ଦିତୀୟ ରାଜାବଳୀ 22 : 1 (IRVOR)
ଯିହୁଦାର ରାଜା ଯୋଶୀୟ ଯୋଶୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଆଠ ବର୍ଷ ବୟସ୍କ ଥିଲେ, ଆଉ ସେ ଯିରୂଶାଲମରେ ଏକତିରିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ଯିଦୀଦା, ସେ ବସ୍କତୀୟ ଅଦାୟାଙ୍କର କନ୍ୟା ଥିଲେ।
ଦିତୀୟ ରାଜାବଳୀ 22 : 2 (IRVOR)
ପୁଣି ଯୋଶୀୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ଓ ଆପଣା ପୂର୍ବପୁରୁଷ ଦାଉଦଙ୍କର ସମସ୍ତ ପଥରେ ଚାଲିଲେ, ପୁଣି ସେ ଡାହାଣ କିମ୍ବା ବାମ ପାର୍ଶ୍ୱକୁ ଫେରିଲେ ନାହିଁ।
ଦିତୀୟ ରାଜାବଳୀ 22 : 3 (IRVOR)
ବ୍ୟବସ୍ଥା ପୁସ୍ତକ ପ୍ରାପ୍ତି ଏଥିଉତ୍ତାରେ ଯୋଶୀୟ ରାଜାଙ୍କ ରାଜତ୍ଵର ଅଠର ବର୍ଷରେ ରାଜା, ମଶୁଲ୍ଲମର ପୌତ୍ର ଅତ୍ସଲୀୟର ପୁତ୍ର ଶାଫନ୍ ଲେଖକଙ୍କୁ ସଦାପ୍ରଭୁଙ୍କ ଗୃହକୁ ପଠାଇ କହିଲେ,
ଦିତୀୟ ରାଜାବଳୀ 22 : 4 (IRVOR)
“ସଦାପ୍ରଭୁଙ୍କ ଗୃହକୁ ଆନୀତ ଯେଉଁ ମୁଦ୍ରା ଦ୍ୱାରପାଳମାନେ ଲୋକମାନଙ୍କଠାରୁ ସଂଗ୍ରହ କରିଅଛନ୍ତି, ତାହା ଯେପରି ହିଲ୍କୀୟ ମହାଯାଜକ ଗଣିବ, ଏଥିପାଇଁ ତାହା ନିକଟକୁ ଯାଅ।
ଦିତୀୟ ରାଜାବଳୀ 22 : 5 (IRVOR)
ଆଉ ସେମାନେ ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କର୍ମକାରୀମାନଙ୍କ ହସ୍ତରେ ତାହା ସମର୍ପଣ କରନ୍ତୁ ଓ ସେମାନେ ସଦାପ୍ରଭୁଙ୍କ ଗୃହର କର୍ମକାରୀମାନଙ୍କୁ,
ଦିତୀୟ ରାଜାବଳୀ 22 : 6 (IRVOR)
ଅର୍ଥାତ୍, ସୂତ୍ରଧର ଓ ନିର୍ମାଣକାରୀ ଓ ରାଜମିସ୍ତ୍ରୀମାନଙ୍କୁ ଗୃହର ଭଗ୍ନସ୍ଥାନ ପୁନଃନିର୍ମାଣ କରିବା ପାଇଁ ଓ ଗୃହର ପୁନଃନିର୍ମାଣ କରିବା ନିମନ୍ତେ କାଷ୍ଠ ଓ ଖୋଦିତ ପ୍ରସ୍ତର କିଣିବା ପାଇଁ ତାହା ଦେଉନ୍ତୁ।”
ଦିତୀୟ ରାଜାବଳୀ 22 : 7 (IRVOR)
ତଥାପି ସେମାନଙ୍କ ହସ୍ତରେ ଯେଉଁ ମୁଦ୍ରା ସମର୍ପିତ ହେଲା, ତହିଁର ହିସାବ ସେମାନଙ୍କଠାରୁ ନିଆଗଲା ନାହିଁ, କାରଣ ସେମାନେ ବିଶ୍ୱସ୍ତ ରୂପେ କାର୍ଯ୍ୟ କଲେ।
ଦିତୀୟ ରାଜାବଳୀ 22 : 8 (IRVOR)
ସେତେବେଳେ ହିଲ୍କୀୟ ମହାଯାଜକ ଶାଫନ୍ ଲେଖକଙ୍କୁ କହିଲା, “ଆମ୍ଭେ ସଦାପ୍ରଭୁଙ୍କ ଗୃହରେ ଏହି ବ୍ୟବସ୍ଥା ପୁସ୍ତକ ପାଇଅଛୁ।” ଆଉ ହିଲ୍କିୟ ଶାଫନ୍କୁ ସେହି ପୁସ୍ତକ ଦିଅନ୍ତେ, ସେ ତାହା ପାଠ କଲା।
ଦିତୀୟ ରାଜାବଳୀ 22 : 9 (IRVOR)
ଏଥିଉତ୍ତାରେ ଶାଫନ୍ ଲେଖକ ରାଜାଙ୍କ ନିକଟକୁ ଆସିଲା ଓ ପୁନର୍ବାର ରାଜାଙ୍କୁ ସମ୍ବାଦ ଦେଇ କହିଲା, “ଆପଣଙ୍କ ଦାସମାନେ ମନ୍ଦିରରେ ପ୍ରାପ୍ତ ସମସ୍ତ ମୁଦ୍ରା ଖାଲି କରି ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କର୍ମକାରୀମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।”
ଦିତୀୟ ରାଜାବଳୀ 22 : 10 (IRVOR)
ଆହୁରି ଶାଫନ୍ ଲେଖକ ରାଜାଙ୍କୁ ଜଣାଇ କହିଲା, “ହିଲ୍କିୟ ଯାଜକ ଆମ୍ଭକୁ ଏହି ପୁସ୍ତକ ଦେଇଅଛନ୍ତି ଓ ଶାଫନ୍ ତାହା ରାଜାଙ୍କ ସାକ୍ଷାତରେ ପାଠ କଲା।”
ଦିତୀୟ ରାଜାବଳୀ 22 : 11 (IRVOR)
ଏଥିରେ ରାଜା ସେହି ବ୍ୟବସ୍ଥା ପୁସ୍ତକରୁ ବାକ୍ୟ ଶ୍ରବଣ କରନ୍ତେ, ଆପଣା ବସ୍ତ୍ର ଚିରିଲେ।
ଦିତୀୟ ରାଜାବଳୀ 22 : 12 (IRVOR)
ପୁଣି ରାଜା ଯୋଶୀୟ ହିଲ୍କିୟ ଯାଜକକୁ ଓ ଶାଫନ୍ର ପୁତ୍ର ଅହୀକାମ୍କୁ ଓ ମୀଖାୟର ପୁତ୍ର ଅକ୍ବୋରକୁ ଓ ଶାଫନ୍ ଲେଖକଙ୍କୁ ଓ ଅସାୟ ନାମକ ରାଜଭୃତ୍ୟକୁ ଏହି ଆଜ୍ଞା ଦେଇ କହିଲେ,
ଦିତୀୟ ରାଜାବଳୀ 22 : 13 (IRVOR)
“ତୁମ୍ଭେମାନେ ଯାଅ, ଏହି ପ୍ରାପ୍ତ ପୁସ୍ତକର ବାକ୍ୟ ବିଷୟରେ ଆମ୍ଭ ପାଇଁ ଓ ଲୋକମାନଙ୍କ ପାଇଁ ଓ ସମଗ୍ର ଯିହୁଦା ପାଇଁ ସଦାପ୍ରଭୁଙ୍କୁ ପଚାର, କାରଣ ଆମ୍ଭମାନଙ୍କ ବିଷୟରେ ଏହି ପୁସ୍ତକ ଲିଖିତ ସମସ୍ତ ବାକ୍ୟାନୁସାରେ କର୍ମ କରିବା ପାଇଁ ଆମ୍ଭମାନଙ୍କ ପିତୃଲୋକମାନେ ମନୋଯୋଗୀ ନ ହେବାରୁ, ଆମ୍ଭମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ ପ୍ରଜ୍ୱଳିତ କ୍ରୋଧ ଗୁରୁତର ହୋଇଅଛି।”
ଦିତୀୟ ରାଜାବଳୀ 22 : 14 (IRVOR)
ତହିଁରେ ହିଲ୍କୀୟ ଯାଜକ ଓ ଅହୀକାମ୍ ଓ ଅକ୍ବୋର ଓ ଶାଫନ୍ ଓ ଅସାୟ, ବସ୍ତ୍ରାଗାରର ରକ୍ଷକ ହର୍ହସର ପୌତ୍ର ତିକ୍ବର ପୁତ୍ର ଶଲ୍ଲୁମ୍ର ଭାର୍ଯ୍ୟା ହୁଲ୍ଦା ଭବିଷ୍ୟଦ୍ବକ୍ତ୍ରୀ ନିକଟକୁ ଗଲେ। ସେ ଯିରୂଶାଲମର ଦ୍ୱିତୀୟ ବିଭାଗରେ ବାସ କରୁଥିଲା, ଆଉ ସେମାନେ ତାହା ସଙ୍ଗେ କଥୋପକଥନ କଲେ।
ଦିତୀୟ ରାଜାବଳୀ 22 : 15 (IRVOR)
ତହିଁରେ ହୁଲ୍ଦା ଭବିଷ୍ୟଦ୍ବକ୍ତ୍ରୀ ସେମାନଙ୍କୁ କହିଲା, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଯେଉଁ ଲୋକ ତୁମ୍ଭମାନଙ୍କୁ ଆମ୍ଭ ନିକଟକୁ ପଠାଇଲେ, ତାହାକୁ କୁହ,
ଦିତୀୟ ରାଜାବଳୀ 22 : 16 (IRVOR)
ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍, ଯିହୁଦାର ରାଜା ଏହି ପୁସ୍ତକର ଯେଉଁ ଯେଉଁ ବାକ୍ୟ ପାଠ କରିଅଛି, ସେହି ସମସ୍ତ ଘଟାଇବା।
ଦିତୀୟ ରାଜାବଳୀ 22 : 17 (IRVOR)
କାରଣ ସେମାନେ ଆପଣାମାନଙ୍କ ହସ୍ତକୃତ ସମସ୍ତ କର୍ମ ଦ୍ୱାରା ଆମ୍ଭକୁ ବିରକ୍ତ କରିବା ପାଇଁ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଅଛନ୍ତି। ଏହେତୁ ଏହି ସ୍ଥାନ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହେବ ଓ ତାହା ନିର୍ବାଣ ହେବ ନାହିଁ।’ ”
ଦିତୀୟ ରାଜାବଳୀ 22 : 18 (IRVOR)
ମାତ୍ର ସଦାପ୍ରଭୁଙ୍କୁ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇଲେ ଯେ ଯିହୁଦା ରାଜା ଯୋଶୀୟ, ତାଙ୍କୁ ତୁମ୍ଭେମାନେ କହିବ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭର ଶ୍ରୁତ ବାକ୍ୟ ବିଷୟରେ ସଦାପ୍ରଭୁ କହନ୍ତି, ଆମ୍ଭେ ଏହି ସ୍ଥାନ ବିରୁଦ୍ଧରେ ଓ ତହିଁର ନିବାସୀମାନଙ୍କ ବିରୁଦ୍ଧରେ ଯେସକଳ ବାକ୍ୟ କହିଅଛୁ, ଅର୍ଥାତ୍, ସେମାନେ ଯେ ଧ୍ୱଂସର ଓ ଅଭିଶାପର ପାତ୍ର ହେବେ,
ଦିତୀୟ ରାଜାବଳୀ 22 : 19 (IRVOR)
ଏହି କଥା ଶୁଣି ତୁମ୍ଭର ଅନ୍ତଃକରଣ କୋମଳ ହେଲା, ତୁମ୍ଭେ ସଦାପ୍ରଭୁଙ୍କ ଛାମୁରେ ଆପଣାକୁ ନମ୍ର କଲ ଓ ଆପଣା ବସ୍ତ୍ର ଚିରିଲ ଓ ଆମ୍ଭ ଛାମୁରେ ରୋଦନ କଲ, ଏହେତୁ ଆମ୍ଭେ ମଧ୍ୟ ତୁମ୍ଭ କଥା ଶୁଣିଲୁ।
ଦିତୀୟ ରାଜାବଳୀ 22 : 20 (IRVOR)
ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭକୁ ତୁମ୍ଭ ପିତୃଲୋକଙ୍କ ନିକଟରେ ସଂଗ୍ରହ କରିବା ଓ ତୁମ୍ଭେ ଶାନ୍ତିରେ ଆପଣା କବରରେ ସଂଗୃହୀତ ହେବ, ପୁଣି ଆମ୍ଭେ ଏହି ସ୍ଥାନ ଉପରେ ଯେସବୁ ଅମଙ୍ଗଳ ଆଣିବା, ତାହା ତୁମ୍ଭ ଚକ୍ଷୁ ଦେଖିବ ନାହିଁ।’ ” ଏଥିଉତ୍ତାରେ ଲୋକମାନେ ପୁନର୍ବାର ରାଜାଙ୍କୁ ଏହି କଥାର ସମାଚାର ଦେଲେ।
❮
❯
1
2
3
4
5
6
7
8
9
10
11
12
13
14
15
16
17
18
19
20