ଯାତ୍ରା ପୁସ୍ତକ 36 : 1 (IRVOR)
ଏନିମନ୍ତେ ସଦାପ୍ରଭୁଙ୍କର ସମସ୍ତ ଆଜ୍ଞାନୁସାରେ ପବିତ୍ର ସ୍ଥାନର କାର୍ଯ୍ୟସକଳ ନିର୍ମାଣ କରିବାକୁ ସଦାପ୍ରଭୁ ବତ୍ସଲେଲ ଓ ଅହଲୀୟାବ ପ୍ରଭୃତି ଯେଉଁମାନଙ୍କୁ ଜ୍ଞାନ ଓ ବୁଦ୍ଧି ଦେଇଅଛନ୍ତି, ସେହିସବୁ ବିଜ୍ଞମନା ଲୋକେ କର୍ମ କରିବେ।
ଯାତ୍ରା ପୁସ୍ତକ 36 : 2 (IRVOR)
ଏଥିଉତ୍ତାରେ ମୋଶା ସେହି ବତ୍ସଲେଲ, ଅହଲୀୟାବକୁ, ସଦାପ୍ରଭୁଙ୍କଠାରୁ ମନରେ ଜ୍ଞାନପ୍ରାପ୍ତ ଅନ୍ୟସବୁ ବିଜ୍ଞମନା ଲୋକଙ୍କୁ ଓ ସେହି କର୍ମ କରିବା ପାଇଁ ମନରେ ପ୍ରବୃତ୍ତିପ୍ରାପ୍ତ ଲୋକମାନଙ୍କୁ ଡାକିଲେ।
ଯାତ୍ରା ପୁସ୍ତକ 36 : 3 (IRVOR)
ତହିଁରେ ସେମାନେ ପବିତ୍ର ସ୍ଥାନର କାର୍ଯ୍ୟ ନିର୍ମାଣ କରିବା ନିମନ୍ତେ ଇସ୍ରାଏଲ ସନ୍ତାନଗଣର ଆନୀତ ଉପହାର ସବୁ ମୋଶାଙ୍କଠାରୁ ଗ୍ରହଣ କଲେ; ତଥାପି ଲୋକମାନେ ପ୍ରତି ପ୍ରଭାତରେ ତାଙ୍କ ନିକଟକୁ ସ୍ୱେଚ୍ଛାରେ ଆହୁରି ଉପହାର ଆଣିଲେ।
ଯାତ୍ରା ପୁସ୍ତକ 36 : 4 (IRVOR)
ତହୁଁ ପବିତ୍ର ସ୍ଥାନର ସମସ୍ତ କର୍ମକାରୀ ବିଜ୍ଞମନା ଲୋକମାନେ ଆପଣା ଆପଣା କର୍ମରୁ ଆସି ମୋଶାଙ୍କୁ କହିଲେ,
ଯାତ୍ରା ପୁସ୍ତକ 36 : 5 (IRVOR)
“ସଦାପ୍ରଭୁ ଯାହା ଯାହା ନିର୍ମାଣ କରିବାକୁ ଆଜ୍ଞା ଦେଇ ଅଛନ୍ତି, ଲୋକମାନେ ସେହି କାର୍ଯ୍ୟ ନିମନ୍ତେ ପ୍ରୟୋଜନୀୟ ଦ୍ରବ୍ୟରୁ ଅତି ଅଧିକ ଆଣୁଅଛନ୍ତି।”
ଯାତ୍ରା ପୁସ୍ତକ 36 : 6 (IRVOR)
ତହିଁରେ ମୋଶା ଆଜ୍ଞା ଦେଇ ଛାଉଣିର ସର୍ବତ୍ର ଏହା ଘୋଷଣା କରାଇଲେ, ପୁରୁଷ କି ସ୍ତ୍ରୀ ପବିତ୍ର ସ୍ଥାନ ନିମନ୍ତେ ଆଉ ଉପହାର ପ୍ରସ୍ତୁତ ନ କରନ୍ତୁ; ଏଣୁ ଲୋକମାନେ ଆଣିବାରୁ ନିବୃତ୍ତ ହେଲେ।
ଯାତ୍ରା ପୁସ୍ତକ 36 : 7 (IRVOR)
କାରଣ ସମସ୍ତ କର୍ମ କରିବାକୁ ସେମାନଙ୍କର ଦ୍ରବ୍ୟ ପ୍ରଚୁର ଓ ତତୋଧିକ ଥିଲା।
ଯାତ୍ରା ପୁସ୍ତକ 36 : 8 (IRVOR)
ଏଥିଉତ୍ତାରେ କର୍ମକାରୀମାନଙ୍କ ମଧ୍ୟରେ ପ୍ରତ୍ୟେକ ବିଜ୍ଞମନା ଲୋକ ବଳା ଶୁଭ୍ର କ୍ଷୌମସୂତ୍ର, ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ର ଦ୍ୱାରା ଆବାସର ଦଶ ଯବନିକା ପ୍ରସ୍ତୁତ କଲେ; ପୁଣି, ତହିଁ ମଧ୍ୟରେ ଶିଳ୍ପ କର୍ମରେ କିରୂବର ଆକୃତି କଲେ।
ଯାତ୍ରା ପୁସ୍ତକ 36 : 9 (IRVOR)
ପ୍ରତ୍ୟେକ ଯବନିକା ଅଠାଇଶ ହସ୍ତ ଦୀର୍ଘ, ପ୍ରତ୍ୟେକ ଯବନିକା ଚାରି ହସ୍ତ ପ୍ରସ୍ଥ ଓ ସମସ୍ତ ଯବନିକାର ସମାନ ପରିମାଣ ଥିଲା।
ଯାତ୍ରା ପୁସ୍ତକ 36 : 10 (IRVOR)
ପୁଣି, ସେ ପାଞ୍ଚ ଯବନିକା ଏକତ୍ର ଯୋଗ କଲେ; ଅନ୍ୟ ପାଞ୍ଚ ଯବନିକା ଏକତ୍ର ଯୋଗ କଲେ।
ଯାତ୍ରା ପୁସ୍ତକ 36 : 11 (IRVOR)
ଆଉ, ସେ ଯୋଡ଼ସ୍ଥାନରେ ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ ନୀଳ ସୂତ୍ରର ଫାଶ କଲେ; ଯୋଡ଼ସ୍ଥାନର ଦ୍ୱିତୀୟ ଅନ୍ତ୍ୟ ଯବନିକାର ଧଡ଼ିରେ ତଦ୍ରୂପ କଲେ।
ଯାତ୍ରା ପୁସ୍ତକ 36 : 12 (IRVOR)
ସେ ପ୍ରଥମ ଯବନିକାର ଧଡ଼ିରେ ପଚାଶ ଫାଶ ଓ ଯୋଡ଼ସ୍ଥାନର ଦ୍ୱିତୀୟ ଯବନିକାର ଧଡ଼ିରେ ପଚାଶ ଫାଶ କଲେ; ସେହି ଫାଶସବୁ ପରସ୍ପର ସମ୍ମୁଖୀନ ରହିଲା।
ଯାତ୍ରା ପୁସ୍ତକ 36 : 13 (IRVOR)
ଆଉ ସେ ପଚାଶ ସ୍ୱର୍ଣ୍ଣ ଆଙ୍କୁଡ଼ା କରି ଆଙ୍କୁଡ଼ାରେ ଯବନିକାସକଳ ପରସ୍ପର ଯୋଡ଼ିଲେ; ତହିଁରେ ଆବାସ ଏକ ହିଁ ହେଲା।
ଯାତ୍ରା ପୁସ୍ତକ 36 : 14 (IRVOR)
ଏଉତ୍ତାରେ ସେ ଆବାସର ଆଚ୍ଛାଦନାର୍ଥକ ତମ୍ବୁ ନିମନ୍ତେ ଛାଗ ଲୋମର ଏକାଦଶ ଯବନିକା ପ୍ରସ୍ତୁତ କଲେ।
ଯାତ୍ରା ପୁସ୍ତକ 36 : 15 (IRVOR)
ପ୍ରତ୍ୟେକ ଯବନିକାର ଦୈର୍ଘ୍ୟ ତିରିଶ ହସ୍ତ ଓ ପ୍ରସ୍ଥ ଚାରି ହସ୍ତ, ସେହି ଏକାଦଶ ଯବନିକାର ସମାନ ପରିମାଣ ଥିଲା।
ଯାତ୍ରା ପୁସ୍ତକ 36 : 16 (IRVOR)
ପୁଣି, ସେ ପାଞ୍ଚ ଯବନିକା ପରସ୍ପର ଯୋଡ଼ି ପୃଥକ୍ ରଖିଲେ ଓ ଅନ୍ୟ ଛଅ ଯବନିକା ଯୋଡ଼ି ପୃଥକ୍ ରଖିଲେ।
ଯାତ୍ରା ପୁସ୍ତକ 36 : 17 (IRVOR)
ଯୋଡ଼ସ୍ଥାନର ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ ପଚାଶ ଫାଶ କଲେ ଓ ଦ୍ୱିତୀୟ ଯବନିକାର ଯୋଡ଼ସ୍ଥାନ ଧଡ଼ିରେ ପଚାଶ ଫାଶ କଲେ।
ଯାତ୍ରା ପୁସ୍ତକ 36 : 18 (IRVOR)
ଆଉ ସେ ଯୋଡି଼ ଦେଇ ଏକ ତମ୍ବୁ କରିବା ପାଇଁ ପିତ୍ତଳର ପଚାଶ ଆଙ୍କୁଡ଼ା କଲେ।
ଯାତ୍ରା ପୁସ୍ତକ 36 : 19 (IRVOR)
ପୁଣି, ସେ ରକ୍ତୀକୃତ ମେଷ ଚର୍ମରେ ତମ୍ବୁର ଏକ ଛାତ ଓ ତହିଁ ଉପରେ ଶିଶୁକ ଚର୍ମର ଏକ ଛାତ ପ୍ରସ୍ତୁତ କଲେ।
ଯାତ୍ରା ପୁସ୍ତକ 36 : 20 (IRVOR)
ଏଥିଉତ୍ତାରେ ସେ ଆବାସ ନିମିତ୍ତ ଶିଟୀମ୍ କାଷ୍ଠର ଠିଆପଟା ପ୍ରସ୍ତୁତ କଲେ।
ଯାତ୍ରା ପୁସ୍ତକ 36 : 21 (IRVOR)
ଏକ ଏକ ପଟା ଦଶ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଥିଲା।
ଯାତ୍ରା ପୁସ୍ତକ 36 : 22 (IRVOR)
ପ୍ରତ୍ୟେକ ପଟାର ପରସ୍ପର ଅନୁରୂପ ଦୁଇ ଦୁଇ ପଦ ଥିଲା; ଏହିରୂପେ ସେ ଆବାସର ସମସ୍ତ ପଟା ନିମନ୍ତେ ପ୍ରସ୍ତୁତ କଲେ।
ଯାତ୍ରା ପୁସ୍ତକ 36 : 23 (IRVOR)
ଆଉ ସେ ଆବାସର ଦକ୍ଷିଣ ଦିଗସ୍ଥ ଦକ୍ଷିଣ ପାର୍ଶ୍ୱ ନିମନ୍ତେ କୋଡ଼ିଏ ପଟା ପ୍ରସ୍ତୁତ କଲେ।
ଯାତ୍ରା ପୁସ୍ତକ 36 : 24 (IRVOR)
ପୁଣି, ସେ ସେହି କୋଡ଼ିଏ ପଟା ତଳେ ଚାଳିଶଟି ରୂପାର ଚୁଙ୍ଗୀ କଲେ; ଏକ ପଟା ତଳେ ତହିଁର ଦୁଇ ପଦ ନିମନ୍ତେ ଦୁଇ ଚୁଙ୍ଗୀ ଓ ଅନ୍ୟାନ୍ୟ ପଟା ତଳେ ସେମାନଙ୍କ ଦୁଇ ଦୁଇ ପଦ ନିମନ୍ତେ ଦୁଇ ଦୁଇ ଚୁଙ୍ଗୀ କଲେ।
ଯାତ୍ରା ପୁସ୍ତକ 36 : 25 (IRVOR)
ପୁଣି, ଆବାସର ଅନ୍ୟ ପାର୍ଶ୍ୱ ନିମନ୍ତେ ଉତ୍ତର ଦିଗରେ କୋଡ଼ିଏ ପଟା କଲେ।
ଯାତ୍ରା ପୁସ୍ତକ 36 : 26 (IRVOR)
ଏକ ପଟା ତଳେ ଦୁଇ ଚୁଙ୍ଗୀ ଓ ଅନ୍ୟାନ୍ୟ ପଟା ତଳେ ଦୁଇ ଦୁଇ ଚୁଙ୍ଗୀ, ଏରୂପେ ରୂପାର ଚାଳିଶ ଚୁଙ୍ଗୀ କଲେ।
ଯାତ୍ରା ପୁସ୍ତକ 36 : 27 (IRVOR)
ସେ ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାର୍ଶ୍ୱ ନିମନ୍ତେ ଛଅ ଖଣ୍ଡ ପଟା କଲେ।
ଯାତ୍ରା ପୁସ୍ତକ 36 : 28 (IRVOR)
ପୁଣି, ଆବାସର ସେହି ପଶ୍ଚାଦ୍ ଭାଗର ଦୁଇ କୋଣ ନିମନ୍ତେ ଦୁଇ ଖଣ୍ଡ ପଟା କଲେ।
ଯାତ୍ରା ପୁସ୍ତକ 36 : 29 (IRVOR)
ପୁଣି, ତହିଁ ତଳେ ଯୋଡ଼ା ରହିଲା ଓ ସେହିରୂପ ତହିଁର ମୁଣ୍ଡରେ ପ୍ରଥମ କଡ଼ା ପାଖରେ ଯୋଡ଼ ରହିଲା; ଏହି ପ୍ରକାରେ ସେ ଦୁଇ କୋଣର ପଟା ଯୋଡ଼ିଲେ।
ଯାତ୍ରା ପୁସ୍ତକ 36 : 30 (IRVOR)
ତହିଁରେ ଆଠ ପଟା, ପୁଣି, ଏକ ଏକ ପଟା ତଳେ ଦୁଇ ଦୁଇ ଚୁଙ୍ଗୀ, ଏରୂପେ ଷୋଳ ରୂପାଚୁଙ୍ଗୀ କଲେ।
ଯାତ୍ରା ପୁସ୍ତକ 36 : 31 (IRVOR)
ଆଉ ସେ ଶିଟୀମ୍ କାଷ୍ଠରେ ଅର୍ଗଳ ପ୍ରସ୍ତୁତ କରି ଆବାସର ଏକ ପାର୍ଶ୍ୱସ୍ଥ ପଟାରେ ପାଞ୍ଚ ଅର୍ଗଳ
ଯାତ୍ରା ପୁସ୍ତକ 36 : 32 (IRVOR)
ଓ ଅନ୍ୟ ପାର୍ଶ୍ୱସ୍ଥ ପଟାରେ ପାଞ୍ଚ ଅର୍ଗଳ, ପୁଣି, ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାର୍ଶ୍ୱର ପଟାରେ ପାଞ୍ଚ ଅର୍ଗଳ ଦେଲେ।
ଯାତ୍ରା ପୁସ୍ତକ 36 : 33 (IRVOR)
ପୁଣି, ମଧ୍ୟସ୍ଥିତ ଅର୍ଗଳ, ପଟାର ମଧ୍ୟଦେଶରେ ଏମୁଣ୍ଡରୁ ସେମୁଣ୍ଡ ଯାଏ ପାଇଲା।
ଯାତ୍ରା ପୁସ୍ତକ 36 : 34 (IRVOR)
ଆଉ, ସେ ସେହିସବୁ ପଟା ସୁବର୍ଣ୍ଣରେ ମଡ଼ାଇଲେ ଓ ଅର୍ଗଳର ଘରା ନିମନ୍ତେ ସୁବର୍ଣ୍ଣର କଡ଼ା କଲେ, ଅର୍ଗଳସକଳ ସୁବର୍ଣ୍ଣରେ ମଡ଼ାଇଲେ।
ଯାତ୍ରା ପୁସ୍ତକ 36 : 35 (IRVOR)
ଏଥିଉତ୍ତାରେ ସେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ, ବଳା ଶୁଭ୍ର କ୍ଷୌମସୂତ୍ର-ନିର୍ମିତ ଓ କିରୂବାକୃତିରେ ଚିତ୍ରିତ ଏକ ବିଚ୍ଛେଦ ବସ୍ତ୍ର ପ୍ରସ୍ତୁତ କଲେ।
ଯାତ୍ରା ପୁସ୍ତକ 36 : 36 (IRVOR)
ପୁଣି, ସେ ତହିଁ ନିମନ୍ତେ ଶିଟୀମ୍ କାଷ୍ଠର ଚାରି ସ୍ତମ୍ଭ କରି ସୁବର୍ଣ୍ଣରେ ମଡ଼ାଇଲେ ଓ ସେସବୁର ଆଙ୍କୁଡ଼ା ସୁବର୍ଣ୍ଣରେ କଲେ ଓ ତହିଁ ନିମନ୍ତେ ରୂପାର ଚାରି ଚୁଙ୍ଗୀ ଢାଳିଲେ।
ଯାତ୍ରା ପୁସ୍ତକ 36 : 37 (IRVOR)
ଆଉ, ସେ ତମ୍ବୁଦ୍ୱାର ନିମନ୍ତେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରନିର୍ମିତ ଚିତ୍ରବିଚିତ୍ର ଏକ ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କଲେ।
ଯାତ୍ରା ପୁସ୍ତକ 36 : 38 (IRVOR)
ତହିଁର ପାଞ୍ଚ ସ୍ତମ୍ଭ ଓ ସେସବୁର ଆଙ୍କୁଡ଼ା କଲେ; ପୁଣି, ସେହିସବୁର ମୁଣ୍ଡାଳି ଓ ବନ୍ଧନୀ ସୁବର୍ଣ୍ଣରେ ମଡ଼ାଇଲେ, ମାତ୍ର ସେମାନଙ୍କର ପାଞ୍ଚ ଚୁଙ୍ଗୀ ପିତ୍ତଳର ଥିଲା।
❮
❯