ଦିତୀୟ ଶାମୁୟେଲ 2 : 1 (IRVOR)
ଦାଉଦ ଯିହୁଦାରେ ରାଜା ଅଭିଷିକ୍ତ ଏଥିଉତ୍ତାରେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, “ମୁଁ କ’ଣ ଯିହୁଦାର କୌଣସି ଏକ ନଗରକୁ ଯିବି” ? ସଦାପ୍ରଭୁ ତାଙ୍କୁ କହିଲେ, “ଯାଅ।” ପୁଣି ଦାଉଦ କହିଲେ, “ମୁଁ କେଉଁ ସହରକୁ ଯିବି ?” ସେ କହିଲେ “ହିବ୍ରୋଣକୁ।”
ଦିତୀୟ ଶାମୁୟେଲ 2 : 2 (IRVOR)
ଏଣୁ ଦାଉଦ ଓ ତାଙ୍କର ଦୁଇ ଭାର୍ଯ୍ୟା ଯିଷ୍ରିୟେଲୀୟା ଅହୀନୋୟମ୍‍ ଓ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲ ନାମ୍ନୀ ସେହି ସ୍ଥାନକୁ ଗଲେ।
ଦିତୀୟ ଶାମୁୟେଲ 2 : 3 (IRVOR)
ଆଉ ଦାଉଦ ମଧ୍ୟ ଆପଣା ସଙ୍ଗୀମାନଙ୍କୁ ପୁଣି ସେମାନଙ୍କର ପରିବାରବର୍ଗଙ୍କୁ ନେଲେ; ତହିଁରେ ସେମାନେ ହିବ୍ରୋଣର ନଗରମାନରେ ବାସ କଲେ।
ଦିତୀୟ ଶାମୁୟେଲ 2 : 4 (IRVOR)
ତହୁଁ ଯିହୁଦାର ଲୋକମାନେ ଆସି ସେହି ସ୍ଥାନରେ ଦାଉଦଙ୍କୁ ଯିହୁଦା ବଂଶ ଉପରେ ରାଜାଭିଷିକ୍ତ କଲେ। ଏଉତ୍ତାରେ ଗିଲୀୟଦ ଅଞ୍ଚଳର ଯାବେଶ୍‍ ନଗରର ଲୋକମାନେ ଶାଉଲଙ୍କୁ କବର ଦେଲେ ବୋଲି ଲୋକମାନେ ଦାଉଦଙ୍କୁ ଜଣାଇଲେ।
ଦିତୀୟ ଶାମୁୟେଲ 2 : 5 (IRVOR)
ତହିଁରେ ଦାଉଦ ଯାବେଶ୍‍-ଗିଲୀୟଦର ଲୋକମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଦ୍ୱାରା ଆଶୀର୍ବାଦପାତ୍ର, କାରଣ ତୁମ୍ଭେମାନେ ଆପଣା ରାଜା ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦେଇଅଛ।
ଦିତୀୟ ଶାମୁୟେଲ 2 : 6 (IRVOR)
ଏଣୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ସତ୍ୟତା ପ୍ରକାଶ କରନ୍ତୁ; ପୁଣି ତୁମ୍ଭେମାନେ ଏହି କର୍ମ କରିବାରୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ସେହି ଦୟାର ପ୍ରତିଦାନ କରିବି।
ଦିତୀୟ ଶାମୁୟେଲ 2 : 7 (IRVOR)
ଏହେତୁ ଏବେ ତୁମ୍ଭମାନଙ୍କ ହସ୍ତ ସବଳ ହେଉ ଓ ତୁମ୍ଭେମାନେ ସାହସିକ ହୁଅ; କାରଣ ତୁମ୍ଭମାନଙ୍କ ରାଜା ଶାଉଲ ମରିଅଛନ୍ତି, ମଧ୍ୟ ଯିହୁଦା ବଂଶ ଆପଣା ଉପରେ ମୋତେ ରାଜାଭିଷିକ୍ତ କରିଅଛନ୍ତି।”
ଦିତୀୟ ଶାମୁୟେଲ 2 : 8 (IRVOR)
{ଈଶ୍‍ବୋଶତ ଇସ୍ରାଏଲର ରାଜା ରୂପେ ମନୋନୀତ } ଏଥି ମଧ୍ୟରେ ନେର୍‍ର ପୁତ୍ର ଅବ୍‍ନର ନାମକ ଶାଉଲଙ୍କର ସୈନ୍ୟଦଳର ସେନାପତି ଶାଉଲଙ୍କର ପୁତ୍ର ଈଶ୍‍ବୋଶତକୁ ମହନୟିମକୁ ନେଇଯାଇ,
ଦିତୀୟ ଶାମୁୟେଲ 2 : 9 (IRVOR)
ଗିଲୀୟଦ ଓ ଅଶୂରି ଓ ଯିଷ୍ରିୟେଲ ଓ ଇଫ୍ରୟିମ ଓ ବିନ୍ୟାମୀନ୍ ଓ ସମସ୍ତ ଇସ୍ରାଏଲ ଉପରେ ରାଜା କଲେ।
ଦିତୀୟ ଶାମୁୟେଲ 2 : 10 (IRVOR)
ଶାଉଲଙ୍କର ପୁତ୍ର ଈଶ୍‍ବୋଶତ ଚାଳିଶ ବର୍ଷ ବୟସରେ ଇସ୍ରାଏଲ ବଂଶ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜତ୍ୱ କଲା। ମାତ୍ର ଯିହୁଦା ବଂଶ ଦାଉଦଙ୍କର ପଶ୍ଚାଦ୍‍ଗାମୀ ହେଲେ।
ଦିତୀୟ ଶାମୁୟେଲ 2 : 11 (IRVOR)
ପୁଣି ହିବ୍ରୋଣରେ ଯିହୁଦା ବଂଶ ଉପରେ ଦାଉଦଙ୍କ ରାଜା ହେବାର ସାତ ବର୍ଷ ଛଅ ମାସ ଥିଲା।
ଦିତୀୟ ଶାମୁୟେଲ 2 : 12 (IRVOR)
ଇସ୍ରାଏଲ ଓ ଯିହୁଦା ମଧ୍ୟରେ ଯୁଦ୍ଧ ନେର୍‍ର ପୁତ୍ର ଅବ୍‍ନର ଓ ଶାଉଲଙ୍କର ପୁତ୍ର ଈଶ୍‍ବୋଶତର ଦାସମାନେ ମହନୟିମରୁ ବାହାରି ଗିବୀୟୋନ୍‍କୁ ଗଲେ।
ଦିତୀୟ ଶାମୁୟେଲ 2 : 13 (IRVOR)
ସେତେବେଳେ ସରୁୟାର ପୁତ୍ର ଯୋୟାବ ଓ ଦାଉଦଙ୍କର ଦାସଗଣ ବାହାରି ଗିବୀୟୋନ୍‍ର ପୁଷ୍କରିଣୀ ନିକଟରେ ସେମାନଙ୍କୁ ଭେଟିଲେ; ପୁଣି ସେମାନଙ୍କର ଏକ ଦଳ ପୁଷ୍କରିଣୀର ଏକ ପାଖରେ, ଅନ୍ୟ ଦଳ ପୁଷ୍କରିଣୀର ଅନ୍ୟ ପାଖରେ ବସିଲେ।
ଦିତୀୟ ଶାମୁୟେଲ 2 : 14 (IRVOR)
ଏଥିରେ ଅବ୍‍ନର ଯୋୟାବକୁ କହିଲା, “ଯୁବାମାନଙ୍କୁ ଆମ୍ଭମାନଙ୍କ ସମ୍ମୁଖରେ ଉଠି ଖେଳିବା ପାଇଁ କହନ୍ତୁ।” ତହୁଁ ଯୋୟାବ କହିଲା, “ଉଠନ୍ତୁ।”
ଦିତୀୟ ଶାମୁୟେଲ 2 : 15 (IRVOR)
ତେଣୁ ସେମାନେ ସଂଖ୍ୟାନୁସାରେ ଉଠିଲେ; ବିନ୍ୟାମୀନ୍ ଓ ଶାଉଲଙ୍କର ପୁତ୍ର ଈଶ୍‍ବୋଶତ ପକ୍ଷରେ ବାର ଜଣ ଓ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ ବାର ଜଣ ଅଗ୍ରସର ହେଲେ।
ଦିତୀୟ ଶାମୁୟେଲ 2 : 16 (IRVOR)
ତହୁଁ ସେମାନେ ପ୍ରତ୍ୟେକେ ଆପଣା ଆପଣା ସହଯୋଦ୍ଧାର ମସ୍ତକ ଧରି ଏକଆରେକ ବକ୍ଷରେ ଖଡ୍ଗ ଭୁସିଲେ; ତହୁଁ ସେମାନେ ସମସ୍ତେ ଏକତ୍ର ମଲେ; ଏହେତୁ ଗିବୀୟୋନ୍‍-ମଧ୍ୟବର୍ତ୍ତୀ ସେହି ସ୍ଥାନର ନାମ ହିଲ୍‍କତ୍‍ ହତ୍‍ସୂରୀମ୍‍* ଅର୍ଥାତ୍ ତୀକ୍ଷ୍ଣ ଖଡ୍ଗ-ଭୂମି ହେଲା।
ଦିତୀୟ ଶାମୁୟେଲ 2 : 17 (IRVOR)
ସେହି ଦିନ ଅତି ଘୋର ଯୁଦ୍ଧ ହେଲା; ପୁଣି ଅବ୍‍ନର ଓ ଇସ୍ରାଏଲ ଲୋକମାନେ ଦାଉଦଙ୍କର ଦାସମାନଙ୍କ ସମ୍ମୁଖରେ ପରାସ୍ତ ହେଲେ।
ଦିତୀୟ ଶାମୁୟେଲ 2 : 18 (IRVOR)
ସେହି ସ୍ଥାନରେ ଯୋୟାବ ଓ ଅବୀଶୟ ଓ ଅସାହେଲ ନାମରେ ସରୁୟାର ତିନି ପୁତ୍ର ଥିଲେ; ସେହି ଅସାହେଲ କ୍ଷେତ୍ରସ୍ଥ ମୃଗ ପରି ଦ୍ରୁତଗତି ଥିଲା।
ଦିତୀୟ ଶାମୁୟେଲ 2 : 19 (IRVOR)
ପୁଣି ଅସାହେଲ ଅବ୍‍ନର ପଛେ ପଛେ ଗୋଡ଼ାଇଲା; ଆଉ ଅବ୍‍ନରର ପଛେ ଗଲା ବେଳେ ସେ ଦକ୍ଷିଣ କି ବାମକୁ ଫେରିଲା ନାହିଁ।
ଦିତୀୟ ଶାମୁୟେଲ 2 : 20 (IRVOR)
ତେବେ ଅବ୍‍ନର ଆପଣା ପଛକୁ ଅନାଇ କହିଲା, “ଅସାହେଲ, ଏ କି ତୁମ୍ଭେ ?” ସେ ଉତ୍ତର କଲା, “ମୁଁ।”
ଦିତୀୟ ଶାମୁୟେଲ 2 : 21 (IRVOR)
ଏଥିରେ ଅବ୍‍ନର ତାହାକୁ କହିଲା, “ତୁମ୍ଭେ ଆପଣା ଡାହାଣ କି ବାମ ଆଡ଼େ ଫେରି ଏହି ଯୁବାମାନଙ୍କର କୌଣସି ଜଣକୁ ଧରି ତାହାର ସଜ୍ଜା ଲୁଟି ନିଅ।” ମାତ୍ର ଅସାହେଲ ତାହାର ପଶ୍ଚାତ୍‍ଗମନରୁ ଫେରିଲା ନାହିଁ।
ଦିତୀୟ ଶାମୁୟେଲ 2 : 22 (IRVOR)
ତହୁଁ ଅବ୍‍ନର ପୁନର୍ବାର ଅସାହେଲକୁ କହିଲା, “ମୋହର ପଶ୍ଚାଦ୍‍ଗମନରୁ ଫେର; ମୁଁ କାହିଁକି ତୁମ୍ଭକୁ ଆଘାତ କରି ଭୂମିସାତ୍‍ କରିବି ? ତାହା କଲେ ମୁଁ କିପରି ତୁମ୍ଭ ଭାଇ ଯୋୟାବ ଆଗରେ ମୁଖ ଦେଖାଇବି ?”
ଦିତୀୟ ଶାମୁୟେଲ 2 : 23 (IRVOR)
ତଥାପି ସେ ଫେରିବାକୁ ମନା କଲା; ଏଣୁ ଅବ୍‍ନର ବର୍ଚ୍ଛାର ପଛ ଅଗରେ ତାହାର ପେଟ ଭୁସି ଦିଅନ୍ତେ, ବର୍ଚ୍ଛା ତାହାର ପଛଆଡ଼େ ଫୁଟି ବାହାରିଲା; ତହୁଁ ସେ ସେହିଠାରେ ପଡ଼ି ସେହି ସ୍ଥାନରେ ମଲା; ପୁଣି ଯେତେ ଲୋକ ଅସାହେଲର ପଡ଼ିବା ଓ ମରିବା ସ୍ଥାନକୁ ଆସିଲେ, ସେମାନେ ଠିଆ ହୋଇ ରହିଲେ।
ଦିତୀୟ ଶାମୁୟେଲ 2 : 24 (IRVOR)
ମାତ୍ର ଯୋୟାବ ଓ ଅବୀଶୟ ଅବ୍‍ନରର ପଛେ ପଛେ ଗୋଡ଼ାଇଲେ; ପୁଣି ସେମାନେ ଗିବୀୟୋନ୍‍ ପ୍ରାନ୍ତରର ପଥ ନିକଟବର୍ତ୍ତୀ ଗୀଆ ସମ୍ମୁଖସ୍ଥ ଅମା ପର୍ବତ ନିକଟରେ ଉପସ୍ଥିତ ହେବା ବେଳକୁ ସୂର୍ଯ୍ୟାସ୍ତ ହେଲା।
ଦିତୀୟ ଶାମୁୟେଲ 2 : 25 (IRVOR)
ଏଥି ମଧ୍ୟରେ ବିନ୍ୟାମୀନ୍-ସନ୍ତାନଗଣ ଅବ୍‍ନରର ପଶ୍ଚାତ୍‍ ମିଳି ଏକ ଦଳ ହୋଇ ଗୋଟିଏ ପର୍ବତ ଶୃଙ୍ଗରେ ଠିଆ ହେଲେ।
ଦିତୀୟ ଶାମୁୟେଲ 2 : 26 (IRVOR)
ତେବେ ଅବ୍‍ନର ଯୋୟାବକୁ ଡାକି କହିଲା, “ଖଡ୍ଗ କ’ଣ ସର୍ବଦା ଗ୍ରାସ କରିବ ? ଶେଷରେ ତାହା ଯେ ତିକ୍ତ ହେବ, ଏହା କ’ଣ ତୁମ୍ଭେ ଜାଣ ନାହିଁ ? ତେବେ ତୁମ୍ଭେ ଲୋକମାନଙ୍କୁ ସେମାନଙ୍କ ଭାଇମାନଙ୍କ ପଶ୍ଚାଦ୍‍ଗମନରୁ ଫେରିବା ପାଇଁ କେତେ କାଳ ଆଜ୍ଞା ନ ଦେବ ?”
ଦିତୀୟ ଶାମୁୟେଲ 2 : 27 (IRVOR)
ଏଥିରେ ଯୋୟାବ କହିଲା, “ପରମେଶ୍ୱର ଜୀବିତ ଥିବା ପ୍ରମାଣେ (କହୁ), ତୁମ୍ଭେ କହି ନ ଥିଲେ ତ ମୋର ସୈନିକମାନେ ନିଶ୍ଚୟ ସକାଳ ପର୍ଯ୍ୟନ୍ତ ପ୍ରତ୍ୟେକେ ଆପଣା ଭାଇ ପଛରେ ଗୋଡ଼ାଇ ଥା’ନ୍ତେ।”
ଦିତୀୟ ଶାମୁୟେଲ 2 : 28 (IRVOR)
ତହୁଁ ଯୋୟାବ ତୂରୀ ବଜାନ୍ତେ, ସମସ୍ତ ଲୋକ ଅଟକି ରହିଲେ ଓ ଇସ୍ରାଏଲ ପଛରେ ଆଉ ଗୋଡ଼ାଇଲେ ନାହିଁ, କି ଆଉ ଯୁଦ୍ଧ କଲେ ନାହିଁ।
ଦିତୀୟ ଶାମୁୟେଲ 2 : 29 (IRVOR)
ଏଉତ୍ତାରେ ଅବ୍‍ନର ଓ ତାହାର ଲୋକମାନେ ସେହି ରାତ୍ରିସାରା ପଦାଭୂମି ଦେଇ ଗମନ କଲେ ଓ ସେମାନେ ଯର୍ଦ୍ଦନ ପାର ହୋଇ ସମୁଦାୟ ବିଥ୍ରୋଣ ଦେଶ ବିଥ୍ରୋଣ ଦେଶ କିମ୍ବା ପ୍ରଭାତ ଦେଇ ଯାଇ ମହନୟିମରେ ଉପସ୍ଥିତ ହେଲେ।
ଦିତୀୟ ଶାମୁୟେଲ 2 : 30 (IRVOR)
ଆଉ ଯୋୟାବ ଅବ୍‍ନରର ପଶ୍ଚାଦ୍‍ଗମନରୁ ଫେରିଲା; ପୁଣି ସେ ସମୁଦାୟ ଲୋକଙ୍କୁ ଏକତ୍ର କରନ୍ତେ, ଦାଉଦଙ୍କର ସୈନିକମାନଙ୍କ ମଧ୍ୟରୁ ଊଣାଇଶ ଜଣ ଓ ଅସାହେଲ ଅନୁପସ୍ଥିତ ଥିଲେ।
ଦିତୀୟ ଶାମୁୟେଲ 2 : 31 (IRVOR)
ମାତ୍ର ଦାଉଦଙ୍କର ଦାସମାନେ ଆଘାତ କରିବାରୁ ବିନ୍ୟାମୀନ୍‍ର ଓ ଅବ୍‍ନରର ଲୋକମାନଙ୍କ ମଧ୍ୟରୁ ତିନି ଶହ ଷାଠିଏ ଲୋକ ମରିଥିଲେ।
ଦିତୀୟ ଶାମୁୟେଲ 2 : 32 (IRVOR)
ଏଉତ୍ତାରେ ସେମାନେ ଅସାହେଲକୁ ଉଠାଇ ନେଇ ବେଥଲିହିମସ୍ଥିତ ତାହାର ପିତାର କବରରେ କବର ଦେଲେ। ପୁଣି ଯୋୟାବ ଓ ତାହାର ଲୋକମାନେ ସାରାରାତ୍ରି ଯାତ୍ରା କଲେ ଓ ହିବ୍ରୋଣ ନିକଟରେ ସେମାନେ ସକାଳ ପହଞ୍ଚିଲେ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32