ଏଷ୍ଟର ବିବରଣ 1 : 1 (IRVOR)
ରାଜାଙ୍କ ଭୋଜ ଅକ୍ଷଶ୍ୱେରଶ ହିନ୍ଦୁସ୍ଥାନଠାରୁ କୂଶ ଦେଶ ପର୍ଯ୍ୟନ୍ତ ଏକ ଶତ ସତାଇଶ୍ ପ୍ରଦେଶ ଉପରେ ରାଜ୍ୟ କଲେ।
ଏଷ୍ଟର ବିବରଣ 1 : 2 (IRVOR)
ଏହି ଅକ୍ଷଶ୍ୱେରଶ ରାଜା ଶୂଶନ୍‍ ରାଜଧାନୀରେ ଆପଣା ରାଜସିଂହାସନରେ ଉପବିଷ୍ଟ ହେଲା ଉତ୍ତାରେ,
ଏଷ୍ଟର ବିବରଣ 1 : 3 (IRVOR)
ଆପଣା ରାଜତ୍ଵର ତୃତୀୟ ବର୍ଷରେ ଆପଣା ସକଳ ଅଧିପତି ଓ ଦାସମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କଲେ; ତହିଁରେ ପାରସ୍ୟ ଓ ମାଦୀୟା ଦେଶର ବିକ୍ରମୀ ଲୋକମାନେ ପୁଣି କୁଳୀନ ଓ ପ୍ରଦେଶାଧିପତିମାନେ ତାହାର ସାକ୍ଷାତରେ ଉପସ୍ଥିତ ହେଲେ।
ଏଷ୍ଟର ବିବରଣ 1 : 4 (IRVOR)
ସେ ଆପଣା ପ୍ରତାପାନ୍ୱିତ ରାଜ୍ୟର ଧନ ଓ ଆପଣା ମହତ୍ତ୍ୱର ଶୋଭାର ଉତ୍କୃଷ୍ଟତା ଅନେକ ଦିନ, ଅର୍ଥାତ୍‍, ଏକ ଶତ ଅଶୀ ଦିନ ପର୍ଯ୍ୟନ୍ତ ପ୍ରଦର୍ଶନ କଲେ।
ଏଷ୍ଟର ବିବରଣ 1 : 5 (IRVOR)
ତହୁଁ ଏସବୁ ଦିନ ଗତ ହୁଅନ୍ତେ, ରାଜା ଶୂଶନ୍‍ ରାଜଧାନୀରେ ଉପସ୍ଥିତ ବଡ଼ ଓ ସାନ ସମସ୍ତ ଲୋକଙ୍କ ପାଇଁ ରାଜପୁରୀସ୍ଥ ଉଦ୍ୟାନର ପ୍ରାଙ୍ଗଣରେ ସାତ ଦିନ ପର୍ଯ୍ୟନ୍ତ ଭୋଜ କଲେ।
ଏଷ୍ଟର ବିବରଣ 1 : 6 (IRVOR)
ସେଠାରେ କାର୍ପାସନିର୍ମିତ, ଶୁକ୍ଳ, ହରିତ୍ ଓ ନୀଳ ବସ୍ତ୍ରର ଚନ୍ଦ୍ରାତପ ଥିଲା, ତାହା ଶୁକ୍ଳ ଓ ଧୂମ୍ରବର୍ଣ୍ଣ ରଜ୍ଜୁ ଦ୍ୱାରା ରୌପ୍ୟମୟ କଡ଼ାରେ ମର୍ମର ସ୍ତମ୍ଭରେ ବନ୍ଧା ଥିଲା, ପୁଣି ରକ୍ତ ଓ ଶୁକ୍ଳ ଓ ପୀତ ଓ କୃଷ୍ଣବର୍ଣ୍ଣ ମର୍ମରପ୍ରସ୍ତର ନିର୍ମିତ ଚଟାଣ ଉପରେ ସ୍ୱର୍ଣ୍ଣ ଓ ରୌପ୍ୟମୟ ଆସନ ଥିଲା।
ଏଷ୍ଟର ବିବରଣ 1 : 7 (IRVOR)
ଆଉ, ସେମାନେ ନାନା ପ୍ରକାର ସୁବର୍ଣ୍ଣ ପାତ୍ରରେ ପାନଦ୍ରବ୍ୟ ଓ ରାଜାଙ୍କ ଉଦାରତାନୁସାରେ ପ୍ରଚୁର ରାଜକୀୟ ଦ୍ରାକ୍ଷାରସ ଦେଲେ।
ଏଷ୍ଟର ବିବରଣ 1 : 8 (IRVOR)
ଯଦ୍ୟପି ପାନ କରିବା ବିଧିଗତ ଥିଲା; କିନ୍ତୁ କାହାରି ପାଇଁ ପାନ କରିବା ବାଧ୍ୟତାମୁଳକ କରାଯାଇନଥିଲା; କାରଣ ପ୍ରତ୍ୟେକ ଜଣକୁ ଆପଣା ଆପଣା ଇଚ୍ଛାନୁସାରେ ପାନ କରିବାର ଅନୁମତି ଦେବା ପାଇଁ ରାଜା ଆପଣାର ଗୃହାଧ୍ୟକ୍ଷ ସମସ୍ତଙ୍କୁ ଆଜ୍ଞା ଦେଇଥିଲେ।
ଏଷ୍ଟର ବିବରଣ 1 : 9 (IRVOR)
ମଧ୍ୟ ରାଣୀ ବଷ୍ଟୀ ଅକ୍ଷଶ୍ୱେରଶର ରାଜଗୃହରେ ସ୍ତ୍ରୀମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କଲେ।
ଏଷ୍ଟର ବିବରଣ 1 : 10 (IRVOR)
ବଷ୍ଟୀ ରାଣୀଙ୍କ ଅସମ୍ମତି ସପ୍ତମ ଦିନରେ ରାଜା ଦ୍ରାକ୍ଷାରସରେ ହୃଷ୍ଟଚିତ୍ତ ହୋଇ ମହୂମନ୍‍, ବିସ୍ଥା, ହର୍ବୋଣା, ବିଗ୍‍ଥା ଓ ଅବଗଥ, ସେଥର ଓ କର୍କସ, ଅକ୍ଷଶ୍ୱେରଶ ରାଜାଙ୍କ ଛାମୁସ୍ଥ ଏହି ସାତ ସେବାକାରୀ ନପୁଂସକଙ୍କୁ ଆଜ୍ଞା ଦେଲେ,
ଏଷ୍ଟର ବିବରଣ 1 : 11 (IRVOR)
“ତୁମ୍ଭେମାନେ ଲୋକମାନଙ୍କୁ ଓ ଅଧିପତିଗଣଙ୍କୁ ବଷ୍ଟୀ ରାଣୀର ସୌନ୍ଦର୍ଯ୍ୟ ଦେଖାଇବା ପାଇଁ ତାହାଙ୍କୁ ରାଜମୁକୁଟରେ ଭୂଷିତା କରି ରାଜାଙ୍କ ଛାମୁକୁ ଆଣ,” ଯେଣୁ ସେ ପରମ ସୁନ୍ଦରୀ ଥିଲେ।
ଏଷ୍ଟର ବିବରଣ 1 : 12 (IRVOR)
ମାତ୍ର ବଷ୍ଟୀ ରାଣୀ ନପୁଂସକମାନଙ୍କ ଦ୍ୱାରା ରାଜାଙ୍କ କଥିତ ଆଜ୍ଞାରେ ଆସିବାକୁ ଅସମ୍ମତା ହେଲା; ଏଣୁ ରାଜା ଅତିଶୟ କ୍ରୋଧ କଲେ ଓ ତାଙ୍କ ଅନ୍ତରରେ କ୍ରୋଧ ପ୍ରଜ୍ଜ୍ୱଳିତ ହେଲା।
ଏଷ୍ଟର ବିବରଣ 1 : 13 (IRVOR)
ଏଥିଉତ୍ତାରେ ରାଜା ସମୟ ଓ କାଳର ବିଦ୍ୱାନ୍‍ବର୍ଗଙ୍କୁ ପଚାରିଲେ, (କାରଣ ବ୍ୟବସ୍ଥା ଓ ରାଜନୀତିଜ୍ଞମାନଙ୍କୁ ଏରୂପ ପଚାରିବାର ରାଜାଙ୍କ ରୀତି ଥିଲା;
ଏଷ୍ଟର ବିବରଣ 1 : 14 (IRVOR)
ଆଉ, *ଏହି ସମୟରେ କର୍ଶନା, ଶେଥର, ଅଦ୍‍ମାଥା, ତର୍ଶୀଶ, ମେରସ୍‍, ମେର୍ସନା ଓ ମମୁଖନ୍‍ ରାଜାଙ୍କ ନିକଟବର୍ତ୍ତୀ ଥିଲେ; ଏହି ସାତ ଜଣ ପାରସ୍ୟ ଓ ମାଦୀୟା ଦେଶର ଅଧିପତି, ରାଜାଙ୍କ ମୁଖଦର୍ଶନକାରୀ, ପୁଣି ରାଜ୍ୟର ଶ୍ରେଷ୍ଠ ସ୍ଥାନରେ ଉପବିଷ୍ଟ ଥିଲେ;)
ଏଷ୍ଟର ବିବରଣ 1 : 15 (IRVOR)
(ରାଜା ପଚାରିଲେ) “ବଷ୍ଟୀ ରାଣୀ ନପୁଂସକମାନଙ୍କ ଦ୍ୱାରା ପ୍ରେରିତ ଅକ୍ଷଶ୍ୱେରଶ ରାଜାଙ୍କ ଆଜ୍ଞା ନ ମାନିବାରୁ ବ୍ୟବସ୍ଥାନୁସାରେ ଆମ୍ଭେମାନେ ତାହାଙ୍କୁ କଅଣ କରିବା ?
ଏଷ୍ଟର ବିବରଣ 1 : 16 (IRVOR)
ଏଥିରେ ମମୁଖନ୍‍ ରାଜାଙ୍କ ଓ ଅଧିପତିଗଣଙ୍କ ସାକ୍ଷାତରେ ଉତ୍ତର ଦେଲା,” ବଷ୍ଟୀ ରାଣୀ କେବଳ ମହାରାଜାଙ୍କ ପ୍ରତି ନୁହେଁ, ମାତ୍ର ଅକ୍ଷଶ୍ୱେରଶ ରାଜାଙ୍କ ଅଧୀନ ସମସ୍ତ ପ୍ରଦେଶର ଯାବତୀୟ ଅଧିପତି ଓ ଯାବତୀୟ ଲୋକଙ୍କ ପ୍ରତି ଅନୁଚିତ କର୍ମ କରିଅଛନ୍ତି।
ଏଷ୍ଟର ବିବରଣ 1 : 17 (IRVOR)
କାରଣ ରାଣୀଙ୍କ ଏହି କର୍ମର କଥା ସକଳ ସ୍ତ୍ରୀଲୋକଙ୍କ ମଧ୍ୟରେ ବ୍ୟାପିଯିବ, ଆଉ ଅକ୍ଷଶ୍ୱେରଶ ରାଜା ବଷ୍ଟୀ ରାଣୀଙ୍କୁ ଆପଣା ନିକଟକୁ ଆଣିବାକୁ ଆଜ୍ଞା ଦେଲେ, ମାତ୍ର ସେ ଆସିଲେ ନାହିଁ; ଏହି ସମ୍ବାଦ ପାଇଲେ ସେମାନଙ୍କ ସାକ୍ଷାତରେ ସେମାନଙ୍କ ସ୍ୱାମୀମାନେ ତୁଚ୍ଛନୀୟ ହେବେ।
ଏଷ୍ଟର ବିବରଣ 1 : 18 (IRVOR)
ଆଉ, ପାରସ୍ୟ ଓ ମାଦୀୟାର ଯେଉଁ କୁଳୀନା ସ୍ତ୍ରୀଗଣ ରାଣୀଙ୍କ ଏହି କର୍ମର ସମାଚାର ଆଜି ଶୁଣିଅଛନ୍ତି, ସେମାନେ ରାଜାଙ୍କ ସମସ୍ତ ଅଧିପତିଙ୍କୁ ଏହିରୂପେ କହିବେ, ତହିଁରୁ ଅତିଶୟ ନିନ୍ଦା ଓ କ୍ରୋଧ ଉତ୍ପନ୍ନ ହେବ।
ଏଷ୍ଟର ବିବରଣ 1 : 19 (IRVOR)
ଏନିମନ୍ତେ ଯେବେ ମହାରାଜା ସନ୍ତୁଷ୍ଟ ହୁଅନ୍ତି, ତେବେ ବଷ୍ଟୀ ଅକ୍ଷଶ୍ୱେରଶ ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ ହେଉ; ପୁଣି, ଏହା ଅନ୍ୟଥା ନୋହିବା ପାଇଁ ପାରସିକ ଓ ମାଦୀୟ ବ୍ୟବସ୍ଥା ମଧ୍ୟରେ ଲିଖିତ ହେଉ; ପୁଣି, ମହାରାଜା ତାହାର ରାଣୀପଦ ଅନ୍ୟକୁ ଦିଅନ୍ତୁ ଯେ ତାହା ଅପେକ୍ଷା ଅଧିକ ଉତ୍ତମ ଅଟନ୍ତି।
ଏଷ୍ଟର ବିବରଣ 1 : 20 (IRVOR)
ଆହୁରି, ରାଜ୍ୟ ବୃହତ, ଏଣୁ ରାଜ୍ୟର ସବୁ ସ୍ଥାନରେ ଏହି ରାଜାଜ୍ଞା ପ୍ରକାଶିତ ହେଲେ, ସ୍ୱାମୀ କ୍ଷୁଦ୍ର ହେଉ କି ମହାନ୍ ହେଉ, ସମସ୍ତ ଭାର୍ଯ୍ୟାମାନେ ଆପଣା ଆପଣା ସ୍ୱାମୀମାନଙ୍କୁ ମର୍ଯ୍ୟାଦା କରିବେ।”
ଏଷ୍ଟର ବିବରଣ 1 : 21 (IRVOR)
ଏହି କଥାରେ ରାଜା ଓ ଅଧିପତିଗଣ ସନ୍ତୁଷ୍ଟ ହୁଅନ୍ତେ, ରାଜା ମମୁଖନ୍‍ର ପରାମର୍ଶାନୁସାରେ କର୍ମ କଲେ।
ଏଷ୍ଟର ବିବରଣ 1 : 22 (IRVOR)
ତହୁଁ ସେ ପ୍ରତ୍ୟେକ ପ୍ରଦେଶର ଅକ୍ଷରାନୁସାରେ ଓ ପ୍ରତ୍ୟେକ ଗୋଷ୍ଠୀର ଭାଷାନୁସାରେ ରାଜାଙ୍କ ଅଧୀନ ପ୍ରତ୍ୟେକ ପ୍ରଦେଶକୁ ଏହିରୂପେ ପତ୍ର ପଠାଇଲେ, “ପ୍ରତ୍ୟେକ ପୁରୁଷ ଆପଣା ଆପଣା ଗୃହରେ କର୍ତ୍ତୃତ୍ୱ କରୁ ଓ ସ୍ୱଗୋଷ୍ଠୀୟ ଭାଷାନୁସାରେ ତାହା ପ୍ରଚାର କରୁ।”

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22