ଦିତୀୟ ରାଜାବଳୀ 19 : 1 (IRVOR)
ହିଜକୀୟଙ୍କୁ ଯିଶାଇୟଙ୍କ ସାହସ ଏଥିରେ ହିଜକୀୟ ରାଜା ତାହା ଶୁଣନ୍ତେ, ଆପଣା ବସ୍ତ୍ର ଚିରି ଓ ଅଖା ଘୋଡ଼ାଇ ସଦାପ୍ରଭୁଙ୍କ ଗୃହକୁ ଗଲେ।
ଦିତୀୟ ରାଜାବଳୀ 19 : 2 (IRVOR)
ପୁଣି ରାଜଗୃହାଧ୍ୟକ୍ଷ ଇଲିୟାକୀମ୍କୁ ଓ ଶିବ୍ନ ଲେଖକଙ୍କୁ ଓ ଯାଜକମାନଙ୍କ ପ୍ରାଚୀନବର୍ଗଙ୍କୁ ଅଖା ଘୋଡ଼ାଇ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍ବକ୍ତାଙ୍କ ନିକଟକୁ ପଠାଇଲେ।
ଦିତୀୟ ରାଜାବଳୀ 19 : 3 (IRVOR)
ତହିଁରେ ସେମାନେ ଯିଶାଇୟଙ୍କୁ କହିଲେ, “ହିଜକୀୟ କହନ୍ତି, ‘ଆଜି ଦିନ ଆପଦ ଓ ଅନୁଯୋଗ ଓ ଅପମାନର ଦିନ; କାରଣ ବାଳକଗଣ ପ୍ରସବ ଦ୍ୱାରରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ।
ଦିତୀୟ ରାଜାବଳୀ 19 : 4 (IRVOR)
ହୋଇପାରେ, ଜୀବିତ ପରମେଶ୍ୱରଙ୍କୁ ତିରସ୍କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀୟ ରାଜା ଦ୍ୱାରା ପ୍ରେରିତ ରବ୍ଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଶୁଣିବେ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ କଥା ଶୁଣିଅଛନ୍ତି, ତହିଁ ଲାଗି ଅନୁଯୋଗ କରିବେ; ଏହେତୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସେମାନଙ୍କ ନିମନ୍ତେ ତୁମ୍ଭେ ପ୍ରାର୍ଥନା କର।’ ”
ଦିତୀୟ ରାଜାବଳୀ 19 : 5 (IRVOR)
ଏହିରୂପେ ହିଜକୀୟ ରାଜାଙ୍କର ଦାସମାନେ ଯିଶାଇୟଙ୍କ ନିକଟରେ ଉପସ୍ଥିତ ହେଲେ।
ଦିତୀୟ ରାଜାବଳୀ 19 : 6 (IRVOR)
ତହିଁରେ ଯିଶାଇୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ପ୍ରଭୁଙ୍କୁ କହିବ; ସଦାପ୍ରଭୁ ଏହା କହନ୍ତି, ‘ଅଶୂରୀୟ ରାଜାର ଦାସମାନେ ଆମ୍ଭକୁ ନିନ୍ଦା କରିବାର ଯେଉଁ କଥା ତୁମ୍ଭେ ଶୁଣିଅଛ, ତହିଁରେ ଭୀତ ହୁଅ ନାହିଁ।
ଦିତୀୟ ରାଜାବଳୀ 19 : 7 (IRVOR)
ଦେଖ, ଆମ୍ଭେ ତାହା ମଧ୍ୟରେ ଏକ ଆତ୍ମା ଦେବା, ପୁଣି ସେ କୌଣସି ଜନରବ ଶୁଣି ଆପଣା ଦେଶକୁ ଫେରିଯିବ। ଆଉ ଆମ୍ଭେ ତାହାର ନିଜ ଦେଶରେ ଖଡ୍ଗ ଦ୍ୱାରା ତାହାକୁ ନିପାତ କରିବା।’ ”
ଦିତୀୟ ରାଜାବଳୀ 19 : 8 (IRVOR)
ଅଶୂରୀୟର ଧମକ ଏଥିଉତ୍ତାରେ ଅଶୂରୀୟ ରାଜା ଲାଖୀଶ୍ଠାରୁ ପ୍ରସ୍ଥାନ କରିଅଛି ବୋଲି ରବ୍ଶାକି ଶୁଣି ଫେରିଗଲା ଓ ତାହାକୁ ଲିବ୍ନା ବିରୁଦ୍ଧରେ ଯୁଦ୍ଧ କରୁଥିବାର ଦେଖିଲା।
ଦିତୀୟ ରାଜାବଳୀ 19 : 9 (IRVOR)
ପୁଣି ଅଶୂରୀୟ ରାଜା କୂଶ ଦେଶୀୟ ତିର୍ହକ ରାଜା ବିଷୟରେ ଏହି କଥା ଶୁଣିଲା, “ଦେଖ, ସେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଅଛି।” ତହୁଁ ସେ ହିଜକୀୟଙ୍କ ନିକଟକୁ ପୁନର୍ବାର ଦୂତମାନଙ୍କୁ ପଠାଇ କହିଲା,
ଦିତୀୟ ରାଜାବଳୀ 19 : 10 (IRVOR)
“ତୁମ୍ଭେମାନେ ଯିହୁଦାର ରାଜା ହିଜକୀୟଙ୍କୁ ଏହି କଥା କହିବ, ‘ଯିରୂଶାଲମ ଅଶୂରୀୟ ରାଜାର ହସ୍ତଗତ ହେବ ନାହିଁ, ଏହି କଥା କହି ତୁମ୍ଭର ବିଶ୍ୱାସଭୂମି ପରମେଶ୍ୱର ତୁମ୍ଭକୁ ନ ଭୁଲାଉନ୍ତୁ।
ଦିତୀୟ ରାଜାବଳୀ 19 : 11 (IRVOR)
ଦେଖ, ଅଶୂରୀୟ ରାଜାମାନେ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା ଦ୍ୱାରା ସମୁଦାୟ ଦେଶ ପ୍ରତି ଯାହା କରିଅଛନ୍ତି, ତାହା ତୁମ୍ଭେ ଶୁଣିଅଛ; ତେବେ ତୁମ୍ଭେ କ’ଣ ଉଦ୍ଧାର ପାଇବ ?
ଦିତୀୟ ରାଜାବଳୀ 19 : 12 (IRVOR)
ଆମ୍ଭ ପିତୃଲୋକମାନେ ଯେଉଁ ଗୋଶନ ଓ ହାରଣ ଓ ରେତ୍ସଫ ଦେଶୀୟମାନଙ୍କୁ ଓ ତଲଃସର ନିବାସୀ ଏଦନ ସନ୍ତାନମାନଙ୍କୁ ବିନାଶ କଲେ, ସେମାନଙ୍କର ଦେବତାମାନେ କ’ଣ ସେମାନଙ୍କୁ ଉଦ୍ଧାର କଲେ ?
ଦିତୀୟ ରାଜାବଳୀ 19 : 13 (IRVOR)
ହମାତର ରାଜା ଓ ଅର୍ପଦର ରାଜା ଓ ସଫର୍ବୟିମ ନଗରର, ହେନାର ଓ ଅବ୍ବାର ରାଜା କାହାନ୍ତି ?’ ”
ଦିତୀୟ ରାଜାବଳୀ 19 : 14 (IRVOR)
ତହିଁରେ ହିଜକୀୟ ଦୂତମାନଙ୍କଠାରୁ ପତ୍ର ଗ୍ରହଣ କରି ତାହା ପାଠ କଲେ। ଆଉ ହିଜକୀୟ ସଦାପ୍ରଭୁଙ୍କ ଗୃହକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଖୋଲିଲେ।
ଦିତୀୟ ରାଜାବଳୀ 19 : 15 (IRVOR)
ଆଉ ହିଜକୀୟ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାର୍ଥନା କରି କହିଲେ, “ହେ କିରୂବଗଣ ଉପରେ ଉପବିଷ୍ଟ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ, କେବଳ ତୁମ୍ଭେ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ୱର ଅଟ; ତୁମ୍ଭେ ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ।
ଦିତୀୟ ରାଜାବଳୀ 19 : 16 (IRVOR)
ହେ ସଦାପ୍ରଭୁ, ଆପଣା କର୍ଣ୍ଣ ଡେର ଓ ଶୁଣ; ହେ ସଦାପ୍ରଭୁ, ଆପଣା ଚକ୍ଷୁ ଫିଟାଅ ଓ ଦେଖ, ଜୀବିତ ପରମେଶ୍ୱରଙ୍କୁ ଧିକ୍କାର କରିବା ପାଇଁ ସନ୍ହେରୀବ ଯାହା କହି ପଠାଇଅଛି, ତାହାର ସେହି କଥା ଶୁଣ।
ଦିତୀୟ ରାଜାବଳୀ 19 : 17 (IRVOR)
ହେ ସଦାପ୍ରଭୁ, ଅଶୂରୀୟ ରାଜାମାନେ ନାନା ଗୋଷ୍ଠୀ ଓ ସେମାନଙ୍କ ଦେଶ ଉଚ୍ଛିନ୍ନ କରିଅଛନ୍ତି,
ଦିତୀୟ ରାଜାବଳୀ 19 : 18 (IRVOR)
ଓ ସେମାନଙ୍କ ଦେବତାଗଣକୁ ଅଗ୍ନିରେ ନିକ୍ଷେପ କରିଅଛନ୍ତି, ଏହା ସତ୍ୟ; କାରଣ ସେମାନେ ପରମେଶ୍ୱର ନ ଥିଲେ, ମନୁଷ୍ୟର ହସ୍ତକୃତ କର୍ମ, କାଷ୍ଠ ଓ ପ୍ରସ୍ତରମାତ୍ର; ଏହେତୁ ସେହି ରାଜାମାନେ ସେମାନଙ୍କୁ ବିନାଶ କଲେ।
ଦିତୀୟ ରାଜାବଳୀ 19 : 19 (IRVOR)
ଏଣୁ ଏବେ, ହେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର, ମୁଁ ବିନୟ କରୁଅଛି, ତାହାର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତହିଁରେ ତୁମ୍ଭେ, କେବଳ ତୁମ୍ଭେ ଯେ ସଦାପ୍ରଭୁ ପରମେଶ୍ୱର ଅଟ, ଏହା ପୃଥିବୀସ୍ଥ ସମୁଦାୟ ରାଜ୍ୟ ଜାଣିବେ।”
ଦିତୀୟ ରାଜାବଳୀ 19 : 20 (IRVOR)
{ସନ୍ହେରୀବ ବିରୁଦ୍ଧରେ ଯିଶାଇୟଙ୍କ ବାର୍ତ୍ତା } ଏଥିଉତ୍ତାରେ ଆମୋସର ପୁତ୍ର ଯିଶାଇୟ ହିଜକୀୟଙ୍କ ନିକଟକୁ କହି ପଠାଇଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେ ଅଶୂରର ରାଜା ସନ୍ହେରୀବ ବିରୁଦ୍ଧରେ ଆମ୍ଭ ନିକଟରେ ଯେଉଁ ପ୍ରାର୍ଥନା କରିଅଛ, ତାହା ଆମ୍ଭେ ଶୁଣିଲୁ।’ ”
ଦିତୀୟ ରାଜାବଳୀ 19 : 21 (IRVOR)
ସଦାପ୍ରଭୁ ତାହା ବିଷୟରେ ଏହି କଥା କହିଅଛନ୍ତି: “ସିୟୋନର ଅନୂଢ଼ା କନ୍ୟା ତୁମ୍ଭକୁ ତୁଚ୍ଛ କରିଅଛି ଓ ତୁମ୍ଭକୁ ପରିହାସ କରିଅଛି, ଯିରୂଶାଲମର କନ୍ୟା ତୁମ୍ଭ ଆଡ଼େ ମୁଣ୍ଡ ହଲାଇଅଛି।
ଦିତୀୟ ରାଜାବଳୀ 19 : 22 (IRVOR)
ତୁମ୍ଭେ କାହାକୁ ତିରସ୍କାର ଓ ନିନ୍ଦା କରିଅଛ ? ଓ ତୁମ୍ଭେ କାହା ବିରୁଦ୍ଧରେ ଆପଣା ରବ ଉଚ୍ଚ କରିଅଛ ଓ ଆପଣା ଚକ୍ଷୁ ଉର୍ଦ୍ଧ୍ୱକୁ ଉଠାଇଅଛ ? ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ !”
ଦିତୀୟ ରାଜାବଳୀ 19 : 23 (IRVOR)
ତୁମ୍ଭେ ଆପଣା ଦୂତମାନଙ୍କ ଦ୍ୱାରା ପ୍ରଭୁଙ୍କୁ ତିରସ୍କାର କରିଅଛ ଓ କହିଅଛ, “ଆମ୍ଭେ ଆପଣା ବହୁସଂଖ୍ୟକ ରଥରେ ପର୍ବତଗଣର ଉର୍ଦ୍ଧ୍ୱକୁ, ଲିବାନୋନର ଅଭ୍ୟନ୍ତରକୁ ଆସିଅଛୁ; ଆଉ ଆମ୍ଭେ ତହିଁର ଉଚ୍ଚ ଏରସ ବୃକ୍ଷ, ଓ ତହିଁର ଉତ୍କୃଷ୍ଟ ଦେବଦାରୁ ବୃକ୍ଷସବୁ କାଟି ପକାଇବା; ପୁଣି ଆମ୍ଭେ ତାହାର ଦୂରବର୍ତ୍ତୀ ବାସ ସ୍ଥାନରେ, ଓ ତାହାର ଫଳପୂର୍ଣ୍ଣ କ୍ଷେତ୍ର ରୂପ ଅରଣ୍ୟରେ ପ୍ରବେଶ କରିବା।
ଦିତୀୟ ରାଜାବଳୀ 19 : 24 (IRVOR)
ଆମ୍ଭେ ଖୋଳି ଅଜ୍ଞାତ ଜଳ ପାନ କରିଅଛୁ, ଆଉ ଆମ୍ଭେ ଆପଣା ପଦତଳରେ ମିସରର ସବୁ ନଦୀ ଶୁଷ୍କ କରିବା।”
ଦିତୀୟ ରାଜାବଳୀ 19 : 25 (IRVOR)
ଏହା କ’ଣ ତୁମ୍ଭେ ଶୁଣି ନାହଁ, କିପରି ଆମ୍ଭେ ଦୀର୍ଘକାଳରୁ ଏହା ନିରୂପଣ କରିଅଛୁ, ଓ ପୂର୍ବକାଳରୁ ଏହା ସ୍ଥିର କରିଅଛୁ ? ଏହା ଏବେ ଆମ୍ଭେ ସଫଳ କରିଅଛୁ। ତୁମ୍ଭେ ଯେ ପ୍ରାଚୀରବେଷ୍ଟିତ ନଗରମାନ ବିନାଶ କରି, ସେସବୁକୁ ଢିପି କରିବ।
ଦିତୀୟ ରାଜାବଳୀ 19 : 26 (IRVOR)
ଏହେତୁ ତନ୍ନିବାସୀଗଣ ଅଳ୍ପ ଶକ୍ତିବିଶିଷ୍ଟ ହେଲେ, ସେମାନେ ହତାଶ ଓ ଲଜ୍ଜିତ ହେଲେ; ସେମାନେ କ୍ଷେତ୍ରର ଶାକ ଓ ନବୀନ ତୃଣ, ଗୃହ ଛାତ ଉପରିସ୍ଥ ଘାସ, ଓ ଅପକ୍ୱ ଅବସ୍ଥାରେ ଶୁଷ୍କ-ଶସ୍ୟ ତୁଲ୍ୟ ହେଲେ।
ଦିତୀୟ ରାଜାବଳୀ 19 : 27 (IRVOR)
ମାତ୍ର ତୁମ୍ଭର ବସିବାର, ଓ ବାହାରକୁ ଯିବାର ଓ ଭିତରକୁ ଆସିବାର, ଓ ଆମ୍ଭ ବିରୁଦ୍ଧରେ ତୁମ୍ଭର କ୍ରୋଧ କରିବାର ମଧ୍ୟ ଆମ୍ଭେ ଜାଣୁ।
ଦିତୀୟ ରାଜାବଳୀ 19 : 28 (IRVOR)
ତୁମ୍ଭେ ଆମ୍ଭ ବିରୁଦ୍ଧରେ କ୍ରୋଧ କରିଅଛ, ଓ ତୁମ୍ଭର ଦର୍ପ କଥା ଆମ୍ଭ କର୍ଣ୍ଣରେ ଉପସ୍ଥିତ ହୋଇଅଛି, ଏହେତୁ ଆମ୍ଭେ ତୁମ୍ଭ ନାସିକାରେ ଆପଣା ଅଙ୍କୁଶ, ଓ ତୁମ୍ଭ ଓଷ୍ଠାଧରରେ ଆପଣା ଲଗାମ ଦେବା, ପୁଣି ତୁମ୍ଭେ ଯେଉଁ ବାଟରେ ଆସିଲ, ସେହି ବାଟରେ ଆମ୍ଭେ ତୁମ୍ଭକୁ ଫେରାଇ ଦେବା।
ଦିତୀୟ ରାଜାବଳୀ 19 : 29 (IRVOR)
ଏଣୁ (ହେ ହିଜକୀୟ,) ତୁମ୍ଭ ପ୍ରତି ଏହି ଚିହ୍ନ ହେବ: ତୁମ୍ଭେମାନେ ଏହି ବର୍ଷ ସ୍ୱୟଂ ଉତ୍ପନ୍ନ ଶସ୍ୟ, ଓ ଦ୍ୱିତୀୟ ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟ ଭୋଜନ କରିବ। ପୁଣି ତୃତୀୟ ବର୍ଷ ତୁମ୍ଭେମାନେ ବୁଣ ଓ କାଟ, ଓ ଦ୍ରାକ୍ଷାକ୍ଷେତ୍ର କରି ତହିଁର ଫଳ ଭୋଜନ କର।
ଦିତୀୟ ରାଜାବଳୀ 19 : 30 (IRVOR)
ପୁଣି ଯିହୁଦା ବଂଶର ରକ୍ଷାପ୍ରାପ୍ତ ଅବଶିଷ୍ଟ ଲୋକମାନେ ପୁନର୍ବାର ତଳକୁ ଚେର ମାଡ଼ିବେ ଓ ଉପରେ ଫଳ ଫଳିବେ।
ଦିତୀୟ ରାଜାବଳୀ 19 : 31 (IRVOR)
କାରଣ ଯିରୂଶାଲମରୁ ଏକ ଅବଶିଷ୍ଟାଂଶ ଲୋକ, ଓ ସିୟୋନ ପର୍ବତରୁ ରକ୍ଷାପ୍ରାପ୍ତ ଲୋକମାନେ ବାହାରିବେ। ସଦାପ୍ରଭୁଙ୍କ ଉଦ୍ଯୋଗ ଏହା ସିଦ୍ଧ କରିବ।
ଦିତୀୟ ରାଜାବଳୀ 19 : 32 (IRVOR)
ଏହେତୁ ସଦାପ୍ରଭୁ ଅଶୂରୀୟ ରାଜା ବିଷୟରେ ଏହି କଥା କହନ୍ତି: “ସେ ଏହି ନଗରକୁ ଆସିବ ନାହିଁ, ଅବା ସେଠାରେ ତୀର ମାରିବ ନାହିଁ। କିଅବା ତହିଁ ସମ୍ମୁଖକୁ ଢାଲ ଧରି ଆସିବ ନାହିଁ, ଅଥବା ତହିଁ ବିରୁଦ୍ଧରେ ବନ୍ଧ ବାନ୍ଧିବ ନାହିଁ।
ଦିତୀୟ ରାଜାବଳୀ 19 : 33 (IRVOR)
ସଦାପ୍ରଭୁ କହନ୍ତି, ‘ସେ ଯେଉଁ ବାଟରେ ଆସିଲା, ସେହି ବାଟରେ ଫେରି ଯିବ, ଓ ସେ ଏହି ନଗରକୁ ଆସିବ ନାହିଁ।
ଦିତୀୟ ରାଜାବଳୀ 19 : 34 (IRVOR)
କାରଣ ଆମ୍ଭେ ଆପଣା ସକାଶୁ, ଓ ଆମ୍ଭ ଦାସ ଦାଉଦ ସକାଶୁ, ଏହି ନଗରକୁ ରକ୍ଷା କରିବାକୁ ସପକ୍ଷ ହେବା।’ ”
ଦିତୀୟ ରାଜାବଳୀ 19 : 35 (IRVOR)
ଏଥିଉତ୍ତାରେ ସେହି ରାତ୍ରି ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀୟମାନଙ୍କ ଛାଉଣିରେ ଏକ ଲକ୍ଷ ପଞ୍ଚାଶୀ ସହସ୍ର ଲୋକ ସଂହାର କଲେ; ପୁଣି ଲୋକମାନେ ଅତି ପ୍ରଭାତରେ ଉଠନ୍ତେ, ଦେଖ, ସେସମସ୍ତେ ମୃତ ଶବ ହୋଇଅଛନ୍ତି।
ଦିତୀୟ ରାଜାବଳୀ 19 : 36 (IRVOR)
ତହିଁରେ ଅଶୂରର ରାଜା ସନ୍ହେରୀବ ପ୍ରସ୍ଥାନ କଲା ଓ ଫେରିଯାଇ ନୀନିବୀରେ ବାସ କଲା।
ଦିତୀୟ ରାଜାବଳୀ 19 : 37 (IRVOR)
ଏଥିଉତ୍ତାରେ ସେ ଆପଣାର ନିଷ୍ରୋକ ନାମକ ଦେବତାର ଗୃହରେ ପୂଜା କରିବା ବେଳେ ତାହାର ଦୁଇ ପୁତ୍ର ଅଦ୍ରମ୍ମେଲକ୍ ଓ ଶରେତ୍ସର ତାହାକୁ ଖଡ୍ଗରେ ବଧ କଲେ; ତହୁଁ ସେମାନେ ଆରାରାଟ୍ ଦେଶକୁ ପଳାୟନ କଲେ। ପୁଣି ତାହାର ପୁତ୍ର ଏସର୍ହଦ୍ଦୋନ୍ ତାହାର ପଦରେ ରାଜ୍ୟ କଲା।
❮
❯