ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 1 (IRVOR)
{ମଣ୍ଡଳୀ ଉପରେ ଶାଉଲଙ୍କ ଦୌରାତ୍ମ୍ୟ} [PS] ଶାଉଲ, ସ୍ତିଫାନ‍ଙ୍କ ପ୍ରାଣନାଶରେ ଏକମତ ଥିଲେ । ସେହି ଦିନ ଯିରୂଶାଲମରେ ଥିବା ମଣ୍ଡଳୀ ପ୍ରତି ଅତିଶୟ ତାଡ଼ନା ଘଟିଲା; ସେଥିରେ ପ୍ରେରିତମାନଙ୍କ ଛଡ଼ା ଅନ୍ୟସମସ୍ତେ ଯିହୂଦା ପ୍ରଦେଶ ଓ ଶମିରୋଣ ଅଞ୍ଚଳ ସମୂହର ଚାରିଆଡ଼େ ଛିନ୍ନଭିନ୍ନ ହୋଇଗଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 2 (IRVOR)
ତଥାପି କେତେକ ଜଣ ଭକ୍ତ ଲୋକ ସ୍ତିଫାନଙ୍କୁ ସମାଧି ଦେଇ ତାହାଙ୍କ ନିମନ୍ତେ ବହୁତ ବିଳାପ କଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 3 (IRVOR)
କିନ୍ତୁ ଶାଉଲ ଘରେ ଘରେ ପଶି ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ଟାଣିଆଣି କାରାଗାରରେ ସମର୍ପଣ କରି ମଣ୍ଡଳୀକୁ ଧ୍ୱଂସ କରିବାକୁ ଲାଗିଲେ । [PS]
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 4 (IRVOR)
{ଶମିରୋଣରେ ଫିଲିପ୍ପଙ୍କ ପ୍ରଚାର} [PS] ସେଥିରେ ଯେଉଁମାନେ ଛିନ୍ନଭିନ୍ନ ହୋଇଥିଲେ,ସେମାନେ ଚତୁର୍ଦ୍ଦିଗରେ ଭ୍ରମଣ କରୁ କରୁ ସୁସମାଚାରର ବାକ୍ୟ ପ୍ରଚାର କଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 5 (IRVOR)
ପୁଣି, ଫିଲିପ୍ପ ଶମିରୋଣର ପ୍ରଧାନ ନଗରକୁ ଯାଇ ଲୋକମାନଙ୍କ ନିକଟରେ ଖ୍ରୀଷ୍ଟଙ୍କୁ ଘୋଷଣା କରିବାକୁ ଲାଗିଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 6 (IRVOR)
ଆଉ ଲୋକସମୂହ ଫିଲିପ୍ପଙ୍କ କଥା ଶୁଣି ଓ ସେ କରିଥିବା ଆଶ୍ଚର୍ଯ୍ୟ କର୍ମସବୁ ଦେଖି ଏକଚିତ୍ତରେ ତାହାଙ୍କ କଥାରେ ମନୋଯୋଗ କରୁଥିଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 7 (IRVOR)
କାରଣ ଅଶୁଚି ଆତ୍ମାବିଷ୍ଟ ଅନେକ ଲୋକଙ୍କଠାରୁ ସେହି ଆତ୍ମାଗୁଡ଼ାକ ଉଚ୍ଚସ୍ୱରରେ ଚିତ୍କାର କରି ବାହାରିଆସିବାକୁ ଲାଗିଲେ, ପୁଣି, ଅନେକ ପକ୍ଷାଘାତରୋଗୀ ଓ ଖଞ୍ଜ ସୁସ୍ଥ ହେଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 8 (IRVOR)
ସେଥିରେ ସେ ନଗରରେ ମହା ଆନନ୍ଦ ହେଲା । [PS]
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 9 (IRVOR)
{କୁହୁକ ଶିମୋନ} [PS] କିନ୍ତୁ ଶିମୋନ ନାମକ ଜଣେ ଲୋକ ଏଥିପୂର୍ବେ ସେହି ନଗରରେ କୁହୁକକର୍ମ କରି ନିଜକୁ ଜଣେ ମହାପୁରୁଷ ବୋଲି କହି ଶମିରୋଣୀୟ ଜାତି କି ଆଚମ୍ବିତ କରୁଥିଲା;
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 10 (IRVOR)
ଈଶ୍ୱରଙ୍କର ଯେଉଁ ଶକ୍ତିକୁ ମହାନ ବୋଲି କୁହାଯାଏ, ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏ ସେହି ବୋଲି କହି ତାହାଙ୍କୁ ମାନ୍ୟ କରୁଥିଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 11 (IRVOR)
ସେମାନେ ତାହାକୁ ମାନ୍ୟ କରୁଥିବାର କାରଣ ଏହି ଯେ, ସେ ବହୁକାଳ ହେଲା ନିଜ କୁହୁକକର୍ମ ଦ୍ୱାରା ସେମାନଙ୍କୁ ଆଚମ୍ବିତ କରିଥିଲା ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 12 (IRVOR)
କିନ୍ତୁ ଫିଲିପ୍ପ ଈଶ୍ୱରଙ୍କ ରାଜ୍ୟ ଓ ଯୀଶୁଖ୍ରୀଷ୍ଟଙ୍କ ନାମ ବିଷୟକ ସୁସମାଚାର ପ୍ରଚାର କରିବାରୁ ସେମାନେ ଯେତେବେଳେ ତାହାଙ୍କ କଥାରେ ବିଶ୍ୱାସ କଲେ, ସେତେବେଳେ ପୁରୁଷ ଓ ସ୍ତ୍ରୀ ଉଭୟ ବାପ୍ତିଜିତ ହେବାକୁ ଲାଗିଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 13 (IRVOR)
ଆଉ, ଶିମୋନ ନିଜେ ମଧ୍ୟ ବିଶ୍ୱାସ କରି ବାପ୍ତିଜିତ ହେଲା ଓ ଫିଲିପ୍ପଙ୍କ ସାଥେ ସାଥେ ରହିଲା, ଆଉ ନାନା ଲକ୍ଷଣ ଓ ମହା ମହା ଆଶ୍ଚର୍ଯ୍ୟର କାର୍ଯ୍ୟ ଦେଖି ଆଚମ୍ବିତ ହେବାକୁ ଲାଗିଲା । [PS]
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 14 (IRVOR)
{ଶମିରୋଣରେ ପିତର ଓ ଯୋହନ} [PS] ଶମିରୋଣର ଲୋକମାନେ ଯେ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିଅଛନ୍ତି,ଏହା ଯେତେବେଳେ ଯିରୂଶାଲମରେ ଥିବା ପ୍ରେରିତମାନେ ଶୁଣିଲେ, ସେତେବେଳେ ସେମାନେ ପିତର ଓ ଯୋହନଙ୍କୁ ସେମାନଙ୍କ ନିକଟକୁ ପଠାଇଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 15 (IRVOR)
ସେମାନେ ଯାଇ,ସେହି ଲୋକମାନେ ଯେପରି ପବିତ୍ର ଆତ୍ମା ପ୍ରାପ୍ତ ହୁଅନ୍ତି, ଏଥି ନିମନ୍ତେ ସେମାନଙ୍କ ପାଇଁ ପ୍ରାର୍ଥନା କଲେ,
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 16 (IRVOR)
କାରଣ ଏପର୍ଯ୍ୟନ୍ତ ସେ ସେମାନଙ୍କ ମଧ୍ୟରୁ କାହାରି ଉପରେ ଆସି ନ ଥିଲେ, କେବଳ ସେମାନେ ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହୋଇଥିଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 17 (IRVOR)
ସେତେବେଳେ ସେମାନେ ସେମାନଙ୍କ ଉପରେ ହସ୍ତାର୍ପଣ କଲେ, ଆଉ ସେମାନେ ପବିତ୍ର ଆତ୍ମା ପ୍ରାପ୍ତ ହେଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 18 (IRVOR)
ପ୍ରେରିତମାନଙ୍କର ହସ୍ତାର୍ପଣ ଦ୍ୱାରା ଆତ୍ମା ଆସୁଥିବା ଦେଖି, ଶିମୋନ ସେମାନଙ୍କୁ ଟଙ୍କା ଯାଚି କହିଲା,
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 19 (IRVOR)
ମୋତେ ମଧ୍ୟ ଏହି ଶକ୍ତି ଦିଅନ୍ତୁ, ଯେପରି ମୁଁ ଯେକୌଣସି ଲୋକ ଉପରେ ହସ୍ତାର୍ପଣ କରିବି, ସେ ପବିତ୍ର ଆତ୍ମା ପାଇବ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 20 (IRVOR)
କିନ୍ତୁ ପିତର ତାହାକୁ କହିଲେ, ତୁମ୍ଭର ଟଙ୍କା ତୁମ୍ଭ ସହିତ ବିନଷ୍ଟ ହେଉ, କାରଣ ତୁମ୍ଭେ ଟଙ୍କା ଦ୍ୱାରା ଈଶ୍ୱରଙ୍କ ଦାନ କିଣିବାକୁ ଭାବିଲ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 21 (IRVOR)
ଏବିଷୟରେ ତୁମ୍ଭର ଅଂଶ ନାହିଁ କି ଅଧିକାର ନାହିଁ, କାରଣ ଈଶ୍ୱରଙ୍କ ସାକ୍ଷାତରେ ତୁମ୍ଭର ହୃଦୟ ସରଳ ନୁହେଁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 22 (IRVOR)
ଅତଏବ, ତୁମ୍ଭର ଏହି ଦୁଷ୍ଟ ପଣରୁ ମନ ପରିବର୍ତ୍ତନ କରି ପ୍ରଭୁଙ୍କଠାରେ ପ୍ରାର୍ଥନା କର, କେଜାଣି ଅବା ତୁମ୍ଭ ହୃଦୟର କଳ୍ପନା କ୍ଷମା ହୋଇ ପାରେ;
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 23 (IRVOR)
କାରଣ ତୁମ୍ଭେ ତିକ୍ତ ବିଷରେ ପରିପୂର୍ଣ୍ଣ ହୋଇ ଅଧର୍ମରୂପ ବନ୍ଧନରେ ଆବଦ୍ଧ ଅଛ ବୋଲି ମୁଁ ଦେଖୁଅଛି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 24 (IRVOR)
ସେଥିରେ ଶିମୋନ ଉତ୍ତର କଲା, ଆପଣମାନେ ଯାହା ଯାହା କହିଲେ, ସେଥିରୁ କୌଣସି ବିଷୟ ଯେପରି ମୋ ପ୍ରତି ନ ଘଟେ, ଏଥିପାଇଁ ଆପଣମାନେ ମୋ ନିମନ୍ତେ ପ୍ରଭୁଙ୍କ ଛାମୁରେ ପ୍ରାର୍ଥନା କରନ୍ତୁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 25 (IRVOR)
ଏହି ପ୍ରକାରେ ସେମାନେ ସାକ୍ଷ୍ୟ ଦେଇ ଓ ପ୍ରଭୁଙ୍କ ବାକ୍ୟ କହି ଶମିରୋଣୀୟମାନଙ୍କ ଅନେକ ଗ୍ରାମରେ ସୁସମାଚାର ପ୍ରଚାର କରୁ କରୁ ଯିରୂଶାଲମକୁ ବାହୁଡ଼ିଗଲେ । [PS]
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 26 (IRVOR)
{ଫିଲିପ୍ପ ଓ ଇଥିଓପିଆ ନପୁଂସକ} [PS] ପରେ ପ୍ରଭୁଙ୍କ ଜଣେ ଦୂତ ଫିଲିପ୍ପଙ୍କ କହିଲେ, ଉଠ, ଦକ୍ଷିଣ ଦିଗରେ ଯେଉଁ ପଥ ଯିରୂଶାଲମରୁ ଗଜ୍ଜା ଆଡ଼କୁ ପଡ଼ିଅଛି, ସେହି ପଥକୁ ଯାଅ । ତାହା ମରୁଭୂମି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 27 (IRVOR)
ସେଥିରେ ସେ ଉଠି ଗମନ କଲେ । ଆଉ ଦେଖ, ଇଥିଓପିଆ ଦେଶୀୟମାନଙ୍କ କାଣ୍ଡାକୀ ନାମ୍ନୀ ରାଣୀଙ୍କର ଅଧିନସ୍ଥ ଜଣେ ଉଚ୍ଚ ପଦ ପ୍ରାପ୍ତ ଇଥିଓପିଆର ନପୁଂସକ, ଯେ ତାହାଙ୍କ ସମସ୍ତ ଧନଭଣ୍ଡାରର ବେବର୍ତ୍ତା (କୋଷାଧ୍ୟକ୍ଷ) ଥିଲେ, ସେ ଉପାସନା କରିବା ନିମନ୍ତେ ଯିରୂଶାଲମକୁ ଆସିଥିଲେ;
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 28 (IRVOR)
ସେ ବାହୁଡ଼ି ଯାଉ ଯାଉ ଆପଣା ରଥରେ ବସି ଯିଶାୟ ଭାବବାଦୀଙ୍କ ଶାସ୍ତ୍ରପାଠ କରୁଥିଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 29 (IRVOR)
ସେତେବେଳେ ଆତ୍ମା ଫିଲିପ୍ପଙ୍କ କହିଲେ, ନିକଟକୁ ଯାଇ ଏହି ରଥର ସାଙ୍ଗ ଧର ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 30 (IRVOR)
ସେଥିରେ ଫିଲିପ୍ପ ଦୌଡ଼ିଯାଇ ସେ ଯିଶାୟ ଭାବବାଦୀଙ୍କ ଶାସ୍ତ୍ରପାଠ କରୁଥିବା ଶୁଣି ପଚାରିଲେ, ଆପଣ ଯାହା ପାଠ କରୁଅଛନ୍ତି, ତାହା କଅଣ ବୁଝୁଅଛନ୍ତି ?
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 31 (IRVOR)
ସେ କହିଲେ, କେହି ମୋତେ ବୁଝାଇ ନ ଦେଲେ ମୁଁ କିପରି ବୁଝି ପାରିବି ? ଆଉ, ସେ ଫିଲିପ୍ପଙ୍କ ଚଢ଼ି ଆସି ଆପଣା ନିକଟରେ ବସିବାକୁ ବିନତି କଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 32 (IRVOR)
ଶାସ୍ତ୍ରର ଯେଉଁ ଅଂଶ ସେ ପାଠ କରୁଥିଲେ, ତାହା ଏହି, ସେ ମେଷ ତୁଲ୍ୟ ହତ ହେବା ନିମନ୍ତେ ନିଆଗଲେ, ପୁଣି, ଲୋମଚ୍ଛେଦକ ସମ୍ମୁଖରେ ମେଷଶାବକଯେପରି ନୀରବ ରୁହେ, ସେହିପରି ସେ ଆପଣା ମୁଖ ଫିଟାଇଲେ ନାହିଁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 33 (IRVOR)
ତାହାଙ୍କ ଅବନତ ହେବାରେ ତାହାଙ୍କ ଦଣ୍ଡ ଅପସାରିତ ହେଲା; ତାହାଙ୍କ ବଂଶ କିଏ ବର୍ଣ୍ଣନା କରି ପାରିବ ? କାରଣ ତାହାଙ୍କ ପ୍ରାଣ ପୃଥିବୀରୁ ଅପସାରିତ ହେଲା ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 34 (IRVOR)
ନପୁଂସକ ଉତ୍ତର ଦେଇ ଫିଲିପ୍ପଙ୍କ କହିଲେ, ମୁଁ ଆପଣଙ୍କୁ ନିବେଦନ କରେ, ଭାବବାଦୀ କାହା ବିଷୟରେ ଏକଥା କହନ୍ତି ? ଆପଣା ବା ଆଉ କାହା ବିଷୟରେ ?
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 35 (IRVOR)
ସେଥିରେ ଫିଲିପ୍ପ ମୁଖ ଫିଟାଇ ଶାସ୍ତ୍ରର ଏହି ବାକ୍ୟରୁ ଆରମ୍ଭ କରି ତାହାଙ୍କ ନିକଟରେ ଯୀଶୁଙ୍କ ସୁସମାଚାର ପ୍ରଚାର କଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 36 (IRVOR)
ଆଉ ସେମାନେ ପଥରେ ଯାଉ ଯାଉ କୌଣସି ଗୋଟିଏ ଜଳାଶୟ ନିକଟରେ ଉପସ୍ଥିତ ହେଲେ; ସେଥିରେ ନପୁଂସକ କହିଲେ,ଏଠାରେ ତ ଜଳ ଅଛି,ମୋହର ବାପ୍ତିଜିତ ହେବା ନିମନ୍ତେ କ'ଣ ବାଧା ଅଛି ?
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 37 (IRVOR)
[ଫିଲିପ୍ପ କହିଲେ, ଆପଣ ସମସ୍ତ ଅନ୍ତଃକରଣ ସହିତ ଯଦି ବିଶ୍ୱାସ କରନ୍ତି, ତାହାହେଲେ ହୋଇ ପାରେ । ସେଥିରେ ସେ ଉତ୍ତର ଦେଲେ, ଯୀଶୁ ଖ୍ରୀଷ୍ଟ ଯେ ଈଶ୍ୱରଙ୍କ ପୁତ୍ର,ଏହା ମୁଁ ବିଶ୍ୱାସ କରୁଅଛି ।]
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 38 (IRVOR)
ପୁଣି, ସେ ରଥ ଠିଆ କରିବାକୁ ଆଜ୍ଞା ଦେଲେ, ଆଉ ଫିଲିପ୍ପ ଓ ନପୁଂସକ ଉଭୟ ଜଳ ଭିତରକୁ ଓହ୍ଲାଇଗଲେ, ଆଉ ଫିଲିପ୍ପ ତାହାଙ୍କୁ ବାପ୍ତିସ୍ମ ଦେଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 39 (IRVOR)
ସେମାନେ ଜଳ ମଧ୍ୟରୁ ଉଠି ଆସନ୍ତେ ପ୍ରଭୁଙ୍କର ଆତ୍ମା ଫିଲିପ୍ପଙ୍କ ଘେନିଗଲେ, ପୁଣି, ନପୁଂସକ ତାହାଙ୍କୁ ଆଉ ଦେଖିଲେ ନାହିଁ; ତଥାପି ସେ ଆନନ୍ଦ କରୁ କରୁ ଆପଣା ପଥରେ ଚାଲିଗଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8 : 40 (IRVOR)
କିନ୍ତୁ ଫିଲିପ୍ପ ଅଷ୍‌ଦୋଦ୍ ନାମକ ସ୍ଥାନରେ ଦେଖାଗଲେ, ଆଉ ସେ ଯାଉ ଯାଉ ନଗରେ ନଗରେ ସୁସମାଚାର ପ୍ରଚାର କରି କାଇସରିୟାରେ ଯାଇ ପହଞ୍ଚିଲେ । [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40

BG:

Opacity:

Color:


Size:


Font: