ଯିହିଜିକଲ 12 : 1 (IRVOR)
{ଯିହୂଦାର ବନ୍ଦୀତ୍ୱାବସ୍ଥାର ରୂପକ} [PS] ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ପୁଣି ସେ ମୋତେ କହିଲେ,
ଯିହିଜିକଲ 12 : 2 (IRVOR)
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ବିଦ୍ରୋହୀ ଲୋକମାନଙ୍କ ମଧ୍ୟରେ ବାସ କରୁଅଛ, ସେମାନଙ୍କର ଦେଖିବା ପାଇଁ ଚକ୍ଷୁ ଅଛି, ମାତ୍ର ଦେଖନ୍ତି ନାହିଁ, ସେମାନଙ୍କର ଶୁଣିବା ପାଇଁ କର୍ଣ୍ଣ ଅଛି, ମାତ୍ର ଶୁଣନ୍ତି ନାହିଁ; କାରଣ ସେମାନେ ବିଦ୍ରୋହୀ ବଂଶ।
ଯିହିଜିକଲ 12 : 3 (IRVOR)
ଏଥିପାଇଁ ହେ ମନୁଷ୍ୟ-ସନ୍ତାନ, ନିର୍ବାସନ ନିମନ୍ତେ କରିବା ପାଇଁ ସମ୍ବଳ ପ୍ରସ୍ତୁତ କର, ଆଉ ସେମାନଙ୍କ ସାକ୍ଷାତରେ ଦିନ ବେଳେ ପ୍ରସ୍ଥାନ କର, ତୁମ୍ଭେ ସେମାନଙ୍କ ସାକ୍ଷାତରେ ସ୍ୱସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରସ୍ଥାନ କରିବ। ହୋଇପାରେ, ବିଦ୍ରୋହୀ-ବଂଶ ହେଲେ ହେଁ ସେମାନେ ବିବେଚନା କରିବେ।
ଯିହିଜିକଲ 12 : 4 (IRVOR)
ତୁମ୍ଭେ ଦିନ ବେଳେ ସେମାନଙ୍କ ସାକ୍ଷାତରେ ପ୍ରସ୍ଥାନକାଳୀନ ସମ୍ବଳ ତୁଲ୍ୟ ଆପଣା ସମ୍ବଳ ବାହାର କରି ଆଣିବ; ଆଉ, ଲୋକେ ଯେପରି ନିର୍ବାସାର୍ଥେ ପ୍ରସ୍ଥାନ କରନ୍ତି, ସେହିପରି ତୁମ୍ଭେ ସନ୍ଧ୍ୟା ବେଳେ ସେମାନଙ୍କ ସାକ୍ଷାତରେ ପ୍ରସ୍ଥାନ କରିବ।
ଯିହିଜିକଲ 12 : 5 (IRVOR)
ତୁମ୍ଭେ ସେମାନଙ୍କ ସାକ୍ଷାତରେ କାନ୍ଥ ଖୋଳ ଓ ତାହା ମଧ୍ୟ ଦେଇ ତୁମ୍ଭର ଜିନିଷ ସହ ତୁମ୍ଭେ ବାହାରି ଯାଅ।
ଯିହିଜିକଲ 12 : 6 (IRVOR)
ସେମାନଙ୍କ ସାକ୍ଷାତରେ ତୁମ୍ଭର ଜିନିଷ ଆପଣା କାନ୍ଧରେ ବହିବ ଓ ଅନ୍ଧକାର ବେଳେ ତାହା ନେଇଯିବ; ତୁମ୍ଭେ ଯେପରି ଭୂମି ନ ଦେଖିବ, ଏଥିପାଇଁ ଆପଣା ମୁଖ ଆଚ୍ଛାଦନ କରିବ; କାରଣ ଇସ୍ରାଏଲ ବଂଶ ପ୍ରତି ଏକ ଚିହ୍ନ ସ୍ୱରୂପ କରି ଆମ୍ଭେ ତୁମ୍ଭକୁ ରଖିଅଛୁ।”
ଯିହିଜିକଲ 12 : 7 (IRVOR)
ତହିଁରେ ମୁଁ ସେହି ଆଜ୍ଞା ପ୍ରମାଣେ କାର୍ଯ୍ୟ କଲି; ମୁଁ ପ୍ରସ୍ଥାନକାଳୀନ ସମ୍ବଳ ତୁଲ୍ୟ ଦିନ ବେଳେ ଆପଣା ସମ୍ବଳ ବାହାର କରି ଆଣିଲି ଓ ସନ୍ଧ୍ୟା ବେଳେ ନିଜ ହସ୍ତରେ କାନ୍ଥ ଖୋଳିଲି; ମୁଁ ଅନ୍ଧକାର ବେଳେ ତାହା ବାହାର କରି ସେମାନଙ୍କ ସାକ୍ଷାତରେ ଆପଣା କାନ୍ଧରେ ବୋହି ନେଲି।
ଯିହିଜିକଲ 12 : 8 (IRVOR)
ପୁଣି, ପ୍ରଭାତ କାଳରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା,
ଯିହିଜିକଲ 12 : 9 (IRVOR)
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କ’ଣ କରୁଅଛ ବୋଲି ଇସ୍ରାଏଲ ବଂଶ, ସେହି ବିଦ୍ରୋହୀ-ବଂଶ କି ତୁମ୍ଭକୁ ପଚାରି ନାହାନ୍ତି ?
ଯିହିଜିକଲ 12 : 10 (IRVOR)
ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଏହି ଭାର ଯିରୂଶାଲମସ୍ଥ ଅଧିପତିର ଓ ସେମାନେ ଯେଉଁମାନଙ୍କ ମଧ୍ୟରେ ଅଛନ୍ତି, ସେହି ସମୁଦାୟ ଇସ୍ରାଏଲ ବଂଶର ସମ୍ପର୍କୀୟ ଅଟେ।
ଯିହିଜିକଲ 12 : 11 (IRVOR)
ତୁମ୍ଭେ କୁହ, ମୁଁ ତୁମ୍ଭମାନଙ୍କର ଚିହ୍ନ ସ୍ୱରୂପ ଅଟେ: ମୁଁ ଯେପରି କଲି, ସେମାନଙ୍କ ପ୍ରତି ସେହିପରି କରାଯିବ; ସେମାନେ ନିର୍ବାସିତ ହୋଇ ବନ୍ଦୀତ୍ଵ ସ୍ଥାନକୁ ଯିବେ।
ଯିହିଜିକଲ 12 : 12 (IRVOR)
ପୁଣି, ସେମାନଙ୍କ ମଧ୍ୟବର୍ତ୍ତୀ ଅଧିପତି ଅନ୍ଧକାର ସମୟରେ ଆପଣା କାନ୍ଧରେ ଭାର ବୋହି ବାହାରି ଯିବ; ଲୋକମାନେ ବୋହି ନେବା ପାଇଁ କାନ୍ଥ ଖୋଳିବେ; ସେ ଆପଣା ମୁଖ ଆଚ୍ଛାଦନ କରିବ, କାରଣ ସେ ଚକ୍ଷୁରେ ଭୂମି ଦେଖିବ ନାହିଁ।
ଯିହିଜିକଲ 12 : 13 (IRVOR)
ଆହୁରି, ଆମ୍ଭେ ତାହା ଉପରେ ଆମ୍ଭର ଜାଲ ପ୍ରସାରିବା ଓ ସେ ଆମ୍ଭ ଫାନ୍ଦରେ ଧରାଯିବ; ଆଉ, ଆମ୍ଭେ କଲ୍‍ଦୀୟମାନଙ୍କର ଦେଶ ବାବିଲକୁ ତାହାକୁ ନେଇଯିବା; ଆଉ, ଯଦ୍ୟପି ସେ ସେହି ସ୍ଥାନରେ ମରିବ, ତଥାପି ସେ ତାହା ଦେଖିବ ନାହିଁ।
ଯିହିଜିକଲ 12 : 14 (IRVOR)
ପୁଣି, ତାହାର ସାହାଯ୍ୟ କରିବାକୁ ଯେଉଁମାନେ ତାହାର ଚତୁର୍ଦ୍ଦିଗରେ ଅଛନ୍ତି, ସେମାନଙ୍କୁ ଓ ତାହାର ସୈନ୍ୟଦଳ ସମସ୍ତଙ୍କୁ ଆମ୍ଭେ ସବୁ ଦିଗରେ ଛିନ୍ନଭିନ୍ନ କରିବା ଓ ସେମାନଙ୍କ ପଶ୍ଚାତ ଆମ୍ଭେ ଖଡ୍ଗ ନିଷ୍କୋଷ କରିବା।
ଯିହିଜିକଲ 12 : 15 (IRVOR)
ଆଉ, ଯେତେବେଳେ ଆମ୍ଭେ ସେମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା ଓ ନାନା ଦେଶ ମଧ୍ୟରେ ସେମାନଙ୍କୁ ଏଣେତେଣେ ବିକ୍ଷିପ୍ତ କରିବା, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
ଯିହିଜିକଲ 12 : 16 (IRVOR)
ମାତ୍ର ଆମ୍ଭେ ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରୁ ରକ୍ଷା କରିବା, ତହିଁରେ ସେମାନେ ଯେଉଁ ଗୋଷ୍ଠୀମାନଙ୍କ ମଧ୍ୟକୁ ଯିବେ, ସେମାନଙ୍କ ନିକଟରେ ଆପଣାମାନଙ୍କର ଘୃଣାଯୋଗ୍ୟ କ୍ରିୟାସକଳ ପ୍ରକାଶ କରିବେ; ଆଉ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
ଯିହିଜିକଲ 12 : 17 (IRVOR)
ଆହୁରି ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ପୁଣି ସେ ମୋତେ କହିଲେ,
ଯିହିଜିକଲ 12 : 18 (IRVOR)
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କମ୍ପି କମ୍ପି ଆପଣା ଆହାର ଭୋଜନ କର, ଆଉ ଥରି ଥରି ଓ ଚିନ୍ତିତ ହୋଇ ଆପଣା ଜଳ ପାନ କର;
ଯିହିଜିକଲ 12 : 19 (IRVOR)
ପୁଣି, ଦେଶର ଲୋକମାନଙ୍କୁ କୁହ, ଯିରୂଶାଲମ ନିବାସୀମାନଙ୍କର ଓ ଇସ୍ରାଏଲ ଦେଶର ବିଷୟରେ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ସେମାନେ ଚିନ୍ତିତ ହୋଇ ଆପଣା ଆପଣା ଆହାର ଭୋଜନ କରିବେ ଓ ବିସ୍ମିତ ହୋଇ ଆପଣା ଆପଣାର ଜଳ ପାନ କରିବେ, କାରଣ ନିବାସୀମାନଙ୍କର ଦୌରାତ୍ମ୍ୟ ସକାଶୁ ସେମାନଙ୍କ ଦେଶ ଓ ତନ୍ମଧ୍ୟସ୍ଥିତ ସର୍ବସ୍ୱରୁ ଶୂନ୍ୟ ହେବ।
ଯିହିଜିକଲ 12 : 20 (IRVOR)
ଆଉ, ବସତିବିଶିଷ୍ଟ ନଗରସବୁ ନଷ୍ଟ ଓ ଦେଶ ଧ୍ୱଂସସ୍ଥାନ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।”
ଯିହିଜିକଲ 12 : 21 (IRVOR)
ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା,
ଯିହିଜିକଲ 12 : 22 (IRVOR)
“ହେ ମନୁଷ୍ୟ-ସନ୍ତାନ, କାଳ ବିଳମ୍ବ ହେଉଅଛି, ପ୍ରତ୍ୟେକ ଦର୍ଶନ ବିଫଳ ହେଉଅଛି ବୋଲି ତୁମ୍ଭେମାନେ ଇସ୍ରାଏଲ ଦେଶରେ ଯେଉଁ ପ୍ରବାଦ ଶୁଣିଅଛ, ତାହା କି ?
ଯିହିଜିକଲ 12 : 23 (IRVOR)
ଏହେତୁ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଆମ୍ଭେ ଏହି ପ୍ରବାଦ ଲୋପ କରିବା ଓ ଇସ୍ରାଏଲ ମଧ୍ୟରେ ଲୋକମାନେ ପ୍ରବାଦ ରୂପେ ଆଉ ତାହା ବ୍ୟବହାର କରିବେ ନାହିଁ; ମାତ୍ର ସେମାନଙ୍କୁ କୁହ, ସମୟ ଓ ପ୍ରତ୍ୟେକ ଦର୍ଶନର ସଫଳତା ସନ୍ନିକଟ।”
ଯିହିଜିକଲ 12 : 24 (IRVOR)
କାରଣ ଅସାର ଦର୍ଶନ ଓ ଚାଟୁବାଦର ମନ୍ତ୍ର ତନ୍ତ୍ର ଇସ୍ରାଏଲ ବଂଶ ମଧ୍ୟରେ ଆଉ ରହିବ ନାହିଁ।
ଯିହିଜିକଲ 12 : 25 (IRVOR)
କାରଣ ଆମ୍ଭେ ସଦାପ୍ରଭୁ; ଆମ୍ଭେ କଥା କହିବା ଓ ଯେଉଁ କଥା ଆମ୍ଭେ କହିବା, ତାହା ସଫଳ ହେବ; ଆଉ, ବିଳମ୍ବ ହେବ ନାହିଁ; କାରଣ ହେ ବିଦ୍ରୋହୀ-ବଂଶ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କର ବର୍ତ୍ତମାନ କାଳରେ କଥା କହିବା ଓ ତାହା ସଫଳ କରିବା।
ଯିହିଜିକଲ 12 : 26 (IRVOR)
ପୁନର୍ବାର ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା,
ଯିହିଜିକଲ 12 : 27 (IRVOR)
“ହେ ମନୁଷ୍ୟ-ସନ୍ତାନ, ଦେଖ, ଇସ୍ରାଏଲ ବଂଶୀୟ ଲୋକମାନେ କହନ୍ତି, ସେ ଲୋକ ଯେଉଁ ଦର୍ଶନ ପାଏ, ତାହା ଅନେକ ବିଳମ୍ବର କଥା ଓ ସେ ଅତି ଦୂରବର୍ତ୍ତୀ କାଳର ବିଷୟରେ ଭବିଷ୍ୟଦ୍‍ ବାକ୍ୟ ପ୍ରଚାର କରୁଅଛି।
ଯିହିଜିକଲ 12 : 28 (IRVOR)
ଏହେତୁ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଆମ୍ଭ ବାକ୍ୟର କୌଣସି କଥା ଆଉ ବିଳମ୍ବ ନୋହିବ, ମାତ୍ର ଆମ୍ଭେ ଯେଉଁ ବାକ୍ୟ କହିବା, ତାହା ସଫଳ ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।” [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28

BG:

Opacity:

Color:


Size:


Font: