ଦିତୀୟ ବିବରଣ 30 : 1 (IRVOR)
ଅନୁତାପ ଏବଂ ଉଦ୍ଧାର ମୁଁ ତୁମ୍ଭ ସମ୍ମୁଖରେ ଏହି ଯେଉଁ ଆଶୀର୍ବାଦ ଓ ଅଭିଶାପ ଥୋଇଲି, ସେହି ସବୁ ଯେତେବେଳେ ତୁମ୍ଭ ପ୍ରତି ଘଟିବ, ସେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଗୋଷ୍ଠୀୟ ଲୋକମାନଙ୍କ ମଧ୍ୟକୁ ତୁମ୍ଭକୁ ତଡ଼ି ଦେଇଅଛନ୍ତି, ସେମାନଙ୍କ ମଧ୍ୟରେ ଥାଇ ଯେବେ ତୁମ୍ଭେ ସେହି ସବୁ ସ୍ମରଣ କରିବ;
ଦିତୀୟ ବିବରଣ 30 : 2 (IRVOR)
ଆଉ ତୁମ୍ଭେ ଓ ତୁମ୍ଭ ସନ୍ତାନଗଣ ଯେବେ ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟକୁ ଫେରି ଆସିବ ଓ ଆଜି ମୁଁ ତୁମ୍ଭମାନଙ୍କୁ ଯେଉଁ ସବୁ ଆଜ୍ଞା ଦେଉଅଛି, ତଦନୁସାରେ ଯେବେ ତାହାଙ୍କ ରବରେ ଅବଧାନ କରିବ;
ଦିତୀୟ ବିବରଣ 30 : 3 (IRVOR)
ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ବନ୍ଦୀତ୍ୱ ଫେରାଇବେ, ତୁମ୍ଭକୁ କରୁଣା କରିବେ ଓ ଫେରି ଆସି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଗୋଷ୍ଠୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିଅଛନ୍ତି, ତହିଁ ମଧ୍ୟରୁ ତୁମ୍ଭକୁ ସଂଗ୍ରହ କରିବେ।
ଦିତୀୟ ବିବରଣ 30 : 4 (IRVOR)
ଯଦି ତୁମ୍ଭର ଦୂରୀକୃତ ଲୋକମାନଙ୍କ ମଧ୍ୟରୁ କେହି ଆକାଶମଣ୍ଡଳର ପ୍ରାନ୍ତସୀମାରେ ଥାଏ, ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେଠାରୁ ମଧ୍ୟ ତୁମ୍ଭକୁ ସଂଗ୍ରହ କରିବେ ଓ ସେଠାରୁ ତୁମ୍ଭକୁ ନେଇ ଆସିବେ।
ଦିତୀୟ ବିବରଣ 30 : 5 (IRVOR)
ପୁଣି ତୁମ୍ଭ ପୂର୍ବପୁରୁଷମାନେ ଯେଉଁ ଦେଶ ଅଧିକାର କରିଥିଲେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେହି ଦେଶକୁ ତୁମ୍ଭକୁ ଆଣିବେ ଓ ତୁମ୍ଭେ ତାହା ଅଧିକାର କରିବ; ଆଉ ସେ ତୁମ୍ଭର ମଙ୍ଗଳ କରି ତୁମ୍ଭ ପୂର୍ବପୁରୁଷମାନଙ୍କ ଅପେକ୍ଷା ତୁମ୍ଭର ସଂଖ୍ୟା ଅଧିକ ବୃଦ୍ଧି କରିବେ।
ଦିତୀୟ ବିବରଣ 30 : 6 (IRVOR)
ପୁଣି, ତୁମ୍ଭେ ଯେପରି ଆପଣାର ସମସ୍ତ ହୃଦୟ ଓ ଆପଣାର ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ, ଏଥିପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ହୃଦୟ ଓ ତୁମ୍ଭ ବଂଶର ହୃଦୟ ସୁନ୍ନତ କରିବେ, ତହିଁରେ ତୁମ୍ଭେ ବଞ୍ଚିବ।
ଦିତୀୟ ବିବରଣ 30 : 7 (IRVOR)
ଆଉ ଯେଉଁମାନେ ତୁମ୍ଭକୁ ତାଡ଼ନା କଲେ, ତୁମ୍ଭର ସେହି ଶତ୍ରୁ ଓ ଘୃଣାକାରୀମାନଙ୍କ ଉପରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହିସବୁ ଅଭିଶାପ ବର୍ତ୍ତାଇବେ।
ଦିତୀୟ ବିବରଣ 30 : 8 (IRVOR)
ଆଉ ତୁମ୍ଭେ ଫେରି ଆସି ସଦାପ୍ରଭୁଙ୍କ ରବରେ ଅବଧାନ କରିବ ଓ ମୁଁ ଆଜି ତାହାଙ୍କର ଯେଉଁ ସମସ୍ତ ଆଜ୍ଞା ତୁମ୍ଭକୁ ଆଦେଶ କରୁଅଛି, ତାହାସବୁ ପାଳନ କରିବ।
ଦିତୀୟ ବିବରଣ 30 : 9 (IRVOR)
ଯେବେ ତୁମ୍ଭେ ଏହି ବ୍ୟବସ୍ଥା-ପୁସ୍ତକରେ ଲିଖିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଜ୍ଞା ଓ ବିଧିସବୁ ମାନିବାକୁ ତାହାଙ୍କ ରବରେ ଅବଧାନ କରିବ; ଯେବେ ତୁମ୍ଭେ ଆପଣା ସମସ୍ତ ହୃଦୟ ଓ ଆପଣା ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ଫେରିବ;
ଦିତୀୟ ବିବରଣ 30 : 10 (IRVOR)
ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ମଙ୍ଗଳାର୍ଥେ ତୁମ୍ଭ ହସ୍ତକୃତ କର୍ମରେ, ତୁମ୍ଭକୁ ସନ୍ତାନ ଦେଇ, ତୁମ୍ଭ ପଶୁଫଳରେ ଓ ତୁମ୍ଭ ଭୂମିର ଫଳରେ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ ଯେହେତୁ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କଠାରେ ଯେପରି ଆନନ୍ଦ କରିଥିଲେ, ସେପରି ତୁମ୍ଭ ମଙ୍ଗଳାର୍ଥେ ସେ ପୁନର୍ବାର ତୁମ୍ଭଠାରେ ଆନନ୍ଦ କରିବେ।
ଦିତୀୟ ବିବରଣ 30 : 11 (IRVOR)
ଆଜି ମୁଁ ତୁମ୍ଭକୁ ଯେଉଁ ଆଜ୍ଞା ଦେଉଅଛି, ତାହା ଅତିରିକ୍ତ କଠିନ ନୁହେଁ କିଅବା ଦୂରବର୍ତ୍ତୀ ନୁହେଁ।
ଦିତୀୟ ବିବରଣ 30 : 12 (IRVOR)
ତାହା ସ୍ୱର୍ଗରେ ନାହିଁ ଯେ, ତୁମ୍ଭେ କହିବ, ଆମ୍ଭେମାନେ ଯେପରି ତାହା ପାଳନ କରିବୁ, ଏଥିପାଇଁ କିଏ ଆମ୍ଭମାନଙ୍କ ନିମନ୍ତେ ସ୍ୱର୍ଗକୁ ଯାଇ ତାହା ଆମ୍ଭମାନଙ୍କ ନିକଟକୁ ଆଣିବ ଓ ଆମ୍ଭମାନଙ୍କୁ ଶୁଣାଇବ ?
ଦିତୀୟ ବିବରଣ 30 : 13 (IRVOR)
କିଅବା ତାହା ସମୁଦ୍ର ସେପାରିରେ ନାହିଁ ଯେ, ତୁମ୍ଭେ କହିବ, ଆମ୍ଭେମାନେ ଯେପରି ତାହା ପାଳନ କରିବୁ, ଏଥିପାଇଁ କିଏ ଆମ୍ଭମାନଙ୍କ ନିମନ୍ତେ ସମୁଦ୍ର ପାର ହୋଇ ତାହା ଆମ୍ଭମାନଙ୍କ ନିକଟକୁ ଆଣିବ ଓ ଆମ୍ଭମାନଙ୍କୁ ଶୁଣାଇବ ?
ଦିତୀୟ ବିବରଣ 30 : 14 (IRVOR)
ମାତ୍ର ତୁମ୍ଭ ପାଳନାର୍ଥେ ସେ ବାକ୍ୟ ତୁମ୍ଭର ଅତି ନିକଟରେ, ତୁମ୍ଭ ମୁଖରେ ଓ ତୁମ୍ଭ ହୃଦୟରେ ଅଛି।
ଦିତୀୟ ବିବରଣ 30 : 15 (IRVOR)
ଦେଖ, ଆଜି ମୁଁ ତୁମ୍ଭ ସମ୍ମୁଖରେ ଜୀବନ ଓ ମଙ୍ଗଳ, ପୁଣି ମରଣ ଓ ଅମଙ୍ଗଳ ରଖିଅଛି।
ଦିତୀୟ ବିବରଣ 30 : 16 (IRVOR)
ଆଜି ମୁଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବାକୁ, ତାହାଙ୍କ ପଥରେ ଚାଲିବାକୁ ଓ ତାହାଙ୍କ ଆଜ୍ଞା, ବିଧି ଓ ଶାସନ ପାଳିବାକୁ ତୁମ୍ଭକୁ ଯେଉଁ ଆଜ୍ଞା ଦେଉଅଛି, ତାହା କଲେ ତୁମ୍ଭେ ବଞ୍ଚିବ ଓ ବର୍ଦ୍ଧିଷ୍ଣୁ ହେବ, ପୁଣି, ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରିବେ।
ଦିତୀୟ ବିବରଣ 30 : 17 (IRVOR)
ମାତ୍ର ଯଦି ତୁମ୍ଭର ହୃଦୟ ବିମୁଖ ହେବ ଓ ତୁମ୍ଭେ ଶୁଣିବ ନାହିଁ, ମାତ୍ର ଭ୍ରାନ୍ତ ହୋଇ ଅନ୍ୟ ଦେବତାମାନଙ୍କୁ ପ୍ରଣାମ କରିବ ଓ ସେମାନଙ୍କୁ ସେବା କରିବ;
ଦିତୀୟ ବିବରଣ 30 : 18 (IRVOR)
ତେବେ ମୁଁ ଆଜି ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରୁଅଛି ଯେ, ତୁମ୍ଭେମାନେ ନିତାନ୍ତ ବିନଷ୍ଟ ହେବ; ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବା ପାଇଁ ଯର୍ଦ୍ଦନ ପାର ହୋଇ ଯାଉଅଛ, ତହିଁରେ ତୁମ୍ଭେମାନେ ଆପଣାମାନଙ୍କ ଦିନ ବଢ଼ାଇବ ନାହିଁ।
ଦିତୀୟ ବିବରଣ 30 : 19 (IRVOR)
ମୁଁ ଆଜି ତୁମ୍ଭମାନଙ୍କ ପ୍ରତିକୂଳରେ ସ୍ୱର୍ଗ ଓ ମର୍ତ୍ତ୍ୟକୁ ସାକ୍ଷୀ କରି କହୁଅଛି ଯେ, ମୁଁ ତୁମ୍ଭ ସମ୍ମୁଖରେ ଜୀବନ ଓ ମରଣ, ଆଶୀର୍ବାଦ ଓ ଅଭିଶାପ ରଖିଅଛି; ଏନିମନ୍ତେ ତୁମ୍ଭେ ଓ ତୁମ୍ଭର ବଂଶ ଯେପରି ବଞ୍ଚିବ, ଏଥିପାଇଁ ଜୀବନ ମନୋନୀତ କର;
ଦିତୀୟ ବିବରଣ 30 : 20 (IRVOR)
ଅର୍ଥାତ୍, ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କରିବାକୁ, ତାହାଙ୍କ ରବରେ ଅବଧାନ କରିବାକୁ ଓ ତାହାଙ୍କଠାରେ ଆସକ୍ତ ହେବାକୁ (ମନୋନୀତ କର); କାରଣ ସେ ତୁମ୍ଭର ଜୀବନ ଓ ଦୀର୍ଘ ପରମାୟୁ ଅଟନ୍ତି; ତାହା କଲେ, ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କୁ ଓ ଇସ୍ହାକଙ୍କୁ ଓ ଯାକୁବଙ୍କୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛନ୍ତି, ତହିଁରେ ତୁମ୍ଭେ ବାସ କରି ପାରିବ।
❮
❯
1
2
3
4
5
6
7
8
9
10
11
12
13
14
15
16
17
18
19
20