ରେରିତମାନଙ୍କ କାର୍ଯ୍ୟର ବିବରଣ 6 : 1 (IRVOR)
ସେବାକାର୍ଯ୍ୟାର୍ଥେ ସାତ ଜଣ ମନୋନୀତ ଏହି ସମୟରେ, ଯେତେବେଳେ ଶିଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିଲା, ସେତେବେଳେ ଗ୍ରୀକ୍ ଭାଷାବାଦୀ ଯିହୂଦୀମାନେ ଏବ୍ରୀୟମାନଙ୍କ ବିପକ୍ଷରେ ବଚସା କରିବାକୁ ଲାଗିଲେ, କାରଣ ଦୈନିକ ଖାଦ୍ୟ ବିତରଣ କରିବାରେ ବିଧବାମାନଙ୍କୁ ଅବହେଳା କରାଯାଉଥିଲା ।
ରେରିତମାନଙ୍କ କାର୍ଯ୍ୟର ବିବରଣ 6 : 2 (IRVOR)
ସେଥିରେ ବାର ଜଣ, ଶିଷ୍ୟସମୂହକୁ ନିକଟକୁ ଡାକି କହିଲେ, ଈଶ୍ୱରଙ୍କର ବାକ୍ୟ ପ୍ରଚାର ପରିତ୍ୟାଗ କରି ଖାଦ୍ୟ ପରିବେଷଣରେ ଆମ୍ଭମାନଙ୍କର ବ୍ୟସ୍ତ ରହିବା ଉପଯୁକ୍ତ ନୁହେଁଁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 6 : 3 (IRVOR)
ଅତଏବ ହେ ଭାଇମାନେ, ଯେଉଁମାନଙ୍କୁ ଆମ୍ଭେମାନେ ଏହି କାର୍ଯ୍ୟରେ ନିଯୁକ୍ତ କରି ପାରୁ,ଏପରି ସୁଖ୍ୟାତି ସମ୍ପନ୍ନ ଏବଂ ଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ ସାତ ଜଣଙ୍କୁ ଆପଣମାନଙ୍କ ମଧ୍ୟରୁ ବାଛି ସ୍ଥିର କରନ୍ତୁ;
ରେରିତମାନଙ୍କ କାର୍ଯ୍ୟର ବିବରଣ 6 : 4 (IRVOR)
କିନ୍ତୁ ଆମ୍ଭେମାନେ ପ୍ରାର୍ଥନାରେ ଓ ବାକ୍ୟ ପ୍ରଚାର ସେବା କାର୍ଯ୍ୟରେ ଏକାଗ୍ରଭାବେ ଲାଗିରହିବା ।
ରେରିତମାନଙ୍କ କାର୍ଯ୍ୟର ବିବରଣ 6 : 5 (IRVOR)
ଏହି କଥା ସମସ୍ତ ବିଶ୍ୱାସୀମାନଙ୍କ ଦୃଷ୍ଟିରେ ଉତ୍ତମ ଦେଖାଗଲା, ଆଉ ସେମାନେ ବିଶ୍ୱାସ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ସ୍ତିଫାନ ନାମକ ଜଣେ ବ୍ୟକ୍ତିଙ୍କି, ପୁଣି, ଫିଲିପ୍ପ, ପ୍ରଖର, ନୀକାନୋର, ତୀମୋନ, ପାର୍ମନା ଓ ଆନ୍ତିୟଖିଆର ଯିହୂଦୀମତାବଲମ୍ବୀ ନୀକଲାୟଙ୍କୁ ମନୋନୀତ କରି,
ରେରିତମାନଙ୍କ କାର୍ଯ୍ୟର ବିବରଣ 6 : 6 (IRVOR)
ପ୍ରେରିତମାନଙ୍କ ସମ୍ମୁଖରେ ଉପସ୍ଥିତ କଲେ, ଆଉ ସେମାନେ ପ୍ରାର୍ଥନା କରି ସେମାନଙ୍କ ମସ୍ତକ ଉପରେ ହାତ ରଖି ସମର୍ପଣ କଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 6 : 7 (IRVOR)
ଏଣୁ ଈଶ୍ୱରଙ୍କ ବାକ୍ୟ ଅଧିକ ବ୍ୟାପିଗଲା ଏବଂ ଯିରୂଶାଲମରେ ଶିଷ୍ୟମାନଙ୍କ ସଂଖ୍ୟା ଅତିଶୟ ବୃଦ୍ଧି ପାଇବାକୁ ଲାଗିଲା; ଆଉ, ଯାଜକମାନଙ୍କ ମଧ୍ୟରୁ ଅନେକ ଅନେକ ଲୋକ ବିଶ୍ୱାସମାର୍ଗ ଅବଲମ୍ବନ କରିବାକୁ ଲାଗିଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 6 : 8 (IRVOR)
ମହାସଭାରେ ସ୍ତିଫାନ ସ୍ତିଫାନ ଅନୁଗ୍ରହ ଓ ଶକ୍ତିରେ ପରିପୂର୍ଣ୍ଣ ହୋଇ ଲୋକମାନଙ୍କ ମଧ୍ୟରେ ମହା ମହା ଆଶ୍ଚର୍ଯ୍ୟକର୍ମ ଓ ଲକ୍ଷଣ ସାଧନ କରିବାକୁ ଲାଗିଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 6 : 9 (IRVOR)
କିନ୍ତୁ ଲିବର୍ତ୍ତୀନ, କୂୂରୀଣୀୟ ଓ ଅାଲେକଜାଣ୍ଡ୍ରୀୟମାନଙ୍କ ନାମରେ ଖ୍ୟାତ ଯିହୂଦୀମାନଙ୍କ ସମାଜଗୃହର କେତେକ ଜଣ, ପୁଣି, କିଲିକିୟା ଓ ଆସିଆନିବାସୀ କେତେକ ଲୋକ ଉଠି ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ,
ରେରିତମାନଙ୍କ କାର୍ଯ୍ୟର ବିବରଣ 6 : 10 (IRVOR)
ମାତ୍ର ସେ ଯେଉଁ ଜ୍ଞାନ ଓ ଆତ୍ମାଙ୍କ ଶକ୍ତିରେ କଥା କହୁଥିଲେ, ସେମାନେ ତାହା ପ୍ରତିରୋଧ କରିବାକୁ ସମର୍ଥ ହେଲେ ନାହିଁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 6 : 11 (IRVOR)
ସେଥିରେ ସେମାନେ ଲୋକମାନଙ୍କୁ ମତାଇଲେ, ଆଉ ସେମାନେ କହିଲେ, ଆମ୍ଭେମାନେ ଏହାକୁ ମୋଶା ଓ ଈଶ୍ୱରଙ୍କ ବିରୁଦ୍ଧରେ ନିନ୍ଦାକଥା କହିବା ଶୁଣିଅଛୁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 6 : 12 (IRVOR)
ଆଉ, ସେମାନେ ଜନସାଧାରଣଙ୍କୁ, ପୁଣି, ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କୁ ଉତ୍ତେଜିତ କରି ତାହାଙ୍କୁ ଆକ୍ରମଣ କଲେ ଓ ତାହାଙ୍କୁୁ ବଳରେ ଧରି ମହାସଭାକୁ ଆଣିଲେ,
ରେରିତମାନଙ୍କ କାର୍ଯ୍ୟର ବିବରଣ 6 : 13 (IRVOR)
ଆଉ ମିଥ୍ୟାସାକ୍ଷୀମାନଙ୍କୁ ଠିଆ କରାଇଲେ; ସେମାନେ କହିଲେ,ଏ ଲୋକଟା ଏହି ପବିତ୍ର ସ୍ଥାନ ଓ ମୋଶାଙ୍କ ଦତ୍ତ ନିୟମ ବିରୁଦ୍ଧରେ କଥା କହିବାକୁ ବନ୍ଦ କରୁ ନାହିଁ,
ରେରିତମାନଙ୍କ କାର୍ଯ୍ୟର ବିବରଣ 6 : 14 (IRVOR)
କାରଣ ନାଜରିତୀୟ ସେହି ଯୀଶୁ ଏହି ସ୍ଥାନ ଧ୍ୱଂସ କରିବେ, ଆଉ ମୋଶା ଆମ୍ଭମାନଙ୍କୁ ଯେଉଁ ଯେଉଁ ରୀତିନୀତି ଦେଇଅଛନ୍ତି, ସେହି ସବୁ ପରିବର୍ତ୍ତନ କରିବେ ବୋଲି ସେ କହୁଥିବା ଆମ୍ଭେମାନେ ଶୁଣିଅଛୁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 6 : 15 (IRVOR)
ସେତେବେଳେ ମହାସଭାରେ ବସିଥିବା ସମସ୍ତେ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ତାହାଙ୍କ ମୁଖ ଦୂତଙ୍କ ମୁଖ ସଦୃଶ ଦେଖିଲେ ।

1 2 3 4 5 6 7 8 9 10 11 12 13 14 15