଲେ, ପୁଣି, ଲୋଟ ସେହି ପ୍ରାନ୍ତରସ୍ଥିତ ସମସ୍ତ ନଗର ମଧ୍ୟରେ ବାସ କରି ସଦୋମ ପର୍ଯ୍ୟନ୍ତ ତମ୍ବୁ ସ୍ଥାପନ କରିବାକୁ ଲାଗିଲେ।
ଆଦି ପୁସ୍ତକ 13 : 13 (IRVOR)
ସେହି ସଦୋମର ଲୋକମାନେ ମହା ଦୁଷ୍ଟ ଓ ସଦାପ୍ରଭୁଙ୍କ ଛାମୁରେ ଅତି ପାପିଷ୍ଠ ଥିଲେ। [PS]
ଆଦି ପୁସ୍ତକ 13 : 14 (IRVOR)
{ଅବ୍ରାମଙ୍କ ହିବ୍ରୋଣ ଯାତ୍ରା} [PS] ଏଥିଉତ୍ତାରେ ଅବ୍ରାମଙ୍କଠାରୁ ଲୋଟ ପୃଥକ ହେଲା ଉତ୍ତାରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ଏବେ ତୁମ୍ଭେ ଯେଉଁଠାରେ ଅଛ; ସେହିଠାରୁ ଅନାଇ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଦିଗକୁ ଦୃଷ୍ଟିପାତ କର;
ଆଦି ପୁସ୍ତକ 13 : 15 (IRVOR)
କାରଣ, ଏହି ଯେଉଁ ସକଳ ଦେଶ ତୁମ୍ଭେ ଦେଖୁଅଛ, ତାହା ଆମ୍ଭେ ତୁମ୍ଭକୁ ଓ ଯୁଗାନୁକ୍ରମେ ତୁମ୍ଭର ବଂଶକୁ ଦେବା।
ଆଦି ପୁସ୍ତକ 13 : 16 (IRVOR)
ପୁଣି, ପୃଥିବୀର ଧୂଳି ପରି ଆମ୍ଭେ ତୁମ୍ଭର ବଂଶ ବୃଦ୍ଧି କରିବା; କେହି ଯଦି ପୃଥିବୀସ୍ଥ ଧୂଳି ଗଣି ପାରଇ, ତେବେ ତୁମ୍ଭର ବଂଶ ଗଣ୍ୟ ହେବ।
ଆଦି ପୁସ୍ତକ 13 : 17 (IRVOR)
ଉଠ, ଏହି ଦେଶର ଦୀର୍ଘ ପ୍ରସ୍ଥରେ ଭ୍ରମଣ କର; ଯେଣୁ ଆମ୍ଭେ ତୁମ୍ଭକୁ ତାହା ଦେବା।
ଆଦି ପୁସ୍ତକ 13 : 18 (IRVOR)
ସେତେବେଳେ ଅବ୍ରାମ ତମ୍ବୁ ତୋଳି ହିବ୍ରୋଣ ନିକଟସ୍ଥ ମମ୍ରିର ଅଲୋନ ବୃକ୍ଷ ମୂଳେ ଯାଇ ବାସ କଲେ, ପୁଣି, ସେଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିଏ ଯଜ୍ଞବେଦି ନିର୍ମାଣ କଲେ। [PE]

1 2 3 4 5 6 7 8 9 10 11 12 13 14 15 16 17 18

BG:

Opacity:

Color:


Size:


Font: