ଏଷ୍ଟର ବିବରଣ 4 : 1 (IRVOR)
ଯିହୁଦୀଙ୍କ ସାହାଯ୍ୟାର୍ଥେ ଏଷ୍ଟରଙ୍କ ପ୍ରତିଶ୍ରୁତି ମର୍ଦ୍ଦଖୟ ଏହିସବୁ ବିଷୟ ଗୋଚର ହୁଅନ୍ତେ, ଆପଣା ବସ୍ତ୍ର ଚିରିଲେ ଓ ଅଖା ପିନ୍ଧି ଓ ଭସ୍ମ ଲେପନ କରି ନଗର ମଧ୍ୟକୁ ଯାଇ ଉଚ୍ଚ ଓ ବିଳାପ ସ୍ୱରରେ ରୋଦନ କଲେ।
ଏଷ୍ଟର ବିବରଣ 4 : 2 (IRVOR)
ପୁଣି, ସେ ରାଜଦ୍ୱାରର ସମ୍ମୁଖ ପର୍ଯ୍ୟନ୍ତ ଗଲେ, କାରଣ ଅଖା ପିନ୍ଧି କାହାକୁ ରାଜଦ୍ୱାରରେ ପ୍ରବେଶ କରିବାର ଅନୁମତି ନ ଥିଲା।
ଏଷ୍ଟର ବିବରଣ 4 : 3 (IRVOR)
ଆଉ, ପ୍ରତ୍ୟେକ ପ୍ରଦେଶର ଯେଉଁ ଯେଉଁ ସ୍ଥାନକୁ ଏହି ରାଜାଜ୍ଞା ଓ ନିୟମପତ୍ର ପହଞ୍ଚିଲା, ସେହି ସକଳ ସ୍ଥାନର ଯିହୁଦୀୟମାନଙ୍କ ମଧ୍ୟରେ ମହାଶୋକ ଓ ଉପବାସ ଓ କ୍ରନ୍ଦନ ଓ ବିଳାପ ହେଲା, ପୁଣି ଅନେକେ ଅଖା ଓ ଭସ୍ମରେ ଶୟନ କଲେ।
ଏଷ୍ଟର ବିବରଣ 4 : 4 (IRVOR)
ଏଣୁ ଏଷ୍ଟରଙ୍କ ଦାସୀଗଣ ଓ ନପୁଂସକମାନେ ଆସି ଏହି କଥା ତାହାଙ୍କୁ ଜଣାଇଲେ; ତେଣୁ ରାଣୀ ଅତିଶୟ ଶୋକ କଲେ; ପୁଣି, ମର୍ଦ୍ଦଖୟଠାରୁ ଅଖା କାଢ଼ି ତାହାଙ୍କୁ ପିନ୍ଧାଇବା ପାଇଁ ବସ୍ତ୍ର ପଠାଇଲେ, ମାତ୍ର ସେ ତାହା ଗ୍ରହଣ କଲେ ନାହିଁ।
ଏଷ୍ଟର ବିବରଣ 4 : 5 (IRVOR)
ଏଥିରେ ରାଜାଙ୍କ ଦ୍ୱାରା ଏଷ୍ଟରଙ୍କ ସେବାରେ ନିଯୁକ୍ତ ହଥକ୍ ନାମକ ରାଜନପୁଂସକକୁ ଏଷ୍ଟର ଡାକି, କ’ଣ ହେଲା ଓ କାହିଁକି ତାହା ହେଲା, ଏହା ଜାଣିବା ନିମନ୍ତେ ମର୍ଦ୍ଦଖୟ ନିକଟକୁ ଯିବା ପାଇଁ ତାହାଙ୍କୁ ଆଜ୍ଞା ଦେଲେ।
ଏଷ୍ଟର ବିବରଣ 4 : 6 (IRVOR)
ତହିଁରେ ହଥକ୍ ରାଜଦ୍ୱାର ସମ୍ମୁଖସ୍ଥ ନଗରର ଛକବନ୍ଦି ସ୍ଥାନରେ ମର୍ଦ୍ଦଖୟ ନିକଟକୁ ଗଲେ।
ଏଷ୍ଟର ବିବରଣ 4 : 7 (IRVOR)
ପୁଣି, ମର୍ଦ୍ଦଖୟ ଆପଣା ପ୍ରତି ଯାହା ଯାହା ଘଟିଥିଲା ଓ ଯିହୁଦୀୟମାନଙ୍କୁ ବିନାଶ କରିବା ନିମନ୍ତେ ହାମନ୍ ରାଜଭଣ୍ଡାରରେ ଠିକ୍ ଯେତେ ମୁଦ୍ରା ଦେବାକୁ ପ୍ରତିଜ୍ଞା କରିଥିଲେ, ତାହା ତାହାଙ୍କୁ କହିଲେ।
ଏଷ୍ଟର ବିବରଣ 4 : 8 (IRVOR)
ଆହୁରି ମଧ୍ୟ, “ସେମାନଙ୍କ ବିନାଶାର୍ଥେ ଯେଉଁ ଆଜ୍ଞାପତ୍ର ଶୂଶନ୍ରେ ଦତ୍ତ ହୋଇଥିଲା, ତହିଁର ଏକ ପ୍ରତିଲିପି ଏଷ୍ଟରଙ୍କୁ ଦେଖାଇ ଜ୍ଞାତ କରାଇବାକୁ ଦେଲେ; ଆଉ, ଏଷ୍ଟର ଯେପରି ଆପଣା ଲୋକଙ୍କ ପାଇଁ ରାଜାଙ୍କ ଛାମୁରେ ପ୍ରବେଶ କରି ତାଙ୍କ ନିକଟରେ ନିବେଦନ ଓ ଅନୁରୋଧ କରିବେ,” ଏପରି ଆଦେଶ କରିବାକୁ କହିଲେ।
ଏଷ୍ଟର ବିବରଣ 4 : 9 (IRVOR)
ତହୁଁ ହଥକ୍ ଆସି ମର୍ଦ୍ଦଖୟର କଥା ଏଷ୍ଟରଙ୍କୁ ଜଣାଇଲେ।
ଏଷ୍ଟର ବିବରଣ 4 : 10 (IRVOR)
ଏଉତ୍ତାରୁ ଏଷ୍ଟର ହଥକ୍କୁ ଏହି କଥା କହି ମର୍ଦ୍ଦଖୟ ନିକଟକୁ ଯିବା ପାଇଁ ଆଜ୍ଞା କଲେ, ଯଥା,
ଏଷ୍ଟର ବିବରଣ 4 : 11 (IRVOR)
“ବିନା ଡାକରାରେ ପୁରୁଷ କି ସ୍ତ୍ରୀ ଯେକେହି ଭିତର ପ୍ରାଙ୍ଗଣକୁ ରାଜାଙ୍କ ନିକଟକୁ ଯାଏ, ତାହାର ପ୍ରାଣଦଣ୍ଡ ହେବାର ଏକମାତ୍ର ଆଜ୍ଞା ଅଛି, କେବଳ ଯାହା ପ୍ରତି ରାଜା ସ୍ୱର୍ଣ୍ଣମୟ ରାଜଦଣ୍ଡ ବଢ଼ାନ୍ତି, ସେହି ବଞ୍ଚେ, ଏହା ରାଜାଙ୍କର ସବୁ ଦାସ ଓ ରାଜାଙ୍କର ସବୁ ପ୍ରଦେଶସ୍ଥ ଲୋକ ଜାଣନ୍ତି; ମାତ୍ର ଆଜକୁ ତିରିଶ ଦିନ ହେଲା ମୁଁ ରାଜାଙ୍କ ନିକଟକୁ ଯିବା ପାଇଁ ଡାକରା ପାଇ ନାହିଁ।”
ଏଷ୍ଟର ବିବରଣ 4 : 12 (IRVOR)
ସେମାନେ ଏଷ୍ଟରଙ୍କ ଏହି କଥା ମର୍ଦ୍ଦଖୟଙ୍କୁ କହିଲେ।
ଏଷ୍ଟର ବିବରଣ 4 : 13 (IRVOR)
ତେଣୁ ମର୍ଦ୍ଦଖୟ ଏଷ୍ଟରଙ୍କୁ ଏହି ପ୍ରତ୍ୟୁତ୍ତର ଦେବାକୁ ସେମାନଙ୍କୁ କହିଲେ, “ସବୁ ଯିହୁଦୀୟମାନଙ୍କ ମଧ୍ୟରୁ କେବଳ ତୁମ୍ଭେ ରାଜଗୃହରେ ଥିବାରୁ ଯେ ରକ୍ଷା ପାଇବ, ଏହା ମନରେ ଭାବ ନାହିଁ।
ଏଷ୍ଟର ବିବରଣ 4 : 14 (IRVOR)
ଯେବେ ତୁମ୍ଭେ ଏହି ସମୟରେ ସର୍ବତୋଭାବେ ନୀରବ ହୋଇ ରୁହ, ତେବେ ଅନ୍ୟ କୌଣସି ସ୍ଥାନରୁ ଯିହୁଦୀୟମାନଙ୍କର ଉପକାର ଓ ଉଦ୍ଧାର ଉତ୍ପନ୍ନ ହେବ, ମାତ୍ର ତୁମ୍ଭେ ଓ ତୁମ୍ଭ ପିତୃବଂଶ ବିନଷ୍ଟ ହେବ; କିଏ ଜାଣେ, ତୁମ୍ଭେ ଏପରି ସମୟ ନିମନ୍ତେ ରାଜ୍ୟ ପାଇଅଛ ?”
ଏଷ୍ଟର ବିବରଣ 4 : 15 (IRVOR)
ଏଥିରେ ଏଷ୍ଟର ମର୍ଦ୍ଦଖୟଙ୍କୁ ଏହି ପ୍ରତ୍ୟୁତ୍ତର ଦେବାକୁ ସେମାନଙ୍କୁ କହିଲେ,
ଏଷ୍ଟର ବିବରଣ 4 : 16 (IRVOR)
“ତୁମ୍ଭେ ଯାଇ ଶୂଶନ୍ରେ ଉପସ୍ଥିତ ସମସ୍ତ ଯିହୁଦୀୟ ଲୋକଙ୍କୁ ଏକତ୍ର କରି ମୋ’ ନିମନ୍ତେ ଉପବାସ କର, ପୁଣି ତିନି ଦିନ ଯାଏ ଦିନରେ କିଅବା ରାତ୍ରିରେ କିଛି ଭୋଜନ କର ନାହିଁ ଓ କିଛି ପାନ କର ନାହିଁ; ମଧ୍ୟ ମୁଁ ଓ ମୋହର ଦାସୀଗଣ ତଦ୍ରୂପ ଉପବାସ କରିବୁ; ତହୁଁ ବ୍ୟବସ୍ଥାନୁଯାୟୀ ନୋହିଲେ ହେଁ ମୁଁ ରାଜାଙ୍କ ନିକଟକୁ ଯିବି; ତହିଁରେ ମୁଁ ବିନଷ୍ଟ ହେଲେ ବିନଷ୍ଟ ହେବି।”
ଏଷ୍ଟର ବିବରଣ 4 : 17 (IRVOR)
ତେଣୁ ମର୍ଦ୍ଦଖୟ ଚାଲି ଯାଇ ଏଷ୍ଟରଙ୍କ ସମସ୍ତ ଆଜ୍ଞାନୁସାରେ କର୍ମ କଲେ।
❮
❯
1
2
3
4
5
6
7
8
9
10
11
12
13
14
15
16
17