ଏଜ୍ରା 8 : 1 (IRVOR)
{ନିର୍ବାସିତ ଲୋକଙ୍କ ବଂଶାବଳୀ} [PS] ଅର୍ତ୍ତକ୍ଷସ୍ତ ରାଜାର ଅଧିକାର ସମୟରେ ଆପଣା ଆପଣା ପିତୃବଂଶର ଯେଉଁ ପ୍ରଧାନବର୍ଗ ଆମ୍ଭ ସଙ୍ଗେ ବାବିଲରୁ ଯାତ୍ରା କଲେ, ସେମାନଙ୍କର ବଂଶାବଳୀ ଏହି, ଯଥା,
ଏଜ୍ରା 8 : 2 (IRVOR)
ପୀନହସ୍‍ର ସନ୍ତାନଗଣ ମଧ୍ୟରୁ ଗେର୍ଶୋମ; ଈଥାମରର ସନ୍ତାନଗଣ ମଧ୍ୟରୁ ଦାନିୟେଲ; ଦାଉଦଙ୍କର ସନ୍ତାନଗଣ ମଧ୍ୟରୁ ହଟୂଶ୍‍।
ଏଜ୍ରା 8 : 3 (IRVOR)
ଶଖନୀୟର ସନ୍ତାନଗଣ ମଧ୍ୟରୁ; ପରିୟୋଶର ସନ୍ତାନଗଣ ମଧ୍ୟରୁ ଜିଖରୀୟ ଓ ପୁରୁଷମାନଙ୍କ ବଂଶାବଳୀକ୍ରମେ ତାହା ସଙ୍ଗେ ଗଣିତ ଏକ ଶହ ପଚାଶ ଜଣ।
ଏଜ୍ରା 8 : 4 (IRVOR)
ପହତ୍‍-ମୋୟାବର ସନ୍ତାନଗଣ ମଧ୍ୟରୁ ସରହୀୟର ପୁତ୍ର ଇଲୀହୋଐନୟ ଓ ତାହା ସଙ୍ଗେ ଦୁଇ ଶହ ପୁରୁଷ।
ଏଜ୍ରା 8 : 5 (IRVOR)
ଶଖନୀୟର ସନ୍ତାନଗଣ ମଧ୍ୟରୁ ଯହସୀୟେଲର ପୁତ୍ର; ତାହା ସଙ୍ଗେ ତିନି ଶହ ପୁରୁଷ।
ଏଜ୍ରା 8 : 6 (IRVOR)
ଆଉ, ଆଦୀନର ସନ୍ତାନଗଣ ମଧ୍ୟରୁ ଯୋନାଥନର ପୁତ୍ର ଏବଦ୍‍ ଓ ତାହା ସଙ୍ଗେ ପଚାଶ ପୁରୁଷ।
ଏଜ୍ରା 8 : 7 (IRVOR)
ପୁଣି, ଏଲମ୍‍ର ସନ୍ତାନଗଣ ମଧ୍ୟରୁ ଅଥଲୀୟର ପୁତ୍ର ଯିଶାୟାହ ଓ ତାହା ସଙ୍ଗେ ସତୁରି ପୁରୁଷ।
ଏଜ୍ରା 8 : 8 (IRVOR)
ଆଉ, ଶଫଟୀୟର ସନ୍ତାନଗଣ ମଧ୍ୟରୁ ମୀଖାୟେଲର ପୁତ୍ର ସବଦୀୟ ଓ ତାହା ସଙ୍ଗେ ଅଶୀ ପୁରୁଷ।
ଏଜ୍ରା 8 : 9 (IRVOR)
ଯୋୟାବର ସନ୍ତାନଗଣ ମଧ୍ୟରୁ ଯିହୀୟେଲର ପୁତ୍ର ଓବଦୀୟ ଓ ତାହା ସଙ୍ଗେ ଦୁଇ ଶହ ଅଠର ପୁରୁଷ।
ଏଜ୍ରା 8 : 10 (IRVOR)
ଆଉ, ଶଲୋମୀତ୍‍ର ସନ୍ତାନଗଣ ମଧ୍ୟରୁ ଯୋଷିଫୀୟର ପୁତ୍ର ଓ ତାହା ସଙ୍ଗେ ଏକ ଶହ ଷାଠିଏ ପୁରୁଷ।
ଏଜ୍ରା 8 : 11 (IRVOR)
ପୁଣି, ବେବୟର ସନ୍ତାନଗଣ ମଧ୍ୟରୁ ବେବୟର ପୁତ୍ର ଜିଖରୀୟ ଓ ତାଙ୍କ ସଙ୍ଗେ ଅଠାଇଶ ପୁରୁଷ।
ଏଜ୍ରା 8 : 12 (IRVOR)
ଅସ୍‍ଗଦର ସନ୍ତାନଗଣ ମଧ୍ୟରୁ ହକାଟନର ପୁତ୍ର ଯୋହାନନ୍‍ ଓ ତାହା ସଙ୍ଗେ ଏକ ଶହ ଦଶ ପୁରୁଷ।
ଏଜ୍ରା 8 : 13 (IRVOR)
ଆଉ, ଅଦୋନୀକାମର ସନ୍ତାନଗଣ ମଧ୍ୟରୁ କନିଷ୍ଠମାନେ ଓ ସେମାନଙ୍କ ନାମ ଏହି, ଇଲୀଫେଲଟ୍‍, ଯିୟୀୟେଲ୍‍ ଓ ଶମୟୀୟ; ସେମାନଙ୍କ ସଙ୍ଗେ ଷାଠିଏ ପୁରୁଷ।
ଏଜ୍ରା 8 : 14 (IRVOR)
ଆଉ, ବିଗ୍‍ବୟର ସନ୍ତାନଗଣ ମଧ୍ୟରୁ ଊଥୟ ଓ ସକ୍କୁର ଓ ସେମାନଙ୍କ ସଙ୍ଗେ ସତୁରି ପୁରୁଷ। [PE][PS]
ଏଜ୍ରା 8 : 15 (IRVOR)
ପୁଣି, ମୁଁ ଏମାନଙ୍କୁ ଅହବାଗାମିନୀ ନଦୀ ନିକଟରେ ଏକତ୍ର କଲି; ଆଉ, ସେଠାରେ ଆମ୍ଭେମାନେ ଛାଉଣି କରି ତିନି ଦିନ ରହିଲୁ; ଏଥିରେ ମୁଁ ଲୋକମାନଙ୍କୁ ଓ ଯାଜକମାନଙ୍କୁ ନିରୀକ୍ଷଣ କରି ଲେବୀର ସନ୍ତାନଗଣ ମଧ୍ୟରୁ କାହାକୁ ପାଇଲି ନାହିଁ।
ଏଜ୍ରା 8 : 16 (IRVOR)
ତେବେ ମୁଁ ଇଲୀୟେଜର, ଅରୀୟେଲ, ଶମୟୀୟ, ଇଲ୍‍ନାଥନ୍‍, ଯାରିବ, ଇଲ୍‍ନାଥନ୍‍, ନାଥନ, ଜିଖରୀୟ ଓ ମଶୁଲ୍ଲମ୍‍, ଏହି ପ୍ରଧାନ ଲୋକମାନଙ୍କୁ; ମଧ୍ୟ ଯୋୟାରୀବ୍‍ ଓ ଇଲ୍‍ନାଥନ୍‍ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି।
ଏଜ୍ରା 8 : 17 (IRVOR)
ଏଥିଉତ୍ତାରେ ମୁଁ ସେମାନଙ୍କୁ କାସିଫିଆ ନାମକ ସ୍ଥାନର ପ୍ରଧାନ ଲୋକ ଇଦ୍ଦୋ ନିକଟକୁ ପଠାଇଲି; ପୁଣି, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଚାରକମାନଙ୍କୁ ଆଣ ବୋଲି କାସିଫିଆ ସ୍ଥାନସ୍ଥ ଇଦ୍ଦୋକୁ ଓ ତାହାର ଭ୍ରାତୃଗଣ ନଥୀନୀୟମାନଙ୍କୁ କହିବା ପାଇଁ ମୁଁ ସେମାନଙ୍କୁ ଆଦେଶ କଲି। [PE][PS]
ଏଜ୍ରା 8 : 18 (IRVOR)
ତହୁଁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେମାନେ ଇସ୍ରାଏଲର ପୌତ୍ର, ଲେବୀର ପୁତ୍ର ମହଲିର ସନ୍ତାନଗଣ ମଧ୍ୟରୁ ଏକ ଜଣ ପ୍ରବୀଣ ଲୋକକୁ; ପୁଣି, ଶେରେବୀୟ ଓ ତାହାର ପୁତ୍ର ଓ ଭ୍ରାତୃଗଣ ସମେତ ଅଠର ଜଣକୁ;
ଏଜ୍ରା 8 : 19 (IRVOR)
ଆଉ, ହଶବୀୟ ଓ ତାହା ସଙ୍ଗେ ମରାରି-ସନ୍ତାନଗଣ ମଧ୍ୟରୁ ଯିଶାୟାହ, ତାହାର ଭ୍ରାତୃଗଣ ଓ ସେମାନଙ୍କ ପୁତ୍ରଗଣ ସମେତ କୋଡ଼ିଏ ଜଣକୁ;
ଏଜ୍ରା 8 : 20 (IRVOR)
ଆଉ, ଦାଉଦ ଓ ଅଧିପତିମାନେ ଯେଉଁ ନଥୀନୀୟମାନଙ୍କୁ ଲେବୀୟମାନଙ୍କ ସେବାକାର୍ଯ୍ୟ ନିମନ୍ତେ ଦେଇଥିଲେ, ସେମାନଙ୍କ ମଧ୍ୟରୁ ଦୁଇ ଶହ କୋଡ଼ିଏ ଜଣ ନଥୀନୀୟ ଲୋକ ଆଣିଲେ; ଏସମସ୍ତଙ୍କ ନାମ ଲିଖିତ ହେଲା। [PS]
ଏଜ୍ରା 8 : 21 (IRVOR)
{ଉପବାସ ଓ ପ୍ରାର୍ଥନା} [PS] ଏଥିଉତ୍ତାରେ ଆମ୍ଭମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ବାଳକ ବାଳିକା ଓ ସକଳ ସମ୍ପତ୍ତି ନିମନ୍ତେ ଏକ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ଆପଣାମାନଙ୍କୁ ନମ୍ର କରିବା ପାଇଁ ଆମ୍ଭେ ଅହବା ନଦୀ ନିକଟରେ ଉପବାସର ଘୋଷଣା କଲୁ।
ଏଜ୍ରା 8 : 22 (IRVOR)
କାରଣ ପଥ ମଧ୍ୟରେ ଶତ୍ରୁ ବିରୁଦ୍ଧରେ ଆମ୍ଭମାନଙ୍କର ସାହାଯ୍ୟ କରଣାର୍ଥେ ରାଜାଙ୍କୁ ଏକ ଦଳ ସୈନ୍ୟ ଓ ଅଶ୍ୱାରୂଢ଼ ମାଗିବାକୁ ଆମ୍ଭର ଲଜ୍ଜାବୋଧ ହେଲା; “ଯେହେତୁ ଯେଉଁମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରନ୍ତି, ସେସମସ୍ତଙ୍କର ମଙ୍ଗଳ ନିମନ୍ତେ ସେମାନଙ୍କ ପ୍ରତି ତାହାଙ୍କ ହସ୍ତର ସହାୟତା ଅଛି; ମାତ୍ର ଯେଉଁମାନେ ତାହାଙ୍କୁ ପରିତ୍ୟାଗ କରନ୍ତି, ସେସମସ୍ତଙ୍କ ପ୍ରତିକୂଳରେ ତାହାଙ୍କର ପରାକ୍ରମ ଓ କୋପ ଅଛି।” ଏହି କଥା ଆମ୍ଭେମାନେ ରାଜାଙ୍କୁ କହିଥିଲୁ।
ଏଜ୍ରା 8 : 23 (IRVOR)
ଏହେତୁ ଆମ୍ଭେମାନେ ଉପବାସ କଲୁ ଓ ତହିଁ ନିମନ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ବିନତି କଲୁ; ତହିଁରେ ସେ ଆମ୍ଭମାନଙ୍କ ପ୍ରତି ପ୍ରସନ୍ନ ହେଲେ। [PS]
ଏଜ୍ରା 8 : 24 (IRVOR)
{ମନ୍ଦିର ନିମନ୍ତେ ଉପହାର} [PS] ତହୁଁ ମୁଁ ଯାଜକମାନଙ୍କ ମଧ୍ୟରୁ ବାର ଜଣ ପ୍ରଧାନ ଲୋକଙ୍କୁ, ଅର୍ଥାତ୍‍, ଶେରେବୀୟ, ହଶବୀୟ ଓ ସେମାନଙ୍କ ସହିତ ସେମାନଙ୍କର ଦଶ ଜଣ ଭ୍ରାତାଙ୍କୁ ପୃଥକ୍‍ କଲି;
ଏଜ୍ରା 8 : 25 (IRVOR)
ଆଉ, ରାଜା ଓ ତାହାର ମନ୍ତ୍ରୀଗଣ ଓ ତାହାର ଅଧିପତିମାନେ ଓ ଉପସ୍ଥିତ ଇସ୍ରାଏଲ ଲୋକ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ନିମନ୍ତେ ଯେଉଁ ରୂପା ଓ ସୁନା ଓ ପାତ୍ରସକଳ ଉପହାର ରୂପେ ପ୍ରଦାନ କରିଥିଲେ, ତାହା ସେମାନଙ୍କୁ ତୌଲି ଦେଲି;
ଏଜ୍ରା 8 : 26 (IRVOR)
ମୁଁ ସେମାନଙ୍କ ହସ୍ତରେ ଛଅ ଶହ ପଚାଶ ତାଳନ୍ତ ରୂପା ଓ ଶହେ ତାଳନ୍ତ ରୌପ୍ୟମୟ ପାତ୍ର; ଶହେ ତାଳନ୍ତ ସୁନା;
ଏଜ୍ରା 8 : 27 (IRVOR)
ଏକ ହଜାର ଡ୍ରାକ୍‌ମା (ଗ୍ରୀସ୍‌ଦେଶୀୟ ମୁଦ୍ରା) ମୂଲ୍ୟର କୋଡ଼ିଏ ସ୍ୱର୍ଣ୍ଣମୟ ପାତ୍ର, ପୁଣି ସ୍ୱର୍ଣ୍ଣ ତୁଲ୍ୟ ବହୁମୂଲ୍ୟ, ଉତ୍ତମ ଉଜ୍ଜ୍ୱଳ ପିତ୍ତଳର ଦୁଇ ପାତ୍ର ତୌଲି ଦେଲି। [PE][PS]
ଏଜ୍ରା 8 : 28 (IRVOR)
ପୁଣି, ମୁଁ ସେମାନଙ୍କୁ କହିଲି, “ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟ ଓ ପାତ୍ରସକଳ ମଧ୍ୟ ପବିତ୍ର ଅଟେ; ଆଉ, ଏହି ରୂପା ଓ ସୁନା ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ଉପହାର ଅଟେ।
ଏଜ୍ରା 8 : 29 (IRVOR)
ସଦାପ୍ରଭୁଙ୍କ ଯିରୂଶାଲମସ୍ଥ ଗୃହର କୋଠରିରେ ପ୍ରଧାନ ଯାଜକବର୍ଗର ଓ ଲେବୀୟମାନଙ୍କର ଓ ଇସ୍ରାଏଲୀୟ ପିତୃ ବଂଶାଧିପତିମାନଙ୍କ ସାକ୍ଷାତରେ ଏହାସବୁ ତୌଲି ନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ସତର୍କ ହୁଅ ଓ ଏହାସବୁ ରକ୍ଷା କର।”
ଏଜ୍ରା 8 : 30 (IRVOR)
ତହିଁରେ ଯାଜକମାନେ ଓ ଲେବୀୟମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଗୃହକୁ ଆଣିବା ପାଇଁ ସେହି ତୌଲା ରୂପା ଓ ସୁନା ଓ ପାତ୍ରସକଳ ଗ୍ରହଣ କଲେ। [PE][PS]
ଏଜ୍ରା 8 : 31 (IRVOR)
ଏଥିଉତ୍ତାରେ ଆମ୍ଭେମାନେ ଯିରୂଶାଲମକୁ ଯାତ୍ରା କରିବା ନିମନ୍ତେ ପ୍ରଥମ ମାସର ଦ୍ୱାଦଶ ଦିନ ଅହବା ନଦୀ ନିକଟରୁ ପ୍ରସ୍ଥାନ କଲୁ; ଆମ୍ଭମାନଙ୍କ ପରମେଶ୍ୱରଙ୍କ ହସ୍ତ ଆମ୍ଭମାନଙ୍କର ସହାୟ ହେଲା, ଆଉ ପଥ ମଧ୍ୟରେ ସେ ଶତ୍ରୁ ଓ ଛକି ବସିବା ଲୋକ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କଲେ।
ଏଜ୍ରା 8 : 32 (IRVOR)
ତହିଁରେ ଆମ୍ଭେମାନେ ଯିରୂଶାଲମରେ ଉପସ୍ଥିତ ହୋଇ ସେଠାରେ ତିନି ଦିନ ବିଶ୍ରାମ କଲୁ। [PE][PS]
ଏଜ୍ରା 8 : 33 (IRVOR)
ତହୁଁ ଚତୁର୍ଥ ଦିନ ସେହି ରୂପା ଓ ସୁନା ଓ ପାତ୍ରସକଳ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରେ ତୌଲା ଯାଇ ଊରୀୟ ଯାଜକର ପୁତ୍ର ମରେମୋତ୍‍ ହସ୍ତରେ ଦିଆଗଲା; ତାହା ସଙ୍ଗେ ପୀନ୍‌ହସ୍‌ର ପୁତ୍ର ଇଲୀୟାସର ଥିଲା; ଆଉ, ସେମାନଙ୍କ ସଙ୍ଗେ ଯେଶୂୟର ପୁତ୍ର ଯୋଷାବଦ୍‍ ଓ ବିନ୍ନୁୟିର ପୁତ୍ର ନୋୟଦୀୟ, ଏହି ଲେବୀୟମାନେ ଥିଲେ;
ଏଜ୍ରା 8 : 34 (IRVOR)
ସମଗ୍ର ଦ୍ରବ୍ୟ ଗଣିତ ଓ ପରିମିତ ହୋଇ ଦିଆଗଲା ଓ ସେହି ସମୟରେ ସେହିସବୁର ଓଜନ ଲେଖାଗଲା। [PE][PS]
ଏଜ୍ରା 8 : 35 (IRVOR)
ନିର୍ବାସନରୁ ଆଗତ ବନ୍ଦୀତ୍ୱର ସନ୍ତାନଗଣ ସମଗ୍ର ଇସ୍ରାଏଲ ନିମନ୍ତେ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ ବାର ବୃଷ, ଛୟାନବେ ମେଷ, ସତସ୍ତରି ମେଷଶାବକ, ପାପାର୍ଥକ ବଳି ନିମନ୍ତେ ବାର ଛାଗ ଉତ୍ସର୍ଗ କଲେ; ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥକ ବଳି ଥିଲା।
ଏଜ୍ରା 8 : 36 (IRVOR)
ଏଥିଉତ୍ତାରେ ସେମାନେ ନଦୀ ସେପାରିସ୍ଥ ରାଜପ୍ରତିନିଧିମାନଙ୍କୁ ଓ ଦେଶାଧ୍ୟକ୍ଷମାନଙ୍କୁ ରାଜାଜ୍ଞା ପତ୍ର ସମର୍ପଣ କଲେ; ତହିଁରେ ସେମାନେ ଲୋକମାନଙ୍କର ଓ ପରମେଶ୍ୱରଙ୍କ ଗୃହକାର୍ଯ୍ୟର ସାହାଯ୍ୟ କଲେ। [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36

BG:

Opacity:

Color:


Size:


Font: