ଯାତ୍ରା ପୁସ୍ତକ 40 : 1 (IRVOR)
ଆବାସର ସ୍ଥାପନା ଏବଂ ଅଭିଷେକ ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
ଯାତ୍ରା ପୁସ୍ତକ 40 : 2 (IRVOR)
“ତୁମ୍ଭେ ପ୍ରଥମ ମାସରେ ପ୍ରଥମ ଦିନରେ ସମାଗମ-ତମ୍ବୁର ଆବାସ ସ୍ଥାପନ କରିବ।”
ଯାତ୍ରା ପୁସ୍ତକ 40 : 3 (IRVOR)
ପୁଣି, ତହିଁ ମଧ୍ୟରେ ସାକ୍ଷ୍ୟ ସିନ୍ଦୁକ ରଖି ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସେହି ସିନ୍ଦୁକ ଆଚ୍ଛାଦନ କରିବ।
ଯାତ୍ରା ପୁସ୍ତକ 40 : 4 (IRVOR)
ଏଉତ୍ତାରେ ମେଜ ଭିତରକୁ ଆଣି ତହିଁ ଉପରିସ୍ଥିତ ଦ୍ରବ୍ୟମାନ ଧାରାନୁସାରେ ରଖିବ; ଆଉ ଦୀପବୃକ୍ଷ ଭିତରକୁ ଆଣି ତହିଁର ପ୍ରଦୀପ ସକଳ ଜାଳିବ।
ଯାତ୍ରା ପୁସ୍ତକ 40 : 5 (IRVOR)
ସାକ୍ଷ୍ୟ ସିନ୍ଦୁକ ସମ୍ମୁଖରେ ସ୍ୱର୍ଣ୍ଣର ଧୂପବେଦି ରଖିବ, ପୁଣି, ଆବାସ-ଦ୍ୱାରର ଆଚ୍ଛାଦନ ବସ୍ତ୍ର ଟଙ୍ଗାଇବ।
ଯାତ୍ରା ପୁସ୍ତକ 40 : 6 (IRVOR)
ଆଉ ସମାଗମ-ତମ୍ବୁର ଆବାସ ଦ୍ୱାର ସମ୍ମୁଖରେ ହୋମବେଦି ରଖିବ।
ଯାତ୍ରା ପୁସ୍ତକ 40 : 7 (IRVOR)
ସମାଗମ-ତମ୍ବୁ ଓ ବେଦି ମଧ୍ୟରେ ପ୍ରକ୍ଷାଳନ ପାତ୍ର ରଖି ତହିଁରେ ଜଳ ଦେବ।
ଯାତ୍ରା ପୁସ୍ତକ 40 : 8 (IRVOR)
ପୁଣି, ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କରିବ ଓ ପ୍ରାଙ୍ଗଣ ଦ୍ୱାରରେ ଆଚ୍ଛାଦନ ବସ୍ତ୍ର ଟଙ୍ଗାଇବ।
ଯାତ୍ରା ପୁସ୍ତକ 40 : 9 (IRVOR)
ଏଉତ୍ତାରେ ଅଭିଷେକାର୍ଥକ ତୈଳ ନେଇ ଆବାସ ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଅଭିଷେକ କରି ତାହା ଓ ତହିଁର ସକଳ ପାତ୍ର ପବିତ୍ର କରିବ; ତହିଁରେ ତାହା ପବିତ୍ର ହେବ।
ଯାତ୍ରା ପୁସ୍ତକ 40 : 10 (IRVOR)
ଆଉ, ତୁମ୍ଭେ ହୋମବେଦି ଓ ତହିଁର ସକଳ ପାତ୍ର ଅଭିଷେକ କରି ପବିତ୍ର କରିବ; ତହିଁରେ ସେହି ବେଦି ମହାପବିତ୍ର ହେବ।
ଯାତ୍ରା ପୁସ୍ତକ 40 : 11 (IRVOR)
ଆଉ ତୁମ୍ଭେ ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠିକି ଅଭିଷେକ କରି ପବିତ୍ର କରିବ।
ଯାତ୍ରା ପୁସ୍ତକ 40 : 12 (IRVOR)
ଏଉତ୍ତାରେ ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣକୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣି ଜଳରେ ସ୍ନାନ କରାଇବ।
ଯାତ୍ରା ପୁସ୍ତକ 40 : 13 (IRVOR)
ପୁଣି, ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ହାରୋଣକୁ ପବିତ୍ର ବସ୍ତ୍ର ପରିଧାନ କରାଇ ଅଭିଷେକ କରି ପ୍ରତିଷ୍ଠା କରିବ।
ଯାତ୍ରା ପୁସ୍ତକ 40 : 14 (IRVOR)
ଆଉ ତାହାର ପୁତ୍ରଗଣକୁ ଆଣି ଜାମା ପିନ୍ଧାଇବ।
ଯାତ୍ରା ପୁସ୍ତକ 40 : 15 (IRVOR)
ପୁଣି, ସେମାନଙ୍କ ପିତାକୁ ଯେରୂପ ଅଭିଷେକ କଲ, ସେହିରୂପ ସେମାନଙ୍କୁ ଅଭିଷେକ କରିବ, ତହିଁରେ ସେମାନେ ଆମ୍ଭର ଯାଜକ କର୍ମ କରିବେ; ସେହି ଅଭିଷେକ ସେମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ଯାଜକତ୍ୱର ମୂଳ ହେବ।
ଯାତ୍ରା ପୁସ୍ତକ 40 : 16 (IRVOR)
ମୋଶା ଏହିରୂପ କଲେ; ସେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସମସ୍ତ କଲେ।
ଯାତ୍ରା ପୁସ୍ତକ 40 : 17 (IRVOR)
ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଦ୍ୱିତୀୟ ବର୍ଷର ପ୍ରଥମ ମାସର ପ୍ରଥମ ଦିନରେ ଆବାସ ସ୍ଥାପିତ ହେଲା।
ଯାତ୍ରା ପୁସ୍ତକ 40 : 18 (IRVOR)
ପୁଣି, ମୋଶା ଆବାସ ସ୍ଥାପନ କରି ତହିଁର ଚୁଙ୍ଗୀ ଦେଇ ପଟା ବସାଇ ଅର୍ଗଳ ପ୍ରବେଶ କରାଇ ତହିଁର ସ୍ତମ୍ଭ ଠିଆ କଲେ।
ଯାତ୍ରା ପୁସ୍ତକ 40 : 19 (IRVOR)
ତହୁଁ ସେ ଆବାସ ଉପରେ ତମ୍ବୁ ବିସ୍ତାର କଲେ ଓ ତମ୍ବୁ ଉପରେ ଛାତ ଦେଲେ;
ଯାତ୍ରା ପୁସ୍ତକ 40 : 20 (IRVOR)
ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସାକ୍ଷ୍ୟପତ୍ର ଘେନି ସିନ୍ଦୁକ ଭିତରେ ରଖିଲେ ଓ ସିନ୍ଦୁକରେ ସାଙ୍ଗୀ ଲଗାଇ ସିନ୍ଦୁକ ଉପରେ ପାପାଚ୍ଛାଦନ ରଖିଲେ;
ଯାତ୍ରା ପୁସ୍ତକ 40 : 21 (IRVOR)
ପୁଣି, ଆବାସ ଭିତରକୁ ସିନ୍ଦୁକ ଆଣିଲେ ଓ ଆଚ୍ଛାଦନର ବିଚ୍ଛେଦବସ୍ତ୍ର ଟଙ୍ଗାଇ ସାକ୍ଷ୍ୟ ସିନ୍ଦୁକ ଆଚ୍ଛାଦନ କଲେ।
ଯାତ୍ରା ପୁସ୍ତକ 40 : 22 (IRVOR)
ଏଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ଆବାସର ଉତ୍ତର ପାର୍ଶ୍ୱରେ ବିଚ୍ଛେଦ ବସ୍ତ୍ରର ବାହାରେ ସମାଗମ-ତମ୍ବୁରେ ମେଜ ରଖିଲେ;
ଯାତ୍ରା ପୁସ୍ତକ 40 : 23 (IRVOR)
ପୁଣି, ସେ ସଦାପ୍ରଭୁଙ୍କ ସମ୍ମୁଖରେ ଧାରାନୁସାରେ ତହିଁ ଉପରେ ରୁଟି ରଖିଲେ।
ଯାତ୍ରା ପୁସ୍ତକ 40 : 24 (IRVOR)
ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମେଜ ସମ୍ମୁଖରେ ଆବାସର ଦକ୍ଷିଣ ପାର୍ଶ୍ୱରେ ସମାଗମ-ତମ୍ବୁରେ ଦୀପବୃକ୍ଷ ରଖିଲେ
ଯାତ୍ରା ପୁସ୍ତକ 40 : 25 (IRVOR)
ଓ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରଦୀପ ଜାଳିଲେ।
ଯାତ୍ରା ପୁସ୍ତକ 40 : 26 (IRVOR)
ଆଉ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସମାଗମ-ତମ୍ବୁରେ ବିଚ୍ଛେଦ ବସ୍ତ୍ର ସମ୍ମୁଖରେ ସ୍ୱର୍ଣ୍ଣ-ବେଦି ରଖିଲେ
ଯାତ୍ରା ପୁସ୍ତକ 40 : 27 (IRVOR)
ଓ ତହିଁ ଉପରେ ସୁଗନ୍ଧି ଧୂପ ଜାଳିଲେ।
ଯାତ୍ରା ପୁସ୍ତକ 40 : 28 (IRVOR)
ପୁଣି, ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ଆବାସ-ଦ୍ୱାରରେ ଆଚ୍ଛାଦନ ବସ୍ତ୍ର ଟଙ୍ଗାଇଲେ
ଯାତ୍ରା ପୁସ୍ତକ 40 : 29 (IRVOR)
ଓ ସମାଗମ-ତମ୍ବୁର ଆବାସ-ଦ୍ୱାର ନିକଟରେ ହୋମବେଦି ରଖି ତହିଁ ଉପରେ ହୋମବଳି ଓ ନୈବେଦ୍ୟ ଉତ୍ସର୍ଗ କଲେ।
ଯାତ୍ରା ପୁସ୍ତକ 40 : 30 (IRVOR)
ଏଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସମାଗମ-ତମ୍ବୁ ଓ ବେଦି ମଧ୍ୟସ୍ଥାନରେ ପ୍ରକ୍ଷାଳନ ପାତ୍ର ରଖି ତହିଁ ମଧ୍ୟରେ ପ୍ରକ୍ଷାଳନ ନିମନ୍ତେ ଜଳ ଦେଲେ।
ଯାତ୍ରା ପୁସ୍ତକ 40 : 31 (IRVOR)
ତହିଁରେ ମୋଶା, ହାରୋଣ ଓ ତାଙ୍କର ପୁତ୍ରଗଣ ଆପଣା ଆପଣା ହସ୍ତ ପଦ ପ୍ରକ୍ଷାଳନ କଲେ।
ଯାତ୍ରା ପୁସ୍ତକ 40 : 32 (IRVOR)
ଯେକୌଣସି ସମୟରେ ସେମାନେ ସମାଗମ-ତମ୍ବୁରେ ପ୍ରବେଶ କଲେ ବା ବେଦିର ନିକଟବର୍ତ୍ତୀ ହେଲେ, ସେହି ସମୟରେ ସେମାନେ ପ୍ରକ୍ଷାଳନ କଲେ।
ଯାତ୍ରା ପୁସ୍ତକ 40 : 33 (IRVOR)
ଏଉତ୍ତାରେ ସେ ଆବାସର ଓ ବେଦିର ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କଲେ ଓ ପ୍ରାଙ୍ଗଣ ଦ୍ୱାରରେ ଆଚ୍ଛାଦନ ବସ୍ତ୍ର ଟଙ୍ଗାଇଲେ, ଏହିରୂପେ ମୋଶା ସେହି କାର୍ଯ୍ୟ ସମାପ୍ତ କଲେ।
ଯାତ୍ରା ପୁସ୍ତକ 40 : 34 (IRVOR)
ସଦାପ୍ରଭୁଙ୍କର ପ୍ରତାପ ଏଥିଉତ୍ତାରେ ମେଘ ସେହି ସମାଗମ-ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ପ୍ରତାପ ଆବାସକୁ ପରିପୂର୍ଣ୍ଣ କଲା।
ଯାତ୍ରା ପୁସ୍ତକ 40 : 35 (IRVOR)
ତହିଁରେ ମୋଶା ସମାଗମ-ତମ୍ବୁରେ ପ୍ରବେଶ କରି ପାରିଲେ ନାହିଁ, କାରଣ ମେଘ ତହିଁ ଉପରେ ଅବସ୍ଥିତି କରିଥିଲା ଓ ସଦାପ୍ରଭୁଙ୍କ ପ୍ରତାପ ଆବାସକୁ ପରିପୂର୍ଣ୍ଣ କରିଥିଲା।
ଯାତ୍ରା ପୁସ୍ତକ 40 : 36 (IRVOR)
ପୁଣି, ଆବାସ-ଉପରୁ ଯେତେବେଳେ ମେଘ ନିଆଗଲା, ସେତେବେଳେ ଇସ୍ରାଏଲ ସନ୍ତାନଗଣ ଆପଣାମାନଙ୍କ ଯାତ୍ରାରେ ଅଗ୍ରସର ହେଲେ।
ଯାତ୍ରା ପୁସ୍ତକ 40 : 37 (IRVOR)
ମାତ୍ର ମେଘ ଯେତେବେଳେ ଉର୍ଦ୍ଧ୍ୱକୁ ନିତ ହେଲା ନାହିଁ, ସେତେବେଳେ ଉର୍ଦ୍ଧ୍ୱକୁ ନିତ ନ ହେବା ଦିନ ପର୍ଯ୍ୟନ୍ତ ସେମାନେ ଯାତ୍ରା କଲେ ନାହିଁ।
ଯାତ୍ରା ପୁସ୍ତକ 40 : 38 (IRVOR)
କାରଣ, ସମସ୍ତ ଇସ୍ରାଏଲ ବଂଶର ଦୃଷ୍ଟିଗୋଚରରେ ସେମାନଙ୍କ ସମସ୍ତ ଯାତ୍ରାରେ ଦିନ ବେଳେ ସଦାପ୍ରଭୁଙ୍କର ମେଘ ଓ ରାତ୍ରିରେ ଅଗ୍ନି ଆବାସ ଉପରେ ଅବସ୍ଥିତି କଲା।
❮
❯