ଆଦି ପୁସ୍ତକ 10 : 1 (IRVOR)
{ନୋହଙ୍କ ବଂଶାବଳୀ} [PS] ଶେମ, ହାମ, ଯେଫତ୍‍ ନାମକ ନୋହଙ୍କର ପୁତ୍ରମାନଙ୍କ ବଂଶାବଳୀ ଏହି। ଜଳପ୍ଳାବନ ପରେ ସେମାନଙ୍କର ଏହି ସମସ୍ତ ସନ୍ତାନ ଜନ୍ମିଥିଲେ।
ଆଦି ପୁସ୍ତକ 10 : 2 (IRVOR)
ଗୋମର, ମାଗୋଗ୍‍, ମାଦୟ, ଯବନ, ତୁବଲ୍‍, ମେଶକ୍‍ ଓ ତୀରସ୍‍, ଏମାନେ ଯେଫତ୍‍ର ସନ୍ତାନ।
ଆଦି ପୁସ୍ତକ 10 : 3 (IRVOR)
ଅସ୍କିନସ୍‍ ଓ ରୀଫତ୍‍ ଓ ତୋଗର୍ମା, ଏମାନେ ଗୋମରର ସନ୍ତାନ।
ଆଦି ପୁସ୍ତକ 10 : 4 (IRVOR)
ପୁଣି, ଇଲୀଶା ଓ ତର୍ଶୀଶ ଓ କିତ୍ତୀମ ଓ ଦୋଦାନୀମ, ଏମାନେ ଯବନର ସନ୍ତାନ।
ଆଦି ପୁସ୍ତକ 10 : 5 (IRVOR)
ଏମାନଙ୍କଠାରୁ ଅନ୍ୟଦେଶୀୟମାନଙ୍କର ଦ୍ୱୀପନିବାସୀଗଣ ଆପଣାମାନଙ୍କ ଦେଶବିଦେଶରେ ସ୍ୱ ସ୍ୱ ଭାଷାନୁସାରେ ବ୍ୟାପ୍ତ ହୋଇ ଆପଣା ଆପଣା ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲେ।
ଆଦି ପୁସ୍ତକ 10 : 6 (IRVOR)
କୂଶ, ମିସର, ପୂଟ୍‍ ଓ କିଣାନ, ଏମାନେ ହାମର ସନ୍ତାନ।
ଆଦି ପୁସ୍ତକ 10 : 7 (IRVOR)
ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା, ଏମାନେ କୂଶର ସନ୍ତାନ। ଶିବା ଓ ଦଦାନ, ଏମାନେ ରୟମାର ସନ୍ତାନ।
ଆଦି ପୁସ୍ତକ 10 : 8 (IRVOR)
ନିମ୍ରୋଦ୍‍ କୂଶର ପୁତ୍ର; ସେ ପୃଥିବୀ ମଧ୍ୟରେ ପରାକ୍ରମୀ ହେବାକୁ ଲାଗିଲା।
ଆଦି ପୁସ୍ତକ 10 : 9 (IRVOR)
ସେ ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ହେଲା; ଏଣୁ ଲୋକମାନେ ଏପର୍ଯ୍ୟନ୍ତ ଏହି ଦୃଷ୍ଟାନ୍ତ କହନ୍ତି, “ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ନିମ୍ରୋଦ୍‍ ତୁଲ୍ୟ।”
ଆଦି ପୁସ୍ତକ 10 : 10 (IRVOR)
ପୁଣି, ଶିନୀୟର ଦେଶରେ ବାବିଲ ଓ ଏରକ ଓ ଅକ୍‍କଦ୍‍ ଓ କଲନେ, ଏହିସବୁ ନଗର ତାହାର ପ୍ରଥମ ରାଜ୍ୟ ହେଲା।
ଆଦି ପୁସ୍ତକ 10 : 11 (IRVOR)
ସେହି ଦେଶରୁ ଅଶୂର ନିର୍ଗତ ହୋଇ ନୀନିବୀ ଓ ରହୋବୋତ୍‍ ପୁରୀ ଓ କେଲହ,
ଆଦି ପୁସ୍ତକ 10 : 12 (IRVOR)
ପୁଣି, ନୀନିବୀ ଓ କେଲହର ମଧ୍ୟସ୍ଥିତ ରେଷନ୍‍ ନଗର ସ୍ଥାପନ କଲା; ଏହି ରେଷନ୍‍ ମହାନଗର।
ଆଦି ପୁସ୍ତକ 10 : 13 (IRVOR)
ପୁଣି, ଲୁଦୀୟ ଓ ଅନାମୀୟ ଓ ଲହାବୀୟ ଓ ନପ୍ତୂହୀୟ
ଆଦି ପୁସ୍ତକ 10 : 14 (IRVOR)
ଓ ପଥ୍ରୋଷୀୟ ଓ ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍‍ଲୁହୀୟ ଓ କପ୍ତୋରୀୟ, ଏମାନେ ମିସରର ସନ୍ତାନ।
ଆଦି ପୁସ୍ତକ 10 : 15 (IRVOR)
ପୁଣି, କିଣାନର ଜ୍ୟେଷ୍ଠ ପୁତ୍ର ସୀଦୋନ, ତାହା ଉତ୍ତାରେ ହେତ୍
ଆଦି ପୁସ୍ତକ 10 : 16 (IRVOR)
ଓ ଯିବୂଷୀୟ ଓ ଇମୋରୀୟ ଓ ଗିର୍ଗାଶୀୟ
ଆଦି ପୁସ୍ତକ 10 : 17 (IRVOR)
ଓ ହିବ୍ବୀୟ ଓ ଅର୍କୀୟ ଓ ସିନୀୟ
ଆଦି ପୁସ୍ତକ 10 : 18 (IRVOR)
ଓ ଅର୍ବଦୀୟ ଓ ସମାରୀୟ ଓ ହମାତୀୟ; ଏଥିଉତ୍ତାରେ କିଣାନୀୟମାନଙ୍କ ବଂଶ ବ୍ୟାପିଗଲେ।
ଆଦି ପୁସ୍ତକ 10 : 19 (IRVOR)
ତହିଁରେ ସୀଦୋନଠାରୁ ଗରାର ଦିଗକୁ ଘସା ପର୍ଯ୍ୟନ୍ତ, ପୁଣି, ସଦୋମ ଓ ହମୋରା ଓ ଅଦ୍ମା ଓ ସବୋୟୀମ ଦିଗରେ ଲେଶା ପର୍ଯ୍ୟନ୍ତ କିଣାନୀୟମାନଙ୍କ (ବସତିର) ସୀମା ଥିଲା।
ଆଦି ପୁସ୍ତକ 10 : 20 (IRVOR)
ଆପଣା ଆପଣା ଦେଶ ଓ ଗୋଷ୍ଠୀରେ ସେମାନଙ୍କ ବଂଶ ଓ ଭାଷାନୁସାରେ ଏସମସ୍ତେ ହାମର ସନ୍ତାନ।
ଆଦି ପୁସ୍ତକ 10 : 21 (IRVOR)
ଯେଫତ୍‍ର ଜ୍ୟେଷ୍ଠ ଭ୍ରାତା ଶେମର ମଧ୍ୟ ସନ୍ତାନସନ୍ତତି ଥିଲେ, ଅର୍ଥାତ୍‍, ସେ ଏବରର ସନ୍ତାନମାନଙ୍କ ଆଦିପୁରୁଷ ଥିଲା।
ଆଦି ପୁସ୍ତକ 10 : 22 (IRVOR)
ଶେମର ଏହିସବୁ ସନ୍ତାନ, ଏଲମ୍‍ ଓ ଅଶୂର ଓ ଅର୍ଫକ୍‍ଷଦ ଓ ଲୁଦ୍‍ ଓ ଅରାମ।
ଆଦି ପୁସ୍ତକ 10 : 23 (IRVOR)
ଏହି ଅରାମର ସନ୍ତାନ ଊଷ୍‍ ଓ ହୂଲ ଓ ଗେଥର ଓ ମଶ୍‍।
ଆଦି ପୁସ୍ତକ 10 : 24 (IRVOR)
ପୁଣି, ଅର୍ଫକ୍‍ଷଦର ସନ୍ତାନ ଶେଲହ ଓ ଶେଲହର ସନ୍ତାନ ଏବର।
ଆଦି ପୁସ୍ତକ 10 : 25 (IRVOR)
ଏହି ଏବରର ଦୁଇ ପୁତ୍ର; ଏକର ନାମ ପେଲଗ୍‍ (ବିଭାଗ), କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା; ତାହାର ଭ୍ରାତାର ନାମ ଯକ୍ତନ୍‍।
ଆଦି ପୁସ୍ତକ 10 : 26 (IRVOR)
ପୁଣି, ଯକ୍ତନ୍‍ର ପୁତ୍ର ଅଲ୍‍ମୋଦଦ ଓ ଶେଲଫ୍‍ ଓ ହତ୍‍ସର୍ମାବତ୍‍ ଓ ଯେରହ
ଆଦି ପୁସ୍ତକ 10 : 27 (IRVOR)
ଓ ହଦୋରାମ ଓ ଊଷଲ ଓ ଦିକ୍ଲା
ଆଦି ପୁସ୍ତକ 10 : 28 (IRVOR)
ଓ ଓବଲ ଓ ଅବୀମାୟେଲ୍ ଓ ଶିବା
ଆଦି ପୁସ୍ତକ 10 : 29 (IRVOR)
ଓ ଓଫୀର ଓ ହବୀଲା ଓ ଯୋବବ୍‍, ଏହି ସମସ୍ତ ଯକ୍ତନ୍‍ର ସନ୍ତାନ।
ଆଦି ପୁସ୍ତକ 10 : 30 (IRVOR)
ମେଷା ଅବଧି ପୂର୍ବ ଦିଗର ସଫାର ପର୍ବତ ପର୍ଯ୍ୟନ୍ତ ସେମାନଙ୍କର ବସତି ଥିଲା।
ଆଦି ପୁସ୍ତକ 10 : 31 (IRVOR)
ଆପଣା ଆପଣା ଦେଶରେ ସେମାନଙ୍କର ବଂଶ ଓ ଭାଷା ଓ ଗୋଷ୍ଠୀ ଅନୁସାରେ ଏସମସ୍ତେ ଶେମର ସନ୍ତାନ।
ଆଦି ପୁସ୍ତକ 10 : 32 (IRVOR)
ଆପଣା ଆପଣା ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ; ପୁଣି, ଜଳପ୍ଳାବନ ଉତ୍ତାରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ। [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32

BG:

Opacity:

Color:


Size:


Font: