ଦିତୀୟ ଶାମୁୟେଲ 5 : 1 (IRVOR)
ଦାଉଦ, ଇସ୍ରାଏଲର ରାଜା ଅଭିଷିକ୍ତ ଏଥିଉତ୍ତାରେ ଇସ୍ରାଏଲର ସମସ୍ତ ବଂଶ ହିବ୍ରୋଣକୁ ଦାଉଦଙ୍କ ନିକଟକୁ ଆସି କହିଲେ, “ଦେଖ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ।
ଦିତୀୟ ଶାମୁୟେଲ 5 : 2 (IRVOR)
ଅତୀତରେ ଶାଉଲ ଆମ୍ଭମାନଙ୍କ ଉପରେ ରାଜା ଥିବା ସମୟରେ ତୁମ୍ଭେ ଇସ୍ରାଏଲର ସେନାକୁ ନେତୃତ୍ୱ ଦେଉଥିଲ; ପୁଣି ସଦାପ୍ରଭୁ ତୁମ୍ଭକୁ କହିଅଛନ୍ତି, ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଇସ୍ରାଏଲର ଅଗ୍ରଣୀ ହେବ।”
ଦିତୀୟ ଶାମୁୟେଲ 5 : 3 (IRVOR)
ଏହିରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋଣକୁ ରାଜାଙ୍କ ନିକଟକୁ ଆସିଲେ; ତହିଁରେ ଦାଉଦ ରାଜା ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗରେ ନିୟମ କଲେ ଓ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ।
ଦିତୀୟ ଶାମୁୟେଲ 5 : 4 (IRVOR)
ଦାଉଦ ତିରିଶ ବର୍ଷ ବୟସରେ ରାଜତ୍ୱ କରିବାକୁ ଆରମ୍ଭ କଲେ ଓ ସେ ଚାଳିଶ ବର୍ଷ ରାଜତ୍ୱ କଲେ।
ଦିତୀୟ ଶାମୁୟେଲ 5 : 5 (IRVOR)
ସେ ହିବ୍ରୋଣରେ ଯିହୁଦା ଉପରେ ସାତ ବର୍ଷ ଛଅ ମାସ ରାଜତ୍ୱ କଲେ; ପୁଣି ସେ ଯିରୂଶାଲମରେ ସମସ୍ତ ଇସ୍ରାଏଲ ଓ ଯିହୁଦା ଉପରେ ତେତିଶ ବର୍ଷ ରାଜତ୍ୱ କଲେ।
ଦିତୀୟ ଶାମୁୟେଲ 5 : 6 (IRVOR)
ଏଉତ୍ତାରେ ରାଜା ଓ ତାଙ୍କର ଲୋକମାନେ ଦେଶବାସୀ ଯିବୂଷୀୟମାନଙ୍କ ବିରୁଦ୍ଧରେ ଯିରୂଶାଲମକୁ ଯାତ୍ରା କଲେ, ତହିଁରେ ଦାଉଦ ଏହି ସ୍ଥାନକୁ ଆସି ପାରିବେ ନାହିଁ ବୋଲି ମନେ କରି ସେମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଅନ୍ଧ ଓ ଛୋଟାମାନଙ୍କୁ ଦୂର ନ କଲେ, ଏହି ସ୍ଥାନକୁ ଆସି ପାରିବ ନାହିଁ।”
ଦିତୀୟ ଶାମୁୟେଲ 5 : 7 (IRVOR)
ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼କୁ ଅଧିକାର କଲେ; ଯାହା ଦାଉଦ-ନଗର ହେଲା।
ଦିତୀୟ ଶାମୁୟେଲ 5 : 8 (IRVOR)
ପୁଣି ଦାଉଦ ସେହି ଦିନ କହିଲେ, “ଯେକେହି ଯିବୂଷୀୟମାନଙ୍କୁ ବଧ କରେ, ସେ ଜଳ ପ୍ରଣାଳୀକୁ ଯାଇ ଦାଉଦ-ପ୍ରାଣର ଘୃଣିତ ସେହି ଛୋଟା ଓ ଅନ୍ଧମାନଙ୍କୁ ବଧ କରୁ। ଏହେତୁ ଲୋକେ କହନ୍ତି, ଅନ୍ଧ ଓ ଛୋଟାମାନେ ସେଠାରେ ଅଛନ୍ତି; ସେ ସଦାପ୍ରଭୁଙ୍କ ଗୃହ ଭିତରକୁ ଆସି ପାରିବ ନାହିଁ।”
ଦିତୀୟ ଶାମୁୟେଲ 5 : 9 (IRVOR)
ଏଥିଉତ୍ତାରେ ଦାଉଦ ସେହି ଦୃଢ଼ ଗଡ଼ରେ ବାସ କରି ତାହାର ନାମ ଦାଉଦ-ନଗର ରଖିଲେ। ଆଉ ଦାଉଦ ମିଲ୍ଲୋଠାରୁ ଭିତର ଆଡ଼େ ଚତୁର୍ଦ୍ଦିଗରେ ଗଡ଼ ନିର୍ମାଣ କଲେ।
ଦିତୀୟ ଶାମୁୟେଲ 5 : 10 (IRVOR)
ଆଉ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ଦାଉଦଙ୍କର ସହାୟ ହେବାରୁ ସେ ଅଧିକରୁ ଅଧିକ ମହାନ ହେଲେ।
ଦିତୀୟ ଶାମୁୟେଲ 5 : 11 (IRVOR)
ଏଥିଉତ୍ତାରେ ସୋରର ରାଜା ହୂରମ୍‍ ଦାଉଦଙ୍କ ନିକଟକୁ ଦୂତଗଣ ଓ ଏରସ କାଠ ଓ ବଢ଼େଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲା; ତହିଁରେ ସେମାନେ ଦାଉଦଙ୍କ ନିମନ୍ତେ ଗୃହ ନିର୍ମାଣ କଲେ।
ଦିତୀୟ ଶାମୁୟେଲ 5 : 12 (IRVOR)
ତହିଁରେ ସଦାପ୍ରଭୁ ଦାଉଦଙ୍କୁ ଇସ୍ରାଏଲର ରାଜପଦରେ ସ୍ଥିର କଲେ ଓ ଆପଣା ଇସ୍ରାଏଲ ଲୋକଙ୍କ ସକାଶୁ ତାଙ୍କ ରାଜ୍ୟ ଉନ୍ନତ କଲେ, ଏହା ସେ ବୁଝିଲେ।
ଦିତୀୟ ଶାମୁୟେଲ 5 : 13 (IRVOR)
ଏଥିଉତ୍ତାରେ ଦାଉଦ ହିବ୍ରୋଣରୁ ଆସିଲା ଉତ୍ତାରେ ଯିରୂଶାଲମରେ ଆଉ ଅନେକ ଉପପତ୍ନୀ ଓ ଭାର୍ଯ୍ୟା ଗ୍ରହଣ କଲେ; ତହିଁରେ ଦାଉଦଙ୍କର ଆହୁରି ପୁତ୍ର କନ୍ୟା ଜାତ ହେଲେ।
ଦିତୀୟ ଶାମୁୟେଲ 5 : 14 (IRVOR)
ଯିରୂଶାଲମରେ ତାଙ୍କର ଔରସରେ ଯେଉଁମାନେ ଜନ୍ମିଲେ, ସେମାନଙ୍କର ନାମ ଏହି: ଯଥା :- ଶମ୍ମୂୟ ଓ ଶୋବବ୍‍ ଓ ନାଥନ ଓ ଶଲୋମନ
ଦିତୀୟ ଶାମୁୟେଲ 5 : 15 (IRVOR)
ଓ ୟିଭର ଓ ଇଲୀଶୂୟ ଓ ନେଫଗ୍‍ ଓ ଯାଫୀୟ
ଦିତୀୟ ଶାମୁୟେଲ 5 : 16 (IRVOR)
ଓ ଇଲୀଶାମା ଓ ଇଲୀୟାଦା ଓ ଇଲୀଫେଲଟ୍‍।
ଦିତୀୟ ଶାମୁୟେଲ 5 : 17 (IRVOR)
ପଲେଷ୍ଟୀୟମାନଙ୍କ ଉପରେ ବିଜୟ ଏଉତ୍ତାରେ ଲୋକମାନେ ଦାଉଦଙ୍କୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରିଅଛନ୍ତି, ଏହା ପଲେଷ୍ଟୀୟମାନେ ଶୁଣି ସମସ୍ତ ପଲେଷ୍ଟୀୟ ଲୋକ ଦାଉଦଙ୍କୁ ଅନ୍ୱେଷଣ କରିବାକୁ ଆସିଲେ; ତହୁଁ ଦାଉଦ ତାହା ଶୁଣି ଗଡ଼କୁ ଚାଲିଗଲେ।
ଦିତୀୟ ଶାମୁୟେଲ 5 : 18 (IRVOR)
ଏହି ସମୟରେ ପଲେଷ୍ଟୀୟମାନେ ଆସି ରଫାୟୀମ ତଳଭୂମିରେ ବିସ୍ତାର ହୋଇଥିଲେ
ଦିତୀୟ ଶାମୁୟେଲ 5 : 19 (IRVOR)
ଏଥିରେ ଦାଉଦ ସଦାପ୍ରଭୁଙ୍କ ଠାରୁ ସାହାଯ୍ୟ ମାଗି କହିଲେ, “ମୁଁ କି ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଉଠି ଯିବି ? ତୁମ୍ଭେ କି ସେମାନଙ୍କୁ ମୋ’ ହସ୍ତରେ ସମର୍ପଣ କରିବ ? ତହିଁରେ ସଦାପ୍ରଭୁ ଦାଉଦଙ୍କୁ କହିଲେ, “ଉଠି ଯାଅ, କାରଣ ଆମ୍ଭେ ନିଶ୍ଚୟ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।”
ଦିତୀୟ ଶାମୁୟେଲ 5 : 20 (IRVOR)
ତହୁଁ ଦାଉଦ ବାଲ୍‍-ପରାସୀମକୁ ଆସିଲେ ଓ ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ପୁଣି ସେ କହିଲେ, “ସଦାପ୍ରଭୁ ମୋ’ ସମ୍ମୁଖରେ ମୋ’ ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି।” ଏହେତୁ ସେ ସେହି ସ୍ଥାନର ନାମ ବାଲ୍‍-ପରାସୀମ (ଭଗ୍ନ-ସ୍ଥାନ) ରଖିଲେ।
ଦିତୀୟ ଶାମୁୟେଲ 5 : 21 (IRVOR)
ସେହି ସ୍ଥାନରେ ସେମାନେ ଆପଣା ପ୍ରତିମାଗଣକୁ ପରିତ୍ୟାଗ କରିଥିଲେ, ତହିଁରେ ଦାଉଦ ଓ ତାଙ୍କର ଲୋକମାନେ ସେହିସବୁ ଦଗ୍ଧ କଲେ।
ଦିତୀୟ ଶାମୁୟେଲ 5 : 22 (IRVOR)
ଏଥିଉତ୍ତାରେ ପଲେଷ୍ଟୀୟମାନେ ପୁନର୍ବାର ଆସି ରଫାୟୀମ ତଳଭୂମିରେ ବିସ୍ତାର (ବିଶ୍ରାମ ନେଲେ) ହେଲେ।
ଦିତୀୟ ଶାମୁୟେଲ 5 : 23 (IRVOR)
ତହିଁରେ ଦାଉଦ ସଦାପ୍ରଭୁଙ୍କୁ ସାହାଯ୍ୟ ମାଗନ୍ତେ, ସେ କହିଲେ, “ତୁମ୍ଭେ ଉଠି ଉଠି ଯାଅ ନାହିଁ; ସେମାନଙ୍କ ପଶ୍ଚାତ୍‍ ଘୁରି ଆସି ତୂତ ବୃକ୍ଷ ତୋଟା ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର।
ଦିତୀୟ ଶାମୁୟେଲ 5 : 24 (IRVOR)
ପୁଣି ତୁମ୍ଭେ ସେହି ତୂତ ବୃକ୍ଷ ତୋଟା ଉପରେ ସୈନ୍ୟଗମନର ଶବ୍ଦ ଶୁଣିଲେ ଆକ୍ରମଣ କରିବ; କାରଣ ସେତେବେଳେ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ସୈନ୍ୟଦଳକୁ ଆଘାତ କରିବା ପାଇଁ ତୁମ୍ଭ ସମ୍ମୁଖରେ ଅଗ୍ରସର ହେବେ।”
ଦିତୀୟ ଶାମୁୟେଲ 5 : 25 (IRVOR)
ତହିଁରେ ସଦାପ୍ରଭୁ ଯେପରି ଆଜ୍ଞା ଦେଲେ, ଦାଉଦ ସେପରି କଲେ ଓ ଗେବାଠାରୁ ଗେଷର ନିକଟ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ଆଘାତ କଲେ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25