ଏଜ୍ରା 7 : 1 (IRVOR)
ଯିରୂଶାଲମରେ ଏଜ୍ରା ଅଧ୍ୟାପକ ଏହିସବୁ ଘଟଣା ଉତ୍ତାରେ ପାରସ୍ୟ ରାଜା ଅର୍ତ୍ତକ୍ଷସ୍ତର ଅଧିକାର ସମୟରେ ସରାୟର ପୁତ୍ର ଏଜ୍ରା ବାବିଲରୁ ଯାତ୍ରା କଲା; ଉକ୍ତ ସରାୟ ଅସରୀୟର ସନ୍ତାନ, ଅସରୀୟ ହିଲ୍କିୟର ସନ୍ତାନ,
ଏଜ୍ରା 7 : 2 (IRVOR)
ହିଲ୍କିୟ ଶଲ୍ଲୁମ୍ର ସନ୍ତାନ, ଶଲ୍ଲୁମ୍ ସାଦୋକର ସନ୍ତାନ, ସାଦୋକ ଅହୀଟୂବର ସନ୍ତାନ,
ଏଜ୍ରା 7 : 3 (IRVOR)
ଅହୀଟୂବ ଅମରୀୟର ସନ୍ତାନ, ଅମରୀୟ ଅସରିୟର ସନ୍ତାନ, ଅସରୀୟ ମରାୟୋତର ସନ୍ତାନ,
ଏଜ୍ରା 7 : 4 (IRVOR)
ମରାୟୋତ ସରହୀୟର ସନ୍ତାନ, ସରହୀୟ ଉଷିର ସନ୍ତାନ, ଉଷି ବୁକ୍କିର ସନ୍ତାନ,
ଏଜ୍ରା 7 : 5 (IRVOR)
ବୁକ୍କି ଅବୀଶୂୟର ସନ୍ତାନ, ଅବୀଶୂୟ ପୀନହସ୍ର ସନ୍ତାନ, ପୀନହସ ଇଲୀୟାସରର ସନ୍ତାନ, ଇଲିୟାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର।
ଏଜ୍ରା 7 : 6 (IRVOR)
ଏହି ଏଜ୍ରା ବାବିଲରୁ ପ୍ରସ୍ଥାନ କଲେ; ସେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ପ୍ରଦତ୍ତ ମୋଶାଙ୍କ ବ୍ୟବସ୍ଥାରେ ନିପୁଣ ଅଧ୍ୟାପକ ଥିଲେ; ପୁଣି, ତାଙ୍କ ପ୍ରତି ତାଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ହସ୍ତର ସହାୟତା ପ୍ରମାଣେ ରାଜା ତାହାର ସମସ୍ତ ପ୍ରାର୍ଥିତ ବିଷୟ ତାହାଙ୍କୁ ପ୍ରଦାନ କଲେ।
ଏଜ୍ରା 7 : 7 (IRVOR)
ଆଉ, ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷରେ ଇସ୍ରାଏଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲେବୀୟମାନଙ୍କର କେତେକ ଲୋକ, ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥୀନୀୟମାନେ ଯିରୂଶାଲମକୁ ଗଲେ।
ଏଜ୍ରା 7 : 8 (IRVOR)
ଆଉ, ଏଜ୍ରା ପଞ୍ଚମ ମାସରେ, ଅର୍ଥାତ୍, ରାଜାର ସେହି ସପ୍ତମ ବର୍ଷରେ ଯିରୂଶାଲମରେ ଉପସ୍ଥିତ ହେଲେ।
ଏଜ୍ରା 7 : 9 (IRVOR)
କାରଣ, ସେ ପ୍ରଥମ ମାସର ପ୍ରଥମ ଦିନ ବାବିଲରୁ ଯାତ୍ରା ଆରମ୍ଭ କଲେ, ପୁଣି ତାଙ୍କ ପ୍ରତି ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେ ପଞ୍ଚମ ମାସର ପ୍ରଥମ ଦିନରେ ଯିରୂଶାଲମରେ ଉପସ୍ଥିତ ହେଲେ।
ଏଜ୍ରା 7 : 10 (IRVOR)
ଯେଣୁ ଏଜ୍ରା ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସନ୍ଧାନ ଓ ପାଳନ କରିବାକୁ, ପୁଣି ଇସ୍ରାଏଲ ମଧ୍ୟରେ ବିଧି ଓ ଶାସନ ଶିକ୍ଷା ଦେବାକୁ ଆପଣା ମନ ନିବେଶ କରିଥିଲେ।
ଏଜ୍ରା 7 : 11 (IRVOR)
ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ଦେଇଥିବା ପତ୍ର ଅର୍ତ୍ତକ୍ଷସ୍ତ ରାଜା ଅଧ୍ୟାପକ ଏଜ୍ରା ଯାଜକକୁ, ଅର୍ଥାତ୍, ସଦାପ୍ରଭୁଙ୍କ ଆଜ୍ଞାବାକ୍ୟର ଓ ଇସ୍ରାଏଲ ପ୍ରତି ତାହାଙ୍କ ବିଧିର ଅଧ୍ୟାପକକୁ ଯେଉଁ ପତ୍ର ଦେଇଥିଲା, ତହିଁର ପ୍ରତିଲିପି ଏହି, ଯଥା,
ଏଜ୍ରା 7 : 12 (IRVOR)
“ରାଜାଧିରାଜ ଅର୍ତ୍ତକ୍ଷସ୍ତ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ବ୍ୟବସ୍ଥାଧ୍ୟାପକ, ସିଦ୍ଧ, ଇତ୍ୟାଦି ଏଜ୍ରା ଯାଜକ ପ୍ରତି,
ଏଜ୍ରା 7 : 13 (IRVOR)
ମୁଁ ଆଜ୍ଞା କରୁଅଛି ଯେ, ମୋ’ ରାଜ୍ୟସ୍ଥିତ ଇସ୍ରାଏଲ ମଧ୍ୟରୁ ଯେତେ ଲୋକ, ପୁଣି ସେମାନଙ୍କର ଯାଜକ ଓ ଲେବୀୟମାନେ ଯିରୂଶାଲମକୁ ସ୍ଵେଚ୍ଛାରେ ଯିବାକୁ ମନ କରନ୍ତି, ସେମାନେ ତୁମ୍ଭ ସଙ୍ଗେ ଯାଉନ୍ତୁ।
ଏଜ୍ରା 7 : 14 (IRVOR)
କାରଣ ତୁମ୍ଭ ହସ୍ତସ୍ଥିତ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ପ୍ରମାଣେ ଯିହୁଦା ଓ ଯିରୂଶାଲମର ତତ୍ତ୍ୱାନୁସନ୍ଧାନ କରିବାକୁ,
ଏଜ୍ରା 7 : 15 (IRVOR)
ପୁଣି, ଯିରୂଶାଲମରେ ଯାହାଙ୍କର ଆବାସ ଅଛି, ଇସ୍ରାଏଲର ସେହି ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜା ଓ ତାଙ୍କ ମନ୍ତ୍ରୀଗଣର ସ୍ଵେଚ୍ଛାଦତ୍ତ ସୁନା ଓ ରୂପା,
ଏଜ୍ରା 7 : 16 (IRVOR)
ଆଉ, ବାବିଲର ସମୁଦାୟ ପ୍ରଦେଶରେ ତୁମ୍ଭେ ଯେସମସ୍ତ ରୂପା ଓ ସୁନା ପାଇବ, ପୁଣି ଲୋକମାନେ ଓ ଯାଜକମାନେ ସେମାନଙ୍କ ପରମେଶ୍ୱରଙ୍କ ଯିରୂଶାଲମସ୍ଥିତ ଗୃହ ନିମନ୍ତେ ସ୍ଵେଚ୍ଛାପୂର୍ବକ ଯାହା ଦେବେ, ସେହିସବୁ ସ୍ଵେଚ୍ଛାଦତ୍ତ ଉପହାର ନେବା ନିମନ୍ତେ ତୁମ୍ଭେ ରାଜା ଓ ତାଙ୍କ ସପ୍ତ ମନ୍ତ୍ରୀ ଦ୍ୱାରା ପ୍ରେରିତ ହେଉଅଛ;
ଏଜ୍ରା 7 : 17 (IRVOR)
ଏହେତୁ ତୁମ୍ଭେ ଏହି ମୁଦ୍ରା ଦ୍ୱାରା ଯତ୍ନପୂର୍ବକ ବୃଷ, ମେଷ, ମେଷଶାବକ ଓ ତହିଁ ସଙ୍ଗେ ନିରୂପିତ ଭକ୍ଷ୍ୟ ଓ ପେୟ ନୈବେଦ୍ୟ କ୍ରୟ କରି ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଯିରୂଶାଲମସ୍ଥିତ ଗୃହର ଯଜ୍ଞବେଦି ଉପରେ ଉତ୍ସର୍ଗ କରିବ।
ଏଜ୍ରା 7 : 18 (IRVOR)
ଆଉ, ଅବଶିଷ୍ଟ ରୂପା ଓ ସୁନାରେ ତୁମ୍ଭକୁ ଓ ତୁମ୍ଭ ଭ୍ରାତୃବର୍ଗଙ୍କୁ ଯାହା କରିବାକୁ ଭଲ ଦିଶିବ, ତାହା ତୁମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ଇଚ୍ଛା ପ୍ରମାଣେ କରିବ।
ଏଜ୍ରା 7 : 19 (IRVOR)
ପୁଣି, ତୁମ୍ଭ ପରମେଶ୍ୱରଙ୍କ ଗୃହର ସେବାର୍ଥକ ଯେସକଳ ପାତ୍ର ତୁମ୍ଭକୁ ଦିଆଯାଉଅଛି, ତାହାସବୁ ତୁମ୍ଭେ ଯିରୂଶାଲମର ପରମେଶ୍ୱରଙ୍କ ସମ୍ମୁଖରେ ସମର୍ପଣ କର।
ଏଜ୍ରା 7 : 20 (IRVOR)
ପୁଣି, ତୁମ୍ଭ ପରମେଶ୍ୱରଙ୍କ ଗୃହ ନିମନ୍ତେ ପ୍ରୟୋଜନୀୟ ଆଉ ଯାହା କିଛି ତୁମ୍ଭକୁ ଦେବାକୁ ପଡ଼ିବ, ତାହା ରାଜାଙ୍କ ଭଣ୍ଡାର ଗୃହରୁ ଦିଅ।
ଏଜ୍ରା 7 : 21 (IRVOR)
ଆଉ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ବ୍ୟବସ୍ଥାଧ୍ୟାପକ ଏଜ୍ରା ଯାଜକ ତୁମ୍ଭମାନଙ୍କଠାରୁ ଯାହା ଯାହା ଚାହିଁବ,
ଏଜ୍ରା 7 : 22 (IRVOR)
ତାହାସବୁ ଏକ ଶହ ତାଳନ୍ତ ପର୍ଯ୍ୟନ୍ତ ରୂପା* ଏକ ଶହ ତାଳନ୍ତ ପର୍ଯ୍ୟନ୍ତ ରୂପା ଅର୍ଥାତ୍ 3,400 କିଲୋଗ୍ରାମ୍ ଓ ଏକ ଶହ ମହଣ ପର୍ଯ୍ୟନ୍ତ ଗହମ † ଏକ ଶହ ମହଣ ପର୍ଯ୍ୟନ୍ତ ଗହମ ଅର୍ଥାତ୍ 10,000 କିଲୋଗ୍ରାମ୍ ଓ ଏକ ଶହ ମହଣ ପର୍ଯ୍ୟନ୍ତ ଦ୍ରାକ୍ଷାରସ ଓ ଏକ ଶହ ମହଣ ପର୍ଯ୍ୟନ୍ତ ତୈଳ ‡ ଏକ ଶହ ମହଣ ପର୍ଯ୍ୟନ୍ତ ଦ୍ରାକ୍ଷାରସ ଓ ଏକ ଶହ ମହଣ ପର୍ଯ୍ୟନ୍ତ ତୈଳ ଅର୍ଥାତ୍ 2,000 ଲିଟର ଓ ଅପରିମିତ ଲବଣ ଯତ୍ନପୂର୍ବକ ଦେବା ପାଇଁ ଆମ୍ଭେ ଅର୍ତ୍ତକ୍ଷସ୍ତ ରାଜା ନଦୀ ସେପାରିସ୍ଥ ସମସ୍ତ କୋଷାଧ୍ୟକ୍ଷଙ୍କୁ ଆଜ୍ଞା କରୁଅଛୁ।
ଏଜ୍ରା 7 : 23 (IRVOR)
ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଦ୍ୱାରା ଯାହା ଯାହା ଆଜ୍ଞା କରାଯାଇଅଛି, ତାହାସବୁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଗୃହ ନିମନ୍ତେ ଠିକ୍ ରୂପେ କରାଯାଉ; କାରଣ ରାଜା ଓ ତାଙ୍କ ପୁତ୍ରଗଣର ରାଜ୍ୟ ବିରୁଦ୍ଧରେ କାହିଁକି କୋପ ବର୍ତ୍ତିବ ?
ଏଜ୍ରା 7 : 24 (IRVOR)
ଆହୁରି, ଯାଜକମାନଙ୍କର ଓ ଲେବୀୟମାନଙ୍କର, ଗାୟକମାନଙ୍କର, ଦ୍ୱାରପାଳମାନଙ୍କର, ନଥୀନୀୟମାନଙ୍କର ଓ ପରମେଶ୍ୱରଙ୍କ ଏହି ଗୃହର ସେବକମାନଙ୍କର କାହାରି ଉପରେ କର, ରାଜସ୍ୱ ବା ମାଶୁଲ ବସାଇବା ବ୍ୟବସ୍ଥା ବିରୁଦ୍ଧ ହେବ ବୋଲି ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ।
ଏଜ୍ରା 7 : 25 (IRVOR)
ଆଉ, ହେ ଏଜ୍ରା, ତୁମ୍ଭ ପରମେଶ୍ୱରଙ୍କ ବିଷୟକ ଯେଉଁ ଜ୍ଞାନ ତୁମ୍ଭ ହସ୍ତରେ ଅଛି, ତଦନୁସାରେ ନଦୀ ସେପାରିସ୍ଥ ସମସ୍ତ ଲୋକଙ୍କର ବିଚାରାର୍ଥେ ଯେଉଁମାନେ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ଜାଣନ୍ତି, ଏପରି ଶାସନକର୍ତ୍ତା ଓ ବିଚାରକର୍ତ୍ତାମାନଙ୍କୁ ତୁମ୍ଭେ ନିଯୁକ୍ତ କର; ଆଉ, ଯେ ତାହା ନ ଜାଣେ, ତାହାକୁ ତୁମ୍ଭେମାନେ ଶିକ୍ଷା ଦିଅ।
ଏଜ୍ରା 7 : 26 (IRVOR)
ଆଉ, ଯେକେହି ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ଓ ରାଜ ବ୍ୟବସ୍ଥା ପାଳିବାକୁ ଅସମ୍ମତ ହେବ, ସେହି ଦୋଷ ପ୍ରାଣଦଣ୍ଡର କି ନିର୍ବାସନର କି ଅର୍ଥଦଣ୍ଡର କି କାରାଦଣ୍ଡର ଯୋଗ୍ୟ ହେଉ ପଛେ, ଯତ୍ନପୂର୍ବକ ତାହାର ଶାସନ କରାଯିବ।”
ଏଜ୍ରା 7 : 27 (IRVOR)
ଯେଉଁ ସଦାପ୍ରଭୁ ଆମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ଯିରୂଶାଲମସ୍ଥିତ ଗୃହ ଶୋଭାନ୍ୱିତ କରିବାକୁ ରାଜାର ଅନ୍ତଃକରଣକୁ ଏରୂପ ଉଦ୍ଦୀପିତ କରିଅଛନ୍ତି,
ଏଜ୍ରା 7 : 28 (IRVOR)
ଆଉ, ରାଜାର ଓ ତାହାର ମନ୍ତ୍ରୀଗଣର ଓ ରାଜାର ପରାକ୍ରାନ୍ତ ଅଧିପତି ସମସ୍ତଙ୍କ ସାକ୍ଷାତରେ ମୋ’ ପ୍ରତି ଦୟା ପ୍ରକାଶ କରିଅଛନ୍ତି, ସେ ଧନ୍ୟ ହେଉନ୍ତୁ। ଏହିରୂପେ ମୋ’ ପ୍ରତି ସଦାପ୍ରଭୁ ମୋ’ ପରମେଶ୍ୱରଙ୍କ ହସ୍ତର ସହାୟତା ପ୍ରମାଣେ ମୁଁ ସବଳ ହେଲି ଓ ମୋ’ ସଙ୍ଗେ ଯାତ୍ରା କରିବାକୁ ଇସ୍ରାଏଲ ମଧ୍ୟରୁ ପ୍ରଧାନ ଲୋକଙ୍କୁ ଏକତ୍ର କଲି।
❮
❯
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28