ଯିହିଜିକଲ 21 : 1 (IRVOR)
{ସଦାପ୍ରଭୁଙ୍କ ନିଷ୍କୋଷ ଖଡ୍ଗ} [PS] ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
ଯିହିଜିକଲ 21 : 2 (IRVOR)
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଯିରୂଶାଲମ ପ୍ରତି ଆପଣା ମୁଖ ରଖ, ପବିତ୍ର ସ୍ଥାନ ସମୂହର ପ୍ରତି ଆପଣା ବାକ୍ୟ ବର୍ଷଣ କର ଓ ଇସ୍ରାଏଲ ଦେଶ ବିରୁଦ୍ଧରେ ଭବିଷ୍ୟଦ୍‍-ବାକ୍ୟ ପ୍ରଚାର କର,
ଯିହିଜିକଲ 21 : 3 (IRVOR)
ଆଉ, ଇସ୍ରାଏଲ ଦେଶକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ଆମ୍ଭେ ଆପଣା ଖଡ୍ଗ କୋଷରୁ ବାହାର କରି ତୁମ୍ଭ ମଧ୍ୟରୁ ଧାର୍ମିକ ଓ ଦୁଷ୍ଟକୁ ବଧ କରିବା।
ଯିହିଜିକଲ 21 : 4 (IRVOR)
ଆମ୍ଭେ ତୁମ୍ଭ ମଧ୍ୟରୁ ଧାର୍ମିକ ଓ ଦୁଷ୍ଟକୁ ବଧ କରିବା, ଏଥିପାଇଁ ଆମ୍ଭର ଖଡ୍ଗ କୋଷରୁ ବାହାରି ଦକ୍ଷିଣଠାରୁ ଉତ୍ତର ପର୍ଯ୍ୟନ୍ତ ସମସ୍ତ ପ୍ରାଣୀର ବିରୁଦ୍ଧରେ ଯିବ;
ଯିହିଜିକଲ 21 : 5 (IRVOR)
ତହିଁରେ ସମସ୍ତ ପ୍ରାଣୀ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ ଆପଣା ଖଡ୍ଗ କୋଷରୁ ବାହାର କରିଅଛୁ; ତାହା ଆଉ ଫେରିବ ନାହିଁ।
ଯିହିଜିକଲ 21 : 6 (IRVOR)
ଏହେତୁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଦୀର୍ଘ ନିଃଶ୍ୱାସ ଛାଡ଼; ତୁମ୍ଭେ ଆପଣା କଟୀ ଭାଙ୍ଗି ମନସ୍ତାପପୂର୍ବକ ସେମାନଙ୍କ ସାକ୍ଷାତରେ ଦୀର୍ଘ ନିଃଶ୍ୱାସ ଛାଡ଼ିବ।
ଯିହିଜିକଲ 21 : 7 (IRVOR)
ଆଉ, ତୁମ୍ଭେ କାହିଁକି ଦୀର୍ଘ ନିଃଶ୍ୱାସ ଛାଡ଼ୁଅଛ ? ଏ କଥା ଯଦି ସେମାନେ ତୁମ୍ଭକୁ ପଚାରିବେ, ତେବେ ତୁମ୍ଭେ କହିବ, ସମ୍ବାଦ ସକାଶେ, କାରଣ ତାହା ଆସୁଅଛି; ତହିଁରେ ପ୍ରତ୍ୟେକ ହୃଦୟ ତରଳି ଯିବ ଓ ସକଳ ହସ୍ତ ଦୁର୍ବଳ ହେବ, ପ୍ରତ୍ୟେକ ମନ କ୍ଳାନ୍ତ ହେବ ଓ ସମସ୍ତ ଆଣ୍ଠୁ ଜଳ ପରି ହେବ; ଦେଖ, ତାହା ଆସୁଅଛି ଓ ତାହା ସିଦ୍ଧ ହେବ,” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
ଯିହିଜିକଲ 21 : 8 (IRVOR)
ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
ଯିହିଜିକଲ 21 : 9 (IRVOR)
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କୁହ, ସଦାପ୍ରଭୁ ଏହି କଥା କହନ୍ତି; କୁହ, ଖଡ୍ଗ, ଖଡ୍ଗ, ତାହା ଶାଣିତ ଓ ମଧ୍ୟ ମାର୍ଜିତ ହୋଇଅଛି;
ଯିହିଜିକଲ 21 : 10 (IRVOR)
ହତ୍ୟା କରିବା ନିମନ୍ତେ ତାହା ଶାଣିତ ହୋଇଅଛି, ବିଜୁଳି ପରି ହେବା ପାଇଁ ତାହା ମାର୍ଜିତ ହୋଇଅଛି; ତେବେ ଆମ୍ଭେମାନେ କି ଆମୋଦ ପ୍ରମୋଦ କରିବା ? ଆମ୍ଭ ପୁତ୍ରର ରାଜଦଣ୍ଡ ଯାବତୀୟ କାଷ୍ଠକୁ ତୁଚ୍ଛ କରେ।
ଯିହିଜିକଲ 21 : 11 (IRVOR)
ପୁଣି, ହାତରେ ଧରାଯିବା ନିମନ୍ତେ ତାହା ମାର୍ଜିତ ହେବା ପାଇଁ ଦିଆଯାଇଅଛି; ହନ୍ତାର ହସ୍ତରେ ଦେବା ନିମନ୍ତେ ଖଡ୍ଗ ଶାଣିତ ଓ ମାର୍ଜିତ ହୋଇଅଛି।
ଯିହିଜିକଲ 21 : 12 (IRVOR)
ହେ ମନୁଷ୍ୟ-ସନ୍ତାନ, କ୍ରନ୍ଦନ ଓ ହାହାକାର କର; କାରଣ ତାହା ଆମ୍ଭର ଲୋକମାନଙ୍କ ବିରୁଦ୍ଧରେ, ଇସ୍ରାଏଲର ସମସ୍ତ ଅଧିପତିଗଣର ବିରୁଦ୍ଧରେ ଉପସ୍ଥିତ ହୋଇଅଛି; ସେମାନେ ଆମ୍ଭ ଲୋକମାନଙ୍କ ସହିତ ଖଡ୍ଗରେ ସମର୍ପିତ ହୋଇଅଛନ୍ତି, ଏଣୁ ତୁମ୍ଭେ ଆପଣା ଊରୁଦେଶରେ ଆଘାତ କର।
ଯିହିଜିକଲ 21 : 13 (IRVOR)
କାରଣ ପରୀକ୍ଷା ଗୋଟିଏ ଅଛି, ପୁଣି, ସେହି ତୁଚ୍ଛକାରୀ ରାଜଦଣ୍ଡ ଆଉ ନ ରହେ, ତେବେ ତହିଁରେ ହିଁ କି ? ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
ଯିହିଜିକଲ 21 : 14 (IRVOR)
ଏହେତୁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ଓ ତୁମ୍ଭ ଦୁଇ ହସ୍ତ ଏକତ୍ର ମାର; ସେହି ଖଡ୍ଗ, ଆହତ ଲୋକମାନଙ୍କର ଖଡ୍ଗ ଦୁଇଗୁଣ, ତିନିଗୁଣ ହେଉ; ତାହା ଆହତ ମହତ ଲୋକର ଖଡ୍ଗ, ତାହା ସେମାନଙ୍କ ଭିତର କୋଠରିରେ ପ୍ରବେଶ କରେ।
ଯିହିଜିକଲ 21 : 15 (IRVOR)
ସେମାନଙ୍କର ଅନ୍ତଃକରଣ ଯେପରି ତରଳି ଯାଏ ଓ ସେମାନଙ୍କର ଅନେକ ବିଘ୍ନ ଜନ୍ମେ, ଏଥିପାଇଁ ଆମ୍ଭେ ସେମାନଙ୍କର ସକଳ ନଗର-ଦ୍ୱାର ବିରୁଦ୍ଧରେ ଖଡ୍ଗର ଅଗ୍ରଭାଗ ରଖିଅଛୁ; ଆଃ ! ତାହା ବିଜୁଳି ତୁଲ୍ୟ ନିର୍ମିତ, ହତ୍ୟା କରିବା ନିମନ୍ତେ ତାହା ତୀକ୍ଷ୍ଣ କରାଯାଇଅଛି।
ଯିହିଜିକଲ 21 : 16 (IRVOR)
ତୁମ୍ଭେ ଆପଣାକୁ ଏକତ୍ର କର, ଡାହାଣକୁ ଯାଅ, ଆପଣାକୁ ସଜାଇ ବାମ ପ୍ରତି ଯାଅ; ଯେକୌଣସି ପ୍ରତି ତୁମ୍ଭର ମୁଖ ରଖାଯାଇଅଛି (ଆପଣାକୁ ପ୍ରସ୍ତୁତ କର)।
ଯିହିଜିକଲ 21 : 17 (IRVOR)
ଆମ୍ଭେ ମଧ୍ୟ ଆପଣାର ଦୁଇ ହସ୍ତ ଏକତ୍ର ମାରିବା ଓ ଆମ୍ଭେ ଆପଣା କୋପକୁ ତୃପ୍ତ କରାଇବା,” ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।
ଯିହିଜିକଲ 21 : 18 (IRVOR)
ପୁନର୍ବାର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
ଯିହିଜିକଲ 21 : 19 (IRVOR)
“ହେ ମନୁଷ୍ୟ-ସନ୍ତାନ, ବାବିଲ ରାଜାର ଖଡ୍ଗ ଆସିବା ପାଇଁ ତୁମ୍ଭେ ଆହୁରି ଦୁଇ ପଥ ନିରୂପଣ କର; ସେ ଦୁଇ ପଥ ଏକ ଦେଶରୁ ଆସିବ; ଆଉ, ତୁମ୍ଭେ ଏକ ସ୍ଥାନ ଚିହ୍ନିତ କର, ନଗରଗାମୀ ପଥ-ମୁଣ୍ଡରେ ଚିହ୍ନିତ କର।
ଯିହିଜିକଲ 21 : 20 (IRVOR)
ଅମ୍ମୋନ ସନ୍ତାନଗଣର ରବ୍ବାକୁ ଓ ପ୍ରାଚୀର-ବେଷ୍ଟିତ ଯିରୂଶାଲମସ୍ଥ ଯିହୁଦାକୁ ଖଡ୍ଗ ଆସିବା ନିମନ୍ତେ ତୁମ୍ଭେ ପଥ ପ୍ରସ୍ତୁତ କର।
ଯିହିଜିକଲ 21 : 21 (IRVOR)
କାରଣ ବାବିଲ ରାଜା ମନ୍ତ୍ର ପାଠ କରିବା ନିମନ୍ତେ ଦୁଇ ପଥର ସଙ୍ଗମ ସ୍ଥାନରେ, ଅର୍ଥାତ୍‍, ଦୁଇ ପଥର ମୁଣ୍ଡରେ ଠିଆ ହେଲା; ସେ ତୀରସବୁ ଏଣେତେଣେ ହଲାଇଲା, ସେ ଠାକୁରମାନଙ୍କୁ ମନ୍ତ୍ରଣା ପଚାରିଲା, ସେ ଯକୃତ ନିରୀକ୍ଷଣ କଲା।
ଯିହିଜିକଲ 21 : 22 (IRVOR)
ତାହାର ଦକ୍ଷିଣ ହସ୍ତରେ ଯିରୂଶାଲମ ନାମରେ, ଅର୍ଥାତ୍‍, ସେହି ସ୍ଥାନରେ ପ୍ରାଚୀର-ଭେଦକ ଯନ୍ତ୍ର ସ୍ଥାପନ କରିବାକୁ, ବଧଆଜ୍ଞା ଦେବାକୁ, ଉଚ୍ଚସ୍ୱରରେ ସିଂହନାଦ କରିବାକୁ, ନଗରର ଦ୍ୱାରସମୂହର ବିରୁଦ୍ଧରେ ପ୍ରାଚୀର-ଭେଦକ ଯନ୍ତ୍ର ସ୍ଥାପନ କରିବାକୁ, ବନ୍ଧ ବାନ୍ଧିବାକୁ ଓ ଦୁର୍ଗ ନିର୍ମାଣ କରିବାକୁ ଯିରୂଶାଲମର ନାମରେ ମନ୍ତ୍ର ଉଠିଲା।
ଯିହିଜିକଲ 21 : 23 (IRVOR)
ମାତ୍ର ସେମାନଙ୍କ ପ୍ରତି, ଅର୍ଥାତ୍‍, ଯେଉଁମାନେ ଥରକୁଥର ସେମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେମାନଙ୍କ ଦୃଷ୍ଟିରେ ତାହା ମିଥ୍ୟା ବୋଧ ହେବ; ତଥାପି ସେମାନେ ଯେପରି ଧରାଯିବେ, ଏଥିପାଇଁ ସେ ସେମାନଙ୍କର ଅଧର୍ମ ସ୍ମରଣରେ ଆଣିବେ।
ଯିହିଜିକଲ 21 : 24 (IRVOR)
ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭମାନଙ୍କର ଆଜ୍ଞା-ଲଘଂନସବୁ ଅନାବୃତ ହେବାରେ ତୁମ୍ଭେମାନେ ଆପଣାମାନଙ୍କର ଅଧର୍ମ ସ୍ମରଣ କରାଇଅଛ, ଏଥିପାଇଁ ତୁମ୍ଭମାନଙ୍କର ସକଳ କ୍ରିୟାରେ ତୁମ୍ଭମାନଙ୍କର ପାପ ପ୍ରକାଶ ପାଏ; ତୁମ୍ଭେମାନେ ସ୍ମରଣରେ ଆସିବାରୁ ତୁମ୍ଭେମାନେ ହସ୍ତରେ ଧରାଯିବ।”
ଯିହିଜିକଲ 21 : 25 (IRVOR)
ପୁଣି, ହେ ଆହତ ଦୁଷ୍ଟ ଇସ୍ରାଏଲୀୟ ଅଧିପତି, ଅନ୍ତିମ ଅପରାଧ ସମୟରେ ତୁମ୍ଭର ଦିନ ଉପସ୍ଥିତ ହୋଇଅଛି;
ଯିହିଜିକଲ 21 : 26 (IRVOR)
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; “ଶିରୋଭୂଷଣ ଦୂର କର, ରାଜମୁକୁଟ କାଢ଼ି ପକାଅ; ଏହା ସେହିପରି ଆଉ ରହିବ ନାହିଁ; ଯାହା ନୀଚ, ତାହାକୁ ଉଚ୍ଚ କର ଓ ଯାହା ଉଚ୍ଚ, ତାହାକୁ ନୀଚ କର।”
ଯିହିଜିକଲ 21 : 27 (IRVOR)
ଆମ୍ଭେ ତାହା ଓଲଟାଇ ପକାଇବା, ଓଲଟାଇ ପକାଇବା, ଓଲଟାଇ ପକାଇବା; ଯେ ଅଧିକାରୀ ଅଟନ୍ତି, ସେ ନ ଆସିବା ପର୍ଯ୍ୟନ୍ତ ଏହା ମଧ୍ୟ ଆଉ ରହିବ ନାହିଁ, ତହୁଁ ଆମ୍ଭେ ତାହାଙ୍କୁ ଏହା ଦେବା।
ଯିହିଜିକଲ 21 : 28 (IRVOR)
ପୁଣି ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କୁହ, ପ୍ରଭୁ, ସଦାପ୍ରଭୁ ଅମ୍ମୋନ-ସନ୍ତାନଗଣ ବିଷୟରେ ଓ ସେମାନଙ୍କ ଅପମାନ ବିଷୟରେ ଏହି କଥା କହନ୍ତି; ତୁମ୍ଭେ କୁହ, ଅନ୍ତିମ ଅଧର୍ମ ସମୟରେ ଯେଉଁମାନଙ୍କର ଦିନ ଉପସ୍ଥିତ ହୋଇଅଛି, ଏପରି ଆହତ ଦୁଷ୍ଟ ଲୋକମାନଙ୍କର ଗ୍ରୀବା ଉପରେ ତୁମ୍ଭକୁ ଥୋଇବା ନିମନ୍ତେ ଲୋକମାନେ ତୁମ୍ଭ ପାଇଁ ଅସାର ଦର୍ଶନ ପାଇଲେ ହେଁ ଓ ତୁମ୍ଭ ନିକଟରେ ମିଥ୍ୟା ମନ୍ତ୍ର ପାଠ କଲେ ହେଁ,
ଯିହିଜିକଲ 21 : 29 (IRVOR)
ଖଡ୍ଗ, ଖଡ୍ଗ ନିଷ୍କୋଷ ହୋଇଅଛି, ହତ୍ୟା ଓ ଗ୍ରାସ କରିବା ନିମନ୍ତେ ତାହା ଯେପରି ବିଦ୍ୟୁତ ପରି ହେବ, ଏଥିପାଇଁ ତାହା ମାର୍ଜ୍ଜିତ ହୋଇଅଛି।
ଯିହିଜିକଲ 21 : 30 (IRVOR)
ତାକୁ ପୁନର୍ବାର ତାହାର କୋଷକୁ ଫେରାଇ ଆଣ। ତୁମ୍ଭେ ଯେଉଁ ସ୍ଥାନରେ ସୃଷ୍ଟ ହୋଇଥିଲ ଓ ଯେଉଁ ଦେଶରେ ତୁମ୍ଭେ ଜନ୍ମ ହୋଇଥିଲ, ସେଠାରେ ଆମ୍ଭେ ତୁମ୍ଭର ବିଚାର କରିବା।
ଯିହିଜିକଲ 21 : 31 (IRVOR)
ଆଉ, ଆମ୍ଭେ ତୁମ୍ଭ ଉପରେ ଆପଣା କ୍ରୋଧ ଢାଳିବା; ଆମ୍ଭେ ତୁମ୍ଭ ଉପରେ ଆପଣା କୋପରୂପ ଅଗ୍ନି ଫୁଙ୍କିବା; ପୁଣି, ଆମ୍ଭେ ପଶୁବତ୍‍ ଓ ବିନାଶ କରିବାକୁ ନିପୁଣ ଲୋକମାନଙ୍କ ହସ୍ତରେ ତୁମ୍ଭକୁ ସମର୍ପଣ କରିବା।
ଯିହିଜିକଲ 21 : 32 (IRVOR)
ତୁମ୍ଭେ ଅଗ୍ନି ପାଇଁ ଜାଳ ସ୍ୱରୂପ ହେବ; ତୁମ୍ଭର ରକ୍ତ ଦେଶ ମଧ୍ୟରେ ପତିତ ହେବ; ତୁମ୍ଭେ ଆଉ ସ୍ମୃତି ପଥରେ ଆସିବ ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।” [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32

BG:

Opacity:

Color:


Size:


Font: