ଯାତ୍ରା ପୁସ୍ତକ 24 : 1 (IRVOR)
ନିୟମ-ପୁସ୍ତକ ମୁଦ୍ରାଙ୍କନ ଏଥିଉତ୍ତାରେ ସେ ମୋଶାଙ୍କୁ କହିଲେ, “ତୁମ୍ଭେ, ହାରୋଣ, ନାଦବ, ଅବୀହୂ ଓ ଇସ୍ରାଏଲର ପ୍ରାଚୀନବର୍ଗର ସତୁରି ଜଣ, ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟକୁ ଆରୋହଣ କରି ଆସି ଦୂରରେ ରହି ତାହାଙ୍କର ଭଜନା କର।
ଯାତ୍ରା ପୁସ୍ତକ 24 : 2 (IRVOR)
କେବଳ ମୋଶା ସଦାପ୍ରଭୁଙ୍କ ନିକଟକୁ ଆସିବ, ମାତ୍ର ସେମାନେ ନିକଟକୁ ଆସିବେ ନାହିଁ, କିଅବା ଲୋକମାନେ ତାହା ସଙ୍ଗେ ଆରୋହଣ କରିବେ ନାହିଁ।”
ଯାତ୍ରା ପୁସ୍ତକ 24 : 3 (IRVOR)
ତେବେ ମୋଶା ଆସି ସଦାପ୍ରଭୁଙ୍କର ସେହିସବୁ ବାକ୍ୟ ଓ ନିୟମ ବିଷୟ ଲୋକମାନଙ୍କୁ କହନ୍ତେ, ସମସ୍ତେ ଏକ ସ୍ୱରରେ ଉତ୍ତର କଲେ, “ସଦାପ୍ରଭୁ ଯେଉଁ ସବୁ କଥା କହିଅଛନ୍ତି, ତାହାସବୁ ଆମ୍ଭେମାନେ ପାଳନ କରିବା।”
ଯାତ୍ରା ପୁସ୍ତକ 24 : 4 (IRVOR)
ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ଲେଖିଲେ, ପୁଣି, ପ୍ରଭାତରେ ଉଠି ପର୍ବତ ତଳେ ଗୋଟିଏ ଯଜ୍ଞବେଦି ଓ ଇସ୍ରାଏଲର ଦ୍ୱାଦଶ ବଂଶାନୁସାରେ ଦ୍ୱାଦଶ ସ୍ତମ୍ଭ ନିର୍ମାଣ କଲେ।
ଯାତ୍ରା ପୁସ୍ତକ 24 : 5 (IRVOR)
ଆଉ, ସେ ଇସ୍ରାଏଲ ସନ୍ତାନଗଣର ଯୁବାମାନଙ୍କୁ ପଠାନ୍ତେ, ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥେ ଓ ମଙ୍ଗଳାର୍ଥେ ବୃଷମାନଙ୍କୁ ବଳିଦାନ କଲେ।
ଯାତ୍ରା ପୁସ୍ତକ 24 : 6 (IRVOR)
ତହୁଁ ମୋଶା ରକ୍ତ ଘେନି ତହିଁର ଅର୍ଦ୍ଧେକ ପାତ୍ରରେ ରଖିଲେ, ଆଉ ଅର୍ଦ୍ଧେକ ରକ୍ତ ବେଦି ଉପରେ ସେଚନ କଲେ।
ଯାତ୍ରା ପୁସ୍ତକ 24 : 7 (IRVOR)
ପୁଣି, ନିୟମ-ପୁସ୍ତକ ନେଇ ଲୋକମାନଙ୍କ କର୍ଣ୍ଣ-ଗୋଚରରେ ପାଠ କଲେ; ତହିଁରେ ସେମାନେ କହିଲେ, “ସଦାପ୍ରଭୁ ଯାହା ଯାହା କହିଅଛନ୍ତି, ତାହା ସବୁ ଆମ୍ଭେମାନେ ପାଳନ କରିବା ଓ ଆଜ୍ଞାବହ ହେବା।”
ଯାତ୍ରା ପୁସ୍ତକ 24 : 8 (IRVOR)
ତହୁଁ ମୋଶା ସେହି ରକ୍ତ ଘେନି ଲୋକମାନଙ୍କ ଉପରେ ସେଚନ କରି କହିଲେ, “ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଏହି ସମସ୍ତ ବାକ୍ୟ ସମ୍ବନ୍ଧୀୟ ଯେଉଁ ନିୟମ କରିଅଛନ୍ତି, ସେହି ନିୟମର ରକ୍ତ ଏହି।”
ଯାତ୍ରା ପୁସ୍ତକ 24 : 9 (IRVOR)
ତେବେ ମୋଶା, ହାରୋଣ, ନାଦବ, ଅବୀହୂ ଓ ଇସ୍ରାଏଲର ପ୍ରାଚୀନବର୍ଗର ସତୁରି ଜଣ ଆରୋହଣ କଲେ; ଆଉ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କୁ ଦର୍ଶନ କଲେ।
ଯାତ୍ରା ପୁସ୍ତକ 24 : 10 (IRVOR)
ପୁଣି, ତାହାଙ୍କ ଚରଣତଳ ସ୍ଥାନ ଉଜ୍ଜ୍ୱଳ ନୀଳକାନ୍ତ ମଣି ନିର୍ମିତ କାର୍ଯ୍ୟ ତୁଲ୍ୟ ଓ ନିର୍ମଳତାରେ ଠିକ୍ ଆକାଶ ପରି ଥିଲା।
ଯାତ୍ରା ପୁସ୍ତକ 24 : 11 (IRVOR)
ଆଉ ସେ ଇସ୍ରାଏଲ ସନ୍ତାନଗଣର ଅଧ୍ୟକ୍ଷମାନଙ୍କ ବିରୁଦ୍ଧରେ ହସ୍ତ ବିସ୍ତାର କଲେ ନାହିଁ; ମାତ୍ର ସେମାନେ ପରମେଶ୍ୱରଙ୍କୁ ଦର୍ଶନ କଲେ, ପୁଣି, ଭୋଜନ ଓ ପାନ କଲେ।
ଯାତ୍ରା ପୁସ୍ତକ 24 : 12 (IRVOR)
ସୀନୟ ପର୍ବତରେ ମୋଶା ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ପର୍ବତ ଆରୋହଣ କରି ଆମ୍ଭ ନିକଟକୁ ଆସି ଏହି ସ୍ଥାନରେ ଥାଅ; ତହିଁରେ ଆମ୍ଭେ ଲୋକମାନଙ୍କ ଶିକ୍ଷା ନିମନ୍ତେ ଯାହା ଲେଖିଅଛୁ, ତାହା, ଅର୍ଥାତ୍, ବ୍ୟବସ୍ଥା ଓ ଆଜ୍ଞା ସମ୍ବନ୍ଧୀୟ ଦୁଇ ଖଣ୍ଡ ପ୍ରସ୍ତର-ଫଳକ ତୁମ୍ଭକୁ ଦେବା।”
ଯାତ୍ରା ପୁସ୍ତକ 24 : 13 (IRVOR)
ତହିଁରେ ମୋଶା ଓ ତାଙ୍କର ପରିଚାରକ ଯିହୋଶୂୟ ଉଠିଲେ; ପୁଣି, ମୋଶା ପରମେଶ୍ୱରଙ୍କ ପର୍ବତରେ ଆରୋହଣ କଲେ।
ଯାତ୍ରା ପୁସ୍ତକ 24 : 14 (IRVOR)
ଆଉ ସେ ପ୍ରାଚୀନବର୍ଗଙ୍କୁ କହିଲେ, “ଆମ୍ଭେମାନେ ଯେପର୍ଯ୍ୟନ୍ତ ତୁମ୍ଭ ନିକଟକୁ ବାହୁଡ଼ି ନ ଆସୁ, ସେପର୍ଯ୍ୟନ୍ତ ତୁମ୍ଭେମାନେ ଆମ୍ଭମାନଙ୍କ ଅପେକ୍ଷାରେ ଏହିଠାରେ ଥାଅ; ଦେଖ, ହାରୋଣ ଓ ହୂର ତୁମ୍ଭମାନଙ୍କ ନିକଟରେ ଅଛନ୍ତି, କାହାରି କୌଣସି ବିବାଦର କଥା ଉପସ୍ଥିତ ହେଲେ, ସେ ସେମାନଙ୍କ ନିକଟକୁ ଯାଉ।”
ଯାତ୍ରା ପୁସ୍ତକ 24 : 15 (IRVOR)
ଏଉତ୍ତାରେ ମୋଶା ପର୍ବତରେ ଚଢ଼ିଲେ, ପୁଣି, ମେଘ ପର୍ବତକୁ ଆଚ୍ଛାଦନ କଲା।
ଯାତ୍ରା ପୁସ୍ତକ 24 : 16 (IRVOR)
ତହିଁରେ ସୀନୟ ପର୍ବତ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତି କଲା; ଆଉ ତାହା ଛଅ ଦିନ ମେଘାଚ୍ଛନ୍ନ ହୋଇ ରହିଲା; ତହିଁ ଉତ୍ତାରେ ସେ ସପ୍ତମ ଦିନ ମେଘ ମଧ୍ୟରୁ ମୋଶାଙ୍କୁ ଡାକିଲେ।
ଯାତ୍ରା ପୁସ୍ତକ 24 : 17 (IRVOR)
ତହିଁରେ ଇସ୍ରାଏଲ ସନ୍ତାନଗଣର ଦୃଷ୍ଟିରେ ପର୍ବତ ଶୃଙ୍ଗରେ ଗ୍ରାସକାରୀ ଅଗ୍ନି ତୁଲ୍ୟ ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶିତ ହେଲା।
ଯାତ୍ରା ପୁସ୍ତକ 24 : 18 (IRVOR)
ପୁଣି, ମୋଶା ମେଘ ମଧ୍ୟରେ ପ୍ରବେଶ କରି ପର୍ବତ ଉପରେ ଉଠି ଚାଳିଶ ଦିବାରାତ୍ର ସେହି ପର୍ବତ ଉପରେ ରହିଲେ।
❮
❯
1
2
3
4
5
6
7
8
9
10
11
12
13
14
15
16
17
18