ଯାତ୍ରା ପୁସ୍ତକ 26 : 1 (IRVOR)
ଆହୁରି ତୁମ୍ଭେ ଦଶ ଯବନିକା ଦ୍ୱାରା ଆବାସ ପ୍ରସ୍ତୁତ କରିବ; ସେହି ସବୁ ଯବନିକା ଶୁଭ୍ର କ୍ଷୋମ, ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ରରେ ନିର୍ମିତ ହେବ, ତହିଁରେ ଶିଳ୍ପୀତ କିରୂବମାନଙ୍କର ଆକୃତି ରହିବ।
ଯାତ୍ରା ପୁସ୍ତକ 26 : 2 (IRVOR)
ସେହି ପ୍ରତ୍ୟେକ ଯବନିକା ଅଠାଇଶ ହସ୍ତ ଦୀର୍ଘ ଓ ଚାରି ହସ୍ତ ପ୍ରସ୍ଥ, ସମସ୍ତ ଯବନିକାର ଏକ ପରିମାଣ ହେବ।
ଯାତ୍ରା ପୁସ୍ତକ 26 : 3 (IRVOR)
ପୁଣି, ଏକତ୍ର ପାଞ୍ଚ ଯବନିକାର ପରସ୍ପର ଯୋଗ ରହିବ, ଆଉ ଅବଶିଷ୍ଟ ପାଞ୍ଚ ଯବନିକାର ପରସ୍ପର ଯୋଗ ରହିବ।
ଯାତ୍ରା ପୁସ୍ତକ 26 : 4 (IRVOR)
ଆଉ ଯୋଡ଼ ସ୍ଥାନରେ ପ୍ରଥମ ଶେଷ ଯବନିକାର ଧଡ଼ିରେ ନୀଳ ସୂତ୍ରର ଫାଶ କରିବ ଓ ଯୋଡ଼ ସ୍ଥାନରେ ଦ୍ୱିତୀୟ ଅନ୍ତ୍ୟ ଯବନିକାର ଧଡ଼ିରେ ତଦ୍ରୂପ କରିବ।
ଯାତ୍ରା ପୁସ୍ତକ 26 : 5 (IRVOR)
ଅର୍ଥାତ୍‍, ପ୍ରଥମ ଯବନିକାର ଧଡ଼ିରେ ପଚାଶ ଫାଶ କରିବ ଓ ଯୋଡ଼ସ୍ଥାନର ଦ୍ୱିତୀୟ ଯବନିକାର ଧଡ଼ିରେ ପଚାଶ ଫାଶ କରିବ; ସେହି ଦୁଇ ଫାଶ-ଶ୍ରେଣୀ ପରସ୍ପର ସମ୍ମୁଖୀନ ରହିବ।
ଯାତ୍ରା ପୁସ୍ତକ 26 : 6 (IRVOR)
ପୁଣି, ପଚାଶ ସ୍ୱର୍ଣ୍ଣ ଆଙ୍କୁଡ଼ା କରି ଆଙ୍କୁଡ଼ାରେ ଯବନିକା ସକଳ ପରସ୍ପର ଯୋଡ଼ିବ; ତହିଁରେ ଏକ ଆବାସ ହେବ।
ଯାତ୍ରା ପୁସ୍ତକ 26 : 7 (IRVOR)
ଆଉ ସେହି ଆବାସ ଉପରେ ଆଚ୍ଛାଦନାର୍ଥକ ତମ୍ବୁ ନିମନ୍ତେ ଛାଗ ଲୋମର ଏକାଦଶ ଯବନିକା ପ୍ରସ୍ତୁତ କରିବ।
ଯାତ୍ରା ପୁସ୍ତକ 26 : 8 (IRVOR)
ସେହି ପ୍ରତ୍ୟେକ ଯବନିକାର ଦୈର୍ଘ୍ୟ ତିରିଶ ହସ୍ତ ଓ ପ୍ରସ୍ଥ ଚାରି ହସ୍ତ; ଏହି ଏକାଦଶ ଯବନିକାର ଏକ ପରିମାଣ ହେବ।
ଯାତ୍ରା ପୁସ୍ତକ 26 : 9 (IRVOR)
ଏଉତ୍ତାରେ ପାଞ୍ଚ ଯବନିକା ପରସ୍ପର ଯୋଡ଼ି ପୃଥକ ରଖିବ ଓ ଅନ୍ୟ ଛଅ ଯବନିକା ପୃଥକ ରଖିବ, ପୁଣି, ଏମାନଙ୍କ ମଧ୍ୟରୁ ଷଷ୍ଠ ଯବନିକା ଦୋହରା କରି ତମ୍ବୁ ସମ୍ମୁଖରେ ରଖିବ।
ଯାତ୍ରା ପୁସ୍ତକ 26 : 10 (IRVOR)
ଆଉ ଯୋଡ଼ ସ୍ଥାନରେ ପ୍ରଥମ ଶେଷ ଯବନିକାର ଧଡ଼ିରେ ପଚାଶ ଫାଶ କରିବ ଓ ଦ୍ୱିତୀୟ ଯବନିକାର ଯୋଡ଼ସ୍ଥାନ ଧଡ଼ିରେ ପଚାଶ ଫାଶ କରିବ।
ଯାତ୍ରା ପୁସ୍ତକ 26 : 11 (IRVOR)
ଆଉ ପିତ୍ତଳର ପଚାଶ ଆଙ୍କୁଡ଼ା କରି ସେହି ଫାଶରେ ପ୍ରବେଶ କରାଇ ତମ୍ବୁ ଯୋଡ଼ିବ; ତହିଁରେ ତାହା ଏକ ତମ୍ବୁ ହେବ।
ଯାତ୍ରା ପୁସ୍ତକ 26 : 12 (IRVOR)
ସେହି ତମ୍ବୁ ଯବନିକାର ଅତିରିକ୍ତ ଅଂଶ, ଅର୍ଥାତ୍‍, ଯେଉଁ ଯବନିକା ଅର୍ଦ୍ଧ ଅତିରିକ୍ତ ଥିବ, ତାହା ଆବାସର ପଶ୍ଚାତ୍‍ ପାର୍ଶ୍ୱରେ ଓହଳି ରହିବ।
ଯାତ୍ରା ପୁସ୍ତକ 26 : 13 (IRVOR)
ଆଉ ତମ୍ବୁ ଯବନିକାର ଅବଶିଷ୍ଟ ଯେଉଁ ଦୀର୍ଘ ଅଂଶ ଏ ପାର୍ଶ୍ୱରେ ଏକ ହସ୍ତ ଓ ସେ ପାର୍ଶ୍ୱରେ ଏକ ହସ୍ତ ଅତିରିକ୍ତ ରହିବ, ତାହା ଆବାସର ଏ ପାର୍ଶ୍ୱ ସେ ପାର୍ଶ୍ୱରେ ଆଚ୍ଛାଦନାର୍ଥେ ଝୁଲିବ।
ଯାତ୍ରା ପୁସ୍ତକ 26 : 14 (IRVOR)
ଏଉତ୍ତାରେ ତୁମ୍ଭେ ରକ୍ତୀକୃତ ମେଷର ଚର୍ମରେ ତମ୍ବୁର ଏକ ଛାତ କରିବ, ଆଉ ତହିଁ ଉପରେ ଶିଶୁକ ଚର୍ମରେ ଏକ ଛାତ କରିବ।
ଯାତ୍ରା ପୁସ୍ତକ 26 : 15 (IRVOR)
ଏଥିଉତ୍ତାରେ ତୁମ୍ଭେ ଆବାସ ନିମନ୍ତେ ଶିଟୀମ୍‍ କାଷ୍ଠର ଠିଆପଟା ପ୍ରସ୍ତୁତ କରିବ।
ଯାତ୍ରା ପୁସ୍ତକ 26 : 16 (IRVOR)
ଏକ ଏକ ପଟା ଦଶ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ହେବ।
ଯାତ୍ରା ପୁସ୍ତକ 26 : 17 (IRVOR)
ତହିଁର ପରସ୍ପର ଅନୁରୂପ ଦୁଇ ପାଦ କରିବ; ଏହିରୂପେ ଆବାସର ସମସ୍ତ ପଟା ନିମନ୍ତେ ପ୍ରସ୍ତୁତ କରିବ।
ଯାତ୍ରା ପୁସ୍ତକ 26 : 18 (IRVOR)
ଆଉ ଆବାସ ନିମନ୍ତେ ଯେଉଁ ସବୁ ପଟା କରିବ, ସେ ସବୁ ମଧ୍ୟରୁ ଦକ୍ଷିଣ ଦିଗରେ ଦକ୍ଷିଣ ପାର୍ଶ୍ୱ ନିମନ୍ତେ କୋଡ଼ିଏ ପଟା।
ଯାତ୍ରା ପୁସ୍ତକ 26 : 19 (IRVOR)
ପୁଣି, ସେହି କୋଡ଼ିଏ ପଟା ତଳେ ଚାଳିଶ ରୂପାର ଚୁଙ୍ଗୀ କରିବ; ଏକ ପଟା ତଳେ ତହିଁର ଦୁଇ ପଦ ନିମନ୍ତେ ଦୁଇ ଚୁଙ୍ଗୀ ଓ ଅନ୍ୟାନ୍ୟ ପଟା ତଳେ ମଧ୍ୟ ସେମାନଙ୍କ ଦୁଇ ଦୁଇ ପଦ ନିମନ୍ତେ ଦୁଇ ଚୁଙ୍ଗୀ ହେବ।
ଯାତ୍ରା ପୁସ୍ତକ 26 : 20 (IRVOR)
ପୁଣି, ଆବାସର ଅନ୍ୟ ପାର୍ଶ୍ୱ ନିମନ୍ତେ ଉତ୍ତର ଦିଗରେ କୋଡ଼ିଏ ପଟା ହେବ।
ଯାତ୍ରା ପୁସ୍ତକ 26 : 21 (IRVOR)
ଏକ ପଟା ତଳେ ଦୁଇ ଚୁଙ୍ଗୀ ଓ ଅନ୍ୟାନ୍ୟ ପଟା ତଳେ ଦୁଇ ଦୁଇ ଚୁଙ୍ଗୀ; ଏରୂପେ ରୂପାର ଚାଳିଶ ଚୁଙ୍ଗୀ ହେବ।
ଯାତ୍ରା ପୁସ୍ତକ 26 : 22 (IRVOR)
ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍‍ ପାର୍ଶ୍ୱ ନିମନ୍ତେ ଛଅ ଖଣ୍ଡ ପଟା ହେବ।
ଯାତ୍ରା ପୁସ୍ତକ 26 : 23 (IRVOR)
ପୁଣି, ଆବାସର ସେହି ପଶ୍ଚାଦ୍‍ଭାଗର ଦୁଇ କୋଣରେ ଦୁଇ ଖଣ୍ଡ ପଟା ଦେବ।
ଯାତ୍ରା ପୁସ୍ତକ 26 : 24 (IRVOR)
ଏହି କୋଣରେ ଥିବା ପଟାଗୁଡ଼ିକ ଯୋଡ଼ା ହୋଇ ଉପର ମୁଣ୍ଡ ପର୍ଯ୍ୟନ୍ତ ସଂଯୁକ୍ତ ହେବ, ଦୁଇ କୋଣରେ ଥିବା ଦୁଇଟି ପଟା ଏହିପରି ତିଆରି ହେବ।
ଯାତ୍ରା ପୁସ୍ତକ 26 : 25 (IRVOR)
ତହିଁରେ ତହିଁର ପଟା ଆଠ ଖଣ୍ଡ ହେବ ଓ ତହିଁର ଷୋଳ ରୂପା ଚୁଙ୍ଗୀ ହେବ; ଏକ ପଟା ତଳେ ଦୁଇ ଚୁଙ୍ଗୀ ଓ ଅନ୍ୟାନ୍ୟ ପଟା ତଳେ ଦୁଇ ଚୁଙ୍ଗୀ ହେବ।
ଯାତ୍ରା ପୁସ୍ତକ 26 : 26 (IRVOR)
ଆଉ ତୁମ୍ଭେ ଶିଟୀମ୍‍ କାଷ୍ଠର ଅର୍ଗଳ ପ୍ରସ୍ତୁତ କରିବ; ଆବାସର ଏକ ପାର୍ଶ୍ୱସ୍ଥ ପଟାରେ ପାଞ୍ଚ ଅର୍ଗଳ ଓ ଅନ୍ୟ ପାର୍ଶ୍ୱସ୍ଥ ପଟାରେ ପାଞ୍ଚ ଅର୍ଗଳ
ଯାତ୍ରା ପୁସ୍ତକ 26 : 27 (IRVOR)
ଓ ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍‍ ପାର୍ଶ୍ୱର ପଟାରେ ପାଞ୍ଚ ଅର୍ଗଳ ଦେବ।
ଯାତ୍ରା ପୁସ୍ତକ 26 : 28 (IRVOR)
ପୁଣି, ମଧ୍ୟସ୍ଥିତ ଅର୍ଗଳ ପଟାର ମଧ୍ୟଦେଶରେ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ପାଇବ।
ଯାତ୍ରା ପୁସ୍ତକ 26 : 29 (IRVOR)
ଆଉ ସେହି ସବୁ ପଟା ସୁବର୍ଣ୍ଣରେ ମଡ଼ାଇବ ଓ ଅର୍ଗଳର ଘରା ନିମନ୍ତେ ସୁବର୍ଣ୍ଣ କଡ଼ା କରିବ, ପୁଣି, ଅର୍ଗଳସକଳ ସୁବର୍ଣ୍ଣରେ ମଡ଼ାଇବ।
ଯାତ୍ରା ପୁସ୍ତକ 26 : 30 (IRVOR)
ଏହି ପ୍ରକାରେ ଆବାସର ଯେଉଁ ଆଦର୍ଶ ପର୍ବତରେ ତୁମ୍ଭକୁ ପ୍ରଦର୍ଶିତ ହୋଇଅଛି; ତଦନୁସାରେ ତାହା ପ୍ରସ୍ତୁତ କରିବ।
ଯାତ୍ରା ପୁସ୍ତକ 26 : 31 (IRVOR)
ଆଉ ତୁମ୍ଭେ ନୀଳ ବର୍ଣ୍ଣ, ଧୂମ୍ର ବର୍ଣ୍ଣ, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ଏକ ବିଚ୍ଛେଦ ବସ୍ତ୍ର ପ୍ରସ୍ତୁତ କରିବ; ତାହା ନିପୁଣ ଶିଳ୍ପାକାରର କର୍ମରେ କିରୂବଗଣର ଆକୃତିବିଶିଷ୍ଟ କରାଯିବ।
ଯାତ୍ରା ପୁସ୍ତକ 26 : 32 (IRVOR)
ତୁମ୍ଭେ ତାହା ସୁବର୍ଣ୍ଣରେ ମଡ଼ାଇ ଶିଟୀମ୍‍ କାଷ୍ଠର ଚାରି ସ୍ତମ୍ଭ ଉପରେ ଟଙ୍ଗାଇବ; ପୁଣି, ରୂପାର ଚାରି ଚୁଙ୍ଗୀ ଉପରେ ସେମାନଙ୍କ ସ୍ୱର୍ଣ୍ଣର ଆଙ୍କୁଡ଼ାସବୁ ବସାଇବ।
ଯାତ୍ରା ପୁସ୍ତକ 26 : 33 (IRVOR)
ପୁଣି, ଆଙ୍କୁଡ଼ା ସବୁର ତଳେ ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସେହି ବିଚ୍ଛେଦ ବସ୍ତ୍ର ମଧ୍ୟକୁ ସାକ୍ଷ୍ୟରୂପ ସିନ୍ଦୁକ ଆଣିବ; ତହିଁରେ ସେହି ବିଚ୍ଛେଦ ବସ୍ତ୍ର ପବିତ୍ର ସ୍ଥାନ ଓ ମହାପବିତ୍ର ସ୍ଥାନ ମଧ୍ୟରେ ଭେଦକ ହେବ।
ଯାତ୍ରା ପୁସ୍ତକ 26 : 34 (IRVOR)
ଆଉ ତୁମ୍ଭେ ମହାପବିତ୍ର ସ୍ଥାନରେ ସାକ୍ଷ୍ୟ ସିନ୍ଦୁକ ଉପରେ ପାପାଚ୍ଛାଦନ ରଖିବ।
ଯାତ୍ରା ପୁସ୍ତକ 26 : 35 (IRVOR)
ବିଚ୍ଛେଦ ବସ୍ତ୍ରର ବାହାରେ ମେଜ ରଖିବ ଓ ମେଜ ସମ୍ମୁଖରେ ଆବାସର ଦକ୍ଷିଣ ଦିଗରେ ଦୀପବୃକ୍ଷ ରଖିବ ଓ ଉତ୍ତର ଦିଗରେ ମେଜ ରଖିବ।
ଯାତ୍ରା ପୁସ୍ତକ 26 : 36 (IRVOR)
ପୁଣି, ଆବାସର ଦ୍ୱାର ନିମନ୍ତେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ନିର୍ମିତ ଚିତ୍ରବିଚିତ୍ର ଏକ ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରିବ।
ଯାତ୍ରା ପୁସ୍ତକ 26 : 37 (IRVOR)
ସେହି ଆଚ୍ଛାଦନ ବସ୍ତ୍ର ନିମନ୍ତେ ପାଞ୍ଚଗୋଟି ଶିଟୀମ୍‍ କାଷ୍ଠର ସ୍ତମ୍ଭ ନିର୍ମାଣ କରି ସ୍ୱର୍ଣ୍ଣ ମଡ଼ାଇବ, ପୁଣି, ସ୍ୱର୍ଣ୍ଣରେ ତହିଁର ଆଙ୍କୁଡ଼ା କରିବ ଓ ତହିଁ ନିମନ୍ତେ ପିତ୍ତଳର ପାଞ୍ଚ ଚୁଙ୍ଗୀ ଢାଳିବ। [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37

BG:

Opacity:

Color:


Size:


Font: