ଦାନିଏଲ 1 : 1 (IRVOR)
ଦାନିୟେଲ ବାବିଲକୁ ନୀତ ଯିହୁଦାର ରାଜା ଯିହୋୟାକୀମ୍ର ଶାସନ କାଳର ତୃତୀୟ ବର୍ଷରେ ବାବିଲର ରାଜା ନବୂଖଦ୍ନିତ୍ସର ଯିରୂଶାଲମକୁ ଆସି ତାହା ଅବରୋଧ କଲା।
ଦାନିଏଲ 1 : 2 (IRVOR)
ପୁଣି, ପ୍ରଭୁ ଯିହୁଦାର ରାଜା ଯିହୋୟାକୀମ୍କୁ ଓ ପରମେଶ୍ୱରଙ୍କ ଗୃହର କେତେକ ପାତ୍ର ତାହାର ହସ୍ତରେ ସମର୍ପି ଦେଲେ; ତହିଁରେ ସେ ଶିନୀୟର ଦେଶରେ ଥିବା ଆପଣା ଦେବ ମନ୍ଦିରକୁ ସେହିସବୁ ନେଇଗଲା ଓ ପାତ୍ରସକଳ ସେ ଆପଣା ଦେବତାର ଭଣ୍ଡାର ଗୃହରେ ରଖିଲା।
ଦାନିଏଲ 1 : 3 (IRVOR)
ପୁଣି, ରାଜା ଇସ୍ରାଏଲର ସନ୍ତାନଗଣ ମଧ୍ୟରୁ, ଅର୍ଥାତ୍, ରାଜକୀୟ ଓ କୁଳୀନ ବଂଶରୁ
ଦାନିଏଲ 1 : 4 (IRVOR)
ନିଖୁଣ, ସୁନ୍ଦର ଓ ସମସ୍ତ ଜ୍ଞାନରେ ନିପୁଣ, ବିଦ୍ୟାରେ ବିଚକ୍ଷଣ, ବୁଦ୍ଧିରେ ବିଜ୍ଞ ଓ ରାଜପ୍ରାସାଦରେ ଠିଆ ହେବାକୁ ଯୋଗ୍ୟ କେତେକ ଯୁବା ଲୋକଙ୍କୁ ଆଣିବାକୁ ଓ କଲ୍ଦୀୟ ବିଦ୍ୟା ଓ ଭାଷା ଶିଖାଇବାକୁ ଆପଣାର ନପୁଂସକାଧିପତି ଅସ୍ପନସ୍କୁ କହିଲା।
ଦାନିଏଲ 1 : 5 (IRVOR)
ଆଉ, ସେମାନେ ଯେପରି ତିନି ବର୍ଷର ଶେଷରେ ରାଜାଙ୍କ ନିକଟରେ ଠିଆ ହେବେ, ଏଥିପାଇଁ ରାଜା ସେମାନଙ୍କ ନିମନ୍ତେ ରାଜାର ଆହାରୀୟ ଦ୍ରବ୍ୟରୁ ଓ ପାନୀୟ ଦ୍ରାକ୍ଷାରସରୁ ଦୈନିକ ଅଂଶ ଦେବା ପାଇଁ ଓ ତିନି ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ପ୍ରତିପୋଷଣ କରିବା ପାଇଁ ନିରୂପଣ କଲା।
ଦାନିଏଲ 1 : 6 (IRVOR)
ଏମାନଙ୍କ ମଧ୍ୟରେ ଯିହୁଦା ବଂଶୀୟ ଦାନିୟେଲ, ହନାନୀୟ, ମୀଶାୟେଲ ଓ ଅସରୀୟ ଥିଲେ।
ଦାନିଏଲ 1 : 7 (IRVOR)
ପୁଣି, ନପୁଂସକାଧିପତି ସେମାନଙ୍କୁ ନାମ ଦେଲା; ସେ ଦାନିୟେଲଙ୍କୁ ବେଲ୍ଟଶତ୍ସର, ହନାନୀୟଙ୍କୁ ଶଦ୍ରକ୍, ମୀଶାୟେଲଙ୍କୁ ମୈଶକ୍ ଓ ଅସରୀୟକୁ ଅବେଦ୍ନଗୋ ନାମ ଦେଲା।
ଦାନିଏଲ 1 : 8 (IRVOR)
ଦାନିୟେଲଙ୍କ ବିଶ୍ୱସ୍ତତା ମାତ୍ର ରାଜାର ଆହାରୀୟ ଦ୍ରବ୍ୟରେ ଓ ତାହାର ପାନୀୟ ଦ୍ରାକ୍ଷାରସରେ ଆପଣାକୁ ଅଶୁଚି ନ କରିବା ପାଇଁ ଦାନିୟେଲ ନିଜ ମନରେ ସ୍ଥିର କଲେ; ଏହେତୁ ସେ ଯେପରି ଆପଣାକୁ ଅଶୁଚି ନ କରନ୍ତି, ଏଥିପାଇଁ ସେ ନପୁଂସକାଧିପତିଙ୍କୁ ନିବେଦନ କଲେ।
ଦାନିଏଲ 1 : 9 (IRVOR)
ସେତେବେଳେ ପରମେଶ୍ୱର ସେହି ନପୁଂସକାଧିପତିର ଦୃଷ୍ଟିରେ ଦାନିୟେଲଙ୍କୁ ଅନୁଗ୍ରହ ଓ ଦୟାର ପାତ୍ର କଲେ।
ଦାନିଏଲ 1 : 10 (IRVOR)
ତହିଁରେ ନପୁଂସକାଧିପତି ଦାନିୟେଲଙ୍କୁ କହିଲା, ଯେ ତୁମ୍ଭମାନଙ୍କର ଭକ୍ଷ୍ୟ ଓ ପାନୀୟ ଦ୍ରବ୍ୟ ନିରୂପଣ କରିଅଛନ୍ତି, ମୁଁ ଆପଣାର ପ୍ରଭୁ ସେହି ମହାରାଜାଙ୍କୁ ଭୟ କରେ; କାରଣ ସେ ତୁମ୍ଭମାନଙ୍କର ସମବୟସ୍କ ଯୁବାମାନଙ୍କର ମୁଖ ଅପେକ୍ଷା ତୁମ୍ଭମାନଙ୍କ ମୁଖ କାହିଁକି ମଳିନ ଦେଖିବେ ? ତାହାହେଲେ, ତୁମ୍ଭେମାନେ ରାଜାଙ୍କ ନିକଟରେ ମୋର ମସ୍ତକକୁ ସଂଶୟାପନ୍ନ କରିବ।
ଦାନିଏଲ 1 : 11 (IRVOR)
ତହିଁରେ ନପୁଂସକାଧିପତି ଦାନିୟେଲ, ହନାନୀୟ, ମୀଶାୟେଲ ଓ ଅସରୀୟଙ୍କ ଉପରେ ଯେଉଁ ଗୃହାଧ୍ୟକ୍ଷକୁ ନିଯୁକ୍ତ କରିଥିଲା, ତାହାକୁ ଦାନିୟେଲ କହିଲେ;
ଦାନିଏଲ 1 : 12 (IRVOR)
ଅନୁଗ୍ରହ କରି ଆପଣା ଦାସମାନଙ୍କୁ ଦଶ ଦିନ ପରୀକ୍ଷା କରନ୍ତୁ; ଆମ୍ଭମାନଙ୍କୁ ଭୋଜନ ନିମନ୍ତେ ଶସ୍ୟ ଓ ପାନ ନିମନ୍ତେ ଜଳ ଦିଆଯାଉ।
ଦାନିଏଲ 1 : 13 (IRVOR)
ତହିଁ ଉତ୍ତାରେ ଆପଣଙ୍କ ସମ୍ମୁଖରେ ଆମ୍ଭମାନଙ୍କର ମୁଖ ଓ ରାଜକୀୟ ଭକ୍ଷ୍ୟ ଭୋଜନକାରୀ ଯୁବାମାନଙ୍କର ମୁଖ ଦେଖାଯାଉ; ତହିଁରେ ଆପଣ ଯେପରି ଦେଖନ୍ତି, ତଦନୁସାରେ ଆପଣ ଦାସମାନଙ୍କ ପ୍ରତି ବ୍ୟବହାର କରନ୍ତୁ।
ଦାନିଏଲ 1 : 14 (IRVOR)
ତହିଁରେ ସେ ଏହି ବିଷୟରେ ସେମାନଙ୍କ କଥା ଗ୍ରାହ୍ୟ କରି ଦଶ ଦିନ ପର୍ଯ୍ୟନ୍ତ ସେମାନଙ୍କର ପରୀକ୍ଷା କଲା।
ଦାନିଏଲ 1 : 15 (IRVOR)
ପୁଣି, ଦଶ ଦିନର ଶେଷରେ ରାଜକୀୟ ଆହାର ଭୋଜନକାରୀ ସକଳ ଯୁବାଙ୍କ ମୁଖ ଅପେକ୍ଷା ସେମାନଙ୍କ ମୁଖ ସୁନ୍ଦର ଦେଖାଗଲା ଓ ସେମାନେ ଅଧିକ ହୃଷ୍ଟପୃଷ୍ଟ ଦେଖାଗଲେ।
ଦାନିଏଲ 1 : 16 (IRVOR)
ଏଥିରେ ଗୃହାଧ୍ୟକ୍ଷ ସେମାନଙ୍କର ସେହି ଭକ୍ଷ୍ୟ ଓ ପାନୀୟ ଦ୍ରାକ୍ଷାରସ ବନ୍ଦ କରି ସେମାନଙ୍କୁ ଶସ୍ୟ ଦେଲା।
ଦାନିଏଲ 1 : 17 (IRVOR)
ଆଉ, ପରମେଶ୍ୱର ସେହି ଚାରି ଯୁବାଙ୍କୁ ସମସ୍ତ ବିଦ୍ୟା ଓ ଜ୍ଞାନରେ, ବୁଦ୍ଧି ଓ ନିପୁଣତା ଦେଲେ ପୁଣି, ଦାନିୟେଲ ଯାବତୀୟ ଦର୍ଶନ ଓ ସ୍ୱପ୍ନ ବିଷୟରେ ବୁଦ୍ଧିମାନ ହେଲେ।
ଦାନିଏଲ 1 : 18 (IRVOR)
ଆଉ, ରାଜା ସେମାନଙ୍କୁ ନିକଟକୁ ଆଣିବା ନିମନ୍ତେ ଯେଉଁ ସମୟ ନିରୂପଣ କରିଥିଲେ, ତାହା ଶେଷ ହୁଅନ୍ତେ, ନପୁଂସକାଧିପତି ସେମାନଙ୍କୁ ନବୂଖଦ୍ନିତ୍ସରର ଛାମୁକୁ ଆଣିଲା।
ଦାନିଏଲ 1 : 19 (IRVOR)
ପୁଣି, ରାଜା ସେମାନଙ୍କ ସଙ୍ଗେ ଆଳାପ କଲେ; ଆଉ, ସେହି ସମସ୍ତଙ୍କ ମଧ୍ୟରେ ଦାନିୟେଲ, ହନାନୀୟ, ମୀଶାୟେଲ ଓ ଅସରୀୟ ସମାନ କେହି ଦେଖା ଗଲେ ନାହିଁ; ଏଣୁ ଏମାନେ ରାଜାଙ୍କ ଛାମୁରେ ଠିଆ ହେଲେ।
ଦାନିଏଲ 1 : 20 (IRVOR)
ଆଉ, ଜ୍ଞାନ ଓ ବୁଦ୍ଧି ସମ୍ବନ୍ଧୀୟ ଯେଉଁ କୌଣସି କଥା ରାଜା ସେମାନଙ୍କୁ ପଚାରିଲେ, ସେହି ସକଳ ବିଷୟରେ ସେ ଆପଣାର ସମଗ୍ର ରାଜ୍ୟସ୍ଥ ଯାବତୀୟ ମନ୍ତ୍ରବେତ୍ତା ଓ ଗଣକ ଅପେକ୍ଷା ସେମାନଙ୍କର ବିଜ୍ଞତା ଦଶଗୁଣ ଅଧିକ ଦେଖିଲା।
ଦାନିଏଲ 1 : 21 (IRVOR)
ପୁଣି, ଦାନିୟେଲ କୋରସ୍ ରାଜାର ପ୍ରଥମ ବର୍ଷ ପର୍ଯ୍ୟନ୍ତ ତା’ଙ୍କ ସେବାରେ ରହିଲେ।
❮
❯
1
2
3
4
5
6
7
8
9
10
11
12
13
14
15
16
17
18
19
20
21