ଆମୋଷ 5 : 1 (IRVOR)
ସଦାପ୍ରଭୁଙ୍କ ଅନ୍ୱେଷଣରେ ଜୀବନ
ଆମୋଷ 5 : 2 (IRVOR)
ହେ ଇସ୍ରାଏଲ ବଂଶ, ଆମ୍ଭେ ତୁମ୍ଭମାନଙ୍କ ବିଷୟରେ ଏହି ଯେଉଁ ବିଳାପର ବାକ୍ୟ କହୁଅଛୁ, ତାହା ଶୁଣ। ଇସ୍ରାଏଲର କୁମାରୀ ପତିତ ହୋଇଅଛି, ସେ ଆଉ ଉଠିବ ନାହିଁ; ସେ ଆପଣା ଭୂମିରେ ଫିଙ୍ଗା ଯାଇଅଛି; ତାହାକୁ ଉଠାଇବାକୁ କେହି ନାହିଁ।
ଆମୋଷ 5 : 3 (IRVOR)
କାରଣ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ଯେଉଁ ନଗରରୁ ସହସ୍ର ହୋଇ ବାହାରିଲେ, ତହିଁରେ ଇସ୍ରାଏଲ ବଂଶର ଏକ ଶହ ଅବଶିଷ୍ଟ ରହିବେ, ଆଉ ଯେଉଁ ସ୍ଥାନରୁ ଏକ ଶହ ବାହାରିଲେ, ତହିଁରେ ଦଶ ଅବଶିଷ୍ଟ ରହିବେ।”
ଆମୋଷ 5 : 4 (IRVOR)
କାରଣ ଇସ୍ରାଏଲ ବଂଶକୁ ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଆମ୍ଭର ଅନ୍ୱେଷଣ କର, ତହିଁରେ ତୁମ୍ଭେମାନେ ବଞ୍ଚିବ।
ଆମୋଷ 5 : 5 (IRVOR)
ମାତ୍ର ବେଥେଲ୍‍ର ଅନ୍ଵେଷଣ କର ନାହିଁ, କିଅବା ଗିଲ୍‍ଗଲ୍‍ରେ ପ୍ରବେଶ କର ନାହିଁ ଓ ବେର୍‍ଶେବାକୁ ଯାଅ ନାହିଁ; କାରଣ ଗିଲ୍‍ଗଲ୍‍ ନିଶ୍ଚୟ ନିର୍ବାସିତ ହେବ ଓ ବେଥେଲ୍‍ ବିନଷ୍ଟ ହେବ।
ଆମୋଷ 5 : 6 (IRVOR)
ସଦାପ୍ରଭୁଙ୍କର ଅନ୍ଵେଷଣ କର, ତହିଁରେ ତୁମ୍ଭେମାନେ ବଞ୍ଚିବ; ନୋହିଲେ ସେ ଯୋଷେଫ ବଂଶରେ ଅଗ୍ନି ପରି ଜ୍ୱଳି ଉଠିବେ, ତାହା ଗ୍ରାସ କରିବ ଓ ତାହା ଲିଭାଇବା ପାଇଁ ବେଥେଲ୍‍ରେ କେହି ନ ଥିବ।
ଆମୋଷ 5 : 7 (IRVOR)
ବିଚାରକୁ ତିକ୍ତ ଫଳରେ ପରିଣତକାରୀ ଓ ନ୍ୟାୟକୁ ଭୂମିସାତ୍‍କାରୀମାନେ;
ଆମୋଷ 5 : 8 (IRVOR)
ଯେ କୃତ୍ତିକାର ଓ ମୃଗଶୀର୍ଷର ସୃଷ୍ଟି କରିଅଛନ୍ତି, ଯେ ମୃତ୍ୟୁୁରୂପ ଛାୟାକୁ ପ୍ରଭାତରେ ପରିଣତ କରନ୍ତି, ଯେ ଦିବସକୁ ରାତ୍ରି ତୁଲ୍ୟ ଅନ୍ଧକାରମୟ କରନ୍ତି; ଯେ ସମୁଦ୍ରର ଜଳସମୂହକୁ ଆହ୍ୱାନ କରି ପୃଥିବୀ ଉପରେ ଢାଳନ୍ତି; ତୁମ୍ଭେମାନେ ତାହାଙ୍କର ଅନ୍ଵେଷଣ କର।” ସଦାପ୍ରଭୁ ତାହାଙ୍କର ନାମ।
ଆମୋଷ 5 : 9 (IRVOR)
ସେ ବଳବାନ ଉପରେ ହଠାତ୍ ସର୍ବନାଶ ଉପସ୍ଥିତ କରାନ୍ତି, ତହିଁରେ ଦୁର୍ଗ ଉପରେ ସର୍ବନାଶ ଉପସ୍ଥିତ ହୁଏ।
ଆମୋଷ 5 : 10 (IRVOR)
ଯେ ନଗର ଦ୍ୱାରରେ ଅନୁଯୋଗ କରେ, ଲୋକମାନେ ତାହାକୁ ହିଂସା କରନ୍ତି ଓ ଯେ ଯଥାର୍ଥ କଥା କହେ, ସେମାନେ ତାହାକୁ ଘୃଣା କରନ୍ତି।
ଆମୋଷ 5 : 11 (IRVOR)
ତୁମ୍ଭେମାନେ ଦରିଦ୍ରକୁ ପଦ ତଳେ ଦଳୁଅଛ ଓ ବଳପୂର୍ବକ ତାହାଠାରୁ ଗହମ ନେଉଅଛ; ଏଥିପାଇଁ ତୁମ୍ଭେମାନେ କଟା ପଥରର ଗୃହ ନିର୍ମାଣ କରିଅଛ ସତ୍ୟ, ମାତ୍ର ତୁମ୍ଭେମାନେ ତହିଁରେ ବାସ କରିବ ନାହିଁ; ତୁମ୍ଭେମାନେ ରମ୍ୟ ଦ୍ରାକ୍ଷାକ୍ଷେତ୍ର ରୋପଣ କରିଅଛ, ମାତ୍ର ତୁମ୍ଭେମାନେ ତହିଁର ଦ୍ରାକ୍ଷାରସ ପାନ କରିବ ନାହିଁ;
ଆମୋଷ 5 : 12 (IRVOR)
କାରଣ ତୁମ୍ଭମାନଙ୍କର ଅପରାଧ କିପରି ବହୁବିଧ ଓ ତୁମ୍ଭମାନଙ୍କର ପାପସକଳ କିପରି ପ୍ରବଳ, ଏହା ଆମ୍ଭେ ଜାଣୁ; ତୁମ୍ଭେମାନେ ଧାର୍ମିକକୁ କ୍ଲେଶ ଦେଉଅଛ, ଲାଞ୍ଚ ନେଉଅଛ ଓ ନଗର ଦ୍ୱାରରେ ଦୀନହୀନମାନଙ୍କ ପ୍ରତି ଅନ୍ୟାୟ କରୁଅଛ।
ଆମୋଷ 5 : 13 (IRVOR)
ଏଥିପାଇଁ ଯେଉଁ ଜନ ବୁଦ୍ଧିମାନ, ସେ ଏପରି ସମୟରେ ନୀରବ ହୋଇ ରହିବ; କାରଣ ସମୟ ମନ୍ଦ ଅଟେ।
ଆମୋଷ 5 : 14 (IRVOR)
ତୁମ୍ଭେମାନେ ଯେପରି ବଞ୍ଚିବ, ଏଥିପାଇଁ ମନ୍ଦ ଚେଷ୍ଟା ନ କର, ଭଲ ଚେଷ୍ଟା କର; ତହିଁରେ ତୁମ୍ଭମାନଙ୍କର ବାକ୍ୟ ଅନୁସାରେ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ।
ଆମୋଷ 5 : 15 (IRVOR)
ମନ୍ଦକୁ ଘୃଣା କର, ଭଲକୁ ଭଲ ପାଅ ଓ ନଗର ଦ୍ୱାରରେ ନ୍ୟାୟ ବିଚାର କର; ହୋଇପାରେ, ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ଯୋଷେଫର ଅବଶିଷ୍ଟାଂଶ ପ୍ରତି କୃପାମୟ ହେବେ।
ଆମୋଷ 5 : 16 (IRVOR)
ଏଥିପାଇଁ ପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର ସଦାପ୍ରଭୁ ଏହି କଥା କହନ୍ତି, “ଛକ ସ୍ଥାନ ସକଳରେ ହାହାକାର ଶବ୍ଦ ହେବ ଓ ରାଜଦାଣ୍ଡସକଳରେ ଲୋକମାନେ ହାୟ ! ହାୟ ! କହିବେ; ଆଉ, ସେମାନେ କୃଷକକୁ ଶୋକ କରିବାକୁ ଓ ବିଳାପ ନିପୁଣ ଲୋକମାନଙ୍କୁ ହାହାକାର କରିବାକୁ ଡାକିବେ।
ଆମୋଷ 5 : 17 (IRVOR)
ପୁଣି, ଦ୍ରାକ୍ଷାକ୍ଷେତ୍ର ସକଳରେ ହାହାକାର ଶବ୍ଦ ହେବ; କାରଣ ଆମ୍ଭେ ତୁମ୍ଭର ମଧ୍ୟଦେଇ ଗମନ କରିବା।” ଏହା ସଦାପ୍ରଭୁ କହନ୍ତି।
ଆମୋଷ 5 : 18 (IRVOR)
ହାୟ, ହାୟ, ସଦାପ୍ରଭୁଙ୍କର ଦିନ ବାଞ୍ଛାକାରୀମାନେ ! ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କର ଦିନ ବାଞ୍ଛା କରୁଅଛ ? ତାହା ଅନ୍ଧକାରମୟ, ଦୀପ୍ତିମୟ ନୁହେଁ।
ଆମୋଷ 5 : 19 (IRVOR)
କୌଣସି ମନୁଷ୍ୟ ସିଂହଠାରୁ ପଳାଇ ଯେପରି ଭଲ୍ଲୁକର ହାବୁଡ଼ରେ ପଡ଼ିଲା, ଅଥବା ଗୃହ ମଧ୍ୟରେ ପ୍ରବେଶ କରି କାନ୍ଥ ଉପରେ ହସ୍ତ ଦିଅନ୍ତେ, ସର୍ପ ତାହାକୁ ଦଂଶନ କଲା, (ସେହି ଦିନ ସଦୃଶ୍ୟ)
ଆମୋଷ 5 : 20 (IRVOR)
ସଦାପ୍ରଭୁଙ୍କର ଦିନ ଦୀପ୍ତିମୟ ନ ହୋଇ କି ଅନ୍ଧକାରମୟ ହେବ ନାହିଁ ? ତହିଁରେ କିଛି ଆଲୁଅ ନ ଥାଇ କି ଘୋର ଅନ୍ଧକାରମୟ ହେବ ନାହିଁ ?
ଆମୋଷ 5 : 21 (IRVOR)
“ଆମ୍ଭେ ତୁମ୍ଭମାନଙ୍କର ପର୍ବସବୁ ଘୃଣା କରୁ, ଆମ୍ଭେ ତାହା ତୁଚ୍ଛ ଜ୍ଞାନ କରୁ, ଆମ୍ଭେ ତୁମ୍ଭମାନଙ୍କର ମହାସଭାରେ କିଛି ସନ୍ତୁଷ୍ଟ ହେବା ନାହିଁ।
ଆମୋଷ 5 : 22 (IRVOR)
ହଁ, ତୁମ୍ଭେମାନେ ଆମ୍ଭ ନିକଟରେ ତୁମ୍ଭମାନଙ୍କର ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କଲେ ମଧ୍ୟ ଆମ୍ଭେ ତାହା ଗ୍ରାହ୍ୟ କରିବା ନାହିଁ; କିଅବା ମଙ୍ଗଳାର୍ଥକ ବଳିରୂପ ତୁମ୍ଭମାନଙ୍କର ପୁଷ୍ଟ ପଶୁଗଣ ପ୍ରତି ଦୃଷ୍ଟି କରିବା ନାହିଁ।
ଆମୋଷ 5 : 23 (IRVOR)
ତୁମ୍ଭେମାନେ ଆମ୍ଭ ନିକଟରୁ ତୁମ୍ଭମାନଙ୍କ ଗାୟନର କୋଳାହଳ ଦୂର କର; କାରଣ ଆମ୍ଭେ ତୁମ୍ଭମାନଙ୍କ ନେବଲ ଯନ୍ତ୍ରର ବାଦ୍ୟ ଶୁଣିବା ନାହିଁ।
ଆମୋଷ 5 : 24 (IRVOR)
ମାତ୍ର ନ୍ୟାୟ ବିଚାର ଜଳରାଶି ତୁଲ୍ୟ ଓ ଧାର୍ମିକତା ପ୍ରବଳ ସ୍ରୋତ ତୁଲ୍ୟ ବହିଯାଉ।
ଆମୋଷ 5 : 25 (IRVOR)
ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ କି ପ୍ରାନ୍ତରରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଆମ୍ଭ ନିକଟକୁ ବଳିଦାନ ଓ ନୈବେଦ୍ୟ ଆଣିଲ ?
ଆମୋଷ 5 : 26 (IRVOR)
ହଁ, ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଯାହା ନିର୍ମାଣ କର, ଏପରି ରାଜା ସିକୂତକୁ ଓ କୀୟନ ନାମକ ତୁମ୍ଭମାନଙ୍କର ପ୍ରତିମାଗଣକୁ, ତୁମ୍ଭମାନଙ୍କର ଦେବତାର ତାରାକୁ ବହନ କରିଅଛ।
ଆମୋଷ 5 : 27 (IRVOR)
ଏଥିନିମନ୍ତେ ଆମ୍ଭେ ତୁମ୍ଭମାନଙ୍କୁ ନିର୍ବାସାର୍ଥେ ଦମ୍ମେଶକର ଅପର ପାରିକୁ ଗମନ କରାଇବା।” ଏହା ସଦାପ୍ରଭୁ କହନ୍ତି, ସୈନ୍ୟାଧିପତି ପରମେଶ୍ୱର ତାହାଙ୍କର ନାମ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27