ଦାନିଏଲ 6 : 1 (IRVOR)
ସିଂହ ଗର୍ତ୍ତରେ ଦାନିୟେଲ ଦାରୀୟାବସ ସମୁଦାୟ ରାଜ୍ୟରେ ଏକଶତ ବିଂଶତି ଜଣ କ୍ଷିତିପାଳ ରାଜ୍ୟ ଉପରେ ନିଯୁକ୍ତ କରିବାକୁ
ଦାନିଏଲ 6 : 2 (IRVOR)
ଓ ସେହି କ୍ଷିତିପାଳମାନେ ଯେପରି ହିସାବ ଦେବେ ଓ ରାଜାର ଯେପରି କିଛି କ୍ଷତି ନ ହେବ, ଏଥିପାଇଁ ସେମାନଙ୍କ ଉପରେ ତିନି ଜଣ ଅଧ୍ୟକ୍ଷ ନିଯୁକ୍ତ କରିବାକୁ ବିହିତ ବୁଝିଲା; ଏହି ତିନି ଜଣ ମଧ୍ୟରେ ଦାନିୟେଲ ଏକ ଜଣ ଥିଲେ।
ଦାନିଏଲ 6 : 3 (IRVOR)
ଏହି ଦାନିୟେଲଙ୍କର ଅନ୍ତରରେ ଶ୍ରେଷ୍ଠ ଆତ୍ମା ଥିବାରୁ ସେ ଅଧ୍ୟକ୍ଷଗଣ ଓ କ୍ଷିତିପାଳମାନଙ୍କ ଅପେକ୍ଷା ବିଖ୍ୟାତ ହୋଇଥିଲେ; ଆଉ, ରାଜା ତାଙ୍କୁ ସମୁଦାୟ ରାଜ୍ୟ ଉପରେ ନିଯୁକ୍ତ କରିବାକୁ ମନସ୍ଥ କଲା।
ଦାନିଏଲ 6 : 4 (IRVOR)
ଏଥିରେ ଅଧ୍ୟକ୍ଷ ଓ କ୍ଷିତିପାଳମାନେ ରାଜକର୍ମ ବିଷୟରେ ଦାନିୟେଲଙ୍କର ଦୋଷ ଅନୁସନ୍ଧାନ କଲେ; ମାତ୍ର ସେମାନେ କୌଣସି ଦୋଷ ଅବା ଅପରାଧ ପାଇ ପାରିଲେ ନାହିଁ, କାରଣ ସେ ବିଶ୍ୱସ୍ତ ଥିଲେ ଓ ତାଙ୍କର କୌଣସି ଭ୍ରାନ୍ତି ଅବା ଅପରାଧ ଦେଖା ଗଲା ନାହିଁ।
ଦାନିଏଲ 6 : 5 (IRVOR)
ତହୁଁ ସେହି ଲୋକମାନେ କହିଲେ, ଆମ୍ଭେମାନେ ଦାନିୟେଲର ପରମେଶ୍ୱରଙ୍କ ବ୍ୟବସ୍ଥା ସମ୍ବନ୍ଧରେ, ତାହାର ଦୋଷ ନ ଧରିଲେ ଆଉ କୌଣସି ବିଷୟରେ ଦୋଷ ପାଇବା ନାହିଁ।
ଦାନିଏଲ 6 : 6 (IRVOR)
ଏଥିରେ ଅଧ୍ୟକ୍ଷଗଣ ଓ କ୍ଷିତିପାଳମାନେ ରାଜା ନିକଟରେ ଏକତ୍ର ହୋଇ ତାହାକୁ ଏହି ପ୍ରକାର କହିଲେ, ମହାରାଜ ଦାରୀୟାବସ, ଚିରଜୀବୀ ହେଉନ୍ତୁ।
ଦାନିଏଲ 6 : 7 (IRVOR)
ରାଜ୍ୟର ଅଧ୍ୟକ୍ଷଗଣ, ରାଜପ୍ରତିନିଧିଗଣ ଓ କ୍ଷିତିପାଳଗଣ, ମନ୍ତ୍ରୀ ଓ ଦେଶାଧ୍ୟକ୍ଷଗଣ ସମସ୍ତେ ଏକତ୍ର ମନ୍ତ୍ରଣା କରି ଏପରି ଏକ ରାଜାଜ୍ଞା ଓ ଦୃଢ଼ ନିଷେଧ-ବିଧି ସ୍ଥାପନ କରିବାକୁ ବିଚାର କରିଅଛନ୍ତି ଯେ, ଯଦି କେହି ତିରିଶ ଦିନ ପର୍ଯ୍ୟନ୍ତ ମହାରାଜାଙ୍କ ବିନା କୌଣସି ଦେବତା କିଅବା ମନୁଷ୍ୟର ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତରେ ନିକ୍ଷିପ୍ତ ହେବ।
ଦାନିଏଲ 6 : 8 (IRVOR)
ଏବେ ହେ ମହାରାଜ, ମାଦୀୟ ଓ ପାରସିକମାନଙ୍କର ଅଟଳ ବ୍ୟବସ୍ଥାନୁସାରେ ଏହି ନିଷେଧ-ବିଧି ଯେପରି ପରିବର୍ତ୍ତିତ ନ ହୁଏ, ଏଥିପାଇଁ ତାହା ସ୍ଥିର କରନ୍ତୁ ଓ ଏହି ଲେଖାରେ ସ୍ୱାକ୍ଷର କରନ୍ତୁ।
ଦାନିଏଲ 6 : 9 (IRVOR)
ଏଣୁ ରାଜା ଦାରୀୟାବସ ସେହି ଲେଖା ଓ ନିଷେଧ- ବିଧିରେ ସ୍ୱାକ୍ଷର କଲା।
ଦାନିଏଲ 6 : 10 (IRVOR)
ଏଥିଉତ୍ତାରେ ଏହି ଲେଖା ସ୍ୱାକ୍ଷରିତ ହୋଇଅଛି ବୋଲି ଜାଣିଲା ଉତ୍ତାରେ ଦାନିୟେଲ ଆପଣା ଗୃହକୁ ଗଲେ; ତାଙ୍କ କୋଠରିର ଝରକା ଯିରୂଶାଲମ ଆଡ଼େ ମେଲା ଥିଲା; ପୁଣି, ସେ ପୂର୍ବେ ଯେପରି କରିଥାଆନ୍ତି, ତଦନୁସାରେ ଦିନ ମଧ୍ୟରେ ତିନି ଥର ଆଣ୍ଠୁପାତି ପ୍ରାର୍ଥନା କଲେ ଓ ଆପଣା ପରମେଶ୍ୱରଙ୍କ ଛାମୁରେ ଧନ୍ୟବାଦ ପ୍ରଦାନ କଲେ।
ଦାନିଏଲ 6 : 11 (IRVOR)
ଏଥିରେ ସେହି ଲୋକମାନେ ଏକତ୍ର ହୋଇ ଦାନିୟେଲଙ୍କୁ ତାଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ନିବେଦନ କରିବାର ଦେଖିଲେ।
ଦାନିଏଲ 6 : 12 (IRVOR)
ସେତେବେଳେ ସେମାନେ ରାଜାର ନିକଟକୁ ଯାଇ ରାଜକୀୟ ନିଷେଧ-ବିଧି ବିଷୟରେ ତାଙ୍କ ଛାମୁରେ କହିଲେ, ଯଥା; ହେ ମହାରାଜ, ଯେଉଁ କୌଣସି ଲୋକ ତିରିଶ ଦିନ ମଧ୍ୟରେ ଆପଣଙ୍କ ବିନା କୌଣସି ଦେବତା କି ମନୁଷ୍ୟର ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତରେ ନିକ୍ଷିପ୍ତ ହେବ, ଏପରି ଏକ ନିଷେଧ ପତ୍ରରେ କି ଆପଣ ସ୍ୱାକ୍ଷର କରି ନାହାନ୍ତି ? ରାଜା ଉତ୍ତର କରି କହିଲା, ମାଦୀୟ ଓ ପାରସିକମାନଙ୍କର ଅଟଳ ବ୍ୟବସ୍ଥାନୁସାରେ ତାହା ସ୍ଥିର ହୋଇଅଛି।
ଦାନିଏଲ 6 : 13 (IRVOR)
ତହିଁରେ ସେମାନେ ରାଜାଙ୍କ ଛାମୁରେ ଉତ୍ତର କରି କହିଲେ, ହେ ମହାରାଜ, ନିର୍ବାସିତ ଯିହୁଦୀ-ସନ୍ତାନଗଣ ମଧ୍ୟରେ ଜଣେ ଯେ ଦାନିୟେଲ, ସେ ଆପଣଙ୍କୁ କିଅବା ଆପଣଙ୍କ ସ୍ୱାକ୍ଷରିତ ନିଷେଧ ପତ୍ରକୁ ମାନ୍ୟ କରେ ନାହିଁ, ମାତ୍ର ଦିନ ମଧ୍ୟରେ ତିନି ଥର ପ୍ରାର୍ଥନା କରେ।
ଦାନିଏଲ 6 : 14 (IRVOR)
ତହୁଁ ରାଜା ଏ କଥା ଶୁଣି ଅତିଶୟ ଅସନ୍ତୁଷ୍ଟ ହେଲା, ପୁଣି ଦାନିୟେଲଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ବିଷୟରେ ମନୋଯୋଗ କଲା; ଆଉ, ତାଙ୍କୁ ରକ୍ଷା କରିବା ପାଇଁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଚେଷ୍ଟା କଲା।
ଦାନିଏଲ 6 : 15 (IRVOR)
ଏଥିରେ ସେହି ଲୋକମାନେ ରାଜାର ନିକଟରେ ଏକତ୍ର ହୋଇ ରାଜାକୁ କହିଲେ, ହେ ମହାରାଜ, ଆପଣ ଜାଣନ୍ତୁ, ରାଜା କୌଣସି ନିଷେଧାଜ୍ଞା ଅବା ବିଧି ସ୍ଥାପନ କଲେ, ତାହା ଯେ ପରିବର୍ତ୍ତିତ ହୋଇ ନ ପାରେ, ମାଦୀୟ ଓ ପାରସିକମାନଙ୍କର ଏପରି ଏକ ବ୍ୟବସ୍ଥା ଅଛି।
ଦାନିଏଲ 6 : 16 (IRVOR)
ତହୁଁ ରାଜା ଆଜ୍ଞା କରନ୍ତେ, ସେମାନେ ଦାନିୟେଲଙ୍କୁ ଆଣି ସିଂହମାନଙ୍କ ଗର୍ତ୍ତରେ ନିକ୍ଷେପ କଲେ। ପୁଣି, ରାଜା ଦାନିୟେଲଙ୍କୁ କହିଲା, ତୁମ୍ଭେ ନିତ୍ୟ ନିତ୍ୟ ଯେଉଁ ପରମେଶ୍ୱରଙ୍କର ସେବା କରୁଅଛ, ସେ ତୁମ୍ଭଙ୍କୁ ଉଦ୍ଧାର କରିବେ।
ଦାନିଏଲ 6 : 17 (IRVOR)
ପୁଣି, ଏକ ପଥର ଅଣାଯାଇ ଗର୍ତ୍ତ ମୁଖରେ ଥୁଆଗଲା; ଆଉ, ଦାନିୟେଲଙ୍କ ବିଷୟରେ ଯେପରି କୌଣସି ପରିବର୍ତ୍ତନ ନ ହେବ, ଏଥିପାଇଁ ରାଜା ଆପଣାର ମୁଦ୍ରାରେ ଓ ଆପଣା ଅମାତ୍ୟଗଣର ମୁଦ୍ରାରେ ତାହା ଅଙ୍କିତ କଲା।
ଦାନିଏଲ 6 : 18 (IRVOR)
ଏଉତ୍ତାରେ ରାଜା ଆପଣା ଅଟ୍ଟାଳିକାକୁ ଯାଇ ଉପବାସରେ ରାତ୍ରି କ୍ଷେପଣ କଲା ଓ ବାଦ୍ୟଯନ୍ତ୍ରାଦି ତାହା ନିକଟକୁ ଅଣାଗଲା ନାହିଁ; ଆଉ, ତାହାର ନିଦ୍ରା ନୋହିଲା।
ଦାନିଏଲ 6 : 19 (IRVOR)
ଏଥିଉତ୍ତାରେ ରାଜା ଅତି ପ୍ରଭାତରୁ ଉଠି ଶୀଘ୍ର ସିଂହମାନଙ୍କ ଗର୍ତ୍ତ ନିକଟକୁ ଗଲା।
ଦାନିଏଲ 6 : 20 (IRVOR)
ପୁଣି, ସେ ଗର୍ତ୍ତ ନିକଟରେ ଦାନିୟେଲଙ୍କ ପାଖରେ ଉପସ୍ଥିତ ହୋଇ ବିଳାପ ସ୍ୱରରେ ଡାକିଲା; ରାଜା ଦାନିୟେଲଙ୍କୁ କହିଲା, ହେ ଜୀବିତ ପରମେଶ୍ୱରଙ୍କ ସେବକ ଦାନିୟେଲ, ତୁମ୍ଭେ ନିତ୍ୟ ନିତ୍ୟ ଯାହାଙ୍କର ସେବା କରୁଅଛ, ତୁମ୍ଭର ସେହି ପରମେଶ୍ୱର ସିଂହମାନଙ୍କଠାରୁ ତୁମ୍ଭଙ୍କୁ ଉଦ୍ଧାର କରିବାକୁ କି ସମର୍ଥ ଅଟନ୍ତି ?
ଦାନିଏଲ 6 : 21 (IRVOR)
ତହିଁରେ ଦାନିୟେଲ ରାଜାଙ୍କୁ କହିଲେ, ହେ ମହାରାଜ, ଚିରଜୀବୀ ହେଉନ୍ତୁ।
ଦାନିଏଲ 6 : 22 (IRVOR)
ମୋର ପରମେଶ୍ୱର ଆପଣା ଦୂତ ପଠାଇ ସିଂହମାନଙ୍କ ମୁଖ ବନ୍ଦ କରିଅଛନ୍ତି ଓ ସେମାନେ ମୋର କ୍ଷତି କରି ନାହାନ୍ତି; କାରଣ ତାହାଙ୍କ ଛାମୁରେ ମୋର ନିର୍ଦ୍ଦୋଷତା ଦେଖାଗଲା; ପୁଣି, ହେ ମହାରାଜ, ମୁଁ ଆପଣଙ୍କ ସାକ୍ଷାତରେ ହିଁ କୌଣସି କ୍ଷତି କରି ନାହିଁ।
ଦାନିଏଲ 6 : 23 (IRVOR)
ତହିଁରେ ରାଜା ଅତିଶୟ ଆନନ୍ଦିତ ହୋଇ ଦାନିୟେଲଙ୍କୁ ଗର୍ତ୍ତରୁ ଉଠାଇ ଆଣିବାକୁ ଆଜ୍ଞା ଦେଲା। ତହୁଁ ଦାନିୟେଲ ଗର୍ତ୍ତରୁ ଉଠାଗଲେ ଓ ତାଙ୍କ ଶରୀରରେ କୌଣସି ପ୍ରକାର କ୍ଷତ ଦେଖା ନ ଗଲା, କାରଣ ସେ ଆପଣା ପରମେଶ୍ୱରଙ୍କଠାରେ ବିଶ୍ୱାସ କରିଥିଲେ।
ଦାନିଏଲ 6 : 24 (IRVOR)
ଏଥିଉତ୍ତାରେ ରାଜା ଆଜ୍ଞା କରନ୍ତେ, ଲୋକମାନେ ଦାନିୟେଲଙ୍କର ଅପବାଦକାରୀମାନଙ୍କୁ ଆଣି, ସେମାନଙ୍କୁ, ସେମାନଙ୍କର ବାଳକ ଓ ସେମାନଙ୍କର ସ୍ତ୍ରୀମାନଙ୍କୁ ସିଂହମାନଙ୍କ ଗର୍ତ୍ତରେ ପକାଇଲେ; ପୁଣି, ସେମାନେ ଗର୍ତ୍ତର ତଳଭାଗରେ ନ ପଡ଼ୁଣୁ ସିଂହମାନେ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କର ଅସ୍ଥିସବୁ ଚୂର୍ଣ୍ଣ କଲେ।
ଦାନିଏଲ 6 : 25 (IRVOR)
ସେତେବେଳେ ଦାରୀୟାବସ ସମୁଦାୟ ପୃଥିବୀନିବାସୀ, ସମସ୍ତ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନଙ୍କ ନିକଟକୁ ପତ୍ର ଲେଖିଲା; “ତୁମ୍ଭମାନଙ୍କ ପ୍ରତି ବାହୁଲ୍ୟ ରୂପରେ ଶାନ୍ତି ହେଉ।
ଦାନିଏଲ 6 : 26 (IRVOR)
ମୁଁ ଏହି ଆଜ୍ଞା କରୁଅଛି ଯେ, ମୋର ରାଜ୍ୟସ୍ଥ ସମୁଦାୟ ପ୍ରଦେଶର ଲୋକମାନେ ଦାନିୟେଲଙ୍କର ପରମେଶ୍ୱରଙ୍କ ଛାମୁରେ କମ୍ପିତ ଓ ଭୀତ ହେଉନ୍ତୁ; କାରଣ ସେ ଜୀବିତ ପରମେଶ୍ୱର ଓ ନିତ୍ୟସ୍ଥାୟୀ ଅଟନ୍ତି ଓ ତାହାଙ୍କର ରାଜ୍ୟ ଅବିନାଶ୍ୟ ଅଟେ; ପୁଣି ତାହାଙ୍କର କର୍ତ୍ତୃତ୍ୱ ଶେଷ ପର୍ଯ୍ୟନ୍ତ ହିଁ ଥିବ।
ଦାନିଏଲ 6 : 27 (IRVOR)
ସେ ଉଦ୍ଧାର କରନ୍ତି ଓ ରକ୍ଷା କରନ୍ତି, ପୁଣି ସେ ସ୍ୱର୍ଗରେ ଓ ପୃଥିବୀରେ ଚିହ୍ନ ଓ ଅଦ୍ଭୁତ କ୍ରିୟା ସାଧନ କରନ୍ତି; ସେ ଦାନିୟେଲଙ୍କୁ ସିଂହମାନଙ୍କ ବଳରୁ ଉଦ୍ଧାର କରିଅଛନ୍ତି।”
ଦାନିଏଲ 6 : 28 (IRVOR)
ଏହିରୂପେ ଦାନିୟେଲ ଦାରୀୟାବସର ରାଜତ୍ଵ ସମୟରେ ଓ ପାରସୀକ କୋରସ୍ର ରାଜତ୍ଵ ସମୟରେ ଉନ୍ନତି ଲାଭ କଲେ।
❮
❯
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28