ଯାତ୍ରା ପୁସ୍ତକ 1 : 1 (IRVOR)
ମିସରରେ ଇସ୍ରାଏଲୀୟମାନଙ୍କୁ ନିର୍ଯ୍ୟାତନା ଇସ୍ରାଏଲଙ୍କର ଯେଉଁ ପୁତ୍ରଗଣ ପ୍ରତ୍ୟେକେ ଆପଣା ଆପଣା ପରିଜନ ଘେନି ଯାକୁବଙ୍କ ସହିତ ମିସର ଦେଶକୁ ଆସିଲେ, ସେମାନଙ୍କ ନାମ;
ଯାତ୍ରା ପୁସ୍ତକ 1 : 2 (IRVOR)
ରୁବେନ୍, ଶିମୀୟୋନ, ଲେବୀ ଓ ଯିହୁଦା;
ଯାତ୍ରା ପୁସ୍ତକ 1 : 3 (IRVOR)
ଇଷାଖର, ସବୂଲୂନ ଓ ବିନ୍ୟାମୀନ୍;
ଯାତ୍ରା ପୁସ୍ତକ 1 : 4 (IRVOR)
ଦାନ୍ ଓ ନପ୍ତାଲି; ଗାଦ୍ ଓ ଆଶେର।
ଯାତ୍ରା ପୁସ୍ତକ 1 : 5 (IRVOR)
ସର୍ବସୁଦ୍ଧା ଯାକୁବଙ୍କଠାରୁ ଉତ୍ପନ୍ନ ବଂଶ ସତୁରି ପ୍ରାଣୀ ଥିଲେ; ମାତ୍ର ଯୋଷେଫ ପୂର୍ବେ ମିସରରେ ଥିଲେ।
ଯାତ୍ରା ପୁସ୍ତକ 1 : 6 (IRVOR)
ଏଥିଉତ୍ତାରେ ଯୋଷେଫ, ତାଙ୍କର ଭ୍ରାତୃଗଣ ଓ ତତ୍କାଳୀନ ସମସ୍ତ ଲୋକ ମଲେ।
ଯାତ୍ରା ପୁସ୍ତକ 1 : 7 (IRVOR)
ତଥାପି ଇସ୍ରାଏଲ ବଂଶ ବହୁପ୍ରଜ, ବର୍ଦ୍ଧିଷ୍ଣୁ ଓ ବହୁଗୋଷ୍ଠୀକ ହୋଇ ଅତିଶୟ ପ୍ରବଳ ହେଲେ, ପୁଣି, ସେମାନଙ୍କ ଦ୍ୱାରା ଦେଶ ପରିପୂର୍ଣ୍ଣ ହେଲା।
ଯାତ୍ରା ପୁସ୍ତକ 1 : 8 (IRVOR)
ଏଥିଉତ୍ତାରେ ଯେ ଯୋଷେଫଙ୍କୁ ଜାଣି ନ ଥିଲେ, ଏପରି ଏକ ନୂତନ ରାଜା ମିସର ଦେଶରେ ହେଲେ।
ଯାତ୍ରା ପୁସ୍ତକ 1 : 9 (IRVOR)
ସେ ଆପଣା ଲୋକମାନଙ୍କୁ କହିଲେ, “ଦେଖ, ଇସ୍ରାଏଲ ସନ୍ତାନମାନଙ୍କ ବଂଶ, ବଳରେ ଓ ସଂଖ୍ୟାରେ ଆମ୍ଭମାନଙ୍କଠାରୁ ଅଧିକ ଅଟନ୍ତି।
ଯାତ୍ରା ପୁସ୍ତକ 1 : 10 (IRVOR)
ସେମାନେ ଯେପରି ବର୍ଦ୍ଧିତ ନ ହୁଅନ୍ତି, ପୁଣି, ଯୁଦ୍ଧ ଘଟିଲେ, ଆମ୍ଭମାନଙ୍କର ଶତ୍ରୁପକ୍ଷ ହୋଇ ଆମ୍ଭମାନଙ୍କ ସଙ୍ଗେ ଯୁଦ୍ଧ ନ କରନ୍ତି ଓ ଏ ଦେଶରୁ ପ୍ରସ୍ଥାନ ନ କରନ୍ତି, ଏଥିପାଇଁ ଆସ, ଆମ୍ଭେମାନେ ସେମାନଙ୍କ ସଙ୍ଗେ ସାବଧାନ ହୋଇ ବ୍ୟବହାର କରୁ।”
ଯାତ୍ରା ପୁସ୍ତକ 1 : 11 (IRVOR)
ଏଥିଉତ୍ତାରେ ସେମାନେ ଭାରବହନ ଦ୍ୱାରା ସେମାନଙ୍କୁ କ୍ଳେଶ ଦେବା ପାଇଁ ସେମାନଙ୍କ ଉପରେ କାର୍ଯ୍ୟଶାସକମାନଙ୍କୁ ନିଯୁକ୍ତ କଲେ, ପୁଣି, ସେମାନଙ୍କ ଦ୍ୱାରା ଫାରୋଙ୍କ ନିମନ୍ତେ ଭଣ୍ଡାରର ନଗର, ଅର୍ଥାତ୍, ପିଥୋମ୍ ଓ ରାମିଷେଷ୍ ନିର୍ମାଣ କରାଇଲେ।
ଯାତ୍ରା ପୁସ୍ତକ 1 : 12 (IRVOR)
ମାତ୍ର ସେମାନେ ସେମାନଙ୍କୁ ଯେତେ ଅଧିକ କ୍ଳେଶ ଦେଲେ, ସେମାନେ ସେତେ ଅଧିକ ବୃଦ୍ଧି ପାଇଲେ, ପୁଣି, ସେତେ ଅଧିକ ବ୍ୟାପି ଗଲେ। ଏହେତୁ ଇସ୍ରାଏଲର ସନ୍ତାନମାନଙ୍କ ନିମନ୍ତେ ସେମାନେ ଅତିଶୟ ଉଦ୍ବିଗ୍ନ ହେଲେ।
ଯାତ୍ରା ପୁସ୍ତକ 1 : 13 (IRVOR)
ତହିଁରେ ମିସ୍ରୀୟ ଲୋକମାନେ ନିର୍ଦ୍ଦୟ ଭାବରେ ଇସ୍ରାଏଲ ସନ୍ତାନମାନଙ୍କୁ ଦାସ୍ୟକର୍ମ କରାଇଲେ।
ଯାତ୍ରା ପୁସ୍ତକ 1 : 14 (IRVOR)
ପୁଣି, କାଦୁଅ, ଇଟା ଓ ବିଲର ସବୁ କର୍ମାଦି କଠିନ ଦାସ୍ୟକର୍ମ ଦ୍ୱାରା ସେମାନଙ୍କ ପ୍ରାଣକୁ ବିରକ୍ତ କରିବାକୁ ଲାଗିଲେ। ସେମାନେ ଯେଉଁ ସମସ୍ତ ଦାସ୍ୟକର୍ମ କରାଇଲେ; ସେହି ସମସ୍ତ ନିର୍ଦ୍ଦୟ ଭାବରେ କରାଇଲେ।
ଯାତ୍ରା ପୁସ୍ତକ 1 : 15 (IRVOR)
ଏଥିଉତ୍ତାରେ ମିସ୍ରୀୟ ରାଜା, ଶିଫ୍ରା ଓ ପୂୟା ନାମ୍ନୀ ଦୁଇ ଏବ୍ରୀୟା ଧାତ୍ରୀଙ୍କୁ ଏହି କଥା କହିଲେ,
ଯାତ୍ରା ପୁସ୍ତକ 1 : 16 (IRVOR)
“ଯେଉଁ ସମୟରେ ତୁମ୍ଭେମାନେ ଏବ୍ରୀୟା ସ୍ତ୍ରୀମାନଙ୍କର ଧାତ୍ରୀକାର୍ଯ୍ୟ କରିବ ଓ ସେମାନଙ୍କୁ ଜନ୍ମାସନରେ ଦେଖିବ; ସେ ସମୟରେ ଯଦି ପୁତ୍ରସନ୍ତାନ ହେବ, ତେବେ ତାକୁ ବଧ କରିବ; ଆଉ ଯଦି କନ୍ୟା ହେବ, ତେବେ ତାକୁ ଜୀବିତ ରଖିବ।”
ଯାତ୍ରା ପୁସ୍ତକ 1 : 17 (IRVOR)
ମାତ୍ର ସେହି ଧାତ୍ରୀମାନେ ପରମେଶ୍ୱରଙ୍କୁ ଭୟ କରିବାରୁ ମିସ୍ରୀୟ ରାଜାଙ୍କର ଆଜ୍ଞା ଅନୁସାରେ ନ କରି ପୁତ୍ରସନ୍ତାନମାନଙ୍କୁ ଜୀବିତ ରଖିଲେ।
ଯାତ୍ରା ପୁସ୍ତକ 1 : 18 (IRVOR)
ତେଣୁ ମିସରର ରାଜା ଧାତ୍ରୀମାନଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଏପରି କାର୍ଯ୍ୟ କାହିଁକି କରୁଅଛ ? ପୁତ୍ରସନ୍ତାନମାନଙ୍କୁ କାହିଁକି ଜୀବିତ ରଖୁଅଛ ?”
ଯାତ୍ରା ପୁସ୍ତକ 1 : 19 (IRVOR)
ତହିଁରେ ଧାତ୍ରୀମାନେ ଫାରୋଙ୍କୁ କହିଲେ, “ଏବ୍ରୀୟା ସ୍ତ୍ରୀଗଣ ମିସ୍ରୀୟା ସ୍ତ୍ରୀଗଣ ପରି ନୁହଁନ୍ତି; ସେମାନେ ବଳବତୀ, ସେମାନଙ୍କ ନିକଟକୁ ଧାତ୍ରୀ ଆସିବା ପୂର୍ବରୁ ସେମାନେ ପ୍ରସବ କରନ୍ତି।”
ଯାତ୍ରା ପୁସ୍ତକ 1 : 20 (IRVOR)
ପୁଣି, ପରମେଶ୍ୱର ସେହି ଧାତ୍ରୀମାନଙ୍କର ମଙ୍ଗଳ କଲେ, ତହିଁରେ ଲୋକମାନେ ଅତ୍ୟନ୍ତ ବୃଦ୍ଧି ପାଇ ଅତିଶୟ ବଳବାନ ହେଲେ।
ଯାତ୍ରା ପୁସ୍ତକ 1 : 21 (IRVOR)
ସେହି ଧାତ୍ରୀମାନେ ପରମେଶ୍ୱରଙ୍କୁ ଭୟ କରିବାରୁ ସେ ସେମାନଙ୍କ ବଂଶ ବୃଦ୍ଧି କଲେ।
ଯାତ୍ରା ପୁସ୍ତକ 1 : 22 (IRVOR)
ଏଥିଉତ୍ତାରେ ଫାରୋ ଆପଣା ସମସ୍ତ ପ୍ରଜାଙ୍କୁ ଏହି ଆଜ୍ଞା ଦେଲେ, “ତୁମ୍ଭେମାନେ ନବଜାତ ପ୍ରତ୍ୟେକ ପୁତ୍ରସନ୍ତାନକୁ ନୀଳ ନଦୀରେ ନିକ୍ଷେପ କର, ମାତ୍ର ପ୍ରତ୍ୟେକ କନ୍ୟାକୁ ଜୀବିତ ରଖ।”
❮
❯
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22